spot_img
Home Blog Page 898

ବଢ଼ିବ CNG-PNG ଦର! କେନ୍ଦ୍ର ସରକାର ନେଲେ ବଡ଼ ନିଷ୍ପତ୍ତି

ଆଗାମୀ ଦିନରେ ପିଏନସି ଓ ସିଏନଜି ଦର ବଢ଼ିବାର ସମ୍ଭାବନା ରହିଛି । ଏନେଇ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ସରକାର ଏହି ଦୁଇପ୍ରକାର ଗ୍ୟାସ ପ୍ରସ୍ତୁତିରେ ବ୍ୟବହାର ହେଉଥିବା କଞ୍ଚାମାଲ ଦରରେ ବୃଦ୍ଧି କରିଛନ୍ତି । ନୂଆ ଦର ଏପ୍ରିଲ ୧ରୁ ଲାଗୁ ହୋଇଯାଇଛି । ପ୍ରକୃତ କଥା ହେଉଛି, ସରକାର ଏଡମିନିଷ୍ଟର୍ସ ପ୍ରାଇସିଂ ମେକାନିଜମ ବା ଏପିଏମ ଅଧୀନରେ ଆସୁଥିବା ପୁରୁଣା କ୍ଷେତ୍ରରୁ ଉତ୍ପାଦିତ ପ୍ରାକୃତିକ ଗ୍ୟାସର ଦର ୪ ପ୍ରତିଶତ ବୃଦ୍ଧି କରିଛନ୍ତି । ଏହି କ୍ଷେତ୍ରମାନଙ୍କରୁ ଉତ୍ପାଦିତ ଗ୍ୟାସ ସିନଜି, ବିଜୁଳି ଓ ଖାଦର ଉତ୍ପାଦନ ପାଇଁ ପ୍ରମୁଖ କଞ୍ଚାମାଲ ହୋଇଥାଏ । ଏପରି ସ୍ଥିତିରେ ଏପିଏମ ଗ୍ୟାସର ଦର ବଢ଼ିବା ଫଳରେ ସିଏନଜିର ଦାମ୍ ବୃଦ୍ଧି ଦେଖିବାକୁ ମିଳିପାରେ ।

’ଭାରତକୁ ୨୦୨୭ ବିଶ୍ବକପ ଜିତାଇବା ମୋର ଲକ୍ଷ୍ୟ’: ସାମ୍ନାକୁ ଆସିଲା ବିରାଟଙ୍କ ୧୫ ସେକେଣ୍ଡର ଭିଡିଓ

ମାତ୍ର ୧୫ ସେକେଣ୍ଡ ମଧ୍ୟରେ ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଫ୍ୟାନ୍ସଙ୍କୁ ଦେଇଛନ୍ତି ଏକ ବଡ଼ ଖୁସି । ବିରାଟଙ୍କ ଅବସରକୁ ନେଇ ଚର୍ଚ୍ଚା ଜାରି ରହିଥିବା ବେଳେ ଏବେ ତାହା ସ୍ପଷ୍ଟ ହୋଇଯାଇଛି । ୨୦୨୭ ବିଶ୍ବକପ ଖେଳିବା ପାଇଁ ବିରାଟ ପ୍ରସ୍ତୁତ ହେଉଛନ୍ତି । ଭାରତକୁ ବିଶ୍ବବିଜୟୀ କରାଇବା ବିରାଟଙ୍କ ଲକ୍ଷ୍ୟ ବୋଲି ସେ କହିଛନ୍ତି । ଏହା ମଧ୍ୟରେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ୧୫ ସେକେଣ୍ଡର ଭିଡିଓ ଏକ ବଡ଼ ସଙ୍କେତ ଦେଇଛି । ସେ ୨୦୨୭ ବିଶ୍ବକପ୍ କେବଳ ଖେଳିବେନି, ବରଂ ଭାରତକୁ ଜିତାଇବେ ବୋଲି ବିରାଟ କହୁଥିବା ଭିଡିଓରୁ ଜଣାପଡ଼ିଛି ।

ସନ୍ନ୍ୟାସ ଠାରୁ ସେ ଏବେ ବହୁ ଦୂରରେ ରହିଥିବା ବିରାଟ ସ୍ପଷ୍ଟ ଭାବେ କହିଛନ୍ତି । ଭାରତକୁ ୨୦୨୭ ବିଶ୍ବକପରେ ଜିତାଇବା ପାଇଁ ଲକ୍ଷ୍ୟ ରଖିଥିବା ବିରାଟ ଏବେ ଆଇପିଏଲ ଖେଳୁଛନ୍ତି । ସେ ଆରସିବି ପାଇଁ ଖେଳୁଛନ୍ତି । ବିରାଟଙ୍କ ଫ୍ରାଞ୍ଚାଇଜି ଏବେ ୨ଟି ମ୍ୟାଚ ଜିତି ସାରିଛି । ଉକ୍ତ ଦୁଇ ମ୍ୟାଚରେ ବିରାଟ ଦୁଇଟି ଅର୍ଦ୍ଧଶତକ ହାସଲ କରିଥିଲେ ।

IPL ମଧ୍ୟରେ ନୂଆ କେନ୍ଦ୍ରୀୟ ଚୁକ୍ତି ଘୋଷଣା: ବାଦ୍ ପଡ଼ିଲେ ଏହ ତିନି କ୍ରିକେଟର

IPL ୨୦୨୫ ଏବେ ଜାରି ରହିଥିବା ବେଳେ ଏହା ମଧ୍ୟରେ ନୂଆ କେନ୍ଦ୍ରୀୟ ଚୁକ୍ତି ଘୋଷଣା କରାଯାଇଛି । ସବୁଠାରୁ ବଡ଼ କଥା ହେଉଛି, ଏଥରୁ ୩ ଜଣ କ୍ରିକେଟର ବାଦ୍ ପଡ଼ିଛନ୍ତି । ତେଣୁ ଏହି ଘୋଷଣା ପରେ ଏବେ ଏହି ଖେଳାଳିମାନେ ପ୍ରଭାବିତ ହେବାର ସମ୍ଭାବନା ରହିଛି । ୩ ଜଣ ଖେଳାଳିଙ୍କ ମଧ୍ୟରୁ ୨ ଜଣ ଚାମ୍ପିୟନ୍ସ ଟ୍ରଫି ଟିମର ଅଂଶ ଥିଲେ । ଅଷ୍ଟ୍ରେଲିଆର ଅଧିକାଂଶ ଖେଳାଳି ଏବେ ଆଇପିଲ ଖେଳୁଛନ୍ତି । ଅନ୍ୟପଟେ ଖେଳାଳିଙ୍କ ପାଇଁ ଦେଶର କ୍ରିକେଟ ବୋର୍ଡ ନୂଆ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ଘୋଷଣା କରିଛି । ସବୁଠାରୁ ବଡ଼ କଥା ହେଉଛି, ୩ ଜଣ ନୂଆ ଖେଳାଳିଙ୍କୁ କେନ୍ଦ୍ରୀୟ ଚୁକ୍ତିରେ ସ୍ଥାନ ମିଳିଛି । ଅନ୍ୟ ୩ ଜଣଙ୍କୁ ଏଥିରୁ ବାହାର କରାଯାଇଛି ।

ସାମ କନଷ୍ଟସ, ମ୍ୟାଟ କୁହ୍ନେମନ ଓ ବ୍ୟୁ ଓ୍ବେବଷ୍ଟରଙ୍କୁ କେନ୍ଦ୍ରୀୟ ଚୁକ୍ତିରେ ସ୍ଥାନ ମିଳିଛି । ନୂଆ ଲିଷ୍ଟରେ ୨୩ ଜଣ ଖେଳାଳି ସାମିଲ ହୋଇଥିବା ବେଳେ ସେଥିରୁ ୩ ଜଣ ବାଦ୍ କରିଛନ୍ତି । ବାଦ୍ ପଡ଼ିଥିବା ଖେଳାଳିଙ୍କ ମଧ୍ୟରେ ଟୋଡ ମର୍ଫି, ଶନ ଏବଟ ଓ ଆରୋନ ହାର୍ଡିଙ୍କ ନାମ ସାମିଲ ରହିଛି । ଆରୋନ ଓ ଏବଟ ଚାମ୍ପିୟନ୍ସ ଟ୍ରଫି ଖେଳିଥିବା ଅଷ୍ଟ୍ରେଲିଆ ଟିମର ସଦସ୍ୟ ଥିଲେ । ମାତ୍ର ସେମାନଙ୍କୁ ଗୋଟିଏ ବି ମ୍ୟାଚ ଖେଳିବାକୁ ସୁଯୋଗ ମିଳିନଥିଲା ।

ବଢ଼ୁଛି ମିଆଁମାର ଭୂକମ୍ପ ମୃତକଙ୍କ ସଂଖ୍ୟା: ମୃତ୍ୟୁସଂଖ୍ୟା ୨ ହଜାର ଟପିଲା, ଆହତଙ୍କ ସଂଖ୍ୟା ୪ ହଜାର

ମିଆଁମାରରେ ଘଟିଥିବା ପ୍ରଳୟଙ୍କରୀ ଭୂକମ୍ପ ମୃତ୍ୟୁ ସଂଖ୍ୟା ହେଲା ୨ ହଜାର ୫୬ । ଆହତଙ୍କ ସଂଖ୍ୟା ପ୍ରାୟ ଚାରି ହଜାର । ମତ ମାର୍ଚ୍ଚ ୨୮ରେ ଘଟିଥିବା ବିଭୀଷିକାରେ ବର୍ତ୍ତମାନ ସୁଦ୍ଧା ୨୭୦ ଜଣ ନିଖୋଜ ଥିବା ସୂଚନା ମିଳିଛି । ସେପଟେ ମିଆଁମାରର ଜୁଣ୍ଟା ସରକାର ମୃତକଙ୍କ ଉଦ୍ଦେଶ୍ୟରେ ସାତଦିନିଆ ଜାତୀୟ ଶୋକ ସପ୍ତାହ ପାଳନ କରୁଛି । ୭.୭ ତୀବ୍ରତାର ଭୂକମ୍ପରେ ଛାରଖାର ହୋଇଯାଇଥିଲା ମିଆଁମାର । ଏହାର ପ୍ରଭାବ ଥାଇଲାଣ୍ଡ, ଭାରତ, ଚୀନ, ବାଂଲାଦେଶରେ ପଡିଥିଲା । ଏବେ ବି ଅନେକ ମୃତଦେହ ଭଗ୍ନସ୍ତୂପ ତଳେ ପୋତି ହୋଇଥିବା କୁହାଯାଉଛି ।

ବ୍ୟାଙ୍କକରେ ଏକ ଭଗ୍ନକୋଠା ଭିତରେ ୭୬ ଜଣ ଲୋକ ପୋତିହୋଇଯାଇଥିବା ଆଶଙ୍କା କରାଯାଉଛି । ବର୍ତ୍ତମାନ ସୁଦ୍ଧା ଧ୍ବଂସସ୍ତୂପକୁ ବାହାର କରାଯାଇ ନଥିବାରୁ ମୃତାହତଙ୍କ ସମ୍ପର୍କରେ ସବିଶେଷ ସୂଚନା ମିଳିପାରିନାହିଁ । ଥାଇଲାଣ୍ଡର ମୋଟ ମୃତ୍ୟୁ ସଂଖ୍ୟା ୧୮ ବୋଲିସୂଚନା ମିଳିଛି । ଭୂକମ୍ପ ବେଳେ ଅନେକ ସ୍ଥାନରେ ଶୁକ୍ରବାର ପ୍ରାର୍ଥନା ଚାଲିଥିବାରୁ ୭୦୦ରୁ ଅଧିକ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିଲା । ଭୂକମ୍ପରେ ଅନେକ ମସଜିଦ ବି ଧୂଳିସାତ ହୋଇଛି । ତେଣେ ଜାତିସଂଘ ପକ୍ଷରୁ ମିଆଁମାରକୁ ସହାୟତା ଘୋଷଣା କରାଯାଇଛି । ୨୦୨୧ରେ ମିଆଁମାରରେ ନୋବେଲ ବିଜୟିନୀ ଅଙ୍ଗ ସାନ ସୁ କିଙ୍କୁ ହଟାଇ ସାମରିକ ଶାସନ ଲାଗୁ କରିଥିଲା ଜୁଣ୍ଟା ସରକାର । ସେବଠାରୁ ଦେଶରେ ଗୃହଯୁଦ୍ଧ ସ୍ଥିତି ଲାଗୁ ରହିଛି ।

ଜୈସ-ଏ-ମହମ୍ମଦ ଓ ଲସ୍କର-ଏ-ତୋଏବା ସଂଗଠନ ମଧ୍ୟରେ ବିବାଦ: ବଢ଼ିଲା ଭାରତର ଚିନ୍ତା

ଦକ୍ଷିଣ ଏସିଆରେ ଆକ୍ରମଣ ନେଇ ଦୁଇ ଆତଙ୍କବାଦୀ ସଂଗଠନ ମଧ୍ୟରେ ମତପାର୍ଥକ୍ୟ । ଜୈସ-ଏ-ମହମ୍ମଦ ଓ ଲସ୍କର-ଏ-ତୋଏବା ସଂଗଠନ ମଧ୍ୟରେ ଏନେଇ ବିବାଦ ସୃଷ୍ଟି ହୋଇଛି । ଜାମ୍ମୁ ଓ କାଶ୍ମୀରର ବିଭିନ୍ନ ଅଞ୍ଚଳ ଦେଇ ଜୈସ ସଂଗଠନ କର୍ମୀମାନଙ୍କୁ ପ୍ରବେଶ କରାଇବା ଲାଗି ପାକିସ୍ତାନ ପକ୍ଷରୁ ଉଦ୍ୟମ ଜାରି ରହିଥିବାବେଳେ ଆଦର୍ଶଗତ କାରଣରୁ ଦୁଇ ସଂଗଠନ ମଧ୍ୟରେ ପାର୍ଥକ୍ୟ ସୃଷ୍ଟି ହୋଇଥିବା କୁହାଯାଇଛି । ଦୁଇ ସଂଗଠନ ମଧ୍ୟରେ ବୁଝାମଣା ଲାଗି ପାକିସ୍ତାନ ଉଦ୍ୟମ କରିଥିଲେ ବି ତାହା ବିଫଳ ହୋଇଛି । ସେପଟେ ଗତ କିଛି ମାସରେ ଭାରତକୁ ବହୁ ସଂଖ୍ୟକ ଜୈସ ଆତଙ୍କୀ ପ୍ରବେଶ କରିଛନ୍ତି ବୋଲି ସୂଚନା ମିଳିଛି । ଜୈସ ସଂଗଠନ ସୁନ୍ନୀ ଇସଲାମପନ୍ଥୀ ହୋଇଥିବାବେଳେ ଏହା ଦେଓବନ୍ଦୀ ବିଶ୍ବାସୀ । ସେପଟେ ଲସ୍କର ସଂଗଠନ ହେଉଛି ଶାହ ଓ୍ବାଲିହୁଲ୍ଲା ଦେହଲାବିଙ୍କ ଆଦର୍ଶରେ ଅନୁପ୍ରାଣୀତ ଆହ୍ଲ-ଇ-ହାଦିଥ ଅନୁଗାମୀ । ଦୁଇ ସଂଗଠନ ମଧ୍ୟରେ ଲଢେଇ ଯୋଗୁ ପାକିସ୍ତାନରେ ହତ୍ୟା ଘଟଣା ବୃଦ୍ଧି ପାଇଛି ।

ଗତ ୩୦ ତାରିଖରେ ଭାରତର ମୋଷ୍ଟ ଓ୍ବାଣ୍ଟେଡ ହାଫିଜ ସୟିଦଙ୍କ ସମ୍ପର୍କୀୟ ତଥା ଆତଙ୍କବାଦୀ ସଂଗଠନକୁ ପାଣ୍ଠି ପ୍ରଦାନ କରୁଥିବା କାରି ଅବଦୁ ରେହମାନକୁ ଏହି କାରଣରୁ କରାଚୀରେ ଗୁଳି କରି ହତ୍ୟା କରାଯାଇଥିଲା । ଜାମ୍ମୁ ଓ କାଶ୍ମୀରର କାଠୁଆରେ ବହୁ ସଂଖ୍ୟକ ଜୈସ ସଂଗଠନ କର୍ମୀ ପ୍ରବେଶ କରିଥିବାରୁ ଭାରତର ଚିନ୍ତା ବଢିଛି । ଏପରିକି ଆତଙ୍କୀଙ୍କଠାରୁ ଜବତ ଅସ୍ତ୍ରଶସ୍ତ୍ର ନାଟୋ ରାଷ୍ଟ୍ରର ଓ ଚୀନର ହୋଇଥିବାରୁ ଏହାକୁ ନେଇ ବଢିଛି ଚିନ୍ତା । ନିରାପତ୍ତା କାରଣରୁ ପ୍ରକୃତ ନିୟନ୍ତ୍ରଣ ରେଖା ଓ ଅନ୍ତର୍ଜାତୀୟ ସୀମାରେଖାରେ ଗୁଇନ୍ଦା ସତର୍କତାକୁ ବଢାଇ ଦିଆଯାଇଛି । ସେପଟେ ଜାମ୍ମୁ ଓ କାଶ୍ମୀର କାଠୁଆରେ ଜାରି ରହିଛି ସର୍ଚ୍ଚ ଅପରେସନ।

ଦନ୍ତାହାତୀର ମୃତଦେହ ଉଦ୍ଧାର: ମୃତ୍ୟୁକୁ ନେଇ ବଢ଼ିଲା ସନ୍ଦେହ

ଅନୁଗୁଳ: ସନ୍ଦେହଜନକ ଭାବେ ଦନ୍ତା ହାତୀର ମୃତଦେହ ଉଦ୍ଧାର । ଅନୁଗୁଳ ଜିଲ୍ଲା ଦେବଗଡ଼ ବନଖଣ୍ଡ ଅନ୍ତର୍ଗତ ପାଳଲହଡ଼ା ବନାଞ୍ଚଳର ସଇଡ଼ା ପଞ୍ଚାୟତର ବିଜୁ ସାହି ନିକଟ ନାଳରୁ ହାତୀର ମୃତଦେହ ଠାବ ହୋଇଛି । ନାଳ ମଧ୍ୟରେ ହାତୀଟି ମରି ପଡ଼ିବାର ଦେଖି ଗାଁ ଲୋକେ ବନ ବିଭାଗକୁ ଖବର ଦେଇଥିଲେ । ବିଗତ ୨ ମାସରୁ ଅଧିକ ସମୟ ହେବ ଦନ୍ତା ହାଟି ହଲରୁ ଅଲଗା ହୋଇ ଗାଁ ନିକଟରେ ବୁଲାବୁଲି କରୁଥିଲା  । ହାତୀଟି ଫସଲ ନଷ୍ଟ କରୁଥିବା ବେଳେ ଲୋକେ ତାକୁ ଘଉଡ଼ାଇ ଦେଇଥିଲେ । ଆଜି ହାତୀର ମୃତଦେହ ମିଳିଥିବା ପରେ ମୃତ୍ୟୁକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ଏଣେ ବନ ବିଭାଗ କହିବା ଅନୁଯାୟୀ ନାଳ ଉପରୁ ତଳକୁ ପଡ଼ିଯାଇ ଦନ୍ତାହାତୀର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ହାତୀର ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ବନ ବିଭାଗ ତଦନ୍ତ ଜାରି ରଖିଥିବା କହିଛନ୍ତି ରେଞ୍ଜର ।

ହୀରାକୁଦ ଜଳଭଣ୍ଡାରର ଜଳସ୍ତର କମିବାରେ ଲାଗିଛି: ଆଗକୁ ସ୍ଥିତି ଭୟଙ୍କର ହୋଇପାରେ

ହୀରାକୁଦ ଜଳଭଣ୍ଡାରକୁ କ୍ରମାଗତ ଭାବେ ଜଳ ପ୍ରବେଶର ମାତ୍ରା କମିଥିବା ବେଳେ ଦେଖୁ ଦେଖୁ ୬୧୫ ଫୁଟକୁ ଖସି ଆସିଲାଣି ଜଳସ୍ତର  । ଗତବର୍ଷ ତୁଳନାରେ ଜଳ ଭଣ୍ଡାରର ଜଳସ୍ତର ପାଖାପାଖି ୩ ଫୁଟ୍ କମିଥିବାବେଳେ ୬୧୫ଦଶମିକ ୩୧ ଫୁଟ୍ ରେ ପହଞ୍ଚିଛି ଜଳସ୍ତର  । ଗତବର୍ଷ ଏହି ସମୟରେ ୬୧୭ ଦଶମିକ ୭୩ ଫୁଟ୍ ପାଣି ଥିବା ବେଳେ ଚଳିତ ବର୍ଷର ଜଳ ସ୍ତରର ଦେଖି ଚିନ୍ତାରେ ପଡିଲେଣି ମହାନଦୀକୁ ଭରସା କରୁଥିବା ଲୋକେ । କାରଣ ଯଦି ଏପ୍ରିଲ ଆରମ୍ଭରୁ ଏଭଳି ସ୍ଥିତି ତା ହେଲେ ଆଗକୁ ସ୍ଥିତି କେତେ ଭୟଙ୍କର ହେବ ତାହା ସ୍ପଷ୍ଟ ଅନୁମେୟ।

କେବଳ ଫୁଲମାଳ ଦେଇଦେଲେ ମଧୁବାବୁଙ୍କ ଆତ୍ମା ଖୁସି ହୋଇଯିବନି: ବର୍ଷିଲେ ପିସିସି ସଭାପତି

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପିସିସି ସଭାପତି ଭକ୍ତ ଦାସଙ୍କ ଟାର୍ଗେଟ । ମଧୁବାବୁଙ୍କ ଜନ୍ମ ସ୍ଥାନରେ ମୁଖ୍ୟମନ୍ତ୍ରୀଙ୍କର ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି, ଏହା ଅତ୍ୟନ୍ତ ଖୁସି କଥା । ମଧୁବାବୁଙ୍କୁ କେବଳ ଫୁଲମାଳ ଦେଇଦେଲେ କି ସଭାସମିତି କରିଲେ ତାଙ୍କର ଆତ୍ମା ଖୁସି ହେବନାହିଁ । ଓଡ଼ିଶାରେ ନଦୀ, ଖଣି-ଖାଦାନ, ପ୍ରାକୃତିକ ସମ୍ପଦ, ଜଙ୍ଗଲ ଆଦି ବିକ୍ରି ହୋଇଯାଇଛି । ୬୦ ହାଜର ମହିଳା ଏବଂ ଶିଶୁ ନିଖୋଜ ଅଛନ୍ତି । ତାଙ୍କୁ ଖୋଜିବାକୁ ସରକାର ପଦକ୍ଷପ ନେଉନାହାନ୍ତି । ଓଡ଼ିଆ ଅସ୍ମିତା ନାଁରେ କେବଳ ପର୍ବ ପାଳନ କଲେ ହେବନାହିଁ । ଅସ୍ମିତାର ମୂଳ ଉଦ୍ଦେଶ୍ୟ ହେଉଛି ରାଜ୍ୟରେ ଯେଉଁମାନେ ଯାହା ପାଇବାର ହକଦାର ତାଙ୍କୁ ତାହା ପ୍ରଦାନ କରିବା । କିନ୍ତୁ ସରକାର ସେଥିରେ ବିଫଳ ହୋଇଛନ୍ତି । ଆଜି ରାଜ୍ୟରେ ମଧୁବାବୁଙ୍କ ଜୟନ୍ତୀ ପାଳନ କରିବା ପାଇଁ ଆମର ମୁହଁ ନଥିବା କହିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ ।

ଆସନ୍ତାକାଲି ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଘୋଷଣା କରିବେ ନୂଆ ଟାରିଫ ପ୍ଲାନ: ପ୍ରଭାବିତ ହୋଇପାରେ ଭାରତ

ଓ୍ବାଶିଂଟନ: ଆମେରିକାର ନୂଆ ଟାରିଫ ପ୍ଲାନରେ କ୍ଷତିଗ୍ରସ୍ତ ହୋଇପାରେ ଭାରତ। ଆସନ୍ତାକାଲି ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ନୂଆ ଟାରିଫ ପ୍ଲାନ ଘୋଷଣା କରିବାକୁ ଯାଉଥିବାବେଳେ ଏହି ଦିବସକୁ ଆମେରିକାର ମୁକ୍ତି ଦିବସ ଭାବେ ମାନ୍ୟତା ଦିଆଯାଇଛି। କେଉଁ ରାଷ୍ଟ୍ର ଲାଗି କେତେକ ପ୍ରତିଶତ ଟାରିଫ ଲାଗିବ ତାହା ଟ୍ରମ୍ପ ଘୋଷଣା କରିବେ। ଆମେରିକୀୟ ଚାଉଳ ଉପରେ ଜାପାନର ୭୦୦ ପ୍ରତିଶତ ଟାରିଫ, ଆମେରିକୀୟ ଦୁଗ୍ଧଜାତ ସାମଗ୍ରୀ ଉପରେ ୟୁରୋପୀୟ ୟୁନିଅନର ୫୦ ପ୍ରତିଶତ ଟାରିଫ, ଆମେରିକୀୟ କୃଷିଭିତ୍ତିକ ସାମଗ୍ରୀ ଉପରେ ଭାରତର ୧୦୦ ପ୍ରତିଶତ ଟାରିଫ ଯୋଗୁ ଆମେରିକା ବିଶେଷ ଚିନ୍ତିତ ହୋଇଛି। ସେହିପରି ଆମେରିକୀୟ ଲହୁଣୀ ଓ ଘିଅ ଉପରେ କାନାଡାର ୩ ୦୦ ପ୍ରତିଶତ ଟାରିଫ ବି ଆମେରିକା ଲାଗି ଚିନ୍ତାର କାରଣ ହୋଇଛି। ସେପଟେ ଟାରିଫ ପ୍ରସଙ୍ଗ ନେଇ ଷ୍ଟକ ମାର୍କେଟ ଉପରେ ପଡ଼ିଛି ପ୍ରଭାବ। ସେନସେକ୍ସ ପ୍ରାୟ ୧ ହଜାର ପଏଣ୍ଟ ଖସିଥିବାବେଳେ ନିଫ୍ଟି ୨୨୫ ପଏଣ୍ଟ ହ୍ରାସ ପାଇଛି। ସବୁଠାରୁ ଅଧିକ କ୍ଷତି ସହିଛନ୍ତି ଆଇଟି ସେକ୍ଟର।

ଆଜିଠାରୁ ସାରା ଦେଶରେ ଲାଗୁ ହେଲା ଏହି ୫ଟି ବଡ଼ ନିୟମ

ନୂଆଦିଲ୍ଲୀ: ଏପ୍ରିଲ ପହିଲା ଅର୍ଥାତ ଆଜିଠାରୁ ସାରା ଦେଶରେ ୫ଟି ବଡ଼ ନିୟମ ଲାଗୁ ହୋଇଛି । ଏହାଫଳରେ ଗ୍ରାହକମାନେ ବହୁମାତ୍ରାରେ ପ୍ରଭାବିତ ହେବାର ସମ୍ଭାବନା ରହିଛି । ତେଣୁ କ’ଣ ସବୁ ପରିବର୍ତ୍ତନ ଘଟିଲା ତାହା ଆପଣମାନେ ନିହାତି ଜାଣିବା ଆବଶ୍ୟକ ।

(୧) ଆଜିଠାରୁ ଏଲପିଜି ସିଲିଣ୍ଡର ଦାମ୍ ହ୍ରାସ ପାଇଛି । ୧୯ କେଜି ବିଶିଷ୍ଟ କମର୍ସିଆଲ ଗ୍ୟାସ ସିଲିଣ୍ଡରର ଦାମ ଦିଲ୍ଲୀରେ ୪୧ଟା, କୋଲକତାରେ ୪୪.୫୦ ଟଙ୍କା ଶସ୍ତା ହୋଇଛି । ଘରୋଇ ଗ୍ୟାସ ସିଲିଣ୍ଡର ଦାମରେ କୌଣସି ପରିବର୍ତ୍ତନ ହୋଇନାହିଁ ।

(୨) ନୂଆ ଟ୍ୟାକ୍ସ ଇୟର ଆରମ୍ଭରୁ ନୂଆ ଟ୍ୟାକ୍ସ ସ୍ଲାବ ଲାଗୁ କରାଯାଇଛି । ବେତନଭୋଗୀ କର୍ମଚାରୀ ୭୫ ହଜାର ଟଙ୍କାର ଷ୍ଟାଣ୍ଡାର୍ଡ ଡିଡକ୍ସନ ପାଇଁ ଯୋଗ୍ୟ ହେବେ । ଏହାର ଅର୍ଥ ହେଉଛି, ୧୨.୭୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବେତନଧାରୀମାନେ ଏବେ ଟ୍ୟାକ୍ସରୁ ମୁକ୍ତି ପାଇବେ । ନୂଆ ଟ୍ୟାକ୍ସକୁ ବିକଳ୍ପ ଭାବେ ବାଛିଥିବା ଲୋକମାନେ କେବଳ ଏହାର ଫାଇଦା ଉଠାଇ ପାରିବେ ।

(୩) ନୂଆ ଟ୍ୟାକ୍ସ ସ୍ଲାବ ବ୍ୟତୀତ ଟିଡିଏସ ବିନିୟମକୁ ମଧ୍ୟ ଅପଡେଟ କରାଯାଇଛି । ଅନାବ୍ୟଶକ କଟକୁ ହ୍ରାସ କରିବା ଓ କରଦାତାଙ୍କ ପାଇଁ କ୍ୟାଶ ଫ୍ଲୋରେ ସୁଧାର ପାଇଁ ବିଭିନ୍ନ ବର୍ଗରେ ଲିମିଟ୍ ବୃଦ୍ଧି କରାଯାଇଛି । ଉଦାହରଣ ସ୍ବରୂପ- ବରିଷ୍ଠ ନାଗରିକଙ୍କ ପାଇଁ ସୁଧ ଆୟରେ ଟିଡିଏସର ସୀମା ଦୁଇଗୁଣ କରି ୧ ଲକ୍ଷ କରାଯାଇଛି ।

(୪) ନୂଆ ଟ୍ୟାକ୍ସ ବର୍ଷ ଆରମ୍ଭ ସହିତ ଏପ୍ରିଲ ପହିଲାରୁ କେନ୍ଦ୍ର କର୍ମଚାରୀଙ୍କୁ ଗ୍ୟାରେଣ୍ଟିକୃତ ପେନସନ ଦେଉଥିବା ୟୁନିଫାଏଡ ପେନସନ ସ୍କିମ ବା ୟୁପିଏସର ଶୁଭାରମ୍ଭ ହେବାକୁ ଯାଉଛି । ଆଜିଠାରୁ କେନ୍ଦ୍ର କର୍ମଚାରୀମାନେ ପୋର୍ଟାଲରେ ଆବେଦନ କରିପାରିବେ । ୟୁପିଏସ ଅଧିନରେ ସର୍ବନିମ୍ନ ପେନସନ ମାସକୁ ୧୦ ହଜାର ଟଙ୍କା ମିଳିବ ।

(୫) ଆଜିଠାରୁ ଏସବିଆଇ ଓ ପିଏନବି ସମେତ ଅନ୍ୟ ବ୍ୟାଙ୍କ ଗ୍ରାହକଙ୍କ ସେଭିଂ ଆକାଉଣ୍ଟ ପାଇଁ ସବର୍ନିମ୍ନ ବାଲାନ୍ସ ସହ ଜଡ଼ି ନିୟମ ସଂଶୋଧନ କରାଯାଇଛି । ଗ୍ରାହକଙ୍କ ପାଇଁ ମିନିମମ ବାଲାନ୍ସ ପାଇଁ ସେକ୍ଟର ଆଧାରରେ ସ୍ଥିର ହେବ । ମିନିମମ ବାଲାନ୍ସ ନରଖିଲେ ଫାଇନ ଲାଗିପାରେ ।