spot_img
Home Blog Page 875

ପୋଲିସର ଆଭିମୁଖ୍ୟକୁ କଡ଼ା ନିନ୍ଦା; କାଲି ବିଜେଡି ପାଳିବ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ

ନନ୍ଦିଘୋଷ ବ୍ୟୁରୋ : ବଲାଙ୍ଗୀର ପାଟଣାଗଡ଼ରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତିକୁ ଜାଳି ଦେବା ଘଟଣା। ଏହାକୁ ନେଇ ସମ୍ୱଲପୁରରେ ବିଜେଡି ନେତା ରୋହିତ ପୂଜାରୀଙ୍କ ପ୍ରତିନିଧିତ୍ଵରେ ପ୍ରତିବାଦ କରାଯାଉଥିବାବେଳେ ପୋଲିସ ସରକାରୀ ଦଳର ହାତବାରିଶୀ ସାଜି ଯାହା କଲା ତାହାକୁ ଦୃଢ ଭାବେ ନିନ୍ଦା କରିଛି ବିଜେଡି। ନୂଆ ସରକାର ଆସିଲା ପରେ ବିଜୁବାବୁଙ୍କ ସମସ୍ତ ସ୍ମୃତିକୁ ଲିଭେଇଦେବା ପାଇଁ ଚେଷ୍ଟା କରାଯାଉଛି ବୋଲି କହିଛି ଦଳ। ମାର୍ଚ୍ଚ ୫ ହେଉକି ଗତକାଲିର ଘଟଣା ଯେତେବେଳେ ସମ୍ବଲପୁରରେ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ପଚରାଗଲା ସେଇଠି ପୋଲିସର ଆଭିମୁଖ୍ୟକୁ ନିନ୍ଦା କରୁଛୁ ବୋଲି କହିଛନ୍ତି ବରିଷ୍ଠ ବିଜେଡି ନେତା ସଞ୍ଜୟ ଦାସବର୍ମା। ଓଡ଼ିଶା ପୋଲିସର ଦୋମୁହାଁ ନୀତି ପଦାରେ ପଡିଛି। ପୋଲିସ ଡିଜିଙ୍କ ଅନ୍ତରାତ୍ମା ଶୋଇ ପଡ଼ିଛି। ତାକୁ କିଏ ଜଗେଇବ ବୋଲି ପ୍ରଶ୍ନ କରିଛି ବିଜେଡି ।

ଅନ୍ୟପଟେ କାଲି ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ପାଳିବ ବିଜେଡି । ବିଜେଡି ବିଜୁବାବୁଙ୍କ ୨୮ତମ ତିରୋଧାନ ଦିବସ ପାଳିବ । ୧୪୭ଟି ନିର୍ବାଚନ ମଣ୍ଡଳୀ ଓ ଶଙ୍ଖ ଭବନରେ ତିରୋଧାନ ଦିବସ ପାଳନ ହେବ । ଓଡ଼ିଆ ଜାତି ପାଇଁ ବିଜୁଙ୍କ ଅବଦାନକୁ ସ୍ମରଣ କରାଯିବ । ନବଓଡ଼ିଶା ଗଠନରେ ବିଜୁବାବୁଙ୍କ ଅବଦାନ ସମ୍ପର୍କରେ ଆଲୋଚନା ହେବ । ଏହା ସହିତ ବିଜୁ ସ୍ମୃତି ମଳିନ କରିବାକୁ ନୂଆ ସରକାରଙ୍କ ଉଦ୍ୟମ କରୁଛି ବୋଲି କହିଛି ବିଜେଡି । ଗତକାଲି ସବୁ ସୀମା ଲଂଘନ କରିଗଲେ । ପାଟଣାଗଡ଼ରେ ବିଜୁଙ୍କ ପ୍ରତିମୂର୍ତ୍ତିକୁ ଜାଳିଦେଲେ । ବିରୋଧ କରିବାରୁ ସମ୍ୱଲପୁରରେ ପୋଲିସର ଦମନଲୀଳା ଚାଲିଲା । ଏପରି କରି ଓଡ଼ିଶାର ସ୍ୱାଭିମାନକୁ କୁଠାରଘାତ କରାଯାଇଛି । ରାଜ୍ୟରେ ଆଇନଶୃଙ୍ଖଳା ସୃଷ୍ଟି ହେଲାଣି । ଗଣତନ୍ତ୍ରକୁ ପ୍ରତିଦିନ ହତ୍ୟା କରାଯାଉଛି ବୋଲି କହି ପ୍ରେସମିଟ୍ କରି ବର୍ଷିଛି ବିଜେଡି।

ୱାକଫ ଆଇନ ନେଇ ହରଡ଼ଘଣାରେ କେନ୍ଦ୍ର ସରକାର

ନନ୍ଦିଘୋଷ ବ୍ୟୁରୋ : ୱାକଫ ଆଇନ ନେଇ ହରଡ଼ଘଣାରେ କେନ୍ଦ୍ର ସରକାର। ୱାକଫ ସଂଶୋଧନ ଆଇନ ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଥିବାବେଳେ କେନ୍ଦ୍ରକୁ କେତେକ କଠୋର ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ। ୱାକଫ ବୋର୍ଡରେ ହିନ୍ଦୁମାନଙ୍କୁ ସଦସ୍ୟ ରଖିବା ଲାଗି ଆଇନରେ ବ୍ୟବସ୍ଥା ରହିଛି। ହେଲେ ହିନ୍ଦୁ ଦେବୋତ୍ତର ବୋର୍ଡରେ ମୁସଲିମମାନଙ୍କ ରଖାଯାଇଛି କି ବୋଲି ପ୍ରଶ୍ନ କରିଛନ୍ତି କୋର୍ଟ।
– ସମ୍ବିଧାନର ଧାରା ୨୬କୁ ନେଇ କୋର୍ଟରେ ହୋଇଥିଲା ବିତର୍କ। ଜାମାଏତ ଉଲେମା ଇ ହିନ୍ଦ ପକ୍ଷରୁ ଲଢୁଥିବା ବରିଷ୍ଠ ଆଇନଜୀବୀ କପିଳ ସିବଲ କହିଥିଲେ- ୱାକଫ ଆଇନରେ ଧାରା ୨୬ରେ ଉଲ୍ଲଂଘନ ହୋଇଛି। ଧାରା ୨୬ ଅନୁସାରେ ଦେଶବାସୀଙ୍କୁ ଧାର୍ମିକ ସ୍ବାଧୀନତା ଦେଇଥାଏ। ନିଜର ଧାର୍ମିକ ବ୍ୟାପାର ଓ ପ୍ରତିଷ୍ଠାନଗୁଡିକୁ ନିଜ ନୀତି ଅନୁସାରେ ପରିଚାଳନା କରିବା ଲାଗି ଏଥିରେ ବ୍ୟବସ୍ଥା ରହିଛି। ୩ ହଜାର ବର୍ଷରୁ ରହିଥିବା ପରମ୍ପରା ଉପରେ କୁଠାରାଘାତ କାହିଁକି ବୋଲି ସେ ପ୍ରଶ୍ନ କରିଥିଲେ।
-ବରିଷ୍ଠ ଆଇନଜୀବୀ ଅଭିଷେମନୁ ସିଂଘଭି କହିଥିଲେ- ଦେଶରେ ମୋଟ ୮ ଲକ୍ଷ ୱାକଫ ସମ୍ପତ୍ତିରୁ ୪ ଲକ୍ଷ ସମ୍ପତ୍ତିର ଦୀର୍ଘକାଳୀନ ବ୍ୟବହାର କରାଯାଉଛି।
– ସଲିସିଟର ଜେନେରାଲ ତୁଷାର ମେହଟ୍ଟା କହିଥିଲେ- ସଂସଦରେ ଦୀର୍ଘ ବିତର୍କ ପରେ ଏହି ବିଲ୍ ଗୃହୀତ ହୋଇଥିଲା।
-ସିଜେଆଇ ସଞ୍ଜୀବ ଖାନ୍ନା କହିଥିଲେ-ୱାକଫ ଅଧୀନରେ ଅଧିକାଂଶ ମସଜିଦ ତ୍ରୟୋଦଶ, ଚତୁର୍ଦ୍ଦଶ ଓ ପଞ୍ଚଦଶ ଶତାବ୍ଦୀରେ ନିର୍ମିତ ହୋଇଛି। ତେଣୁ ଏସବୁ ସମ୍ପତ୍ତିର ନଥି ମିଳିବା ବର୍ତ୍ତମାନ କଷ୍ଟସାଧ୍ୟ।
– ୱାକଫ ଆଇନ ବିରୋଧରେ କଂଗ୍ରେସ, ଆପ, ଡିଏମକେ, ସିପିଆଇ ଓ ଏପରିକି ବିଜେପି ସହଯୋଗୀ ଜେଡିୟୁ ପିଟିସନ ଦାୟର କରିଛନ୍ତି।..
– ସିଜେଆଇ ସଞ୍ଜୀବ ଖାନ୍ନା, ଜଷ୍ଟିସ ସଞ୍ଜୟ କୁମାର ଓ ଜଷ୍ଟିସ କେ. ଭି. ବିଶ୍ବନାଥନଙ୍କୁ ନେଇ ଗଠିତ ଖଣ୍ଡପୀଠ ଏକାଦିକ୍ରମେ କରୁଛନ୍ତି ୭୩ଟି ପିଟିସନର ଶୁଣାଣି।
-ଏପ୍ରିଲ ୩ରେ ଲୋକସଭାରେ ଓ୍ବାକଫ ସଂଶୋଧନୀ ବିଲ ୨୮୮-୨୩୨ ଭୋଟରେ ଗୃହୀତ ହୋଇଥିଲା । ଏପ୍ରିଲ ୪ରେ ରାଜ୍ୟସଭାରେ ଓ୍ବାକଫ ସଂଶୋଧନ ବିଲ ୧୨୮-୯୫ ଭୋଟରେ ପାସ୍ ହୋଇଥିଲା । ରାଷ୍ଟ୍ରପତିଙ୍କ ମଞ୍ଜୁରୀ ପରେ ଗତ ଏପ୍ରିଲ ୮ରେ ବିଜ୍ଞପ୍ତି ଜାରି କରିଥିଲେ ସରକାର ।

ଆହୁରି ଶକ୍ତିଶାଳୀ ହେବ ବିଜେଡି; ପୁରୁଖା ଓ ଦକ୍ଷ ନେତାଙ୍କ ନେତୃତ୍ବକୁ ଭରସା

ନନ୍ଦିଘୋଷ ବ୍ୟୁରୋ : ଚଳଚଞ୍ଚଳ ଶଙ୍ଖ ଭବନ। ନୂଆ ରୂପରେ ନୂଆ ଶକ୍ତି ନେଇ ପ୍ରସ୍ତୁତ ହେଉଛି ବିଜେଡି ସଂଗଠନ। ସବୁ ପ୍ରକାର ସନ୍ତୁଳନ ରକ୍ଷା କରି ଗଠିତ ହେଉଛି ବିଜେଡିର ନୂଆ ଟିମ। ବରିଷ୍ଠ, କନିଷ୍ଠ, କାର୍ଯ୍ୟଦକ୍ଷତାକୁ ସର୍ବାଧିକ ଗୁରୁତ୍ୱ ଦିଆଯିବା ସହ ଆଞ୍ଚଳିକତା ଭିତ୍ତିରେ ବି ସଙ୍ଗଠନକୁ ଦିଆଯାଉଛି ନୂଆ ରୂପ। ପୁରୁଖା ଓ ଦକ୍ଷ ନେତାଙ୍କୁ କର୍ମକର୍ତ୍ତା ଭାବେ ନିଯୁକ୍ତି ଦିଆଯିବ ବୋଲି ବିଜେଡି ପକ୍ଷରୁ କୁହାଯାଇଛି। ୧୯ ତାରିଖ ପରେ ଶେଷ ହେବ ସଭାପତି ନିର୍ବାଚନ ପ୍ରକ୍ରିୟା। ଏହା ପରେ ବସିବ ରାଜ୍ୟ ପରିଷଦ ବୈଠକ। ରାଜ୍ୟ ସଭାପତି ଘୋଷଣା ପରେ ପର୍ଯ୍ୟାୟ କ୍ରମେ ବିଭିନ୍ନ ଛାମୁଆ ସଂଗଠନ ସଭାପତିଙ୍କ ନା ଘୋଷଣା ହେବ।

ଏପ୍ରିଲ ଶେଷ ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ସାରିବାକୁ ନିର୍ବାଚନ କମିଶନ ଅନୁମତି ଦେଇଛନ୍ତି। ଗତ ୧୦ ମାସ ଭିତରେ ଜିଲ୍ଲା ନେତୃତ୍ୱଙ୍କୁ ବିଭିନ୍ନ ପର୍ଯ୍ୟାୟରେ ଭେଟିବା ସହ ପରାମର୍ଶ ପରେ ଛାମୁଆ ସଂଗଠନର କୋର ଗ୍ରୁପ ଗଠନ ହୋଇଛି। ଆଗକୁ ଏହି କୋର ଗ୍ରୁପ ସହ ଆଲୋଚନା କରି ସଭାପତି ରାଜ୍ୟର ଅନ୍ୟାନ୍ୟ ସଂଗଠନର ଚୂଡାନ୍ତ ନିଷ୍ପତ୍ତି ନେବେ। ଦଳର ୧୮ ଟି ସାଙ୍ଗଠନିକ ଜିଲ୍ଲାର ସଭାପତି ଘୋଷଣା ହୋଇଛି। ସେପଟେ ଦଳକୁ ଅଧିକ ସୁଦୃଢ କରିବା ପାଇଁ ନେତୃତ୍ୱ ଓ ସଭାପତି ସମସ୍ତ ପଦକ୍ଷେପ ନେଉଥିବା କୁହାଯାଇଛି।

ଖୁବ କମ ଦିନରେ ଲକ୍ଷେ ଟପିବ ସୁନାଦର

ଭୁବନେଶ୍ୱର : ଖୁବ କମ ଦିନରେ ଲକ୍ଷେ ଟପିବ ସୁନାଦର। ବର୍ତ୍ତମାନ ସୁନା ୨୪ କ୍ୟାରେଟ ୯୬ ହଜାର ଟପିଛି। ସୁନା ସହ ରୁପା ଦର ଆକାଶଛୁଆଁ ହୋଇଛି। ୨୪ କ୍ୟାରେଟ ସୁନା ଦର ୯୬ ହଜାର ୧୬୦ ଟଙ୍କା ହୋଇଛି। ୧୦ ଗ୍ରାମ ପିଛା ବଢ଼ିଛି ୧ ହଜାର ୩୦ଟଙ୍କା। ସେହିପରି ୨୨ କ୍ୟାରେଟ ସୁନା ମୂଲ୍ୟ ୮୮ ହଜାର ୧୫୦ ଟଙ୍କା ହୋଇଛି। ୨୨ କ୍ୟାରେଟ ୧୦ ଗ୍ରାମ ପ୍ରତି ବଢ଼ିଲା ୯୫୦ ଟଙ୍କା । ରୁପା କେଜି ୧ ଲକ୍ଷ ୨୦୦ଟଙ୍କାରେ ପହଞ୍ଚିଛି।

ଏହି ଦର ଆଗାମୀ ଦିନରେ ଆହୁରି ବଢ଼ବ ବୋଲି କହିଛନ୍ତି ସୁନା ବ୍ୟବସାୟୀ । ଆନ୍ତର୍ଜାତୀୟ ସ୍ତରରେ ବିଶେଷକରି ଆମେରିକା ଓ ଚୀନର ଆର୍ଥିକ ନୀତି ପାଇଁ ଏହି ଦର ବଢୁଛି । ଆଜିର ଦିନରେ ଯେଉଁ ଦେଶ ନିକଟରେ ଯେତେ ଅଧିକ ବଢୁଥିବାରୁ ଏହାର ଦାମ ବଢ଼ିବାରେ ଲାଗିଛି । ତେବେ ସୁନା ବଜାରରେ ଗ୍ରାହକ ମାନଙ୍କ ଉପରେ ଏହାର ପ୍ରଭାବ ପଡ଼ିଛି । ତେଣୁ ବ୍ୟବସାୟ କମିଥିବା କହିଛନ୍ତି ସୁନାଗହଣା ବ୍ୟବସାୟୀ

ଜଳନ୍ତା ଅଙ୍ଗାରରେ ଦୌଡୁ ଦୌଡୁ ପଡିଲେ ବ୍ୟକ୍ତି , ଚାଲିଗଲା ଜୀବନ, ଭାଇରାଲ ହେଉଛି ଭିଡ଼ିଓ

ନନ୍ଦିଘୋଷ ବ୍ୟୁରୋ : ଅଙ୍ଗାରରେ ଦୌଡୁ ଦୌଡୁ ପଡିଗଲେ ମାନସିକଧାରୀ, ଚାଲିଗଲା ଜୀବନ । ତାମିଲନାଡୁର ରାମନାଥପୁରମର କୁୟାବାଙ୍କୁଡିର ଏକ ମନ୍ଦିରରେ ‘ଥିମିଧି ଥିରୁଭିଝା’ ପରମ୍ପରା ଚାଲିଥିବା ସମୟରେ ଜଣେ ବ୍ୟକ୍ତି ଅଙ୍ଗାରରେ ଦୌଡୁ ଦୌଡୁ ହଠାତ୍ ପଡିଯାଇଥିଲେ  । ଏହି କାରଣରୁ ସେ ଗୁରୁତର ଭାବେ ପୋଡିଯାଇଥିଲେ । ସଙ୍ଗେ ସଙ୍ଗେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ହେଲେ ଡାକ୍ତରତାଙ୍କୁ ମୃତ ଘୋଷଣା କରିଥିଲେ  ।

ତେବେ ଏହି ଘଟଣାଟିର ଭିଡ଼ିଓ ମଧ୍ୟ ଏବେ ସାମ୍ନାକୁ ଆସିଛି ଏବଂ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସୂଚନା ଅନୁଯାୟୀ, କୁୟାବାଙ୍କୁଡିର ସୁବାୟା ମନ୍ଦିରରେ ଏକ ଉତ୍ସବ ଚାଲିଥିଲା । ଏଥିରେ ଏକ ପ୍ରଥା ପାଳନ କରାଯାଏ, ଯେଉଁଥିରେ ଭକ୍ତ ବା ମାନସିକଧାରୀମାନେ ଜଳନ୍ତା ଅଙ୍ଗାର ଉପରେ ଚାଲିଥାନ୍ତି । ଏହି ପରମ୍ପରା ଚାଲିଥିବା ବେଳେ ଜଣେ ୫୬ ବର୍ଷୀୟ ଯୁବକ କେଶବନ ଏହି ଅଙ୍ଗାର ଉପରେ ଦୌଡିବା ଆରମ୍ଭ କରିଦେଇଥିଲେ । ହେଲେ ଦୌଡିବା ମାତ୍ରେ ତାଙ୍କ ପାଦ ଖସିଯାଇଥିଲା ଏବଂ ସେ ତଳେ ପଡିଯାଇଥିଲେ । ସଙ୍ଗେସଙ୍ଗେ ତାଙ୍କୁ ଉଦ୍ଧାରକାରୀମାନେ କିଛି ସେକେଣ୍ଡ ମଧ୍ୟରେ ତାଙ୍କୁ ବାହାର କରି ଆଣିଥିଲେ, କିନ୍ତୁ କେଶବନ ଗୁରୁତର ଭାବେ ପୋଡି ଆହତ ହୋଇଯାଇଥିଲେ । ତାଙ୍କୁ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଯେଉଁଥିରେ ତାଙ୍କର ଦୁର୍ଭାଗ୍ୟବସତଃ ମୃତ୍ୟୁ ହୋଇଥିଲା । କେଶବନଙ୍କ ଅଙ୍ଗାରରେ ପଡିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କୁ ହତ୍ୟାଧମକ, ଯୁବକଙ୍କ ବିରୋଧରେ ମାମଲା ରୁଜୁ

ନନ୍ଦିଘୋଷ ବ୍ୟୁରୋ : ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶଯାଦବଙ୍କୁ ଗୁଳି ମାରିବାକୁ ଧମକ ଦିଆଯାଇଥିବା ଏକ ଭିଡିଓ ଭାଇରାଲ ହୋଇଥିଲା । ତେବେ ସମାଜପାଦୀ ପାର୍ଟିର ମେମ୍ୱରମାନେ ହତ୍ୟା ଧମକ ଦେଇଥିବା ଯୁବକଙ୍କ ବିରୋଧରେ ମାମଲା ରୁଜୁ କରି ଯଥାଶୀଘ୍ର ଆକ୍ସନ ନେବାକୁ ସୂରଜପୁର ଥାନାରେ ଦାବି କରିଛନ୍ତି । ଏହାଛଡ଼ା ଏହି ଭିଡିଓରେ ଥିବା ଅନ୍ୟ ଯୁବକମାନଙ୍କୁ ମଧ୍ୟ ଗିରଫ କରିବାକୁ ପାର୍ଟି ପକ୍ଷରୁ ପୋଲିସକୁ କୁହାଯାଇଛି ।

ନିକଟରେ ସମାଜବାଦୀ ପାର୍ଟିର ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କୁ ଗୁଳିମାରି ହତ୍ୟା ଧମକ ଦେଉଥିବା ଏକ ଭିଡ଼ିଓ ଭାଇରାଲ ହୋଇଥିଲା । ଏହି ଭାଇରାଲ ଭିଡିଓରେ ଯୁବକମାନେ କହୁଛନ୍ତି କି,ରାଣା ସାଙ୍ଗା ଆମ ପୂର୍ବଜ ଅଟନ୍ତି , ସେ ଆମ ପିତା, ଯଦି କେହି ଆମ ପିତାଙ୍କୁ ଗାଳିଦେବ ତ ତାକୁ ଗୁଳି ମାରିଦେବୁ ।

ଅଖିଳେଶ ଯାଦବଙ୍କୁ ଗୁଳି କରିବାର ଧମକ ଉପରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି ମଧ୍ୟ ସାମ୍ନାକୁ ଆସିଛି । ବିଜେହି ଉପରେ ଆକ୍ରମଣ କରି ସେ କହିଛନ୍ତି ଯେ, ଗୁଳିକାଣ୍ଡ ଭାରତୀୟ ଜନତା ପାର୍ଟିର ଏକ ପୁରୁଣା ଷଡ଼ଯନ୍ତ୍ର । ସେ ଆହୁରି ମଧ୍ୟ କହିଥିଲେ କି, ଆପଣ ଜାଣିଥିବେ ଯେ, ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ମଧ୍ୟ ଗୁଳି କରାଯାଇଥିଲା, ଏମାନେ ହିଂସା ପସନ୍ଦ କରନ୍ତି, ହେଲେ ଆମେ ଆମ୍ୱେଦକରଙ୍କ ପଥ ଅନୁସରଣ କରି ଦେଶକୁ ଏକ ନୂତନ ଦିଗଦର୍ଶନ ଦେବାକୁ ଚାହୁଁଛୁ ।

ଆଠମଲ୍ଲିକ ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ରାମଚନ୍ଦ୍ର ଶତପଥୀଙ୍କ ଅମାପ ସମ୍ପତ୍ତି

ନନ୍ଦିଘୋଷ ବ୍ୟୁରୋ : ଆଠମଲ୍ଲିକ ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ରାମଚନ୍ଦ୍ର ଶତପଥୀଙ୍କ ଅମାପ ସମ୍ପତ୍ତି। ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ। ୧୭ଟି ବହୁମୂଲ୍ୟ ପ୍ଲଟ୍ ସହ ଗୋଟିଏ ଦୁଇ ମହଲା କୋଠା ଠାବ କରାଯାଇଛି। ୩୨୬ ଗ୍ରାମର ସୁନା ଅଳଙ୍କାର, ୬୩.୬୯ ଲକ୍ଷର ଜମାରାଶି ଠାବ କରିଛି ଭିଜିଲାନ୍ସ। କଳାହାଣ୍ଡି ଜିଲ୍ଲା ଜୁନାଗଡ଼ରେ ଥିବା ତାଙ୍କ ଜ୍ଵାଇଁ ଡାକ୍ତର ତପନ କୁମାର ତ୍ରିପାଠୀଙ୍କ ଘରୁ ନଗଦ ୨୩.୯୫ ଲକ୍ଷ ଟଙ୍କା ଠାବ କରାଯାଇଛି।। ତାଙ୍କୁ ଏ ନେଇ ପଚରା ଉଚରା କରାଯାଉଛି।

ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଆଜି ଭିଜିଲାନ୍ସ ରେଡ୍ କରିଛି। ଅନୁଗୁଳ, ଢେଙ୍କାନାଳ, କଟକ, କଳାହାଣ୍ଡିରେ ରେଡ୍ ହୋଇଛି। ଢେଙ୍କାନାଳ ସହର ଗାୟତ୍ରୀ ନଗରସ୍ଥିତ ବାସଭବନ ସମେତ ଆଠମଲ୍ଲିକ ବ୍ଲକ କାର୍ଯ୍ୟାଳୟ, ସରକାରୀ ବାସଭବନରେ ଚାଲିଛି ରେଡ୍। ଢେଙ୍କାନାଳ ସଦର ଥାନା ବଣସିଂହସ୍ଥିତ ପୈତୃକ ଘର ଓ ଗଂଦିଆରେ ରେଡ୍ କରୁଛି ଭିଜିଲାନ୍ସ । ଭବାନୀପାଟଣା ଧର୍ମଗଡ ଓ ଜୁନାଗଡରେ ଥିବା ଶ୍ବଶୂର ଘରେ ବି ଚାଲିଛି ରେଡ୍। ଅଧିକ ତଦନ୍ତ ପାଇଁ ସହକାରୀ ନିର୍ବାହୀ ଯନ୍ତ୍ରୀ ରାମଚନ୍ଦ୍ର ଶତପଥୀଙ୍କୁ ଢେଙ୍କାନାଳରୁ ଆଠମଲ୍ଲିକ ନେଇଛି ଭିଜିଲାନ୍ସ ଟିମ।

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବିରୋଧରେ କଂଗ୍ରେସର ବିକ୍ଷୋଭ

ଭୁବନେଶ୍ୱର : ଭୁବନେଶ୍ୱର ଇଡି ଅଫିସ ଆଗରେ କଂଗ୍ରେସ କର୍ମୀଙ୍କ ଜୋରଦାର ଆନ୍ଦୋଳନ । ନ୍ୟାସନାଲ ହେରାଲ୍ଡ ମାମଲାରେ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ବିରୁଦ୍ଧରେ ଚାର୍ଜସିଟ୍ ଫାଇଲ ବିରୋଧରେ ଇଡି ଅଫିସ ଘେରାଉ କରିଛି ରାଜ୍ୟ କଂଗ୍ରେସ। ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ଏକାଠି ହୋଇଛନ୍ତି କଂଗ୍ରେସ କର୍ମୀ। କେନ୍ଦ୍ର ସରକାରଙ୍କ ଏ ପ୍ରାୟୋଜିତ ଷଡ଼ଯନ୍ତ୍ରକୁ ସହ୍ୟ କରାଯିବ ନାହିଁ ବୋଲି ଇଡି ଅଫିସ ଆଗରେ ଗର୍ଜିଛନ୍ତି କଂଗ୍ରେସ ନେତା । ଆଗକୁ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା ଓ ମହମ୍ମଦ ମୋକିମ । ଆଜି ସାରା ଦେଶରେ ଇଡି କାର୍ଯ୍ୟାଳୟ ଘେରାଉ କରାଯାଇଥିବାବେଳେ ରାଜ୍ୟ କଂଗ୍ରେସ ମଧ୍ଯ ବିରୋଧି କରିଛି । ରାହୁଲ ଗାନ୍ଧୀ ଓ ସୋନିଆ ଗାନ୍ଧୀଙ୍କ ବିରୁଦ୍ଧରେ ଚାର୍ଜସିଟକୁ ଜୋରଦାର ବିରୋଧ କରାଯାଇଛି ।

ଜାତିଭିତ୍ତିକ ଜନଗଣନା ଲାଗି ଦାବି ଉଠାଇଲେ ଏସପି ନେତା ଅଖିଳେଶ ଯାଦବ

ନନ୍ଦିଘୋଷ ବ୍ୟୁରୋ : ବଢ଼ିଲା ଜାତିଗଣନା ଦାବି। ଜାତିଭିତ୍ତିକ ଜନଗଣନା ଲାଗି ଦାବି ଉଠାଇଲେ ସମାଜବାଦୀ ପାର୍ଟି ସୁପ୍ରମୋ ଅଖିଳେଶ ଯାଦବ। ସେ କହିଛନ୍ତି, ଦେଶରେ ସାମାଜିକ ନ୍ୟାୟ ଲାଗି ଲଢ଼େଇ ଚାଲିବ। ଏନେଇ ସିପିଆଇ, ସିପିଏମ ଓ ଏନସିପି ସହ ଆଲୋଚନା ହୋଇଛି। ଦେଶର ଲୋକତନ୍ତ୍ର ଓ ସମ୍ବିଧାନକୁ ବଞ୍ଚାଇବାକୁ ଉଦ୍ୟମ ଜାରି ରହିଛି। ବିଜେପି ଲୋକତନ୍ତ୍ରକୁ ହତ୍ୟା କରୁଛି  । ସମ୍ବିଧାନକୁ ଦୁର୍ବଳ କରାଯାଉଛି। ଓଡ଼ିଶାରେ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ପଛୁଆ ବର୍ଗକୁ ନ୍ୟାୟ ମିଳିନାହିଁ । ଏହା ସହ ସେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ବି ଟାର୍ଗେଟ କରିଛନ୍ତି।  ୟୁପିରେ ଯେଉଁ ଦଙ୍ଗା ଓ ହିଂସା ଚାଲିଛି ସେଥିଲାଗି ଯୋଗୀ ଆଦିତ୍ୟନାଥ ହିଁ ଦାୟୀ ବୋଲି ସେ କହିଛନ୍ତି ।

ଜଷ୍ଟିସ ବି.ଆର. ଗଭାଇ ହେବେ ପରବର୍ତ୍ତୀ ପ୍ରଧାନ ବିଚାରପତି

ନନ୍ଦିଘୋଷ ବ୍ୟୁରୋ : ଜଷ୍ଟିସ ବି.ଆର. ଗଭାଇ ହେବେ ପରବର୍ତ୍ତୀ ପ୍ରଧାନ ବିଚାରପତି। ୫୨ତମ ପ୍ରଧାନ ବିଚାରପତି ଭାବେ ଦାୟିତ୍ବ ନେବେ ଜଷ୍ଟିସ ଗଭାଇ। ଜଷ୍ଟିସ ଗଭାଇଙ୍କ ନାମକୁ ସୁପାରିସ କଲେ ସିଜେଆଇ ସଞ୍ଜୀବ ଖାନ୍ନା। ତାଙ୍କ ନାମକୁ ଆଇନ ମନ୍ତ୍ରାଳୟ ନିକଟକୁ ନାଁ ପଠାଇଲେ ସିଜେଆଇ ଖାନ୍ନା। ଆସନ୍ତା ମେ ୧୪ରେ ସିଜେଆଇ ଭାବେ ଶପଥ ନେବେ ଜଷ୍ଟିସ ଗଭାଇ।

ଜଷ୍ଟିସ ଭୂଷଣ ରାମକ୍ରିଷ୍ଣା ଗଭାଇ ଦୀର୍ଘ ଦିନ ଧରି ବିଚାରପତି ଅଛନ୍ତି। ଆସନ୍ତା ମେ ୧୩ରେ ଅବସର ନେବେ ସିଜେଆଇ ସଞ୍ଜୀବ ଖାନ୍ନା। ତା ପରଦିନ ନୂଆ ସିଜେଆଇ ଭାବେ ଶପଥ ନେବେ ଗଭାଇ। ପରବର୍ତ୍ତୀ ସିଜେଆଇ କିଏ ହେବେ ସେନେଇ ଜଷ୍ଟିସ ଖାନ୍ନାଙ୍କୁ ପ୍ରସ୍ତାବ ମାଗିଥିଲା କେନ୍ଦ୍ର ଆଇନ ମନ୍ତ୍ରାଳୟ। ତେବେ ଜଷ୍ଟିସ ଗଭାଇ କେବଳ ୬ ମାସ ଲାଗି ସିଜେଆଇ ପଦ ସମ୍ଭାଳିବେ। ଆସନ୍ତା ନଭେମ୍ବର ୨୫ରେ ତାଙ୍କ କାର୍ଯ୍ଯକାଳ ଶେଷ ହେବ।