spot_img
Home Blog Page 93

ଇଂଲଣ୍ଡକୁ ହରାଇ ଭାରତ ପୁଣି ବନିଲା u-19 ବିଶ୍ବକପ୍ ଚାମ୍ପିଅନ

ଇଂଲଣ୍ଡକୁ ହରାଇ ଭାରତ ପୁଣି ବନିଲା u-19 ବିଶ୍ବକପ୍ ଚାମ୍ପିଅନ

ନନ୍ଦିଘୋଷ ବ୍ୟୁରୋ: ଅଣ୍ଡର ୧୯ ବିଶ୍ବକପ କ୍ରିକେଟରେ ପୁଣି ଭାରତ ଚାମ୍ପିଅନ୍ । ଫାଇନାଲରେ ଇଂଲଣ୍ଡକୁ ଶହେ ରନରେ ହରାଇ ଷଷ୍ଠ ଥର ପାଇଁ ଟାଇଟଲ ହେତେଇଲା ଟିମ୍ ଇଣ୍ଡିଆ । ଭାରତୀ ବୋଲରଙ୍କ ଆଗରେ ତିଷ୍ଠି ପାରିଲେନି ରିୟୁ ବାହିନୀ । ୪୦ ଓଭର ୨ଟି ବଲରେ ସମସ୍ତ ୱିକେଟ ହରାଇ ୩୧୧ ରନ କରିବାରେ ସକ୍ଷମ ହେଲା ଇଂଲଣ୍ଡ ।

ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ଆଗରେ ୪୧୨ ରନର ବିଶାଳ ବିଜୟ ଲକ୍ଷ୍ୟ ରଖିଥିଲା ଭାରତ । ବୈଭବ ସୂର୍ଯ୍ୟବଂଶୀଙ୍କ ରେକର୍ଡ ସ୍କୋର । ୮୦ ବଲରେ ୧୭୫ ରନ କରିଥିଲେ ବୈଭବ । ୧୫ଟି ଛକା ଓ ୧୫ଟି ଚୌକା ସହାୟତାରେ ମାତ୍ର ୮୦ ବଲରେ ସଂଗ୍ରହ କଲେ ୧୭୫ ରନ୍ । ଜିମ୍ବାୱେ ହରାରେ ସ୍ପୋର୍ଟ୍ସକ୍ଲବ ଠାରେ ଆୟୋଜିତ ଫାଇନାଲରେ ବୈଭବଙ୍କ ଶତକ ଓ ଅଧିନାୟକ ଆୟୁଷ ମୋହାତ୍ରେଙ୍କ ଅର୍ଦ୍ଧ ଶତକ ବଳରେ ଇଂଲଣ୍ଡ ଆଗରେ ୪୧୨ ରନର ବିଶାଳ ବିଜୟ ଲକ୍ଷ୍ୟ ରଖିଥିଲା ଭାରତ ।

ମ୍ଯାଚରେ ଟସ୍ ଜିତି ପ୍ରଥମେ ବ୍ଯାଟିଂ କରିଥିଲା ବ୍ଲୁ ବ୍ରିଗେଡ୍ । ଦଳ ପକ୍ଷରୁ ପ୍ରଥମେ ପଡ଼ିଆକୁ ଓହ୍ଲାଇଥିଲେ ଅରୁଣ ଜର୍ଜ ଓ ବୈଭବ ସୂର୍ଯ୍ୟବଂଶୀ । ଅରୁଣ ୯ ରନ କରି ଆଉଟ ହେବାପରେ ତାଙ୍କୁ ସାଥ ଦେବାକୁ ଆସିଥିଲେ ଅଧିନାୟକ ଆୟୁଷ ମୋହାତ୍ରେ । ଉଭୟଙ୍କ କେମେଷ୍ଟ୍ରି ପଡ଼ିଆରେ ବେଶ ଜମିଥିଲା । ତେବେ ୪୧୨ ରନ ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଇଂଲଣ୍ଡ ପ୍ରଥମ ୨୦ ଓଭରରେ ବେନ ଡନକନଙ୍କ ବିସ୍ଫୋରକ ୮୮ ରନ ବଳରେ ୨ ୱିକେଟ ହରାଇ ୧୭୦ ରନ କରିଥିଲା । ଏହାପରେ ୭ ରନ ଭିତରେ ୫ଟି ୱିକେଟ ହରାଇ ବିପଦରେ ପଡ଼ିଥିଲା ଇଂଲଣ୍ଡ ଟିମ୍ । ତେବେ ପାଳିକୁ ସମ୍ଭାଳିଥିଲେ ଫାଲକୋନର । ସେ ୬୭ ବଲରେ ୧୧୫ରନ କରି ଆଉଟ ହେବା ପରେ ଦଳ ପରାଜୟ ଦ୍ବାର ଦେଶକୁ ଚାଲି ଆସିଥିଲା । ଶେଷରେ ଦଳ ସମସ୍ତ ୱିକେଟ ହରାଇ ୩୧୧ ରନ କରିବାରେ ସକ୍ଷମ ହୋଇଥିଲା । ଅଧିନାୟକ ଥୋମାସ ରିୟୁ ୩୧ ରନ କରିଥିଲେ ।

ଏହି ବିଜୟ ସହ ଭାରତ ଷଷ୍ଠ ଥର ପାଇଁ ଅଣ୍ଡର ନାଇଣ୍ଟିନ ଟାଇଟଲ ହାତେଇବାରେ ସକ୍ଷମ ହୋଇଛି । ପୂର୍ବରୁ ୨୦୦୦, ୨୦୦୮, ୨୦୧୨, ୨୦୧୮ ଓ ୨୦୨୨ରେ ଚାମ୍ପିଅନ ହୋଇଛି ଭାରତ । ୧୯୯୮ ମସିହାରେ ଇଂଲଣ୍ଡ ପ୍ରଥମ ଥର ପାଇଁ ଟାଇଟଲ ହାତେଇଥିଲା ।

କାମ ଦେଉନି ମଧ୍ୟାହ୍ନ ଭୋଜନ, ହାତଧୁଆ ପରି କାର୍ଯ୍ୟକ୍ରମ, ରାଜ୍ୟରେ ବଢୁଛି ଡ୍ରପ ଆଉଟ ହାର

କାମ ଦେଉନି ମଧ୍ୟାହ୍ନ ଭୋଜନ, ହାତଧୁଆ ପରି କାର୍ଯ୍ୟକ୍ରମ, ରାଜ୍ୟରେ ବଢୁଛି ଡ୍ରପ ଆଉଟ ହାର

ନନ୍ଦିଘୋଷ ବ୍ୟୁରୋ: ସ୍କୁଲରେ କମୁଛି ଉପସ୍ଥାନ, ବଢୁଛି ଡ୍ରପ ଆଉଟ ହାର । ଆସ ସ୍କୁଲ ଯିବା କାର୍ଯ୍ୟକ୍ରମ ଜରିଆରେ ପିଲାଙ୍କ ଡ୍ରପ ଆଉଟ ହାର କମାଇବାକୁ ଆବାସିକ ବିଦ୍ଯାଳୟଠାରୁ ଆରମ୍ଭ କରି ମଧ୍ୟାହ୍ନ ଭୋଜନ ବ୍ଯବସ୍ଥା ସବୁ କିଛି ସରକାରୀ ସ୍ତରରେ କରାଯାଇଛି । ତଥାପି ଏଥିରେ ସୁଧାର ଆସୁନି । ରାଜ୍ଯସଭାରେ ସାଂସଦ ମାନସ ରଞ୍ଜନ ମଙ୍ଗରାଜ ଏକ ପ୍ରଶ୍ନ ଉତ୍ତରରେ କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଦେଇଥିବା ତଥ୍ଯ ଅତ୍ୟନ୍ତ ଉଦବେଗଜନକ । ମନ୍ତ୍ରୀଙ୍କ ତଥ୍ୟ ଅନୁସାରେ, ପ୍ରାଥମିକ, ଉଚ୍ଚ ପ୍ରାଥମିକ, ମାଧ୍ଯମିକ ଶ୍ରେଣୀ ସବୁଠି ସଙ୍କଟଜନକ ସ୍ଥିତି ।

ସ୍କୁଲରେ କମୁଛି ଉପସ୍ଥାନ । ପୂର୍ବ ସରକାର ସମୟରେ ୨୦୨୩-୨୪ ଶିକ୍ଷାବର୍ଷରେ ରାଜ୍ୟରେ ଡ୍ରପ ଆଉଟ ହାର ୧୨.୮୦ ପ୍ରତିଶତ ଥିବାବେଳେ ୨୦୨୪-୨୫ ଶିକ୍ଷାବର୍ଷରେ ଏହା ବୃଦ୍ଧି ପାଇ ୧୪.୯୬ ପ୍ରତିଶତରେ ପହଞ୍ଚିଛି । ବିଶେଷକରି ମାଧ୍ୟମିକ ଶ୍ରେଣୀରେ ଛାତ୍ରଛାତ୍ରୀ ଅଧିକ ସଂଖ୍ୟାରେ ପାଠ ଛାଡୁଥିବା ଦେଖାଯାଉଛି । ସରକାରଙ୍କ ଲୋଭନୀୟ କାର୍ଯ୍ୟକ୍ରମ ମଧ୍ୟ ପିଲାଙ୍କୁ ସ୍କୁଲ ଭିଡିବାକୁ ଅସମର୍ଥ । ଆଦିବାସୀ ଅଞ୍ଚଳରେ ସରକାରୀ ବୃତ୍ତି ପ୍ରଦାନରେ ଟାଳଟୁଳ ନୀତିର ପ୍ରଭାବ ପଡିଥିବା ଅଭିଯୋଗ ହୋଇଛି । ଖୋଦ କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ଚୌଧୁରୀ ଓଡ଼ିଶାରେ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ରକୁ ସଂସଦରେ ପ୍ରଦାନ କରିଛନ୍ତି ।

ଓଡ଼ିଶାରେ ଡ୍ରପ ଆଉଟ ସଂକ୍ରାନ୍ତରେ ବିଜେଡି ସାଂସଦ ମାନସ ରଞ୍ଜନ ମଙ୍ଗରାଜଙ୍କ ଏକ ପ୍ରଶ୍ନ ଉତ୍ତରରେ କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଦେଇଥିବା ତଥ୍ଯ ଅତ୍ୟନ୍ତ ଉଦବେଗଜନକ । କେବଳ ମାଧ୍ୟମିକ ବା ଉଚ୍ଚ ପ୍ରାଥମିକ ଶ୍ରେଣୀ ନୁହେଁ, ପ୍ରାଥମିକ ଶ୍ରେଣୀରେ ଡ୍ରପ ଆଉଟ ସଂଖ୍ୟା ନାମମାତ୍ର ରହିଥିଲା । ୨୦୨୩-୨୪ ଶିକ୍ଷାବର୍ଷରେ ରାଜ୍ୟର ୧୪ଟି ଜିଲ୍ଲାର ପ୍ରାଥମିକ ବିଦ୍ୟାଳୟରେ ଡ୍ରପଆଉଟ ଅନୁପାତ ଥିଲା ଶୂନ । ଅନ୍ୟ ୯ଟି ଜିଲ୍ଲାରେ ଏହି ସଂଖ୍ୟା ୧ ପ୍ରତିଶତରୁ କମ ରହିଥିଲା । ଅବଶିଷ୍ଟ ଜିଲ୍ଲାର ବିଦ୍ୟାଳୟରେ ଏହି ଅନୁପାତ ୧%ରୁ ୨% ମଧ୍ୟରେ ସୀମିତ ରହିଥିଲା । ମାତ୍ର ୨୦୨୪-୨୫ ଶିକ୍ଷାବର୍ଷରେ ରାଜ୍ୟର ସବୁ ଜିଲ୍ଲାର ପ୍ରାଥମିକ ବିଦ୍ୟାଳୟରେ ଡ୍ରପଆଉଟ ସଂଖ୍ୟା ବୃଦ୍ଧି ପାଇଛି । କିଛି ଜିଲ୍ଲାରେ ଏହି ସଂଖ୍ଯା  ୩%ରେ ବି ପହଞ୍ଚିଛି । ସେହିପରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡ୍ରପ ଆଉଟ ହାର ୨% ଥିଲା । ମାତ୍ର ୨୦୨୪-୨୫ ଶିକ୍ଷାବର୍ଷରେ ଏହା ପୁଣି ୩.୨୪ରେ ପହଞ୍ଚିଛି ।

ଗୁରୁତବପୂର୍ଣ୍ଣ କଥା ହେଲା ମାଧ୍ୟମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଡପ ଆଉଟ ହାର ସର୍ବାଧିକ ରହିଛି । ୨୦୨୨-୨୩ରେ ୧୨.୮୦ ପ୍ରତିଶତ ଥିବାବେଳେ ୨୦୨୪-୨୫ରେ ଏହା ଉପରମୁହାଁ ହୋଇ ୧୪.୯୬ ପ୍ରତିଶତରେ ପହଞ୍ଚିଯାଇଛି । ଅନୁଗୋଲରେ ଏହି ପରିମାଣ ୨୦ ପ୍ରତିଶତ ଅତିକ୍ରମ କରିଛି । ଭଦ୍ରକରେ ୨୧.୮୫%, ବୌଦ୍ଧରେ ୨୩.୮୨%, ଗଜପତିରେ ୨୧%, ଝାରସୁଗୁଡାରେ ୨୦.୨୫%, କେନ୍ଦୁଝରରେ ୨୨.୧%, କୋରାପୁଟରେ ୨୧.୪୭%, ମାଲକାନଗିରିରେ ୨୧.୨୭%, ନବରଙ୍ଗପୁରରେ ୨୯.୬୫%, ନୂଆପଡ଼ାରେ ୨୩.୧୭%, ରାୟଗଡ଼ାରେ ୨୦.୧୮%, ମାଧ୍ୟମିକ ପିଲା ଅଧାରୁ ପାଠ ଛାଡିଥିବା କେନ୍ଦ୍ର ଶିକ୍ଷାମନ୍ତ୍ରୀ ତଥ୍ୟ ପ୍ରଦାନ କରିଛନ୍ତି ।

ମହାନଦୀ ପ୍ରସଙ୍ଗରେ ରାଜ୍ୟ ସରକାର ବ୍ଲେମ ଗେମ୍ ଖେଳୁଛନ୍ତି: ବିଜେଡି

ମହାନଦୀ ପ୍ରସଙ୍ଗରେ ରାଜ୍ୟ ସରକାର ବ୍ଲେମ ଗେମ୍ ଖେଳୁଛନ୍ତି: ବିଜେଡି

ନନ୍ଦିଘୋଷ ବ୍ୟୁରୋ: ଓଡ଼ିଶାର ନ୍ୟାଯ୍ୟ ହକ ପାଇଁ ରାଜ୍ୟ ସରକାର ଯେଉଁ ପଦକ୍ଷେପ ନେଉଛନ୍ତି ତାହା ସାଧାରଣରେ ସଂଶୟ ସୃଷ୍ଟି କରିଛି । ସରକାର କେବଳ ବ୍ଲେମ ଗେମ ଖେଳୁଛନ୍ତି । ନିଜେ ଦ୍ବନ୍ଦ୍ବାତ୍ମକ ସ୍ଥିତିରେ ଅଛନ୍ତି । ଟ୍ରିପଲ ଇଞ୍ଜିନ ସରକାରରେ ମହାନଦୀ ସମସ୍ୟାର ସମାଧାନ ହୋଇଯିବ ବୋଲି ଆଶା କରାଯାଉଥିଲା । ହେଲେ ତାହା ଏବେ ନିରାଶାରେ ପରିଣତ ହେଲାଣି କହି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜୁ ଜନତା ଦଳ ।

ଏପ୍ରିଲ ୧୩ରେ ଟ୍ରିବ୍ୟୁନାଲ ଅବଧି ସରିବାକୁ ଯାଉଛି । ଏହାର ଅବଧି ଆଉ ୯ ମାସ ବୃଦ୍ଧି କରିବାକୁ ସରକାର ଚିଠି ଲେଖିବାକୁ ନେଇ ପ୍ରଶ୍ନ ଉଠାଇଛି ବିଜେଡି । ୯ ମାସ ବୃଦ୍ଧି କରିଦେଲେ ମହାନଦୀ ଜଳ ବିବାଦର କ’ଣ ସମାଧାନ ବାହାରିଯିବ ବୋଲି ଦଳ ପ୍ରଶ୍ନ କରିଛି । ପୂର୍ବ ସରକାର ଜିଳ ବିବାଦର ସମାଧାନ ଲାଗି ସବୁ ଫୋରମକୁ ଯାଇଛନ୍ତି । ଦେଶର ପ୍ରଧାନମନ୍ତ୍ରୀ ଶୁଣିଲେ ନାହିଁ । କେନ୍ଦ୍ର ଜଳ ସଂପଦ ବିଭାଗ ଶୁଣିଲା ନାହିଁ । ଛତିଶଗଡ଼ ସରକାର ଶୁଣିଲା ନାହିଁ। ଫଳରେ ବିଜେଡି ସୁପ୍ରିମକୋର୍ଟ ଯାଇଥିଲା । ଏବେ ରାଜ୍ୟ ସରକାର ଆପୋଷ ସମାଧାନ କଥା କହି ଅଧିକ ଗୋଳିଆ କରୁଛନ୍ତି । ଦେଶରେ କୌଣସି ସ୍ଥାନରେ ଆପୋଷ ବୁଝାମଣରେ ଜଳ ବିବାଦର ସମାଧାନ ହୋଇନାହିଁ । ଯଦି ଆପୋଷ ବୁଝାମଣା ହେବ ତା’ହାଲେ ଟ୍ରିବ୍ୟୁନାଲରୁ ଓହରି ଯିବ କି ରାଜ୍ୟ ସରକାର ? ଗତ ୩୦ ତାରିଖରେ ରାଜ୍ୟ ସରକାର ଛତିଶଗଡ଼ ସହ ଆଲୋଚନା ପାଇଁ କାହିଁକି ଗଲେ ନାହିଁ ? ଛତିଶଗଡ଼ ସରକାର ଆଲୋଚନାକୁ ଗ୍ରହଣ କରିବାକୁ ଚାହୁଁନାହାନ୍ତି କି ? ମୁଖ୍ୟମନ୍ତ୍ରୀ-ମୁଖ୍ୟମନ୍ତ୍ରୀ ଆଲୋଚନା ହେଲା ବୋଲି କହିଲେ ହେଲେ ଉଚ୍ଚସ୍ତରୀୟ ବୈଠକକୁ ଗଲେ ନାହିଁ । ସରକାରଙ୍କ ଉଦ୍ଦେଶ୍ୟ କ‘ଣ ବୋଲି ବିଜେଡି ପ୍ରଶ୍ନ କରିଛି ।

ସରକାର ଦଳୀୟ ସ୍ୱାର୍ଥ ପାଇଁ ରାଜ୍ୟବାସୀଙ୍କ ସ୍ୱାର୍ଥକୁ ବଳି ପକାଉଛନ୍ତି । ଏକା ଦଳର ସରକାର ଥିବାରୁ ଓଡ଼ିଶା ସରକାର ମୁଣ୍ଡ ନୁଆଁଇଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଛତିଶଗଡ଼ ସରକାର ବ୍ୟାରେଜ ନିର୍ମାଣ ସହ ବାଲି ବନ୍ଧ ତିଆରି କରୁଛନ୍ତି । ରାଜ୍ୟ ସରକାର ନିରବ । ରାଜ୍ୟବାସୀଙ୍କ ଛାତିରେ ସରକାର ଛୁରା ମାରୁଛନ୍ତି ବୋଲି କହିଛି ବିଜେଡି । ରାଜ୍ୟର ପାଣିକୁ ଛତିଶଗଡ଼ ସରକାର କମ୍ପାନୀକୁ ଦେଉଛନ୍ତି । ଏହା ବନ୍ଦ ନ ହେଲେ ଓଡ଼ିଶା ତଳିତଳାନ୍ତ ହୋଇଯିବ । ହେଲେ ରାଜ୍ୟ ସରକାରଙ୍କ ନିଦ ଭାଙ୍ଗୁ ନାହିଁ । ସରକାର ଏହାର ସମାଧାନ ନ କଲେ ରାଜ୍ୟବାସୀ  ଜବାବ ଦେବେ ବୋଲି ଚେତେଇ ଦେଇଛି ବିଜେଡି । ଓଡ଼ିଶାର ସ୍ୱାର୍ଥ ପାଇଁ କ’ଣ ଦାବି ରହିବ ତାକୁ ଲୋକଙ୍କୁ ଜଣାଯାଉ । ମହାନଦୀ ବଞ୍ଚାଅ କମିଟିକୁ ସାମିଲ କରାଯାଉ ବୋଲି ଦାବି କରିଛି ବିଜେଡି ।

ଆଉ ୧୨ ଜିଲ୍ଲା କମିଟି ଘୋଷଣା କଲା ବିଜେଡି

ଆଉ ୧୨ ଜିଲ୍ଲା କମିଟି ଘୋଷଣା କଲା ବିଜେଡି

ନନ୍ଦିଘୋଷ ବ୍ୟୁରୋ: ବିଜେଡିର ଜିଲ୍ଲା କମିଟି ଘୋଷିତ । ଆଉ ୧୨ଟି ଜିଲ୍ଲା କମିଟି ଘୋଷଣା କଲା ବିଜେଡି । ବରଗଡ଼, ରାୟଗଡ଼ା, କୋରାପୁଟ, ନୂଆପଡ଼ା, ଢେଙ୍କାନାଳ, ଜଗତସିଂହପୁର, ନବରଙ୍ଗପୁର, ବଲାଙ୍ଗୀର, କଟକ, ମୟୂରଭଞ୍ଜ-୧, ମୟୂରଭଞ୍ଜ-୨, ଯାଜପୁର ଜିଲ୍ଲା କମିଟି ଘୋଷଣା କରାଯାଇଛି ।

ପୂର୍ବରୁ ୧୧ଟି ଜିଲ୍ଲା କମିଟି ଘୋଷଣା କରିଥିଲା ବିଜେଡି । କଳାହାଣ୍ଡି, ଝାରସୁଗୁଡା, ସୁନ୍ଦରଗଡ, ମାଲକାନଗିରି, ଅନୁଗୁଳ, କେନ୍ଦୁଝର, ବୌଦ୍ଧ, ଗଜପତି, ଦେବଗଡ, କନ୍ଧମାଳ ଓ ସୁବର୍ଣ୍ଣପୁର ଜିଲ୍ଲା କମିଟି ଘୋଷଣା ହୋଇସାରିଛି । ମୋଟ ୨୩ ଜିଲ୍ଲା ପାଇଁ କମିଟି ଘୋଷଣା କଲାଣି ବିଜେଡି ।

ଅଣ୍ଡର-୧୯ ବିଶ୍ବକପ ଫାଇନାଲ: ଇଂଲଣ୍ଡ ଆଗରେ ୪୧୨ ରନର ବିଜୟ ଲକ୍ଷ୍ୟ

ଅଣ୍ଡର-୧୯ ବିଶ୍ବକପ ଫାଇନାଲ: ଇଂଲଣ୍ଡ ଆଗରେ ୪୧୨ ରନର ବିଜୟ ଲକ୍ଷ୍ୟ

ନନ୍ଦିଘୋଷ ବ୍ୟୁରୋ: ଅଣ୍ଡର-୧୯ ବିଶ୍ବକପ ଫାଇନାଲରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ମ୍ୟାଚ୍ ଚାଲିଛି । ପ୍ରଥମେ ବ୍ୟାଟିଂ କରି ସୂର୍ଯ୍ୟବଂଶୀ ବୈଭବଙ୍କ ୧୭୫ ରନର ଧୂଆଁଧାର ବ୍ୟାଟିଂ ବଳରେ ଭାରତ ୪୧୧ ରନର ବିଶାଳ ସ୍କୋର କରିଛି । ୪୧୨ ଣନର ବିଜୟ ଲକ୍ଷ୍ୟ ନେଇ ଇଂଲଣ୍ଡ ବ୍ୟାଟିଂ ଜାରି ରଖିଛି । ଭାରତ ଲଗାତର ୬ଷ୍ଠ ଓ ୧୦ମ ଅଣ୍ଡର-୧୯ ବିଶ୍ବକପ ଫାଇନାଲ ଖେଳୁଛି ।

ଭାରତ ଟସ ଜିତିବା ପରେ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଭାରତ ପକ୍ଷରୁ ସୂର୍ଯ୍ୟବଂଶୀ ଏବଂ ଆରୋନ ଜର୍ଜ ଓପନିଂ କରିଥିଲେ । ଦଳୀୟ ସ୍କୋର ୨୦ ଥିବା ବେଳେ ଆରୋନ ୯ ରନ କରି ଆଉଟ ହୋଇଯାଇଥିଲେ । ଏହାପରେ ଅଧିନାୟକ ଆୟୁଷ ଏବଂ ସୂର୍ଯ୍ୟବଂଶୀ ଦେଖିଚାହିଁ ଖେଳିବା ସହ ୮ ଓଭରରେ ୫୦ ରନ କରିଥିଲେ ।  ୧୪ ଓଭରରେ ଭାରତ ୧୦୦ ରନ କରିଥିଲେ । ୧୯ତମ ଓଭରରେ ଆୟୁେ ୫୦ ରନ୍ କରି ଆଉଟ ହୋଇଥିଲେ । ଆୟୁଷ ଆଉଟ ହେବା ପରେ ପରେ ବୈଭବ ୫୦ ବଲରୁ ୮ଟି ଲେଖାଏଁ ଚୌକା ଓ ଛକା ସହାୟତାରେ ନିଜର ଶତକ ପୂରା କରିଥିଲେ । ଏହାପରେ ବୈଭବଙ୍କ ଆନ୍ଧି ଦେଖିବାକୁ ମିଳିଥିଲା । ୭୧ ବଲରେ ୧୩ଟି ଲେଖାଏଁ ଚୌକା ଓ ଛକା ସହାୟତାରେ ୧୫୦ ରନ୍ ପୂରଣ କରିଥିଲେ । ନିଜ ଇଂନିସରେ ୮୦ ବଲର ସମ୍ମୁଖୀନ ହୋଇ ବୈଭବ ୧୫ଟି ଲେଖାଏଁ ଚୌକା ଓ ଛକା ସହାୟତାରେ ୧୭୫ ରନ୍ କରି ଆଉଟ୍ ହୋଇଥିଲେ ।ବି. ମଲହୋତ୍ରା ୩୦ ରନ୍ କରି ଚତୁର୍ଥ ଓ୍ବିକେଟ ଭାବେ ଆଉଟ ହୋଇଥିଲେ । ଏହାପରେ ଭାରତର ଗୋଟିଏ ପରେ ଗୋଟିଏ ଓ୍ବିକେଟ ପଡ଼ିଥିଲେ ବି ଭାରତ ୪୧୧ ରନର ବିଶାଳ ସ୍କୋର କରିବାକୁ ସକ୍ଷମ ହୋଇଥିଲା ।

ବୋମା ବିସ୍ଫୋରଣରେ ଦୋହଲିଲା ଇସଲାମାବାଦର ମସଜିଦ, ୫୦ରୁ ଅଧିକ ମୃତ

ବୋମା ବିସ୍ଫୋରଣରେ ଦୋହଲିଲା ଇସଲାମାବାଦର ମସଜିଦ, ୫୦ରୁ ଅଧିକ ମୃତ

ନନ୍ଦିଘୋଷ ବ୍ୟୁରୋ: ପାକିସ୍ତାନ ରାଜଧାନୀ ଇସଲାମାବାଦରେ ଜୁମେ ନମାଜ ସମୟରେ ଏକ ମସଜିଦରେ ବୋମା ବିସ୍ଫୋରଣ । ବିସ୍ଫୋରଣରେ ୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଥିବା ବେଳେ ୭୦ରୁ ଅଧିକ ଆହତ ହୋଇଛନ୍ତି । ସରକାରୀ ଭାବେ ବର୍ତ୍ତମାନ ସୁଦ୍ଧା ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ଘୋଷଣା କରାଯାଇଛି । ଆହତମାନଙ୍କ ପାକିସ୍ତାନ ଇଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ ଓ ସିଡିଏ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ବିସ୍ଫୋରଣ ପରର ଦୃଶ୍ୟ ହୃଦୟ ବିଦାରକୁ ଥିଲା । ଲୋକଙ୍କ ଶରୀରର ବିଭିନ୍ନ ଅଙ୍ଗ ଏଣେ ତେଣେ ପଡ଼ିଥିବା ଦେଖିବାକୁ ମିଳିଥିଲା । ଘଟଣା ସ୍ଥଳରେ ପୋଲିସ ଓ ସେନାର ଯବାନ ପହଞ୍ଚି ଇଦ୍ଧାର କାର୍ଯ୍ୟ ଚଲାଇଛନ୍ତି । ସେନା ପୂରା ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଛି ।

ସ୍ଥାନୀୟ ମିଡିଆ ରିପୋର୍ଟ ଅନୁସାରେ ଏହି ବିସ୍ଫୋରଣ କସର-ଏ-ଖଦିଜତୁଲ କୁବର ମସଜିଦରେ ଘଟିଛି । ଯାହା ଇସଲାମାବାଦରେ ଅନ୍ୟତମ ବଡ଼ ମସଜିଦ । ବିସ୍ଫୋରଣ ପରର କିଛି ଭିଡିଓ ଫୁଟଜ ଭାଇରାଲ ହେଉଛି । ଯେଉଁଥିରେ ଲୋକମାନେ ଏଣେତେଣେ ଦୌଡ଼ୁଥିବା ଦେଖିବାକୁ ମିଳୁଛି । ଘଟଣା ପରେ ଇସଲାମାବାଦରେ କର୍ଫ୍ୟୁ ଜାରି କରାଯାଇଛି ।

ଅପରାହ୍ନ ପ୍ରାୟ ଗୋଟାଏ ବେଳେ ଲୋକେ ନମାଜ ପଢ଼ିବାକୁ ମସଜିଦରେ ଏକାଠି ହେବାରେ ଲାଗିଥିଲା । ଏହି ସମୟରେ ଜଣେ ଆତ୍ମଘାତି ମସଜିଦ ଭିତରକୁ ପଶିବାକୁ ଚେଷ୍ଟା କରିଥିଲା । ଯାହାଙ୍କୁ ଗେଟ୍ ପାଖରେ ଅଟକାଇ ଦିଆଯାଇଥିଲା । ତା’ର ଯାଞ୍ଚ କରାଯାଉଥିବା ବେଳେ ସେ ନିଜକୁ ବୋମାରେ ଉଡାଇ ଦେଇଥିଲା । ଆକ୍ରମଣକାରୀର ସମ୍ପର୍କ ଆଫଗାନିସ୍ତାନ ସହ ଥିବା ଇସଲାମାବାଦ ପୋଲିସ କହିଛି । ଅର୍ଥାତ ଆକ୍ରମଣ ପଛରେ ଟିଟିପିର ହାତ ଥିବା କୁହାଯାଉଛି । ହେଲେ ଟିଟିପି ପକ୍ଷରୁ ଏନେଇ କିଛି ପ୍ରତିକ୍ରିୟା ଆସିନି ।

ତାରଲାଇର ଯେଉଁ ମସଜିଦରେ ଆତ୍ମଘାତି ବିସ୍ଫୋରଣ ଘଟିଛି ତାହା ଶିୟା ସମୁଦାୟର ପ୍ରସିଦ୍ଧ ମସଜିଦ ଥିଲା । ପାକିସ୍ତାନରେ ଏହି ସମୁଦାୟର ପ୍ରାୟ ୨ କୋଟି ଲୋକ ବସବାସ କରିଥାନ୍ତି । ଯାହା ପାକିସ୍ତାନ ଜନସଂଖ୍ୟାର ୧୦ରୁ ୧୨ ପ୍ରତିଶତ ।

୨୦୨୫ ନଭେମ୍ବର ପରେ ଇସଲାମାବାଦରେ ଏହା ଦ୍ବିତୀୟ ବିସ୍ଫଷାରଣ । ୨୦୨୫ ନଭେମ୍ବରରେ ଇସଲାମାବାଦ କୋର୍ଟ ବାହାରେ ଏକ ବିସ୍ଫଷାରଣ ଘଟିଥିଲା । ଯେଉଁଥିରେ ୧୨ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୩୬ ଜଣ ଆହତ ହୋଇଥିଲେ । ତହରିକ ଏ ତାଲିବାନ ଏହି ବିସ୍ଫୋରଣର ଦାୟିତ୍ବ ନେଇଥିଲା ।

ସରକାର କେବଳ ବ୍ଲେମ ଗେମ ଖେଳୁଛନ୍ତି : ବିଜେଡି

ଭୁବନେଶ୍ବର : ଓଡ଼ିଶାର ହକ ପାଇଁ ରାଜ୍ୟ ସରକାର ଯେଉଁ ପଦକ୍ଷେପ ନେଉଛନ୍ତି ତାହା ସାଧାରଣରେ ସଂଶୟ ସୃଷ୍ଟି କରିଛି । ସରକାର କେବଳ ବ୍ଲେମ ଗେମ ଖେଳୁଛନ୍ତି । ନିଜେ ଦ୍ବନ୍ଦ୍ବାତ୍ମକ ସ୍ଥିତିରେ ଅଛନ୍ତି । ଟ୍ରିପଲ ଇ଼ଜିନ ସରକାରରେ ସମାଧାନ ହୋଇଯିବ ବୋଲି ଆଶା କରାଯାଉଥିଲା । ହେଲେ ତାହା ଏବେ ନିରାଶାରେ ପରିଣତ ହେଲାଣି । ଏପରି ଅଭିଯୋଗ କରି ମହାନଦୀ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜୁ ଜନତା ଦଳ । ଏପ୍ରିଲ ୧୩ରେ ଟ୍ରିବ୍ୟୁନାଲ ଅବଧି ସରିବାକୁ ଯାଉଛି । ଏହାର ଅବଧି ଆଉ ୯ ମାସ ବୃଦ୍ଧି କରିବାକୁ ସରକାର ଚିଠି ଲେଖିବା ନେଇ ପ୍ରଶ୍ନ ଉଠାଇଛି ବିଜେଡି । ୯ ମାସ ବୃଦ୍ଧି କରିଦେଲେ ମହାନଦୀ ଜଳ ବିବାଦର କଣ ସମାଧାନ ବାହାରିଯିବ ବୋଲି ଦଳ ପ୍ରଶ୍ନ କରିଛି । ପୂର୍ବ ସରକାର ଜିଳ ବିବାଦର ସମାଧାନ ଲାଗି ସବୁ ଫୋରମକୁ ଯାଇଛନ୍ତି । ଦେଶର ପ୍ରଧାନମନ୍ତ୍ରୀ ଶୁଣିଲେ ନାହିଁ । କେନ୍ଦ୍ର ଜଳ ସଂପଦ ବିଭାଗ ଶୁଣିଲା ନାହିଁ । ଛତିଶଗଡ଼ ସରକାର ଶୁଣିଲା ନାହିଁ। ଫଳରେ ବିଜେଡି ସୁପ୍ରିମକୋର୍ଟ ଯାଇଥିଲା । ଏବେ ରାଜ୍ୟ ସରକାର ଆପୋଷ ସମାଧାନ କଥା କହି ଅଧିକ ଗୋଳିଆ କରୁଛନ୍ତି । ଦେଶରେ କୌଣସି ସ୍ଥାନରେ ଆପୋଷ ବୁଝାମଣରେ ଜଳବିବାଦର ସମାଧାନ ହୋଇନାହିଁ । ଯଦି ଆପୋଷ ବୁଝାମଣା ହେବ ତାହାଲେ ଟ୍ରିବ୍ୟୁନାଲରୁ ଓହରି ଯିବ କି ରାଜ୍ୟ ସରକାର ? ଗତ ୩୦ ତାରିଖରେ ରାଜ୍ୟ ସରକାର ଛତିଶଗଡ଼ ସହ ଆଲୋଚନା ପାଇଁ କାହିଁକି ଗଲେ ନାହିଁ ? ଛତିଶଗଡ଼ ସରକାର ଆଲୋଚନାକୁ ଗ୍ରହଣ କରିବାକୁ ଚାହୁଁନାହାନ୍ତି କି ? ମୁଖ୍ୟମନ୍ତ୍ରୀ-ମୁଖ୍ୟମନ୍ତ୍ରୀ ଆଲୋଚନା ହେଲା ବୋଲି କହିଲେ ହେଲେ ଉଚ୍ଚସ୍ତରୀୟ ବୈଠକକୁ ଗଲେ ନାହିଁ । ସରକାରଙ୍କ ଉଦ୍ଦେଶ୍ୟ କଣ ? ସରକାର ଦଳୀୟ ସ୍ୱାର୍ଥ ପାଇଁ ରାଜ୍ୟବାସୀଙ୍କ ସ୍ୱାର୍ଥକୁ ବଳି ପକାଉଛନ୍ତି । ଏକା ଦଳର ସରକାର ଥିବାରୁ ଓଡ଼ିଶା ସରକାର ମୁଣ୍ଡ ନୁଆଁଇଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଛତିଶଗଡ଼ ସରକାର ବ୍ୟାରେଜ ନିର୍ମାଣ ସହ ବାଲି ବନ୍ଧ ତିଆରି କରୁଛନ୍ତି। ରାଜ୍ୟ ସରକାର ନିରବ। ରାଜ୍ୟବାସୀଙ୍କ ଛାତିରେ ସରକାର ଛୁରା ମାରୁଛନ୍ତି ବୋଲି କହିଛି ବିଜେଡି । ରାଜ୍ୟର ପାଣିକୁ ଛତିଶଗଡ଼ ସରକାର କମ୍ପାନୀକୁ ଦେଉଛନ୍ତି । ଏହା ବନ୍ଦ ନ ହେଲେ ଓଡ଼ିଶା ତଳିତଳାନ୍ତ ହୋଇଯିବ। ହେଲେ ରାଜ୍ୟ ସରକାରଙ୍କ ନିଦ ଭାଙ୍ଗୁ ନାହିଁ। ସରକାର ଏହାର ସମାଧାନ ନ କଲେ ରାଜ୍ୟବାସୀ ଜବାବ ଦେବେ ବୋଲି ଚେତେଇ ଦେଇଛି ବିଜେଡି । ଓଡ଼ିଶାର ସ୍ୱାର୍ଥ ପାଇଁ କଣ ଦାବି ରହିବ ତାକୁ ଲୋକଙ୍କୁ ଜଣାଯାଉ। ମହାନଦୀ ବଞ୍ଚାଅ କମିଟିକୁ ସାମିଲ କରାଯାଉ ବୋଲି ଦାବି କରିଛି ବିଜେଡି ।

୧୪ ଘଣ୍ଟାରୁ ଅଧିକ ହେଲାଣି ହଷ୍ଟେଲରୁ ୨ ଛାତ୍ରୀ ଗାଏବ

ଉଦଳା : ୧୪ ଘଣ୍ଟା ହେଲାଣି ହଷ୍ଟେଲରୁ ଗାଏବ ଅଛନ୍ତି ଦୁଇ ଛାତ୍ରୀ। ମିଳୁନି ପତ୍ତା। ଏଭଳି ଘଟଣା ଘଟିଛି ଉଦଳା ବ୍ଲକ ରାଢୋ କେଜିବିଭି ବିଦ୍ୟାଳୟରେ। ଷଷ୍ଠ ରୁ ଯୁକ୍ତ ୨ ପର୍ଯ୍ୟନ୍ତ ୧୫୮ ଜଣ ଛାତ୍ରୀ ରହୁଥିବା ବେଳେ ହଷ୍ଟେଲରେ ରହୁଥିବା ଦୁଇ ଷଷ୍ଠ ଶ୍ରେଣୀ ଛାତ୍ରୀ ଗତକାଲି ରାତିରୁ ଗାଏବ। ଯାହାକି ଘଟଣା ବାବଦରେ ନିଖୋଜ ଛାତ୍ରୀ ଙ୍କ ପରିବାର ଲୋକେ ଖବର ପାଇବା ପରେ ବିଦ୍ୟାଳୟରେ ପହଞ୍ଚି ପଚାରି ବୁଝିବା ସହିତ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ସାରିଲେଣି। ହେଲେ ଏବେ ପର୍ଯ୍ୟନ୍ତ ନିଖୋଜ ଛାତ୍ରୀଙ୍କ ମିଳୁନି ପତ୍ତା। ସେପଟେ କେମିତି ହଷ୍ଟେଲ ବାହାରକୁ ଗଲେ ଛାତ୍ର ଛାତ୍ରୀ ତାହା ସବୁଠାରୁ ବଡ଼ ପ୍ରଶ୍ନ। ୧୪ ଘଣ୍ଟା ରୁ ଅଧିକ ହେବ ଦୁଇ ପିଲାଙ୍କୁ ନ ପାଇ ଅଭିଭାବକ ଚିନ୍ତାରେ। ତେବେ ଘଟଣା ବାବଦରେ ହଷ୍ଟେଲ ୱାର୍ଡେନ ରଶ୍ମିତାରାଣୀ ସାମଲ କିଛି କହୁ ନ ଥିବା ବେଳେ ପ୍ରଧାନ ଶିକ୍ଷୟିତ୍ରୀ ମାଳତୀ ବେହେରା ଆମ କ୍ୟାମେରା ସାମ୍ନାରେ ମୁହଁ ଖୋଲିବାକୁ ନାରାଜ। ଖବର ପାଇ ଏବିଇଓ ବିଦ୍ୟାଳୟରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଛାତ୍ରୀ ମାନଙ୍କୁ ଶୀଘ୍ର ଖୋଜି ବାହାର କରାଯିଵା ନେଇ ଚେଷ୍ଟା କରାଯାଉଥିବା କହିଛନ୍ତି।

ବିବାହ କାର୍ଡରେ QR କୋଡ୍ : ଯଦି ଆସି ନ ପାରିବେ, ପଇସା ପଠାଇଦେବେ…

ନନ୍ଦିଘୋଷ ବ୍ୟୁରୋ : ଉତ୍ତର ପ୍ରଦେଶର ବାଗପତରେ ଏକ ନିଆରା ବିବାହ କାର୍ଡ ଭାଇରାଲ ହୋଇଛି। ବିବାହ କରୁଥିବା ପୁଅ ଓ ଝିଅ ପାଇଁ ଏକ ବିବାହ କାର୍ଡ ପ୍ରିଣ୍ଟ କରିଛନ୍ତି ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ବିବାହ କାର୍ଡରେ ଏକ QR କୋଡ୍ ପ୍ରିଣ୍ଟ କରାଯାଇଛି। ଏହା ପଛର କାରଣ ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ।

ବର ଆକାଶ କହିଛନ୍ତି, ବିବାହରେ ବହୁ ଦୂରଦୂରାନ୍ତରୁ ଅନେକ ସମ୍ପର୍କୀୟ ଆସିଥାନ୍ତି। ଆମକୁ ସେମାନଙ୍କୁ କାର୍ଡ ଦେବାକୁ ପଡ଼ିଥାଏ। ତଥାପି, କାର୍ଡ ବଣ୍ଟନ କରିବା ଏବଂ ବିବାହ ଉତ୍ସବରେ ପହଞ୍ଚିବା ସମୟରେ ପ୍ରାୟତଃ ସଡ଼କ ଦୁର୍ଘଟଣା ଘଟେ। ଏହାକୁ ଧ୍ୟାନରେ ରଖି, QR କୋଡ୍ ଥିବା କାର୍ଡଗୁଡ଼ିକ ମୁଦ୍ରିତ କରାଯାଇଛି। ଏହାର ଅର୍ଥ ହେଉଛି ଯଦି କୌଣସି କାରଣରୁ ସମ୍ପର୍କୀୟମାନେ ବିବାହରେ ଯୋଗ ଦେଇପାରିବେ ନାହିଁ, ତେବେ ସେମାନେ QR କୋଡ୍ ସ୍କାନ୍ କରି ଉପହାର ପଠାଇପାରିବେ। ବର ଅନାବଶ୍ୟକ ଖର୍ଚ୍ଚ ଏବଂ ସମୟ ବଞ୍ଚାଇବା ମଧ୍ୟ ଲକ୍ଷ୍ୟ ରଖିଛି।

ଦୋଘାଟ ସହରର ବାସିନ୍ଦା ଆକାଶ ବାଲ୍ମିକି ତାଙ୍କ ଭଉଣୀ ଏବଂ ତାଙ୍କ ନିଜ ବିବାହ କାର୍ଡରେ QR କୋଡ୍ ପ୍ରିଣ୍ଟ କରିଛନ୍ତି। ଆକାଶ ବୁଝାଇଛନ୍ତି ଯେ ତାଙ୍କ ଭଉଣୀର ବିବାହ ଫେବୃଆରୀ ୭ତାରିଖରେ ଏବଂ ତାଙ୍କ ନିଜ ବିବାହ ଫେବୃଆରୀ ୮ ତାରିଖରେ ହେବ। ଉଭୟ ବିବାହ କାର୍ଡରେ QR କୋଡ୍ ଛପା ଯାଇଛି । ଆକାଶ କୁହନ୍ତି ଯେ ବିବାହରେ, ସମ୍ପର୍କୀୟ ଏବଂ ପରିଚିତ ଲୋକମାନେ ପ୍ରାୟତଃ ଦୂରଦୂରାନ୍ତରୁ ଉତ୍ସବରେ ଯୋଗଦେବାକୁ ଯାତ୍ରା କରନ୍ତି। ଏହି ସମୟରେ ପ୍ରାୟତଃ ସଡ଼କ ଦୁର୍ଘଟଣା ଘଟେ, ଯାହା ଆନନ୍ଦର ପରିବେଶକୁ ଶୋକରେ ପରିଣତ କରେ। ଏହି ସମସ୍ୟାର ସମାଧାନ ପାଇଁ ସେ ଏହି ପଦକ୍ଷେପ ନେଇଥିଲେ, ଦୂରଦୂରାନ୍ତର ସମ୍ପର୍କୀୟମାନେ ସୁରକ୍ଷିତ ଭାବରେ ଏବଂ ଯାତ୍ରା ନକରି ସେମାନଙ୍କର ଶୁଭେଚ୍ଛା ଏବଂ ଆଶୀର୍ବାଦ ପଠାଇପାରିବେ।

ଏହି ଅନନ୍ୟ ଚିନ୍ତାଧାରା ଅଞ୍ଚଳରେ ବହୁଳ ଭାବରେ ପ୍ରଶଂସା କରାଯାଉଛି। ସ୍ଥାନୀୟ ଲୋକମାନେ କହିଛନ୍ତି ଯେ ଏହି ପଦକ୍ଷେପ ସମୟୋଚିତ ଏବଂ ସମାଜକୁ ଏକ ସକାରାତ୍ମକ ବାର୍ତ୍ତା ଦେବ। ପ୍ରଯୁକ୍ତିର ଉପଯୁକ୍ତ ବ୍ୟବହାର ଦ୍ୱାରା ପରମ୍ପରାଗୁଡ଼ିକୁ ସୁରକ୍ଷିତ ଏବଂ ସୁବିଧାଜନକ କରାଯାଇପାରିବ। ଆକାଶଙ୍କ ଦୃଷ୍ଟିକୋଣ ଭବିଷ୍ୟତରେ ଅନ୍ୟମାନଙ୍କ ପାଇଁ ପ୍ରେରଣା ସ୍ୱରୂପ କାର୍ଯ୍ୟ କରିପାରିବ।

ବିଭିନ୍ନ କୋର୍ଟକୁ ଆସିଲା ବୋମା ଧମକ…

ନନ୍ଦିଘୋଷ ବ୍ୟୁରୋ : ରାଜ୍ୟର ବିଭିନ୍ନ କୋର୍ଟକୁ ଆସିଲା ବୋମା ଧମକ । ବୋମା ଧମକ ଆସିବା ପରେ କୋର୍ଟ ପରିସରକୁ ଖାଲି କରାଯାଇଛି । ଭୁବନେଶ୍ଵର କୋର୍ଟକୁ ବୋମା ଧମକ  ଇ ମେଲରେ ଆସିଛି। କୋର୍ଟରେ ବୋମା ନିଷ୍କ୍ରିୟକାରୀ ଦଳ ଓ ସନ୍ଧାନୀ କୁକୁର ପହଞ୍ଚିଛନ୍ତି । ସର୍ଚ୍ଚ ଅପରେସନ ଜାରି ରହିଛି ।

କଟକ ଜିଲ୍ଲା ଜଜ୍ କୋର୍ଟକୁ ବୋମା ଧମକ । ବୋମାରେ କୋର୍ଟକୁ ଉଡ଼ାଇ ଦେବାକୁ ଧମକ ଦିଆଯାଇଛି। ଏକ ଇ ମେଲରେ ଏହି ଧମକ ଆସିଛି। ଏହି ଖବର ପରେ କୋର୍ଟ ପରିସରରେ ପହଞ୍ଚିଛି ବୋମା ନିଷ୍କ୍ରିୟକାରୀ ଟିମ୍। ଖାନତଲାସି ଚାଲିଛି। କୋର୍ଟ ପରିସରକୁ ଖାଲି କରାଯାଇଛି। କିଏ କାହିଁକି ଏହି ଧମକ ଦେଇଛି, ତାର ତଦନ୍ତ ଚାଲିଛି।

ପୁରୀ କୋର୍ଟରେ ମଧ୍ୟ ବୋମା ଆତଙ୍କ । ଖବର ମିଳିବା ପରେ ପୋଲିସ ପକ୍ଷରୁ ବମ ସ୍କ୍ବାଡ ଓ ସ୍ବତନ୍ତ୍ର ବୋମା ସନ୍ଧାନକାରୀ ଦଳ ଦ୍ବାରା ଯାଞ୍ଚ ପ୍ରକିୟା ଚାଲିଛି । ଏକ ସନ୍ଦିଗ୍ଘ ଇ-ମେଲ ଆଇଡିରୁ ବୋମା ଆତଙ୍କ ନେଇ ଖବର ମିଳିବା ପରେ ପୋଲିସ ପକ୍ଷରୁ ଯାଞ୍ଚ ସହ ତଦନ୍ତ ଆରମ୍ଭ ହୋଇଛି ।

ଫୁଲବାଣୀ କୋର୍ଟକୁ ବୋମାରେ ଉଡେଇ ଦେବାକୁ ମଧ୍ୟ ଧମକ। ଅଜଣା ମେଲ୍ ଆଇଡି ରୁ ଫୁଲବାଣୀ କୋର୍ଟ କୁ ଏହି ଧମକ ଆସିଛି। ଏହି ଧମକ ପରେ ବୋମା ନିଷ୍କ୍ରିୟକାରୀ ଟିମ୍ କୋର୍ଟରେ ପହଞ୍ଚି ସର୍ଚ୍ଚ କରୁଛି। କୋର୍ଟ ପରିସରକୁ ଖାଲି ମଧ୍ୟ କରା ଯାଇଛି।

ସେହିପରି ଯାଜପୁର ଜିଲ୍ଲା କୋର୍ଟକୁ ମଧ୍ୟ ବୋମା ଚେତାବନୀ। ଇମେଲ ଯୋଗେ ଦିନ ୧୨ଟା ମଧ୍ୟରେ ବୋମା ଧମକ ଆସିଛି । କୋର୍ଟ ପରିସରରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ବୋମା ଧମକ ପରେ କୋର୍ଟ ପରିସରରେ ଦେଖା ଦେଇଛି ଭୟର ବାତାବରଣ । କିଛି ଦିନ ତଳେ ରାଜ୍ୟର ଅନେକ କୋର୍ଟକୁ ଏପରି ବୋମା ଧମକ ଆସିଥିଲା। ପରେ ତାହା ଗୁଜବ ବୋଲି ଜଣାପଡ଼ିଥିଲା।