spot_img
Home Blog Page 884

କିମ୍ବଦନ୍ତୀ କଳାକାର ମନୋଜ କୁମାରଙ୍କ ଶେଷକୃତ୍ୟ ସମ୍ପନ୍ନ

ନନ୍ଦିଘୋଷ ବ୍ୟୁରୋ: କିମ୍ବଦନ୍ତୀ କଳାକାର ମନୋଜ କୁମାରଙ୍କ ଶେଷକୃତ୍ୟ ସମ୍ପନ୍ନ। ମୁମ୍ଵାଇ ଭିଲେ ପାର୍ଲେରେ ଥିବା ରାଜହଂସ ଶ୍ମଶାନରେ ହୋଇଛି ଅନ୍ତିମ ସଂସ୍କାର । ଶେଷକୃତ୍ୟ ବେଳେ ସାମିଲ ହୋଇଥିଲେ ବଲିଉଡର ଅନେକ କଳାକାର। ଶୋକାକୁଳ ପରିବେଶରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ୮୭ ବର୍ଷ ବୟସରେ ମୁମ୍ବାଇର କୋକିଳାବେନ୍ ହସ୍ପିଟାଲରେ ଆଖି ବୁଜିିଥିଲେ ବର୍ଷିଆନ ଅଭିନେତା ମନୋଜ କୁମାର। ସମଗ୍ର ଦେଶରେ ଦେଶାତ୍ମବୋଧକ ଫିଲ୍ମ ପାଇଁ ଭାରତ କୁମାର ନାଁରେ ତାଙ୍କର ଅଧିକ ପରିଚିତି ରହିଥିଲା। ୧୯୫୭ ମସିହାରେ ଫ୍ୟାସନ୍ ଫିଲ୍ମରୁ ଡେବ୍ୟୁ କରିଥିଲେ ମନୋଜ। ପରେ ପରେ ଷାଠିଏ ଓ ୭୦ ଦଶକରେ ଦେଇଥିଲେ ବହୁ ସୁପରହିଟ୍ ଫିଲ୍ମ।ଉପକାର ଫିଲ୍ମ ପାଇଁ ୧୯୬୭ ମସିହାରେ ତାଙ୍କୁ ଜାତୀୟ ଚଳଚିତ୍ର ପୁରସ୍କାର ମିଳିଥିଲା।

୧୯୬୪ରୁ ୧୯୮୦ ଥିଲା ମନୋଜ କୁମାରଙ୍କ ଏରା। ୧୯୮୧ର କ୍ରାନ୍ତି ଥିଲା ଭାରତୀୟ ସିନେମା ଜଗତର ଅନ୍ୟଏକ ମାଇଲଖୁଣ୍ଟ। ସହିଦ, ସୋର, ରୋଟି କପଡା ଔର ମକାନ, ପୂରବ ଔର ପଶ୍ଚିମ, ମେରା ନାମ ଜୋକର, ଦଶ ନମ୍ବରୀ ସହିତ ଶହେରୁ ଅଧିକ ଫିଲ୍ମରେ ତାଙ୍କର ସୁନ୍ଦର ଅଭିନୟ ଦେଖିବାକୁ ମିଳିଥିଲା। ୧୯୯୨ରେ ଭାରତ ସରକାରଙ୍କ ପକ୍ଷରୁ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। ୧୯୯୯ରେ ଜୀବନ ବ୍ୟାପୀ ସାଧନା ପାଇଁ ଲାଇଫ୍ ଟାଇମ୍ ସମ୍ମାନ ହାସଲ କରିଥିଲେ।୨୦୧୫ରେ ଫିଲ୍ମ ଜଗତର ଶ୍ରେଷ୍ଠ ସମ୍ମାନ, ଦାଦା ସାହେବ ଫାଲକେରେ ସମ୍ମାନିତ ହୋଇଥିଲେ ମନୋଜ କୁମାର। ସେ ମୋଟ୍ ୭ ଥର ଫିଲ୍ମ ଫେୟାର ଆୱାର୍ଡରେ ସମ୍ମାନିତ ହୋଇଛନ୍ତି।

ପୁରୀରେ ଏୟାରପୋର୍ଟ ଅଥରିଟିର ସ୍ୱତନ୍ତ୍ର ଟିମ

ନନ୍ଦିଘୋଷ ବ୍ୟୁରୋ: ପୁରୀରେ ଏୟାରପୋର୍ଟ ଅଥରିଟିର ସ୍ୱତନ୍ତ୍ର ଟିମ। ପ୍ରସ୍ତାବିତ ଶ୍ରୀଜଗନ୍ନାଥ ଗ୍ରୀନଫିଲଡ ବିମାନ ବନ୍ଦର ଅଂଚଳ ବୁଲି ସମୀକ୍ଷା କରିଛି ଟିମ । ଦୀର୍ଘ ଦିନର ବ୍ୟବଧାନ ପରେ ବିମାନ ବନ୍ଦର ପ୍ରାଧିକରଣ ଟିମ ପରିଦର୍ଶନରେ ଆସିବା ପରେ ଗ୍ରୀନଫିଲଡ ବିମାନ ବନ୍ଦର ନିର୍ମାଣ ନେଇ ଆଶା ବଢିଛି । ବିଜେଡି ସରକାର ଅମଳରେ ପୁରୀରେ ଏକ ବିମାନ ବନ୍ଦର ନିର୍ମାଣ ନେଇ ପୂର୍ବତନ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରକୁ ଚିଠି ଲେଖି ଦାବି ଜଣାଇଥିଲେ । ଏହାପରେ କେନ୍ଦ୍ର ପ୍ରକ୍ରିୟା ଚାଲୁରଖିଛି ।

ବିଜେପି ବିଧାୟକ ଜୟ ନାରାୟଣ ମିଶ୍ରଙ୍କୁ ବିଜେଡିର କଡା ସମାଲୋଚନା

ନନ୍ଦିଘୋଷ ବ୍ୟୁରୋ: ବିଜେପି ବିଧାୟକ ଜୟ ନାରାୟଣ ମିଶ୍ରଙ୍କୁ ବିଜେଡିର କଡା ସମାଲୋଚନା। ବିଜେଡି ବିଧାୟକ ଶାରଦା ଜେନା କହିଛନ୍ତି- ଯିଏ ବିଶୃଙ୍ଖଳିତ ଆଚରଣ କରିବ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହେବାର ଆବଶ୍ୟକତା ଅଛି। କିଛି କାର୍ଯ୍ୟାନୁଷ୍ଠାନ ଲୋକ ଦେଖାଣିଆ ହୁଏ ତେ କେତେକ ଯଥାର୍ଥରେ ହୁଏ। ଜୟ ନାରାୟଣ ଯେଉଁ ଆଚରଣ କରିଛନ୍ତି, ତାକୁ ନେଇ ସରକାର କି କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ତାହା ଦେଖିବାକୁ ବାକି ରହିଛି। ଜଣେ ଜନପ୍ରତିନିଧି ହୋଇ ଏହି ବିଶୃଙ୍ଖଳିତ ଆଚରଣ ଯଥାର୍ଥ ନୁହେଁ ବୋଲି କହିଛନ୍ତି ଶାରଦା। ସେପଟେ ଆଇନ ଶୃଙ୍ଖଳା ଭୁଶୁଡିଥିବା ନେଇ ବିରୋଧୀଙ୍କ ଅଭିଯୋଗକୁ ସବୁବେଳେ ଖଣ୍ଡନ କରି ଚାଲିଛନ୍ତି ସରକାର। ରାଜ୍ୟରେ ଆଇନଶୃଙ୍ଖଳା ଠିକ୍ ଅଛି ବୋଲି କହୁଛନ୍ତି ସରକାର। ମାତ୍ର ଜୟନାରାୟଣଙ୍କ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ଜଣାପଡିଯାଇଛି ବୋଲି କହିଛନ୍ତି- ବିଧାୟକ ଗଣେଶ୍ବର ବେହେରା। ସେପଟେ ଜୟନାରାୟଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି।

ଆଇନରେ ପରିଣତ ହେଲା ଅପ୍ରବାସୀ ଓ ବିଦେଶୀ ବିଲ୍-୨୦୨୫

ନନ୍ଦିଘୋଷ ବ୍ୟୁରୋ: ଆଇନରେ ପରିଣତ ହେଲା ଅପ୍ରବାସୀ ଓ ବିଦେଶୀ ବିଲ୍-୨୦୨୫ । ବିଲ୍ ଉପରେ ଶୁକ୍ରବାର ମୋହର ମାରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଫଳରେ ଜାଲ୍ ପାସପୋର୍ଟ ବା ଭିସା ହାସଲ କରି ଭାରତରେ ରହୁଥିବା ଲୋକମାନେ କଠୋର ଦଣ୍ଡର ସମ୍ମୁଖୀନ ହେବେ । ଯେଉଁମାନେ ଶିକ୍ଷା, ପର୍ଯ୍ୟଟନ, ସ୍ବାସ୍ଥ୍ୟସେବା, ବ୍ୟବସାୟ ଆଦି ଲାଗି ଭାରତ ଆସିବେ ସେମାନଙ୍କୁ ସ୍ବାଗତ କରାଯିବ । ମାତ୍ର ଯେଉଁମାନେ ଦେଶ ଲାଗି ବିପଦ ସେମାନଙ୍କ କ୍ଷେତ୍ରରେ କଠୋର ଆଭିମୁଖ୍ୟ ଗ୍ରହଣ କରାଯିବ । ଯେଉଁମାନେ ଦେଶର ନିରାପତ୍ତା ଲାଗି ବିପଦ ସେମାନଙ୍କୁ ଭାରତରେ ପ୍ରବେଶ ଲାଗି ଅନୁମତି ଦିଆଯିବ ନାହିଁ । ଦେଶର ନିରାପତ୍ତା, ଅର୍ଥନୀତି, ବ୍ୟବସାୟର ବିକାଶ ଲାଗି ଏହି ଆଇନ ଉଦ୍ଦିଷ୍ଟ । ନୂଆ ଆଇନ ଯୋଗୁ ମ୍ୟାମାର ଓ ବାଂଲାଦେଶୀ ରୋହିଁଗ୍ୟାମାନଙ୍କ ଅନୁପ୍ରବେଶ ଉପରେ ରୋକ୍ ଲାଗିବ ।  ଭାରତରେ ପ୍ରବେଶ ଲାଗି ବା ରହିବା ଲାଗି ଯେଉଁମାନେ ଜାଲ୍ ପାସପୋର୍ଟ ବା ଭିସା ବ୍ୟବହାର କରୁଛନ୍ତି ସେମାନଙ୍କ ବିରୋଧରେ କଡା ଦଣ୍ଡ ବ୍ୟବସ୍ଥା ରହିଛି । ପ୍ରାୟ ୭ ବର୍ଷ ଜେଲଦଣ୍ଡ ଓ ପ୍ରାୟ ୧୦ ଲକ୍ଷ ଟଙ୍କାର ଜରିମାନା ବ୍ୟବସ୍ଥା ରହିଛି । ହୋଟେଲ, ବିଶ୍ବବିଦ୍ୟାଳୟ, ଶିକ୍ଷା ପ୍ରତିଷ୍ଠାନ, ହସ୍ପିଟାଲ, ନର୍ସିଂହୋମ ବିଦେଶୀଙ୍କ ସମ୍ପର୍କରେ ତଥ୍ଯ ଦେବାକୁ ବାଧ୍ୟତାମୂଳକ କରାଯାଇଛି । ଯଦି କୌଣସି ବ୍ୟକ୍ତି ବିନା ବୈଧ ପାସପୋର୍ଟ ଓ ଟ୍ରାଭେଲ ଡକୁମେଣ୍ଟ ବିନା ଭାରତର ଯେ କୌଣସି ସ୍ଥାନରେ ପ୍ରବେଶ କରନ୍ତି ତେବେ ତାହା ଦେଶର ଆଇନର ଉଲ୍ଲଂଘନ ବୋଲି ବିଚାର କରିବାକୁ ହେବ । ଏକ୍ଷେତ୍ରରେ ୫ ବର୍ଷ ଯାଏ ଜେଲଦଣ୍ଡ ବା ପ୍ରାୟ ୫ ଲକ୍ଷ ଯାଏ ଜରିମାନା କିମ୍ବା ଉଭୟ ଦଣ୍ଡ ମିଳିବ । ବର୍ତ୍ତମାନ ବିଦେଶୀ ଓ ପ୍ରବାସୀଙ୍କ ଲାଗି ଚାରିଟି ଆଇନ ଲାଗୁ ରହିଛି । ନୂଆ ଆଇନ ଆସିବା ପରେ ପାସପୋର୍ଟ ଆଇନ ୧୯୨୦, ବିଦେଶୀଙ୍କ ପଞ୍ଜିକରଣ ଆଇନ ୧୯୩୯, ବିଦେଶୀଙ୍କ ଲାଗି ଉଦ୍ଦିଷ୍ଟ ଆଇନ ୧୯୪୬, ଅପ୍ରବାସୀ ଆଇନ ୨୦୦୦ ହଟିଛି ।

ଝିଅ-ଝିଅ ହାତାହାତି, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

ନନ୍ଦିଘୋଷ ବ୍ୟୁରୋ: ସୋସିଆଲ ମିଡିଆରେ ଏକ ଭିଡିଓ ଏବେ ବେଶ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଦୁଇ ଝିଅ ଗୋଷ୍ଠୀଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ହୋଇଛି । ଏକ ବଡ଼ ମଲରେ ଭିତରେ ଘଟିଛି ଏଭଳି ଘଟଣା । ତେବେ ଏହି ଭିଡିଓଟି ଉତ୍ତରପ୍ରଦେଶର ବୁଲନ୍ଦ ସହରର । ଇଦ୍ ଦିନ ଏହି ଘଟଣା ଘଟିଛି । ଘଟଣାରୁ ଜଣା ପଡ଼ିଛି କି, ଫିଲ୍ମ ’ସିକନ୍ଦର’ ଦେଖିବାକୁ ଯାଇଥିବାବେଳେ ଏଭଳି ଘଟଣା ଘଟିଛି । ଏହାକୁ କେହି ଜଣେ ମୋବାଇଲରେ କଏଦ କରି ଅପଲୋଡ କରିଥିଲେ । ମାତ୍ର ଦୁଇ ଝିଅଙ୍କ ମଧ୍ୟରେ ଯେଭଳି ଟୁଟି ଟଣାଟଣି ଏବଂ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଛି । ଏହାକୁ ୟୁଜର୍ସମାନେ ବହୁଳ ମାତ୍ରାରେ ସେୟାର କରିବା ସହ ଲାଇକ ଏବଂ କମେଣ୍ଟ କରୁଥିବା ଦେଖିବାକୁ ମିଳିଛି ।

ବୁଲନ୍ଦ ସହରର ଏମଏମଏଲ ମଲରେ ଏହି ଘଟଣାଟି ଘଟିଛି । ପ୍ରଥମେ ଦୁଇ ଯୁବତୀଙ୍କ ମଧ୍ୟରେ କୌଣସି ଏକ କଥାକୁ ନେଇ ଯୁକ୍ତି ତର୍କ ହୋଇଥିବା ପରେ ଟୁଟି ଟଣାଟଣି ଏବଂ ମାରାମାରି ପରିସ୍ଥିତି ଉପୁଜିଥିଲା । ତେବେ ସେଠାରେ ଥିବା କିଛି ଲୋକ ସେମାନଙ୍କ ଛଡ଼ାଇଥିଲେ । ସେପଟେ ଏହି ଭିଡିଓଟି ଭାଇରାଲ ହେବା ପରେ ପୋଲିସ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି । କୁହାଯାଇଛି କି, ଯେଉଁମାନେ ଭୁଲ୍ କରିଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଥାନା ପୋଡି ଦେବାକୁ ଜୟନାରାୟଣଙ୍କ ଧମକ !

ନନ୍ଦିଘୋଷ ବ୍ୟୁରୋ: ପୁଣି ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ଧମକ। ଏଥର ଥାନା ପୋଡି ଦେବାକୁ ଜୟନାରାୟଣ ଦେଇଛନ୍ତି ଧମକ। ଏନେଇ ସାଂଘାତିକ ଅଭିଯୋଗ ଆଣିଛନ୍ତି ସମ୍ବଲପୁର ଟାଉନ ଥାନା ଅଧିକାରୀ। ସେ ଅଭିଯୋଗ କରିଛନ୍ତି ଜୟନାରାୟଣ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଛନ୍ତି । ଗତକାଲି ଝଣ୍ଡା ଯାତ୍ରା ସମୟର ହୋଇଥିବା ଗଣ୍ଡଗୋଳକୁ ନେଇ  ଜୟ ନାରାୟଣ ମିଶ୍ର ଧମକ  ଦେଇଛନ୍ତି। ବନ୍ଧୁକ ସହ ବାହାରିବି ଏବଂ ସମସ୍ତଙ୍କୁ ମାରିବି ବୋଲି ଜୟ ଧମକ ଦେଇଥିବା ଅଭିଯୋଗ ହୋଇଛି।

ଆସନ୍ତା ମାସରେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନକୁ ଯିବେ ଭାରତୀୟ ମହାକାଶଚାରୀ ଶୁଭ୍ରାଂଶୁ ଶୁକ୍ଲା

ନନ୍ଦିଘୋଷ ବ୍ୟୁରୋ: ଆସନ୍ତା ମାସରେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ ବା ଆଇଏସଏସକୁ ଯିବେ ଭାରତୀୟ ମହାକାଶଚାରୀ ଶୁଭ୍ରାଂଶୁ ଶୁକ୍ଲା। ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା ପକ୍ଷରୁ ଏହି ବିଷୟ ଘୋଷଣା କରାଯାଇଛି। ଆସନ୍ତା ମାସରେ ହେବାକୁ ଥିବା ନାସାର ଆକ୍ସିଅମ ମିସନ-4 (Ax-4)ରେ ମହାକାଶ ଯିବେ ଶୁଭ୍ରାଂଶୁ। ନାସାର ଏହି ବଡ଼ ନିଷ୍ପତ୍ତି ଭାରତର ମହାକାଶ ମିସନ ଲାଗି ଗୁରୁତ୍ବପୂର୍ଣ୍ଣ ସାବ୍ୟସ୍ତ ହୋଇଛି। ମହାକାଶ ଯାତ୍ରା କ୍ଷେତ୍ରରେ ୧୯୮୪ରେ ୱିଙ୍ଗ କମାଣ୍ଡର ରାକେଶ ଶର୍ମାଙ୍କ ପରେ ଦ୍ବିତୀୟ ଭାରତୀୟ ହେବେ ଶୁଭ୍ରାଂଶୁ।  ଶୁଭ୍ରାଂଶୁ ବର୍ତ୍ତମାନ ଭାରତୀୟ ବାୟୁସେନାର ଗ୍ରୁପ କ୍ୟାପଟେନ ଅଛନ୍ତି। ମହାକାଶ ଯାତ୍ରା କ୍ଷେତ୍ରରେ ବିଶ୍ବର ଆଗଧାଡିରେ ରାଷ୍ଟ୍ରଙ୍କ ସହ ଭାରତର ପ୍ରତିଯୋଗିତା ଚାଲିଥିବାବେଳେ ଶୁଭ୍ରାଂଶୁ ଆଉ ଏକ ନୂଆ ଇତିହାସ ଯୋଡିବେ। ଶୁଭ୍ରାଂଶୁଙ୍କ ସହ ଅନ୍ୟ ଯେଉଁମାନେ ମହାକାଶ ଯିବେ ସେମାନେ ହେଲେ ନାସାର ପୂର୍ବତନ ଆଷ୍ଟ୍ରୋନଟ ପେଗି ହୁଇଟସନ, ପୋଲାଣ୍ଡର ସ୍ଲାଓଜ ଉଜନାନସ୍କି ଓ ହଙ୍ଗେରୀର ତିବୋର କାପୁ।

ଓ୍ବାକଫ ସଂଶୋଧନ ବିଲକୁ ସମର୍ଥନ କରିବା ପଡ଼ିଲା କି ମହଙ୍ଗା ? ବଢ଼ୁଛି ଦଳୀୟ ନେତାଙ୍କ ଇସ୍ତଫା ସଂଖ୍ୟା..

ନନ୍ଦିଘୋଷ ବ୍ୟୁରୋ: ପାରିତ ହୋଇଛି ଓ୍ବାକଫ୍ ସଂଶୋଧନ ବିଲ୍ । ଏହି ବିଲ ପାରିତ ହେବାକୁ ନେଇ ରାଜନୈତିକ ମହଲରେ ତିବ୍ର ଆରୋପ-ପ୍ରତ୍ୟାରୋପ ଚାଲିଛି । ତେବେ ଏହି ଓ୍ବାକଫ ସଂଶୋଧନ ବିଲକୁ ସମର୍ଥନ କରିଥିବା ନୀତିଶ କୁମାରଙ୍କୁ ପଡ଼ୁଛି ମହଙ୍ଗା । ସେ ଏହାକୁ ସମର୍ଥନ କରିବା ପରେ ଦଳର ଜଣଙ୍କ ପରେ ଜଣେ ପୁରୁଖା ନେତାମାନେ ଦଳ ଛାଡ଼ୁଛନ୍ତି । ଆଗକୁ ନିର୍ବାଚନ ଆସୁଥିବାବେଳେ ତାଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଏଯାବତ ୫ ଜଣ ବଡ଼ ନେତା ଦଳ ଛାଡ଼ିଛନ୍ତି । ଏପରିକି ଦଳର ବହୁ ନେତା ଏବେ ନୀତିଶଙ୍କ ବିରୋଧରେ ନାରା ଦେବା ମଧ୍ୟ ଆରମ୍ଭ କରି ଦେଇଛନ୍ତି । ଆଉ କହୁଛନ୍ତି କି, ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଧୋକା ଦେଇଛନ୍ତି ।

ଦଳର ରାଜୁ ନାୟର, ତବରେଜ ସିଦ୍ଧିକ ଅଲିଗ, ନଦିମ ଅଖତର, ମୋହମ୍ମଦ ଶାହନବାଜ ମଲ୍ଲିକ ଏବଂ ମହମ୍ମଦ କାସିମ ଅନସାରୀ ମଲ୍ଲିକ ପ୍ରମୁଖ ଦଳରୁ ଇସ୍ତଫା ଦେଇ ସାରିଛନ୍ତି । ଦଳର ବହୁ ତୁଙ୍ଗ ମୁସଲମାନ ନେତାମାନେ ଇସ୍ତଫା ଦେଉଛନ୍ତି । ତେବେ ଚଳିତ ବର୍ଷ ଶେଷକୁ ରହିଛି ନିର୍ବାଚନ । ଏବେ ଦଳୀୟ ନେତାଙ୍କ ଇସ୍ତଫା ଦଳ ପାଇଁ ଚିନ୍ତାର କାରଣ ପାଲଟିଛି । ରାଜୁ ନାୟାର ତାଙ୍କ ଇସ୍ତଫାପତ୍ରରେ କହିଛନ୍ତି ଯେ ୱାକଫ ସଂଶୋଧନ ବିଲ୍ ପ୍ରତି ଜେଡିୟୁର ସମର୍ଥନ ତାଙ୍କୁ ଗଭୀର ଆଘାତ ଦେଇଛି, ଏହାକୁ ମୁସଲମାନମାନଙ୍କୁ ଅତ୍ୟାଚାର କରୁଥିବା ଏକ କଳା ଆଇନ ବୋଲି କହିଛନ୍ତି। ସେ କହିଛନ୍ତି ଯେ ୱାକଫ ସଂଶୋଧନ ବିଲ୍ ଲୋକସଭାରେ ଗୃହୀତ ହେବା ଏବଂ ସମର୍ଥନ ହେବା ପରେ, ମୁଁ ଜେଡିୟୁରୁ ​​ଇସ୍ତଫା ଦେଉଛି ଏବଂ କହିଛି ଯେ ମୁଁ ଦଳର ସମସ୍ତ ଦାୟିତ୍ୱରୁ ମୁକ୍ତ ହେଉଛି ବୋଲି ଲେଖିଛନ୍ତି । ସେପଟେ ଦଳର ଭୋଟ ବ୍ୟାଙ୍କ ମଧ୍ୟ ମାଇନସ ହେଉଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।

ଆଜିଠାରୁ ଦୁଇ ଦିନ ଧରି ହାଇ ଆଲର୍ଟରେ ବାଲେଶ୍ୱର

ନନ୍ଦିଘୋଷ ବ୍ୟୁରୋ: ଆଜିଠାରୁ ଦୁଇ ଦିନ ଧରି ହାଇ ଆଲର୍ଟରେ ବାଲେଶ୍ୱର। ରାମ ନବମୀ ପାଇଁ 17 ପ୍ଲାଟୁନ ଫୋର୍ସ ମୁତୟନ। ସେଥିମଧ୍ୟରୁ ୩ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ମଧ୍ୟ ମୁତୟନ ହୋଇଛନ୍ତି।। ଯେଉଁଥିରେ RAF, BSF, CRPF ରହିଛନ୍ତି। ଏଥି ସହିତ ଦଙ୍ଗା ନିୟନ୍ତ୍ରଣ ଗାଡ଼ି ବଜ୍ରକୁ  ମଧ୍ୟ ମୁତୟନ କରାଯାଇଛି।ରାମନବମୀ ପାଇଁ ବାଲେଶ୍ୱର, ସୋର, ରେମୁଣା ଉପରେ ଅଧିକ ସତର୍କ ଦୃଷ୍ଟି ରଖାଯାଇଛି।  ଏନେଇ ଗତ ୩ ଦିନ ହେବ ରେମୁଣା, ବାଲେଶ୍ୱର ଓ ସୋରରେ ଫ୍ଲାଗ ମାର୍ଚ୍ଚ କରି ପୋଲିସ ବିଶୃଙ୍ଖଳାକାରୀଙ୍କୁ କଡ଼ା ଚେତାବନୀ ଦେଇଛି। ଆଜିଠାରୁ ସହରର ବଡ଼ ବିଲ୍ଡିଂ ଉପରେ ମଧ୍ୟ ପୋଲିସ ଜଗିବ। ସେହିପରି ସୋସିଆଲ ମିଡିଆ ଉପରେ ଅଧିକ ନଜର ରଖିବା ପାଇଁ ଜଣେ ଡ଼ିଏସପିଙ୍କ ନେତୃତ୍ୱରେ ଏକ ଟିମ ମଧ୍ୟ ପ୍ରସ୍ତୁତ କରାଯାଇଛି ।

ଆତ୍ମହତ୍ୟା ପୂର୍ବର ଭିଡିଓ ଭାଇରାଲ, ସ୍ତ୍ରୀର ନିର୍ଯାତନା ସହିନପାରି ସ୍ବାମୀର ଆତ୍ମହତ୍ୟା ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ: ସ୍ତ୍ରୀର ନିର୍ଯାତନା ସହିନପାରି ସ୍ବାମୀର ଆତ୍ମହତ୍ୟା ଅଭିଯୋଗ। ଆତ୍ମହତ୍ୟା ପୂର୍ବର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଭିଡିଓରେ ବ୍ୟକ୍ତି ଜଣଙ୍କ ନିଜ ପରିଚୟ ରାମଚନ୍ଦ୍ର ବଡ଼ଜେନା କହିବା ସହ ସ୍ତ୍ରୀଙ୍କ ନିର୍ଯାତାନ ପାଇଁ ଆତ୍ମହତ୍ୟା କରୁଛନ୍ତି ବୋଲି କହିଛନ୍ତି। ରାମଚନ୍ଦ୍ର ବଡ଼ଜେନା ଜଂକିଆ ଥାନା ଅଞ୍ଚଳରେ ବିବାହ କରିଥିଲେ। ତାଙ୍କର ଏକ କନ୍ୟା ସନ୍ତାନ ମଧ୍ୟ ଅଛି। ସ୍ତ୍ରୀର ନିର୍ଯାତନା ଅସହ୍ୟ ହେବାରୁ ମୋବାଇଲରେ ଭିଡିଓ ଉତ୍ତୋଳନ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଗତକାଲି ରାତିରେ ଖୋର୍ଦ୍ଧା ଜିଲ୍ଲା ଜଂକିଆ ଥାନା ନରଣଗଡ଼ ଟ୍ରେନ ଲାଇନରେ ତାଙ୍କ ମୃତଦେହ ମିଳିଥିଲା । ରେଲଓ୍ବେ ପୋଲିସ ଏବଂ ଜଂକିଆ ଥାନା ପୋଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଜାରି ରଖିଛି ।