spot_img
Home Blog Page 902

ଘର ମାଲିକାନା ହାତେଇବା ପାଇଁ ଭାଇକୁ ହାଣିଲା ଭାଇ

ଭୁବନେଶ୍ବର: ଘର ମାଲିକାନା ହାତେଇବା ପାଇଁ ଭାଇକୁ ହାଣିଲା ଭାଇ। ସାନ ଭାଇର ହାତ ହାଣି ଦେଇଛି ବଡ ଭାଇ। ଏହି ଅଭିଯୋଗ ଆସିଛି ଭୁବନେଶ୍ଵର ଭରତପୁର ଅଞ୍ଚଳରେ। ଗତକାଲି ସଂଧ୍ୟାରେ ଅଶୋକ ମହାରଣାଙ୍କୁ ଗୋଡେଇ ଗୋଡେଇ ହାଣିଛି ତାଙ୍କ ଭାଇ ସୂର୍ଯ୍ୟ ମହାରଣା। ବଞ୍ଚେଇବାକୁ ଆସିଥିବା ପଡ଼ୋଶୀଙ୍କୁ ମଧ୍ୟ ମରଣାନ୍ତକ ଆକ୍ରମଣ। ଭରତପୁରରେ ଥିବା ଏକ ଘରକୁ ହାତେଇବାକୁ ନେଇ ଦୀର୍ଘ ଦିନ ଧରି ଉଭୟଙ୍କ ମଧ୍ୟରେ ତିକ୍ତତା ଦେଖିବାକୁ ମିଳୁଥିଲା।

ଗତ ସନ୍ଧ୍ୟାରେ ଏହା ଉଗ୍ରରୂପ ନେଇଥିଲା। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଅଭିଯୁକ୍ତ ଧରି ଥାନାକୁ ଆଣିବା ବେଳେ ଉତ୍ୟକ୍ତ ଲୋକେ ଅଭିଯୁକ୍ତଙ୍କୁ ମାଡ ମାରିବା ସହିତ ପୋଲିସ ଭ୍ୟାନ ଭାଙ୍ଗି ଦେଇଥିବାର ଅଭିଯୋଗ ହୋଇଛି। ଲୋକଙ୍କ ଆକ୍ରମଣରେ ଥାନାଧିକାରୀ ଓ କିଛି ପୋଲିସ କର୍ମଚାରୀ ଆହତ ହୋଇଥିବାର ସୂଚନା ମିଳିଛି। …

ଟ୍ରାକ ମରାମତି କାମ ଶେଷ, ସ୍ବାଭାବିକ ହେଲା ଟ୍ରେନ୍ ଚଳାଚଳ

କଟକ: କଟକ ନିକଟ ନିର୍ଗୁଣ୍ଡିରେ ମରାମତି କାମ ଶେଷ ହୋଇଛି। ରେଳ ବିଭାଗ ପକ୍ଷରୁ କୁହାଯାଇଛି, ରାତି ସାରା ଅକ୍ଲାନ୍ତ ପରିଶ୍ରମ ପରେ ସକାଳ ୭ ଟା ୧୫ ସୁଦ୍ଧା ଟ୍ରାକ୍ ମରାମତି ସରିଛି। ଏହା ପରେ ଏହି ରୁଟରେ ଟ୍ରେନ ଚଳାଚଳ ସ୍ଵାଭାବିକ ହୋଇଛି। ସେପଟେ ରେଳୱେ ସେଫଟି କମିଶନର୍ ଘଟଣାସ୍ଥଳ ପରିଦର୍ଶନ କରି ଦୁର୍ଘଟଣାର କାରଣ ଖୋଜିଛନ୍ତି। ପୁରା ଘଟଣାର ସେ ତଦନ୍ତ କରିଛନ୍ତି। ତଦନ୍ତ ବେଳେ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଗତକାଲି ସକାଳେ ନିର୍ଗୁଣ୍ଡି ନିକଟରେ କାମାକ୍ଷା ଏକ୍ସପ୍ରେସ୍ ଲାଇନଚ୍ୟୁତ ହୋଇଥିଲା।

ଏଥିରେ ଜଣଙ୍କର ମୃତ୍ୟୁ ସହିତ ଅନେକ ଆହତ ହୋଇଥିଲେ। ମୃତକଙ୍କ ସମ୍ପର୍କୀୟଙ୍କୁ ୫ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରାଯାଇଛି। ଗୁରୁତର ଆହତ ବ୍ଯକ୍ତିଙ୍କୁ ୨ ଲକ୍ଷ ୫୦ ହଜାର ଓ ସାମାନ୍ୟ ଆହତ ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କା ସହାୟତା ଘୋଷଣା କରାଯାଇଛି। ଆହତମାନେ ହସପିଟାଲରେ ଚିକିତ୍ସିତ ହେଉଛନ୍ତି। ଗତକାଲି ଦୁର୍ଘଟଣା ପରେ ପ୍ରାୟ ୨୪ଟି ଟ୍ରେନର ଗତିପଥରେ ପରିବର୍ତ୍ତନ କରାଯାଇଥିଲା। ଆଜି ସ୍ଥିତି ସ୍ବାଭାବିକ ହୋଇଛି।

ପାଗଳ କରିଛି ଘିବଲି ଇମେଜ୍, କମ୍ପାନୀ ସିଇଓ କହିଲେ ଆମକୁ ଶୋଇବାକୁ ତ ଦିଅ…

ନନ୍ଦିଘୋଷ ବ୍ୟୁରୋ: ଓପନ AIର ChatGPT ଏକ ନୂଆ ଟୁଲ ଲଞ୍ଚ କରି ଇଣ୍ଟରନେଟ ଦୁନିଆରେ ଝଡ଼ ସୃଷ୍ଟି କରିଛି, ଯାହା ଏବେ କମ୍ପାନୀର ରାତିର ନିଦ ହଜାଇ ଦେଇଛି। ଏହା ହେଉଛି ଷ୍ଟୁଡିଓ ଘିବଲି ବା ଘିବଲି ଇମେଜ୍ । ଏହି ଫଟୋ ଏବେ ଲୋକମାନଙ୍କୁ ପାଗଳ କରିଦେଇଛି। ଏହାକୁ ବ୍ୟବହାର କରୁଥିବା ଲୋକଙ୍କର ସଂଖ୍ୟା ଏତେ ବଢ଼ି ଯାଇଛି ଯେ Open AIର ସର୍ଭରରେ ଲୋଡ ବହୁତ ବଢ଼ିଯାଇଛି। ଏପରି ପରିସ୍ଥିତିରେ, କମ୍ପାନୀର ସିଇଓଙ୍କୁ ନିଜେ ଟ୍ୱିଟ୍ କରି ଲୋକଙ୍କୁ ଅନୁରୋଧ କରିବାକୁ ପଡିଛି । ସିଇଓ କହିଛନ୍ତି ଯେ, ଦୟାକରି ଆମ ଟିମକୁ ଆରାମ କରିବାକୁ ଦିଅନ୍ତୁ ।

ଥରେ ଭାବନ୍ତୁ ତ, ଆପଣଙ୍କର ସାଧାରଣ ଏକ ଫଟୋ ମାତ୍ର କିଛି ସେକେଣ୍ଡ ମଧ୍ୟରେ ଷ୍ଟୁଡିଓ ଘିବଲିର ଯାଦୁକରୀ ଦୁନିଆରେ ପରିଣତ ହୋଇଯାଏ। ChatGPTର ନୂଆ ଇମେଜ୍ ଜେନେରେସନ୍ ଫିଚର୍ ଦ୍ୱାରା ଲୋକଙ୍କ ଏହି ସ୍ୱପ୍ନ ଏବେ ସତ ହୋଇଛି। ଏହା ଲୋକଙ୍କୁ ଏତେ ପସନ୍ଦ ଆସିଛି ଯେ, ଘିବଲି ଷ୍ଟାଇଲର ଫଟୋଗୁଡ଼ିକ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି । ଏଥିପାଇଁ ଓପନଏଆଇ ଟିମ ଉପରେ ବହୁତ ଚାପ ପଡୁଛି। କମ୍ପାନୀର ସିଇଓ ସାମ୍ ଅଲ୍ଟମ୍ୟାନ୍ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଅପିଲ୍ କରିଛନ୍ତି, ‘ଆପଣମାନେ ଦୟାକରି ଟିକିଏ ଅପେକ୍ଷା କରିପାରିବେ, ଆମ ଦଳର ସଦସ୍ୟମାନେ ଶୋଇବାକୁ ଚାହୁଁଛନ୍ତି।’

ଘିବଲି ପ୍ରତିଛବି କିପରି କରିବେ

  • ChatGPT ଆପ୍ କିମ୍ବା ୱେବସାଇଟ୍ ଖୋଲନ୍ତୁ। ତଳେ ଥିବା ‘+’ ଆଇକନ୍ ବ୍ୟବହାର କରି ଆପଣଙ୍କ ଫଟୋ ଅପଲୋଡ୍ କରନ୍ତୁ।
  • ଲେଖନ୍ତୁ: ଏହାକୁ ଘିବ୍ଲିଫାଇ କରନ୍ତୁ କିମ୍ବା ଏହି ଫଟୋକୁ ଏକ ଷ୍ଟୁଡିଓ ଘିବଲି ଥିମ୍‌ରେ ପରିଣତ କରନ୍ତୁ।
  • କିଛି ସମୟ ଅପେକ୍ଷା ପରେ, ଆପଣ ଘିବଲି ରୂପରେ ପ୍ରତିଛବି ପାଇବେ।
  • ଯେଉଁମାନେ ମାଗଣାରେ ChatGPT ବ୍ୟବହାର କରୁଛନ୍ତି, ସେମାନେ ଦିନକୁ ତିନୋଟି ଫଟୋ ଘିବଲି କରିପାରିବେ ।

 

ଖୋର୍ଦ୍ଧାରେ ବଡ଼ ଧରଣର ସେକ୍ସ ରାକେଟ ଠାବ

ଖୋର୍ଦ୍ଧା: ଖୋର୍ଦ୍ଧାରେ ବଡ ଧରଣର ସେକ୍ସ ରାକେଟ ଠାବ । ୧୬ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଦଧିମାଛଗାଡ଼ିଆ ଅଞ୍ଚଳରେ ସେକ୍ସ ରାକେଟକୁ ଠାବ କରିଛି ସଦର ଥାନା ପୋଲିସ । ଏକ ଦେଶୀ ମଦ ଭାଟି ପାଖରୁ ବେଆଇନ ଭାବେ ଏହି ଦେହ ବେପାର ଚାଲୁଥିଲା ବୋଲି ଜଣାପଡିଛି ।

ଗତକାଲି ବିଳମ୍ବିତ ରାତିରେ ପୋଲିସ ସୁଚନା ପାଇ ଚଢ଼ାଉ କରିଥିଲା । ଏହି ଚଢାଉରେ ୪ଜଣ ଦେହଜୀବୀ ଏବଂ ୧୦ଜଣ ପୁରୁଷଙ୍କୁ ଅଟକ ରଖାଯାଇଛି । ଏହା ସହ ଘଟଣାସ୍ଥଳରୁ ୫ଟି ବାଇକ୍, ଏବଂ ଅନ୍ୟାନ୍ୟ ଆପତ୍ତି ଜନକ ସାମଗ୍ରୀ ମଧ୍ୟ ଜବତ କରାଯାଇଛି । ସମସ୍ତଙ୍କୁ ସଦର ଥାନା ପୋଲିସ ଅଟକ ରଖି ତଦନ୍ତ ଚଳାଇଛି। ବାହାର ଅଞ୍ଚଳରୁ ଯୁବତୀଙ୍କୁ ଆଣି ଏଠାରେ ଦେହ ବେପାର କରାଯାଉଥିବା ଅଭିଯୋଗ ହୋଇ ଆସୁଥିଲା ।

ଇଦରେ ସତର୍କ ରହିବାକୁ ନିଜ ଦେଶର ନାଗରିକଙ୍କୁ ପରାମର୍ଶ ଦେଲା ଆମେରିକା

ନନ୍ଦିଘୋଷ ବ୍ୟୁରୋ: ଇଦ୍ ଅବସରରେ ସତର୍କ ରହିବା ଲାଗି ସିରିଆରେ ରହୁଥିବା ନିଜ ଦେଶର ନାଗରିକଙ୍କୁ ପରାମର୍ଶ ଦେଲା ଆମେରିକା। ଦାମାସ୍କସ୍ଥିତ ବିଭିନ୍ନ ଦୂତାବାସ, ଅନ୍ତର୍ଜାତୀୟ ସଂଗଠନ କାର୍ଯ୍ୟାଳୟ ଓ ବିଭିନ୍ନ ସରକାରୀ ପ୍ରତିଷ୍ଠାନ ଉପରେ ହମଲା ହୋଇପାରେ ବୋଲି ସତର୍କବାଣୀ ଶୁଣାଇଛି ଆମେରିକା।

ବ୍ୟକ୍ତିଗତ ଆକ୍ରମଣକାରୀ, ସଶସ୍ତ୍ର ବନ୍ଧୁକଧାରୀ, ବିସ୍ଫୋରକ ଆଦି ଜରିଆରେ ଆକ୍ରମଣ ଆଶଙ୍କା ରହିଛି। ଯଦି ସେପରି କୌଣସି ସ୍ଥିତି ଉପୁଜେ ତେବେ ତୁରନ୍ତ ସିରିଆ ଛାଡିବା ଲାଗି ନିଜ ଦେଶର ନାଗରିକଙ୍କୁ ଆମେରିକା ପରାମର୍ଶ ଦେଇଛି। ବିନା କାରଣରେ ବାହାରେ ନବୁଲିବାକୁ ପରାମର୍ଶ ଦିଆଯାଇଛି। ସେହିପରି ଅପହରଣ, ପଣବନ୍ଦୀ ସମସ୍ୟା ପ୍ରତି ସତର୍କ ରହିବା ଲାଗି କୁହାଯାଇଛି। ୨୦୧୨ରୁ ଦାମାସ୍କରେ ଆମେରିକାରୀୟ ଦୂତାବାସ ବନ୍ଦ ରହିଛି। ଆମେରିକା ଲାଗି ସିରିଆରେ ସୁରକ୍ଷା ଯୋଗାଉଛି ଚେକ୍ ପ୍ରଜାତନ୍ତ୍ର। ତେଣୁ ଦାମାସ୍କରେ ଥିବା ଚେକ୍ ଦୂତାବାସ ସହ ଯୋଗାଯୋଗ କରିବାକୁ ନାଗରିକଙ୍କୁ ପରାମର୍ଶ ଦିଆଯାଇଛି ।

ଇଦ୍ ସତ୍ତ୍ବେ ଆଜି ଦେଶବ୍ୟାପୀ ଖୋଲା ରହିବ ସମସ୍ତ ବ୍ୟାଙ୍କ

ନନ୍ଦିଘୋଷ ବ୍ୟୁରୋ: ଇଦ୍ ସତ୍ତ୍ବେ ଆଜି ଦେଶବ୍ୟାପୀ ଖୋଲା ରହିବ ସମସ୍ତ ବ୍ୟାଙ୍କ। ଏନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି ରିଜର୍ଭ ବ୍ୟାଙ୍କ। ବର୍ଷ ଶେଷ ଆର୍ଥିକ କାରବାରକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନେଇଛି ଆରବିଆଇ। ମାର୍ଚ୍ଚ ୩୧ରେ ରାଜସ୍ବ ବର୍ଷ ଶେଷ ହେଉଥିବାବେଳେ ଇଦକୁ ଦୃଷ୍ଟିରେ ରଖି ଛୁଟି ଘୋଷଣା କରାଯାଇଥିଲା। ମାତ୍ର ଏହି ନିର୍ଦ୍ଦେଶକୁ ପ୍ରତ୍ୟାହୃତ କରାଯାଇଛି।

ଆଜି ସମସ୍ତ ପ୍ରକାର ବ୍ୟାଙ୍କ କାର୍ଯ୍ୟ ଚାଲିବାରିବ। ଆର୍ଥିକ ବର୍ଷ ଶେଷ ଦୃଷ୍ଟିରୁ କରଦାତାଙ୍କ ସୁବିଧା ଓ ସୁଷମ ବ୍ୟାଙ୍କ କାରବାର ଲାଗି ଏହି ପଦକ୍ଷେପ ନିଆଯାଇଛି। ସାଧାରଣତଃ ଇଦ୍ ଲାଗି ହିମାଚଳ ପ୍ରଦେଶ ଓ ମିଜୋରାମ ବ୍ୟତୀତ ଦେଶର ସମସ୍ତ ରାଜ୍ୟରେ ଛୁଟି ଘୋଷଣା ହୋଇଥାଏ। ସେହିପରି ଆଜି ବି ଆୟକର କାର୍ଯ୍ୟାଳୟଗୁଡିକ ଦେଶବ୍ଯାପୀ ଖୋଲିବ। ଏନେଇ ଆୟକର ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଥିଲା ।

ଆଜି ପବିତ୍ର ଇଦ, ମସଜିଦରେ ଚାଲିଛି ସାମୁହିକ ନମାଜ ପାଠ

ନନ୍ଦିଘୋଷ ବ୍ୟୁରୋ: ଆଜି ପବିତ୍ର ଇଦ। ଦୀର୍ଘ ଏକ ମାସର ଉପବାସ ବ୍ରତ ରମଜାନର ଆଜି ହେଉଛି ଶେଷଦିନ । ଇଦ ପାଇଁ ସାରା ଦେଶ ଉତ୍ସବ ମୁଖର। ମୁସଲିମ ସମ୍ପ୍ରଦାୟର ଛୋଟ ପିଲାଙ୍କ ଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ଏହି ପର୍ବରେ ସାମିଲ ହୋଇଛନ୍ତି । ପାରମ୍ପରିକ ଭାବରେ କୁର୍ତ୍ତା, ପାଇଜାମା ଏବଂ ଟୋପି ପିନ୍ଧି ଏକତ୍ରିତ ହୋଇ ସମସ୍ତେ ଇଦ ପାଳନ କରୁଛନ୍ତି।

ମସଜିଦରେ ସାମୁହିକ ନମାଜ ପାଠ ଚାଲିଛି। ମୁସଲମାନ ମାନଙ୍କ ପାଇଁ  ଇଦ ଏକ ବଡ଼ ପର୍ବ । ଇଦ୍ ସହ ଶେଷ ହୁଏ ଦୀର୍ଘ ଏକ ମାସ ଧରି ଚାଲିଥିବା ଉପବାସ । ଏହି ରମଜାନ ମାସକୁ ଇସଲାମରେ ସବୁଠାରୁ ପବିତ୍ର ମାସ କୁହାଯାଏ । ଏହି ସମୟରେ ଦାନଧର୍ମ କରାଯାଇଥାଏ । ଏହା ମଧ୍ୟ ବିଶ୍ଵାସ ରହିଛି ରୋଜା ରଖି ନମାଜ ପଢ଼ିଲେ ଈଶ୍ବର ସାରାବର୍ଷର ପାପ କ୍ଷମା କରନ୍ତି ଏବଂ ପୁଣ୍ୟ ମିଳିଥାଏ। ଇଦ୍ ଅବସରରେ ପ୍ରଶାସନ ଓ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କରାଯାଇଛି କଡ଼ାକଡି ।

କାମାକ୍ଷା ଏକ୍ସପ୍ରେସ ଦୁର୍ଘଟଣାର ତଦନ୍ତ କଲେ ଦକ୍ଷିଣ ପୂର୍ବ ସର୍କଲର ରେଳବାଇ ନିରାପତ୍ତା କମିଶନର

ଚୌଦ୍ବାର : କାମାକ୍ଷା ଏକ୍ସପ୍ରେସ ଦୁର୍ଘଟଣାର ତଦନ୍ତ କଲେ ଦକ୍ଷିଣ ପୂର୍ବ ସର୍କଲର ରେଳବାଇ ନିରାପତ୍ତା କମିଶନର ବ୍ରିଜେଶ ମିଶ୍ର। ତାଙ୍କ ନେତୃତ୍ବରେ ଗଠିତ କମିଟି ଦୁର୍ଘଟଣାର କାରଣ ଖୋଜିଛନ୍ତି। ତଦନ୍ତ ବେଳେ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ସେପଟେ ମୃତକଙ୍କ ସମ୍ପର୍କୀୟଙ୍କ ଲାଗି ୫ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରାଯାଇଛି। ଏହା ସହ ଗୁରୁତର ହୋଇଥିବା ବ୍ଯକ୍ତିଙ୍କୁ ୨ ଲକ୍ଷ ୫୦ ହଜାର ଓ ସାମାନ୍ୟ ଆହତ ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କା ସହାୟତା ଘୋଷଣା କରାଯାଇଛି। ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲ ସହାୟତା ଦିଆଯାଇଛି। ଗତକାଲି ଦୁର୍ଘଟଣା ପରେ ପ୍ରାୟ ୨୪ଟି ଟ୍ରେନର ଗତିପଥରେ ହୋଇଥିଲା ପରିବର୍ତ୍ତନ। ଆହତ ବ୍ଯକ୍ତିଙ୍କୁ ଗତକାଲି କଟକ ବଡ଼ ମେଡିକାଲରେ ଚିକିତ୍ସା କରାଯାଇଥିଲା। ସାମାନ୍ୟ ଆହତ ବ୍ୟକ୍ତିଙ୍କୁ ପ୍ରାଥମିକ ଟିକିତ୍ସା ପରେ ଛାଡ଼ି ଦିଆଯାଇଥିଲା। ଗତକାଲି କଟକ ନିର୍ଗୁଣ୍ଡି ଷ୍ଟେସନରେ  ବେଙ୍ଗାଳୁରୁ-କାମାକ୍ଷା ଏକ୍ସପ୍ରେସର ୧୧ଟି ଏସି ବଗି ହୋଇଥିଲା ଲାଇନଚ୍ଯୁତ। ଦୁର୍ଘଟଣା ପରେ ଏନଡିଆରଏଫ ଓ ଅଗ୍ନିଶମ ବାହିନୀ ପକ୍ଷରୁ ରେସ୍କ୍ୟୁ ଅପରେସନ ଆରମ୍ଭ ହୋଇଥିଲା।

ଅନଲାଇନ୍ ଟ୍ରେଡିଂ ଆଳରେ ଠକେଇ ମାମଲା, ୭ ଜଣ ଆନ୍ତରାଜ୍ୟ ସାଇବର ଠକ ଗିରଫ

ଭୁବନେଶ୍ବର ; ଅନଲାଇନ୍ ଟ୍ରେଡିଂ ଆଳରେ ଠକେଇ ମାମଲା । ଏକ କୋଟି ୪ ଲକ୍ଷ ଟଙ୍କା ଠକେଇ ମାମଲାର ପର୍ଦ୍ଦାଫାସ । ୭ ଜଣ ଆନ୍ତରାଜ୍ଯ ସାଇବର ଠକ ଗିରଫ । ୧୯ ଲକ୍ଷ ଟଙ୍କା ଜବତ । ଆଇପିଓ ଓ ଓଟିସି ଟ୍ରେଡିଂ ଆଳରେ ଉଚ୍ଚ ଲାଭର ପ୍ରଲୋଭନ ଦେଖାଇ ଠକିଥିଲେ ଅଭିଯୁକ୍ତ । ଜାନୁଆରୀ ୧୩ରେ ଏନେଇ ସାଇବର ଥାନାରେ ଅଭିଯୋଗ ହୋଇଥିଲା । ପ୍ରାରମ୍ଭିକ କ୍ଷତି ହୋଇଥିଲେ ମଧ୍ଯ ଅଧିକ ନିବେଶ କରିବାକୁ ଉତ୍ସାହିତ କରିଥିଲେ ଠକ । ଅଭିଯୋଗ ପରେ କର୍ଣ୍ଣାଟକ ଓ ତାମିଲନାଡୁର ବିଭିନ୍ନ ଅଞ୍ଚଳରୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ କର୍ଣ୍ଣାଟକର ଜ୍ଯୋତି ରାଜୁ, ରାଜୁ ସି, ଇସମାଇଲ ରାହାଇଦ, ୱାସିମ ତାମିଲନାଡୁର ପଟ୍ଟାରାଜା ଏସ, ଜେଗାଥିସ ରାଥାକୃଷ୍ଣନ ଓ ଇ ସଙ୍ଖୁକୁମାରାଭେଲ । ଅଭିଯୁକ୍ତମାନେ ଟ୍ରେଡିଂ ଆନାଲିସିସ୍ ଭାବେ ପରିଚୟ ଦେଇ ଆଇପିଓ, ଶେୟାର ଏବଂ ଓଟିସି ରେ ନିବେଶ କରିବା ନାଁରେ ଠକେଇ କରିଥିବା ଅଭିଯୋଗ ହୋଇଥିଲା । କର୍ଣ୍ଣାଟକ ଓ ତାମଲନାଡୁ କୋର୍ଟରେ ହାଜର ପରେ ଅଭିଯୁକ୍ତଙ୍କୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ଆଣିଛି ପୋଲିସ୍ । ଅଭିଯୁକ୍ତଙ୍କ ଠାରୁ ମୋବାଇଲ, ଆଧାର ଓ ପ୍ୟାନକାର୍ଡ, ପାସବୁକ, ଚେକବୁକ, କ୍ରେଡିଟ୍ କାର୍ଡ ଜବତ କରାଯାଇଛି । ଅଭିଯୁକ୍ତଙ୍କ ବ୍ୟଙ୍କ ଆକାଉଣ୍ଟକୁ ସିଲ କରାଯାଇଛି । ୪ ଲକ୍ଷ ଟଙ୍କା ଉଦ୍ଧାର କରାଯାଇଥିବାବେଳେ ବ୍ୟାଙ୍କରେ ୧୫ ଲକ୍ଷ ଟଙ୍କା ଥିବା ଜଣାପଡ଼ିଛି ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଜନ ଅସନ୍ତୋଷ, ଅଭିଯୋଗ ପାତ୍ର ଦେଇ ନପାରି ଅସନ୍ତୋଷ ପ୍ରକାଶ କଲେ ଲୋକେ

କଳାହାଣ୍ଡି : ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଜନ ଅସନ୍ତୋଷ । ଅଭିଯୋଗ ପାତ୍ର ଦେଇ ନପାରି ଅସନ୍ତୋଷ ପ୍ରକାଶ କରିଛନ୍ତି ସାଧାରଣ ଲୋକ । ଆଜି ମୁଖ୍ୟମନ୍ତ୍ରୀ କଳାହାଣ୍ଡିରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ କରିବା ସହ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ଥର ସ୍ଥାପନ ଓ ଲୋକାର୍ପଣ କରିଛନ୍ତି । ତେବେ କାର୍ଯକ୍ରମ ଶେଷ ପରେ କିଛି ଲୋକ ନିଜ ନିଜ ଅଭିଯୋଗ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦେବା ପାଇଁ ଆସିଥିଲେ । ହେଲେ ପୋଲିସ୍ ଓ ଅଧିକାରୀମାନେ ସେମାନଙ୍କୁ ସାକ୍ଷାତ କରିବାକୁ ଦେଇନଥିଲେ । ମୁଖ୍ୟମନ୍ତ୍ରୀଙ୍କୁ ନିଜର ଦାବିପତ୍ର ଦେଇନପାରି ଅସନ୍ତୋଷ ପ୍ରକାଶ କରିଛନ୍ତି ସାଧାରଣ ଲୋକେ ।