spot_img
Home Blog Page 892

ଶିଶୁଙ୍କୁ ନିର୍ଯାତନା ଅଭିଯୋଗ: ସରକାର ଦେଉଛନ୍ତି ଅନୁଦାନ, ମାତ୍ର ପିଲାଙ୍କ ପାଖରେ ପହଞ୍ଚି ପାରୁନି

ଭଦ୍ରକ: ଶିଶୁଙ୍କ ପାଇଁ ଉଦ୍ଦିଷ୍ଟ ସେବା ମନ୍ଦିରରେ ନିର୍ଯାତନା ଦିଯାଉଥିବା ଅଭିଯୋଗ। ଭଦ୍ରଗ ବ୍ଲକ ଲାଙ୍ଗୁଡିରେ ଅବସ୍ଥିତି ଉତ୍କଳମଣୀ ଦରିଦ୍ର ନାରାୟଣ ସେବା ମନ୍ଦିରରେ ଶିଶୁଙ୍କୁ ନିର୍ଯାତନା ଦିଆଯାଉଥିବା ନେଇ ଆସିଛି ସାଂଘାତିକ ଅଭିଯୋଗ। ଅନୁଷ୍ଠାନର ସଂପାଦକଙ୍କ ସହ କିଛି କର୍ମଚାରୀଙ୍କ ନାମରେ ଅଭିଯୋଗ ଆଣିଛନ୍ତି ଅନୁଷ୍ଠାନର ଅନ୍ତେବାସୀ। ଅନାଥ ଓ ବେସାହାରା ପିଲାଙ୍କୁ ସହାୟତା ଲାଗି ଏହି ଅନୁଷ୍ଠାନକୁ ସରକାରଙ୍କ ତରଫରୁ ଅନୁଦାନ ମିଳୁଛି। ତେବେ ତାହା ପିଲାଙ୍କ ପାଖରେ ଠିକ ଭାବେ ପହଞ୍ଚି ପାରୁନାହିଁ। ପିଲାଙ୍କ ଖାଇବାଠାରୁ ଆରମ୍ଭ କରି ପୋଷକପାତ୍ର ଓ ବ୍ୟବହାର୍ଯ୍ୟ ସାମଗ୍ରୀ ଠିକ ଭାବେ ମିଳୁନଥିବା ଅଭିଯୋଗ ହୋଇଛି। ଅନୁଷ୍ଠାନରେ ପିଲାମାନଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଛି। ଏ ସଂପର୍କରେ ମୁହଁ ଖୋଲିଲେ ପିଲାମାନଙ୍କୁ ବାହାର କରି ଦିଆଯିବାର ଧମକ ଦିଆଯାଉଛି।

ବାରମ୍ବାର ଅଭିଯୋଗ ପରେ କୌଣସି ସୁଫଳ ନମିଳିବାରୁ ଭଦ୍ରକ ଜିଲ୍ଲାପାଳଙ୍କୁ ଭେଟିବା ସହ ଅବ୍ୟବସ୍ଥା ସଂପର୍କରେ ଅବଗତ କରାଇଛନ୍ତି। ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ମହିଳା ଓ ଶିଶୁ ବିକାଶ ବିଭାଗର ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଅନୁଷ୍ଠାନକୁ ଗସ୍ତ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି। ତଦନ୍ତ ପରେ ଯାଞ୍ଚ ରିପୋର୍ଟ ଜିଲ୍ଲାପାଳଙ୍କୁ ଦିଆଯିବ ବୋଲି ସୂଚନା ଦେଇଛନ୍ତି ଭଦ୍ରକ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ। ଅନ୍ୟପଟେ କୁନି କୁନି ପିଲାଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଉତ୍କଳମଣୀ ଦରିଦ୍ର ନାରାୟଣ ସେବା ମନ୍ଦିରର ସଂପାଦକ। ପିଲାଙ୍କୁ ଆବଶ୍ୟକୀୟ ଖାଦ୍ୟପେୟ ଦିଆଯିବ ସହ ଉଚିତ ଯତ୍ନ ନିଆଯାଉଥିବା କହିଛନ୍ତି

ମୁଖ୍ୟମନ୍ତ୍ରୀଙ୍କ ଖୋର୍ଦ୍ଧା ଗସ୍ତକୁ ବିରୋଧ: କଂଗ୍ରେସ କର୍ମୀଙ୍କୁ ଉଠାଇନେଲା ପୋଲିସ

ଖୋର୍ଦ୍ଧା: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଖୋର୍ଦ୍ଧା ଗସ୍ତକୁ ବିରୋଧ । କଳାପତାକା ପ୍ରଦର୍ଶନ ପାଇଁ ପ୍ରସ୍ତୁତି ସମୟରେ କଂଗ୍ରେସ କର୍ମୀଙ୍କୁ ଉଠାଇ ନେଲା ପୋଲିସ । କଂଗ୍ରେସ ନେତ୍ରୀ ସୋନାଲି ସାହୁଙ୍କ ସହ ଅନ୍ୟ କଂଗ୍ରେସ କର୍ମୀଙ୍କୁ ପୋଲିସ ଉଠାଇ ଶିଳ୍ପାଞ୍ଚଳ ଥାନାରେ ଅଟକ ରଖିଛି । ଆଜି ଖୋର୍ଦ୍ଧା ହଳଦୀପଦା ଓ ମୁଣ୍ଡାମ୍ବ କାଳିବେତିଠାରେ ବିଭିନ୍ନ ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ । ତେବେ କଂଗ୍ରେସ କର୍ମୀ ଆଇନଶୃଙ୍ଖଳା ପରିସ୍ଥିତି ଭିଆଇବା ସୂଚନା ପାଇ ପୋଲିସ କଂଗ୍ରେସ କଂଗ୍ରେସ ମୁଖପାତ୍ର ତଥା ଖୋର୍ଦ୍ଧା ବିଧାୟକ ପ୍ରାର୍ଥୀ ସୋନାଲି ସାହୁଙ୍କ ସମେତ ୫ଜଣ ସହଯୋଗୀଙ୍କୁ ଜଟଣୀ ବାଇପାସ ବାସଭବନରୁ ଶିଳ୍ପାଂଚଳ ପୋଲିସ ଉଠାଇ ନେଇଛି।

ସୋନାଲି ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରି ଘର ସମ୍ମୁଖରେ କଳାପତାକା ଦେଖାଇ ସଭାସ୍ଥଳକୁ ବାହାରୁ ଥିବା ବେଳେ ପୋଲିସ ପହଞ୍ଚି ତାଙ୍କୁ ଉଠାଇ ନେଇଥିଲା। ସେହିପରି ଛାତ୍ର ନେତା ସୌମ୍ଯରଂଜନ ବରାଳ ଓ ଅନ୍ୟ ଜଣେ ସହଯୋଗୀଙ୍କୁ ଗଡ଼ଖୋର୍ଦ୍ଧା ତରାବୋଇ ରାସ୍ତାରୁ ଶିଳ୍ପାଂଚଳ ପୋଲିସ ଉଠାଇ ନେଇଥିଲା । ସୌମ୍ୟ ବାଇକରେ ଖୋର୍ଦ୍ଧା ହଳଦୀପଦା ଆଡକୁ ଯାଉଥିବା ଖବରପାଇ ପୋଲିସ ଟିମ ବରୁଣେଇ ରାସ୍ତାରେ ଜଗି ରହିଥିଲେ । ସେ ସେଠାରେ କଳାପତାକା ଦେଖାଇ ଥିଲେ। ସେହିପରି ବରିଷ୍ଠ କଂଗ୍ରେସ ନେତା ବିଶ୍ବଭୂଷଣ ଛୋଟରାୟଙ୍କୁ ଜଙ୍କିଆ ପୋଲିସ ଉଠାଇ ନେଇଛି।

ମହାକାଶରେ ନୂଆ ଇତିହାସ ରଚିବ ଭାରତ: ପ୍ରଥମ ଭାରତୀୟ ଭାବେ ISS ଯାତ୍ରା କରିବେ ଶୁଭ୍ରାଂଶୁ ଶୁକ୍ଲା

ମହାକାଶ କ୍ଷେତ୍ରରେ ଭାରତ ନୂଆ ଇତିହାସ ରଚିବାକୁ ଯାଉଛି । ଗ୍ରୁପ କ୍ୟାପଟେନ ଶୁଭ୍ରାଂଶୁ ଶୁକ୍ଲା Axiom Mission 4 (Ax-4) ଅଧିନରେ ଇଣ୍ଟରନ୍ୟାସନାଲ ସ୍ପେସ ଷ୍ଟସନ (ISS) ଯାତ୍ରା କରିବାରେ ପ୍ରଥମ ଭାରତୀୟ ହେବାକୁ ଯାଉଛନ୍ତି । ଏବେ ଏହି ମିଶନର ଲଞ୍ଚ ତାରିଖ ସାମ୍ନାକୁ ଆସିଛି, ଯାହାକୁ କି ନାସାର ଫ୍ଲାରିଡ଼ା ସ୍ଥିତ କେନେଡୀ ସ୍ପେସ ଷ୍ଟେସନରେ ଲଞ୍ଚ କରାଯିବ । ଭାରତୀୟ ମହାକାଶ ଯାତ୍ରୀ ଗଗନଯାନର ମିଶନର ଅଂଶ ହୋଇଥିବା ବେଳେ, ଆସନ୍ତା ମେ’ରେ କାନେଡୀ ସ୍ପେସ ଷ୍ଟେସନରୁ ISS ପାଇଁ ଯାତ୍ରା କରିବେ । ଏହି ମିଶନର ଇଣ୍ଟରନ୍ୟାସନାଲ ସ୍ପେସ ରିସର୍ଚ୍ଚରେ ଭାରତର ଭାଗିଦାରୀରେ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ । ଭାରତୀୟ ବାୟୁସେନାର ଅନୁଭବୀ ପାଇଲଟ ଶୁଭ୍ରାଂଶ ସ୍ପେସଏକ୍ସ ଡ୍ରାଗନ ସ୍ପେସକ୍ରାଫ୍ଟରେ ମିଶନ ପାଇଲଟ ଭାବେ କାମ କରିବେ । ଶୁଭ୍ରାଂଶୁ ଭାରତର ମହାତ୍ତ୍ବାକାଂକ୍ଷୀ ଗଗନଯାନ ହ୍ୟୁମ୍ୟାନ ସ୍ପେସ ଫ୍ଲାଇଟ ପ୍ରୋଗ୍ରାମ ପାଇଁ ନୋମିନେଟ ହୋଇଥିବା ମହାକାଶ ଯାତ୍ରୀ ମଧ୍ୟ ଅଟନ୍ତି । ନାସାର ପୂର୍ବତନ ଅନ୍ତରୀଣ ଯାତ୍ରୀ ପେଗୀ ହ୍ବିଟସନ ଏକ୍ସ-୪ ମିଶନର ନେତୃତ୍ବ ନେବେ । ଶୁଭ୍ରାଂଶୁଙ୍କ ଭାଗିଦାରିତା ଗ୍ଲୋବାଲ ସ୍ପେସ ରିସର୍ଚ୍ଚରେ ଭାରତର ବଡ଼ ଭୂମିକାକୁ ଦର୍ଶାଉଛି  । ୧୯୮୪ରେ ପ୍ରଥମ ଭାରତୀୟ ଭାବେ ମହାକାଶ ଯାତ୍ରା କରିଥିବା ରାକେଶ ଶର୍ମାଙ୍କ ରାସ୍ତାରେ ଚାଲୁଛନ୍ତି ଶୁଭ୍ରାଂଶୁ  ।

ଅଭାବନୀୟ ଘଟଣା: ୩ ମାସର ଗର୍ଭବତୀଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ବାପଘର ଲୋକେ

ଜଳେଶ୍ବର: ୩ ମାସର ଗର୍ଭବତୀଙ୍କ ସନ୍ଦେହ ଜନକ ମୃତ୍ୟୁ। ବାପଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ। ଅଭାବନୀୟ ଘଟଣାଟି ଘଟିଛି ଜଳେଶ୍ବର କର୍ମଦା ଥାନା କଚୁଆଡି ଗାଁରେ। ମୃତ ମହିଳା ଜଣଙ୍କ ହେଉଛନ୍ତି କଚୁଆଡି ଗାଁର ଚନ୍ଦନ ସିଂଙ୍କ ସ୍ତ୍ରୀ ବନ୍ଦନା ସିଂ। ମହିଳା ଜଣଙ୍କ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ୨୦୨୪ ମସିହା ଡିସେମ୍ବର ୧୪ରେ ବନ୍ଦନା କଚୁଆଡି ଗ୍ରାମର ଭାସ୍କର ସିଂହଙ୍କ ପୁଅ ଚନ୍ଦନ ସିଂହଙ୍କୁ ବିବାହ କରିଥିଲୋ। ଚନ୍ଦନ ବିଦେଶରେ ରହି କାମ କରୁଥିବେଳେ ବନ୍ଦନା ଗାଁରେ ଶାଶୁ ଶ୍ବଶୁରଙ୍କ ପାଖରେ ରହୁଥିଲେ। ଆଜି ବନ୍ଦନାକୁ ଝୁଲନ୍ତା ଅବସ୍ଥାରେ ଦେଖି ଶାଶୁଘର ଲୋକେ ତାଙ୍କୁ ଉଦ୍ଧାର କରି ଜଳେଶ୍ବର ଭୋଟର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲୋ। ସେଠାରେ ଡାକ୍ତର ବନ୍ଦାକୁ ମୃତ ଘୋଷଣା କରିଥିଲୋ। ଅନ୍ୟପଟେ ବନ୍ଦନାଙ୍କ ବାପ ଘର ଲୋକେ ତାଙ୍କୁ ହତ୍ୟା କରି ଟାଙ୍ଗିଦେଇଥିବା ଅଭିଯୋଗ କରିଛନ୍ତି।

ମେଘନାଦ ପାଚେରୀରେ ଥିବା ଐତିହାସିକ କୀର୍ତ୍ତିରାଜିକୁ ଭାଙ୍ଗିଲେ: ସେବାୟତ ମହଲରେ କ୍ଷୋଭ ପ୍ରକାଶ

ପୁରୀ: ପୁରୀ ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ନିକଟ ମେଘନାଦ ପାଚେରୀରେ ଥିବା ଏକ ଐତିହାସିକ କୀର୍ତ୍ତିରାଜିକୁ ଭଙ୍ଗା ଯାଇଥିବା ଦେଖିବାକୁ ମିଳିଛି  । ପାଚେରୀରେ ଥିବା ମଗର ମୁଣ୍ଡକୁ ଭଙ୍ଗା ଯାଇଥିବା ବେଳେ ସେଠାରେ ଏକ ବଡ଼ ପାଇପ ସଂଯୋଗ କରାଯାଇଥିବା ପରିଲକ୍ଷିତ ହୋଇଛି  । ପାଇପ ପଟେ ମନ୍ଦିର ଭିତରର ବର୍ଜ୍ୟ ଜଳ ନିଷ୍କାସିତ ହେଉଥିବା ପରିଲକ୍ଷିତ ହୋଇଅଛି  । ତେବେ ଐତିହାସିକ କୀର୍ତ୍ତିରାଜିକୁ ଭାଙ୍ଗି ଏପରି ନିର୍ମାଣ କରିବା କେତେଦୂର ଯଥାର୍ଥ ବୋଲି ସେବାୟତ ମହଲରେ କ୍ଷୋଭ ପ୍ରକାଶ ପାଇଅଛି  ।

’ପାଦ ଧରି କ୍ଷମା ମାଗୁଛି, ମୋର ଡିଭୋର୍ସ ଦରକାର ନାହିଁ’: ପତିଙ୍କୁ ପିଟିବାର ଭିଡିଓ ଭାଇରାଲ ହେବା ପରେ ଏମିତି ନେହୁରା ହେଲେ ପତ୍ନୀ

ଭୋପାଳ: ବର୍ତ୍ତମାନ ସମୟରେ ପତି-ପତ୍ନୀଙ୍କୁ ନେଇ ଅନେକ ବିବାଦ ଦେଖାଯାଉଥିବା ବେଳେ ଏନେଇ ଅନେକ ଭିଡିଓ ମଧ୍ୟ ଭାଇରାଲ ହୋଇଥାଏ । ତେବେ ଏହା ମଧ୍ୟରେ ମଧ୍ୟପ୍ରଦେଶରୁ ଏକ ଦାମ୍ପତ୍ୟ କଳହ ମାମଲା ସାମ୍ନାକୁ ଆସିଛି । ପତ୍ନୀ ପ୍ରଥମେ ପତିଙ୍କୁ ମାଡ଼ ମାରିଥିଲେ । ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ପତିଙ୍କ ଗୋଡ଼ ଧରି ନେହୁରା ହୋଇଥିଲେ ପତ୍ନୀ । ଏପରିକି ’ମୋତେ ତଲାକ ଦରକାର ନାହିଁ, ଆଗକୁ ଏପରି ଭୁଲ ହେବ ନାହିଁ’ ବୋଲି ପତ୍ନୀ କହୁଥିବା ଦେଖାଯାଇଥିଲା । ମହିଳାଙ୍କ ପତି ଜଣେ ଲୋକୋ ପାଇଲଟ ଅଟନ୍ତି ।

ମଧ୍ୟପ୍ରଦେଶର ସତନାରୁ ଘରୋଇ ହିଂସା ମାମଲାର ଏକ ଭିଡିଓ ସାମ୍ନାକୁ ଆସିଛି । ଭିଡିଓରେ ଜଣେ ପତ୍ନୀ ତାଙ୍କ ପତିଙ୍କୁ ଅମାନବୀୟ ଭାବେ ମାରପିଟ କରୁଥିଲେ । ମହିଳାଙ୍କ ସହ ତାଙ୍କର ଭାଇ ଓ ମା’ ମଧ୍ୟ ଥିଲେ । ସେମାନେ କେବଳ ଛିଡ଼ା ହୋଇ ତମାସା ଦେଖୁଥିଲେ । ହିଡେନ କ୍ୟାମେରା ରେକର୍ଡ ହୋଇଥିବା ପତ୍ନୀଙ୍କ ଏହି ହରକତକୁ ମହିଳାଙ୍କ ପତି ପ୍ରମାଣ ଭାବେ ପୋଲିସକୁ ଦେଇଥିଲେ । ଭିଡିଓ ଭାଇରାଲ ହେବା ପରେ ମହିଳା ଜଣଙ୍କ ପତିଙ୍କୁ କ୍ଷମତା ମାଗିବା ସହ ଆଗକୁ ଏପରି ଭୁଲ ହେବନି ବୋଲି ନେହୁରା ହୋଇଥିଲେ । ୨୦୨୩ରେ ଦମ୍ପତି ବିବାହ କରିଥିଲେ । ମାତ୍ର କିଛି ଦିନ ପରେ ପତ୍ନୀ ଓ ତାଙ୍କ ପରିବାର ଯୌତିକକୁ ନେଇ ପ୍ରତାରଣା କରିଥିଲେ । ପତ୍ନୀ ଅନେକ ଥର ମିଥ୍ୟା କେସର ଧମକ ଦେଇ ମାରପିଟ୍ କରିଥିଲେ ।

ଓଡିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲର ଉଦ୍ଦେଶ୍ୟ ଓ କାରଣ କ’ଣ ?

ଭୁବନେଶ୍ବର: ଆସନ୍ତୁ ଜାଣିବା ଓଡିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲର ଉଦ୍ଦେଶ୍ୟ ଓ କାରଣ କ’ଣ। ଜାତୀୟ ଶିକ୍ଷାନୀତି- ୨୦୨୦ ପ୍ରଣୟନ ପରେ ଏହି ଆଇନର କିଛି ବିଦ୍ୟମାନ ବ୍ୟବସ୍ଥାକୁ ସଂଶୋଧନ କରିବା। ଏଣୁ ଏହାର କିଛି ବ୍ୟବସ୍ଥାକୁ ପୁନଃସମୀକ୍ଷା ଏବଂ ସଂଶୋଧନ କରିବା ।। ସରକାରୀ ବିଶ୍ବବିଦ୍ୟାଳୟ ଗୁଡିକରେ ନ୍ୟାୟିକ ମାମଲା ଯୋଗୁଁ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ଉପୁଜିଥିବା ସ୍ଥାଣୁତାକୁ ଏଡାଇବା ପାଇଁ ତଥା ଅଧିକ ଦକ୍ଷ ଅଧ୍ୟାପକ ନିଯୁକ୍ତି କରିବା ଉଦ୍ଦେଶ୍ୟ। ଠିକ୍ ସମୟରେ ନିଯୁକ୍ତିକୁ ସୁଗମ କରି ପ୍ରକ୍ରିୟାଗତ ପ୍ରତିବନ୍ଧକକୁ ଦୂର କରିବା ପାଇଁ ଶିକ୍ଷାବିତମାନଙ୍କ ଦ୍ବାରା ଗଢ଼ା ଯାଇଥିବା ଏକ କମିଟି ଦ୍ବାରା ବିଶ୍ବବିଦ୍ୟାଳୟଗୁଡ଼ିକରେ ଶିକ୍ଷକ ନିଯୁକ୍ତି କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି  ।

ରାଜ୍ୟରେ ମୋଟ ନାମଲେଖା ଅନୁପାତ ବଢାଇବା ନିମନ୍ତେ ପ୍ରତ୍ୟେକ ବିଶ୍ବବିଦ୍ୟାଳୟରେ “ଦୂର ଶିକ୍ଷା” ପ୍ରଣୟନ କରିବା ବ୍ୟବସ୍ଥା ଏହି ଆଇନରେ ଅନ୍ତର୍ଭୁକ୍ତ କରାଯାଇଛି। ଏହାଦ୍ବାରା, ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଉଚ୍ଚଶିକ୍ଷା ହାସଲ କରିବାର ସୁଯୋଗ ମିଳିବ । ବିଶେଷକରି ସୁଦୂର ଏବଂ ଉପାନ୍ତ ଅଞ୍ଚଳର ଛାତ୍ରଛାତ୍ରୀମାନେ ଲାଭବାନ ହେବେ॥ “ସିନେଟ୍”କୁ ପୁନଃ ଅନ୍ତର୍ଭୁକ୍ତ କରିବାକୁ ନିଷ୍ପତ୍ତି ନିଆଯାଇଛି । ସିନେଟ୍ ହେଉଛି ବିଶ୍ବବିଦ୍ୟାଳୟର ସର୍ବୋଚ୍ଚ ପରାମର୍ଶଦାତା ସଂସ୍ଥା ଯାହାକି ସମସ୍ତ ବର୍ଗର ଅଂଶୀଦାରଙ୍କୁ ନେଇ ଉଚ୍ଚଶିକ୍ଷା କ୍ଷେତ୍ରରେ ସେମାନଙ୍କର ମତାମତ ପ୍ରଦାନ କରିଥାଏ। ଏତଦବ୍ୟତୀତ ସିଣ୍ଡିକେଟରେ ଥିବା ସଦସ୍ୟମାନଙ୍କ ତାଲିକାକୁ ମଧ୍ୟ ସଂଶୋଧନ କରାଯାଇଛି ।। ଜାତୀୟ ଶିକ୍ଷାନୀତି – ୨୦୨୦ର ଲକ୍ଷ୍ୟକୁ ଦୃଷ୍ଟିରେ ରଖି ବିଶ୍ବବିଦ୍ୟାଳୟର କାର୍ଯ୍ୟ ପରିସୀମା ଓ କ୍ଷମତାକୁ ୫୯ ସଂଖ୍ୟକ କାର୍ଯ୍ୟାବଳୀରେ ବ୍ୟାଖ୍ୟା କରାଯାଇଛି।

ଯାହା ଦ୍ବାରା ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷିତ ହେବା ସହ ରୋଜଗାରକ୍ଷମ ହୋଇପାରିବେ ॥ ଓଡିଶା ସାଧାରଣ ଆର୍ଥିକ ନିୟମ କିମ୍ବା ରାଜ୍ୟ ସରକାରଙ୍କ ଅନ୍ୟ କୌଣସି ବ୍ୟବସ୍ଥା ତଥା ଆର୍ଥିକ ଶକ୍ତି ନିୟମାବଳୀ କିମ୍ବା ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ଅନୁଯାୟୀ ବିଶ୍ବବିଦ୍ୟାଳୟରେ ଆର୍ଥିକ ପରିଚାଳନାର ବ୍ୟବସ୍ଥାକୁ ସୁଦୃଢ କରିବା ନିମନ୍ତେ ଅର୍ଥ କମିଟିକୁ ଏହି ଆଇନରେ ଅନ୍ତର୍ଭୁକ୍ତ କରାଯାଇଛି।। ଭିତ୍ତିଭୂମିର ଆବଶ୍ୟକ‌ତା ତଥା ବିଶ୍ବବିଦ୍ୟାଳୟରେ ଚାଲିଥିବା ସମସ୍ତ ଭିଭିଭୂମି ବିକାଶ ପ୍ରକଳ୍ପ ଗୁଡିକର ଅଗ୍ରଗତିର ସମୀକ୍ଷା ଏବଂ ଯାଞ୍ଚ ନିମନ୍ତେ କୋଠାବାଡ଼ି ଓ ନିର୍ମାଣ କମିଟିର ପ୍ରସ୍ତାବ ରଖାଯାଇଛି ।। କୁଳପତିଙ୍କ ବୟସ ସୀମା ୬୭ ବର୍ଷରୁ ୭୦ ବର୍ଷକୁ ବୃଦ୍ଧି କରାଯାଇଛି। ବିଶ୍ବବିଦ୍ୟାଳୟ ପ୍ରଶାସନରେ ଜାତୀୟ ଓ ଅନ୍ତର୍ଜାତୀୟ ବିଶ୍ବବିଦ୍ୟାଳୟର ବ୍ୟବସ୍ଥା ଅନୁଯାୟୀ ଜଣେ ପ୍ରବୁଦ୍ଧ ତଥା ପ୍ରବୀଣ ଶୈକ୍ଷିକ ନେତୃତ୍ବଙ୍କୁ ଅନ୍ତର୍ଭୁକ୍ତ କରିବା ଏହାର ମୂଳ ଲକ୍ଷ୍ୟ ଅଟେ ॥ କୁଳପତି ଚୟନ ନିମନ୍ତେ ଏକ କମିଟି ତିନିଜଣ ସଦସ୍ୟଙ୍କୁ ନେଇ ଗଠିତ ହେବ । ଏଥିପାଇଁ ତିନିଜଣ ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରୁ ଉଚ୍ଚଶିକ୍ଷା କ୍ଷେତ୍ରରେ ସରକାରଙ୍କ ଦ୍ବାରା ସୁପାରିଶ କରାଯାଇଥିବା ଜଣେ ସଦସ୍ୟଙ୍କୁ ଏହି କମିଟିର ଅଧ୍ୟକ୍ଷ ଭାବେ କୁଳାଧିପତି ମନୋନୀତ କରିବେ ।

ଦ୍ଵିତୀୟ ସଦସ୍ୟ ଉଚ୍ଚଶିକ୍ଷା କ୍ଷେତ୍ରରେ ଜଣେ ପ୍ରତିଷ୍ଠିତ ବ୍ୟକ୍ତି ହୋଇଥିବେ ଯାହାଙ୍କୁ UGCର ଅଧ୍ୟକ୍ଷ ମନୋନୀତ କରିବେ | ତୃତୀୟ ସଦସ୍ୟ ମଧ୍ୟ ଉଚ୍ଚଶିକ୍ଷା କ୍ଷେତ୍ରରେ ଜଣେ ପ୍ରତିଷ୍ଠିତ ବ୍ୟକ୍ତି ହୋଇଥିବେ ଯିଏକି ସିଣ୍ଡିକେଟ୍ ତରଫରୁ ସଦସ୍ୟ ଭାବରେ ମନୋନୀତ ହେବେ | ଏହାଦ୍ବାରା ମନୋନୟନ ପ୍ରକ୍ରିୟା ଅଧିକ ପାରଦର୍ଶୀ, ସ୍ବଚ୍ଛ ଓ ଦକ୍ଷତା ଆଧାରିତ ହେବ । ଏହି ପ୍ରକ୍ରିୟାରେ ସରକାରୀ ନିୟନ୍ତ୍ରଣ ହ୍ରାସ ପାଇବ ॥ UGC ଦ୍ବାରା ଗ୍ରହଣ କରାଯାଇଥିବା ନୀତିଗୁଡିକୁ ଅନୁସରଣ କରି ବିଶ୍ବବିଦ୍ୟାଳୟକୁ ବିଶ୍ବମାନର ଶିକ୍ଷାନୁଷ୍ଠାନରେ ପରିଣତ କରିବାପାଇଁ ଲକ୍ଷ୍ୟ ରଖାଯାଇଛି ॥ ରାଜ୍ୟରେ ଅଧିକ ସଂଖ୍ୟକ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ତଥା ରାଜ୍ୟର ମହାବିଦ୍ୟାଳୟଗୁଡିକୁ ବିଶ୍ବବିଦ୍ୟାଳୟ ସ୍ଥିତିକୁ ଉନ୍ନୀତ କରି ମୋଟ ନାମଲେଖା ଅନୁପାତକୁ ବୃଦ୍ଧି କରିବା ଅନ୍ୟତମ ଲକ୍ଷ୍ୟ ॥ ବିଶ୍ବବିଦ୍ୟାଳୟଦ୍ବାରା ପ୍ରାପ୍ତ କିମ୍ବା ଉତ୍ପାଦିତ ସମସ୍ତ ପରିମାଣର ଅର୍ଥରାଶି ଭାରତର ନିୟନ୍ତ୍ରକ ଓ ମହାଲେଖା ପରୀକ୍ଷକଙ୍କ (CAG) ଦ୍ବାରା ଅଡିଟ୍ କରାଯାଇ ତାହାର ବିବରଣୀ ଓଡ଼ିଶା ବିଧାନସଭା ସମ୍ମୁଖରେ ଉପସ୍ଥାପନ କରାଯିବା ସହ ପବ୍ଲିକ ଆକାଉଣ୍ଟସ କମିଟିରେ ମଧ୍ୟ ଆଲୋଚନା କରାଯିବା ନିମନ୍ତେ ପ୍ରସ୍ତାବ ଦିଆଯାଇଛି ।

ଚଞ୍ଚକତାପୂର୍ଣ୍ଣ ବିଲ ଆଣିଛନ୍ତି ବିଜେପି ସରକାର, ବିଲରେ ଗଭର୍ଣ୍ଣରଙ୍କ ପାୱାରକୁ ହ୍ରାସ କରି ଦିଆଯାଇଛି: ବିଜେଡି

ଭୁବନେଶ୍ବର: ରାତି ସାରା ଚାଲିଲା ବିଧାନସଭା। ବିଶ୍ଵବିଦ୍ୟାଳୟ ବିଲ ନେଇ ସାରା ରାତି ଚାଲିଥିଲା ବିଧାନସଭା। ବିଜେଡି ବିଧାୟକ ଅରୁଣ ସାହୁ, ରଣେନ୍ଦ୍ର ପ୍ରତାପ ସ୍ଵାଇଁ ବିଲ ନେଇ ଆଲୋଚନା କରିଥିଲେ। ଦୀର୍ଘ ଘଣ୍ଟାର ଆଲୋଚନା ପରେ ସକାଳ ୬ଟା ୨୫ ମିନିଟରେ ବିଲ ପାସ ହୋଇଥିଲା। ବିଶ୍ୱ ବିଦ୍ୟାଳୟ ସଂଶୋଧନ ବିଲ 2024 ପାରିତ ହେବା ପରେ ବିଜେଡି ବିଧାୟକ ଅରୁଣ ସାହୁ ପ୍ରତିକ୍ରିୟାରେ କହିଛନ୍ତି, ଚଞ୍ଚକତାପୂର୍ଣ୍ଣ ବିଲ ଆଣିଛନ୍ତି ବିଜେପି ସରକାର। 2024ରେ ଯେଉଁ ବିଲ ଅଣା ଯାଇଛି 1989ର ବିଲକୁ ସଂଶୋଧନ କରାଯାଇଛି। ବିଲର ବୈଧତା କଣ ଅଛି ପରବର୍ତ୍ତୀ ସମୟରେ ସୁପ୍ରିମକୋର୍ଟ ରେ ଆଲୋଚନା ହେବ। ବିଲରେ ଗଭର୍ଣ୍ଣରଙ୍କ ପାୱାରକୁ ହ୍ରାସ କରି ଦିଆଯାଇଛି। ୟୁଜିସିର ଡ୍ରାଫ୍ଟ ଗାଇଡ଼ଲାଇନ, NEPର ଗାଇଡ଼ ଲାଇନ ଓ ନୂଆ ବିଲ ମଧ୍ୟରେ ତାଳମେଳ ନାହିଁ। ଯେହେତୁ 4 ବର୍ଷ ତଳେ ବିଜେପି ବିରୋଧରେ ଥିଲେ ୟୁଜିସିକୁ ଲଗେଇ ମାମଲା କରିଥିଲେ। ତେଣୁ ନିଜ ଜିଦ ରକ୍ଷା ପାଇଁ ବିଲ ଆଣି ତରବରିଆ ଭାବେ ସଂଖ୍ୟା ବଳରେ ପାସ କରିଛନ୍ତି। ବିଲ ଉପରେ ସାଢେ 12 ଘଣ୍ଟା ଆଲୋଚନା ହେଲା। ଆହୁରି ହୋଇ ପାରିଥାନ୍ତା ହେଲେ ସେତିକି ସୁଯୋଗ ଦିଆଯାଉନି। ସେ କେବଳ 3 ଘଣ୍ଟା 10 ମିନିଟ ଆଲୋଚନାରେ ଭାଗ ନେଇଛନ୍ତି ବୋଲି କହିଥିଲେ ବିଜେଡି ବିଧାୟକ ଅରୁଣ ସାହୁ।…

ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ରଙ୍ଗ ବଦଳାଯିବା ପ୍ରସଙ୍ଗ: ପୁଣି ତରବରିଆ ଭାବେ ବଦଳିଲା ରଙ୍ଗ

କଟକ : କଟକ ମହାନଦୀ ବିହାରରେ ଥିବା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିର ରଙ୍ଗ ଉତ୍କଳ ଦିବସ ଅବସରରେ ପରିବର୍ତ୍ତନ କରାଯାଇଥିଲା। କିଏ କାହିଁକି ରଙ୍ଗ ପରିବର୍ତ୍ତନ କଲା ସେ ନେଇ ଆଲୋଚନା ଓ ସମାଲୋଚନା କରିଥିଲେ ବୁଦ୍ଧିଜୀବୀ। ସମାଲୋଚନା ପରେ ଗତକାଲି ବିଳମ୍ବିତ ରାତିରେ ପୁଣି ତରବରିଆ ଭାବେ ବିଜୁବାବୁଙ୍କ ପ୍ରତିମୂର୍ତ୍ତିର ରଙ୍ଗ ବଦଳାଯାଇଛି। ପୁଣି ପୁର୍ବରୁ ଥିବା ମୂଳ ରଙ୍ଗରେ ପ୍ରତିମୂର୍ତ୍ତୀିକୁ ମୂଳ ରଙ୍ଗ କରାଯାଇଛି ମୂର୍ତ୍ତି ।

ପୋଲିସକୁ ନାକେଦମ୍ କଲେ ବାଲି ମାଫିଆା: ୨୦ କିମି ପର୍ଯ୍ୟନ୍ତ ଚାଲିଲା ଚକାଭଉଁରୀ ଖେଳ

ଉଦଳା: ବାଲିମାଫିଆଙ୍କ ଦୌରାତ୍ମ୍ୟ। ମୟୂରଭଞ୍ଜ ଖୁଣ୍ଟା ଅଞ୍ଚଚଳରେ ବାଲିଘାଟରେ ପହଞ୍ଚି ବାଲି ବୋଝେଇ ଟ୍ରାକ୍ଟର ଜବତ କରିବା ସମୟରେ ଟ୍ରାକ୍ଟରକୁ ଖସାଇ ନେଲେ ମାଫିଆ। ଯାହା ପରେ ପୋଲିସକୁ ନାକେଦମ କରି ୨୦ କିଲୋମିଟର ବୁଲାଇଲେ। ଏଭଳି ଘଟଣା ଘଟିଛି ଖୁଣ୍ଟା ଥାନା ଚିଲିମା ଗାଁରେ। ନଦୀରୁ ବେଆଇନ ବାଲି ଉତ୍ତୋଳନ ଖବର ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ବେନିୟମ ଭାବେ ଚୋରା ଚାଲାଣ ପାଇଁ ବାଲି ବୋଝେଇ ଥିବା ଟ୍ରାକ୍ଟରକୁ ଜବତ କରିଥିଲେ।ଗାଡିଟିକୁ ଜବତ କରିବା ପରେ ବାଲି ମାଫିଆ ତଥା ଟ୍ରାକ୍ଟର ମାଲିକ ପହଞ୍ଚି ଟ୍ରାକ୍ଟର ସାଇଡ କରିବା ବାହାନାରେ ବାଲି ବୋଝେଇ ଟ୍ରାକ୍ଟର ନେଇ ଚମ୍ପଟ ମାରିଥିଲେ। ଯାହାକୁ ପୋଲିସ ପିଛା କରିଥିବା ବେଳେ ବାଲି ମାଫିଆ ପୋଲିସକୁ ପ୍ରାୟ ୨୦ କିଲୋମିଟରରୁ ଅଧିକ ରାସ୍ତା ବୁଲାଇଥିଲେ। ଗୋଟିଏ ଗାଁରୁ ଅନ୍ୟ ଗାଁ ପଶିବା ସହିତ ଵିଲ ରାସ୍ତା ଦେଇ ଗାଡି ନେଇ ଖସି ଯିବାକୁ ଚେଷ୍ଟା କରିଥିଲେ। ପୋଲିସକୁ ୨୦ କିଲୋମିଟରରୁ ଅଧିକ ରାସ୍ତା ନାକେଦମ କରି ଚକା ଭଉଁରୀ ବୁଲାଇବା ପରେ ଶେଷରେ ସେହି ଚିଲିମା ଗ୍ରାମ ନିକଟରେ ପୋଲିସ ହାବୁଡ଼ରେ ପଡିବା ଡରରେ ମାଫିଆ ଟ୍ରାକ୍ଟର ଛାଡି ଫେରାର ହୋଇଯାଇଥିଲା। ଯାହା ପରେ ପୋଲିସ ଟ୍ରାକ୍ଟରକୁ ଜବତ କରି ଥାନାକୁ ଆଣିଛି। ହେଲେ ଟ୍ରାକ୍ଟର ର କୌଣସି ନମ୍ବର ନାହିଁ ଅର୍ଥାତ ଟ୍ରାକ୍ଟର ଟି ବିନା ନମ୍ବରରେ ଚାଲୁଥିଲା।