ନନ୍ଦିଘୋଷ ଡିଜିଟାଲ: ୟୁକ୍ରେନର ରାଜଧାନୀ କିଭ୍ରେ ଥିବା ଭାରତୀୟ ଔଷଧ ଗୋଦାମ ଉପରେ ଆକ୍ରମଣ ଅଭିଯୋଗକୁ ଖଣ୍ଡନ କରିଛି ରୁଷ। ରୁଷର ସେନା ପକ୍ଷରୁ କୌଣସି ବୋମା କି କ୍ଷେପଣାସ୍ତ୍ର ଭାରତୀୟ ଔଷଧ ଗୋଦାମରେ ପକାଇଯାଇନଥିବାର କହିଛି ରୁଷ। କୁହାଯାଇଛି, ବୋଧହୁଏ ୟୁକ୍ରେନର ଏୟାର ଡିଫେନସ ମିସାଇଲ୍ ସିଷ୍ଟମର କୌଣସି କ୍ଷେପଣାସ୍ତ୍ର ଔଷଧ ଗୋଦାମରେ ପଡ଼ିଯାଇଛି। ଏହା ପରେ ହେଲଥ କେୟାରର ଗୋଦାମରେ ନିଆଁ ଲାଗି ଯାଇଥିଲା। ଗତ ଏପ୍ରିଲ ୧୨ ତାରିଖରେ ଏହି ଘଟଣା ଘଟିଥିଲା। କିଭ୍ର ପୂର୍ବ ଭାଗରେ ଥିବା କୁସୁମ୍ ହେଲ୍ଥ କେୟାରର ଔଷଧ ଦୋକାନ ଉପରେ ଆକ୍ରମଣ କରାଯାଇଥିଲା। କିନ୍ତୁ ରୁଷିଆ ସ୍ପଷ୍ଟ କରିଛି ଏହି ଆକ୍ରମଣ କରି ରୁଷର ସେନା ତରଫରୁ ହୋଇନଥିଲା, ଏପରିକି ଆକ୍ରମଣ କରିବାର ଯୋଜନା ବି କରାଯାଇନଥିଲା। ଭାରତରେ ଥିବା ୟୁକ୍ରେନର ଦୂତାବାସ ପକ୍ଷରୁ ଅଭିଯୋଗ କରାଯାଇଥିଲା ଯେ, ରୁଷିଆ ଏକ ପ୍ରମୁଖ ଭାରତୀୟ ଔଷଧ କମ୍ପାନୀ କୁସୁମର ଗୋଦାମ ଉପରେ ଆକ୍ରମଣ କରିଥିଲା। ମସ୍କୋ ଜାଣିଶୁଣି ଭାରତୀୟ ବ୍ୟବସାୟଗୁଡ଼ିକୁ ଟାର୍ଗେଟ କରୁଛି – ପିଲା ଏବଂ ବୟସ୍କମାନଙ୍କ ପାଇଁ ଉଦ୍ଦିଷ୍ଟ ଔଷଧ ନଷ୍ଟ କରୁଛି। ହେଲେ ଏହାକୁ ଖଣ୍ଡନ କରି ରୁଷ ଦୂତାବାସ କହିଛି ଯେ ଏପ୍ରିଲ ୧୨ ତାରିଖରେ ୟୁକ୍ରେନର ମିଲିଟାରି ବିମାନ କଂପ୍ଲେକ୍ସ, UAV ଆସେମ୍ବଲି କର୍ମଶାଳାକୁ ଧ୍ଵଂସ କରାଯାଇଥିଲା। କିନ୍ତୁ କୁସୁମ ହେଲଥ କେୟାର ଉପରେ ଆକ୍ରମଣ କରାଯାଇନଥିଲା।
BSF ଯବାନ ମନୋରଞ୍ଜନ ପ୍ରଧାନ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ହେଲା ଶେଷକୃତ୍ୟ
ନନ୍ଦିଘୋଷ ବ୍ୟୁରୋ: ରାଷ୍ଟ୍ରୀୟ ମର୍ଯ୍ୟାଦାରେ ମୃତ ଯବାନଙ୍କ ହେଲା ଶେଷକୃତ୍ୟ । ନୟାଗଡ଼ ଜିଲ୍ଲା ରଣପୁର ଥାନା ପାଟପୁର ଗାଁରେ BSF ଯବାନ ମନୋରଞ୍ଜନ ପ୍ରଧାନ ଛୁଟିରେ ଆସିଥିବାବେଳେ ଅସୁସ୍ଥ ହୋଇ ପଡ଼ିଥିଲେ । ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଗତ ୧୫ ତାରିଖରେ ମୃତ୍ୟୁ ହୋଇଥିଲା । ଶବ ବ୍ୟବଛେଦ ପରେ ପାଟପୁର ଗାଁରେ ପହଂଚିଥିଲା ମରଶରୀର । ମଣ୍ଟୁଙ୍କ ଶେଷ ଦର୍ଶନ ପାଇଁ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ଜଟଣୀ ସେନା ବାହିନୀ କ୍ୟାମ୍ପ ପକ୍ଷରୁ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଛି ।
ସୁପର୍ ପାର୍ଲାମେଣ୍ଟ ଭଳି କାମ କରୁଛନ୍ତି ସୁପ୍ରିମକୋର୍ଟ: ଉପରାଷ୍ଟ୍ରପତି
ନନ୍ଦିଘୋଷ ବ୍ୟୁରୋ: ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ଟାର୍ଗେଟରେ ସୁପ୍ରିମକୋର୍ଟ। ସୁପର୍ ପାର୍ଲାମେଣ୍ଟ ଭଳି କାମ କରୁଛନ୍ତି ସୁପ୍ରିମକୋର୍ଟ। ଏପରି କହି ସିଧା ଉଚ୍ଚତମ ନ୍ୟାୟାଳୟକୁ କଡ଼ା ସମାଲୋଚନା କରିଛନ୍ତି ଧନଖଡ଼। ସେ କହିଛନ୍ତି, ରାଷ୍ଟ୍ରପତିଙ୍କୁ ନିର୍ଦ୍ଦେଶ ଦେଇପାରିବେ ନାହିଁ ସୁପ୍ରିମକୋର୍ଟ। ବ୍ୟାବସ୍ଥାପିକା ଓ କାର୍ଯ୍ୟପାଳିକାର ଅଧିକାର ଉପରେ ନ୍ଯାୟପାଳିକା ହସ୍ତକ୍ଷେପ କରୁଛନ୍ତି ବୋଲି ମଧ୍ୟ ସଂଗୀନ ଅଭିଯୋଗ ଆଣିଛନ୍ତି ଧନଖଡ଼। ପାର୍ଲାମେଣ୍ଟ ଓ ବିଧାନସଭାରୁ ପାସ୍ ହେଉଥିବା ବିଲ୍ ଉପରେ
ରାଷ୍ଟ୍ରପତି ଓ ରାଜ୍ୟପାଳ ନିର୍ଦ୍ଦିଷ୍ଟ ସମୟ ଭିତରେ ଅନୁମୋଦନ କରିବା ଉଚିତ ବୋଲି ସୁପ୍ରିମକୋର୍ଟ କହିଥିଲେ। ତାମିଲନାଡୁର ବିଧାନସଭାରେ ପାସ୍ ହୋଇଥିବା ୧୦ଟି ବିଲ୍ କୁ ରାଜ୍ୟପାଳ ବହୁ ଦିନ ଧରି ପକାଇ ରଖିଥିବାରୁ ବର୍ଷିଥିଲେ ସୁପ୍ରିମକୋର୍ଟ। ଏହା ପରେ ରାଜ୍ୟପାଳଙ୍କ ବିନା ଅନୁମୋଦନରେ ରାଜ୍ୟ ସରକାର ଗେଜେଟ୍ ନୋଟିଫିକେସନ ଜାରି କରି ବିଲ୍ କୁ ଆଇନରେ ପରିଣତ କରିଥିଲେ। ଏହି ପ୍ରସଙ୍ଗରେ ଉପରାଷ୍ଟ୍ରପତି ସୁପ୍ରିମକୋର୍ଟ ଉପରେ ବର୍ଷିଛନ୍ତି। ରାଷ୍ଟ୍ରପତିଙ୍କୁ ନିର୍ଦ୍ଦେଶ ଦିଆଯାଉଛି। ଆମେ କେଉଁଠାକୁ ଯାଉଛୁ? ଦେଶରେ କ’ଣ ଘଟୁଛି?” ରାଜ୍ୟସଭାର ଏକ କାର୍ଯ୍ୟକ୍ରମରେ ସେ ଏହା କହିଛନ୍ତି। ନ୍ୟାୟିକ ସୀମା ଅତିକ୍ରମଣ ବୋଲି କହିଛନ୍ତି ଧନଖଡ଼। …
ଢେ଼ଙ୍କାନାଳ ନିହଲ ପ୍ରସାଦ ଖଣି ଅଞ୍ଚଳରେ ମାଫିଆଙ୍କ ଗୁଣ୍ଡାରାଜ
ନନ୍ଦିଘୋଷ ବ୍ୟୁରୋ: ଢେ଼ଙ୍କାନାଳ ନିହଲ ପ୍ରସାଦ ଖଣି ଅଞ୍ଚଳରେ ମାଫିଆଙ୍କ ଗୁଣ୍ଡାରାଜ । ଚଢାଉ ପାଇଁ ଯାଇଥିବାବେଳେ ଉପଜିଲ୍ଲାପାଳ, ମାଇନିଂ ଅଫିସର ଓ ଥାନା ଅଧିକାରୀଙ୍କୁ ପଥରମାଡ଼ । ଜବତ ଗାଡ଼ିକୁ ଛଡାଇନେଲେ ପଥର ମାଫିଆ । ଆଜି ଚୋରା ପଥର ଚାଲାଣ ହେଉଥିବା ଖବର ପାଇଁ ଅଞ୍ଚଳକୁ ଯାଇଥିଲେ ଉପଜିଲାପାଳ ବିଭୁଦ ଗଡନାୟକ ଓ ମାଇନିଙ୍ଗ ଅଫିସର । ସଙ୍ଗରେ ଥିଲେ ନିହଲ ପ୍ରସାଦ ଥାନା ଅଧିକାରୀ ।ଚୋରା ଖଣି ରୁ ଗାଡ଼ି ଜବତ କରି ଆସୁଥିବା ବେଳେ ଆକ୍ରମଣ କରିଥିଲେ ମାଫିଆ । ପଥର ମାଡ କରିବା ସହ ଜବତ ଗାଡ଼ି ଖଣି ମାଫିଆ ଛଡେଇ ନେଇ ଯାଇଥିବା ସୂଚନା ଦେଇଛନ୍ତି ଥାନା ଅଧିକାରୀ ।

