spot_img
Home Blog Page 978

ପୂର୍ବତନ ବିଧାୟକ ଅନନ୍ତ ଦାସଙ୍କ ପରଲୋକ

ଭୁବନେଶ୍ବର: ଭୋଗରାଇର ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ଅନନ୍ତ ଦାସଙ୍କ ପରଲୋକ । ଭୁବନେଶ୍ୱର ବାସଭବନରେ ପରଲୋକ ଘଟିଛି । ୨୦୦୪ ମସିହାରୁ ପ୍ରଶାସନିକ ସେବାରୁ ରାଜନୀତିକୁ ଆସିଥିଲେ ଅନନ୍ତ । ୨୦୦୪ ମସିହାରୁ ଲଗାତାର ୪ଥର ବିଜେଡି ଦଳରୁ ଭୋଗରାଇର ବିଧାୟକ ହୋଇଥିଲେ ।

୨୦୦୪ ରୁ ୨୦୦୯ରେ ପ୍ରଥମେ ବିଧାୟକ । ୨୦୦୯ରୁ ୨୦୧୪ ବିଧାନସଭାର ମୁଖ୍ୟ ସଚେତକ । ୨୦୧୪ରୁ ୨୦୧୯ ଉଚ୍ଚଶିକ୍ଷା ମନ୍ତ୍ରୀ ଓ ଶିଳ୍ପ ମନ୍ତ୍ରୀ । ୨୦୧୯ରୁ ୨୦୨୪ରେ ଜିଲ୍ଲା ଯୋଜନା ବୋଡ଼ର ଅଧ୍ୟକ୍ଷ ଥିଲେ ।

୨୮ ଅଗଷ୍ଟ ୧୯୪୦ରେ ଭୋଗରାଇ ବ୍ଲକର କୁରୁଠିଆରେ ଜନ୍ମ ଗ୍ରହଣ କରିଥିଲେ ଅନନ୍ତ ଦାସ । ମୃତ୍ୟୁ ବେଳେକୁ ତାଙ୍କୁ ୮୫ ବର୍ଷ ହୋଇଥିଲା । ଅନନ୍ତ ଦାସଙ୍କ ମୃତ୍ୟୁରେ ଭୋଗରାଇ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

ଚମ୍ପିୟନ୍ସ ଟ୍ରଫି ଫାଇନାଲ: ଭାରତ-ନ୍ୟୁଜିଲାଣ୍ଡ ମହା ମୁକାବିଲା, ୨୫ ବର୍ଷ ତଳର ପ୍ରତିଶୋଧ ନେବାକୁ ଭାରତ ପ୍ରସ୍ତୁତ

ନନ୍ଦିଘୋଷ ବ୍ୟୁରୋ: ଚମ୍ପିୟନ୍ସ ଟ୍ରଫି ଫାଇନାଲ ମହା ମୁକାବିଲା । ଆଜି ସୁପର ସନଡେରେ ଭାରତ ଓ ନ୍ୟୁଜଲିଣ୍ଡା ମଧ୍ୟରେ ହେବ ସୁପର୍ ଫାଇଟ୍ । ଦୁବାଇ ଇଣ୍ଟରନାସନାଲ ଷ୍ଟାଡିୟମରେ ଚମ୍ପିୟନ୍ସ ଟ୍ରଫିର ନୂଆ ଚମ୍ପିୟନ୍ ପାଇଁ ହେବ ମହାସମର । ଭାରତ ୧୨ ବର୍ଷ ପରେ ଚାମ୍ପିୟନ୍ସ ଟ୍ରଫି ଟାଇଟଲ ଜିତିବା ଲକ୍ଷ୍ୟରେ ରହିଛି ।

ଭାରତ ଗ୍ରୁପ୍ ପର୍ଯ୍ୟାୟରେ ନ୍ୟୁଜିଲ୍ୟାଣ୍ଡକୁ ହରାଇ ସାରିଛି । ଏହାସହ ସମସ୍ତ ୪ଟି ମ୍ୟାଚ୍ ଜିତି ଅନ ବିଟନ୍ ଟିମ୍ ଭାବେ ଫାଇନାଲରେ ପ୍ରବେଶ କରିଛି । ଉଭୟ ଦଳଙ୍କୁ ଦେଖିଲେ ଭାରତର ପଲ୍ଲା ଭାରି ରହିବ । ଫାଇନାଲ୍ ଜିତି ଟିମ୍ ଇଣ୍ଡିଆ ତୃତୀୟ ଥର ପାଇଁ ଚମ୍ପିଅନ ହେବାକୁ ଲକ୍ଷ୍ୟ ରଖିଛି । ସେପଟେ ପୁଣି ଏକ ଆଇସିସି ଟୁର୍ଣ୍ଣାମେଣ୍ଟରେ ଭାରତର ଆଶାକୁ ଧୂଳିସାତ କରିବାକୁ ପ୍ରସ୍ତୁତ ହେଉଛି ନ୍ୟୁଜିଲାଣ୍ଡ ଟିମ୍ ।

ବର୍ତ୍ତମାନ ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂରେ ଭାରତୀୟ ଖେଳାଳୀଙ୍କ ଜବରଦସ୍ତ ପରଫର୍ମାନ୍ସ ଦେଖିବାକୁ ମିଳୁଛି । ମହମ୍ମଦ ଶାମିଙ୍କ ସିମ୍ ବୋଲିଂ ସାଙ୍ଗକୁ ଭାରତୀୟ ଦଳର ସ୍ପିନ୍ ଆଟାକ୍ କ୍ବିଓ୍ବି ବ୍ୟାଟରଙ୍କୁ ସମସ୍ୟାରେ ପକାଇବ ।

ତେବେ ଗ୍ରୁପ୍ ପର୍ଯ୍ୟାୟରେ ଭାରତ ନ୍ୟୁଜିଲାଣ୍ଡକୁ ହରାଇ ଥିଲେ ବି ଫାଇନାଲରେ ଜିତିବା ଏତେ ସହଜ ହେବନି । କାରଣ ୨୦୦୦ ମସିହାରେ ଆଇସିସିର ଏହି ଟୁର୍ଣ୍ଣାମେଣ୍ଟରେ ନ୍ୟୁଜିଲାଣ୍ଡ ଭାରତ ହାତରୁ ଟ୍ରଫି ଛଡ଼ାଇ ନେଇଥିଲା । ସେତେବେଳେ ଏହାର ନାଁ ଥିଲା ଆଇସିସି ନକ୍ ଆଉଟ୍ । ଆଉ ୨୫ ବର୍ଷ ପରେ ଏହି ପରାଜୟର ପ୍ରତିଶୋଧ ନେବାକୁ ଭାରତ ସୁଯୋଗ ପାଇଛି । ତେବେ ଭାରତ ୨୦୦୨ ଓ ୨୦୧୩ରେ ଚମ୍ପିୟନ୍ସ ଟ୍ରଫି ଜିତିଛି । ହେଲେ ଫାଇନାଲ ମୁକାବିଲାରେ ନ୍ୟୁଜିଲାଣ୍ଡ ନଥିଲା ।

ଅନ୍ତର୍ଜାତିକ ଦିନିକିଆରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମୋଟ୍ ୧୧୯ଟି ମ୍ୟାଚ୍ ଖେଳାଯାଇଛି । ଏଥିରେ ଟିମ୍ ଇଣ୍ଡିଆ ୬୧ଟି ମ୍ୟାଚ ଜିତିଥିବା ବେଳେ ନ୍ୟୁଜିଲାଣ୍ଡ ୫୦ଟି ।

ରାଜଧାନୀରେ ଏନକାଉଣ୍ଟର: ଏଟିଏମ ଲୁଟ୍ ଉଦ୍ୟମ ବେଳେ ଗୁଳି ମାରିଲା କମିଶନରେଟ୍ ପୋଲିସ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଏନକାଉଣ୍ଟର । ଗତକାଲି ବିଳମ୍ବିତ ରାତିରେ ଆନ୍ତରାଜ୍ୟ ଏଟିଏମ୍ ଲୁଟେରା ଦୀପକ କୁମାରଙ୍କୁ ଗୁଳି ମାରିଲା କମିଶନରେଟ୍ ପୋଲିସ । ବରଗଡ଼ ଥାନା ଅଞ୍ଚଳରେ ଏଟିଏମ୍ ଲୁଟ୍ ଉଦ୍ୟମ କରୁଥିବା ବେଳେ ପୋଲିସ ସହ ହୋଇଥିଲା ମୁହାଁମୁହିଁ ।

ସୂଚନାଯୋଗ୍ୟ, ଆନ୍ତରାଜ୍ୟ ଲୁଟେରା ଦୀପକ ବରଗଡ଼ ଥାନା ଅଞ୍ଚଳରେ ଏଟିଏମ୍ ଲୁଟ୍ କରିବାକୁ ଉଦ୍ୟମ କରୁଥିଲା । ଏହି ସମୟରେ କମିଶନରେଟ ପୋଲିସ ହାବୁଡ଼ରେ ପଡ଼ି ଯାଇଥିଲା । ପୋଲିସକୁ ଦେଖି ଦୀପକ ଗୁଳି ଚଲାଇଥିଲା । ପାଲଟା ଜବାବରେ ପୋଲିସ ଦୀପକଙ୍କୁ ଏନକାଉଣ୍ଟର କରିଛି । ଦୀପକଙ୍କ ଗୋଡ଼ରେ ଗୁଳି ବାଜିଛି । ଏହାପରେ କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ୱାଡ ଦୀପକଙ୍କୁ କାବୁ କରିଥିଲା । ପରେ ତାଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ବିଜୁ ବାବୁଙ୍କୁ ଅପମାନିତ କରିଛି ଡବଲ ଇଂଜିନ ସରକାର: ବିଜେପି ଉପରେ ବର୍ଷିଲେ ବିଜେଡି ସୁପ୍ରିମୋ ନବୀନ

ଭୁବନେଶ୍ବର: ମାଆମାନଙ୍କୁ ସଶକ୍ତ କରିବାକୁ ବିଜୁବାବୁ ନେଇଥିଲେ ସ୍ବତନ୍ତ୍ର ପଦକ୍ଷେପ । ୯୦ ଦଶକରେ ମହିଳାଙ୍କୁ ରାଜନୈତିକ କ୍ଷେତ୍ରରେ ଗୁରୁତ୍ବ ଦେଇ ପଞ୍ଚାୟତରେ ରଖିଥିଲେ ୩୩% ସଂରକ୍ଷଣ । ସରକାରୀ ଚାକିରିରେ ବି କରିଥିଲେ ସଂରକ୍ଷଣ ବ୍ୟବସ୍ଥା । ତାହା ଆଜି ସଫଳ ହୋଇଛି । ମାଆମାନେ ଆଜି ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ସକ୍ରିୟ ଭାବେ ଅଂଶ ଗ୍ରହଣ କରୁଛନ୍ତି । ହେଲେ ମାଆମାନଙ୍କ ଅଧିକାର ପାଇଁ ଐତିହାସିକ ପଦକ୍ଷେପ ନେଇଥିବା ବିଜୁ ବାବୁଙ୍କୁ ଅପମାନିତ କରିଛି ଡବଲ ଇଂଜିନ ସରକାର । ଏନେଇ ଶଙ୍ଖ ଭବନରେ ଆୟୋଜିତ ମହିଳା ଦିବସ କାର୍ଯ୍ୟକ୍ରମରେ ଦୁଃଖ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।

ପ୍ରତି ବର୍ଷ ଭଳି ଚଳିତ ବର୍ଷ ବି ଆଡ଼ମ୍ବର ସହକାରେ ବିଜେଡି ପାଳିଛି ଅନ୍ତର୍ଜାତୀୟ ମହିଳା ଦିବସ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ନେଇ ନବୀନ ବିଜେପି ଉପରେ ବର୍ଷିଛନ୍ତି । ମାଆମାନଙ୍କ ରାଜନୈତିକ ସାମାଜିକ ଓ ଅର୍ଥନୈତିକ ସଶକ୍ତିକରଣ ପାଇଁ ବିଜୁ ଜନତା ଦଳ କାମ କରୁଛି । ହେଲେ ପଂଚାୟତିରାଜ ଦିବସ ତାରିଖ ବଦଳାଇ ଡବଲ ଇଞ୍ଜିନ ସରକାର ବିଜୁ ବାବୁଙ୍କୁ ଅସମ୍ମାନ କରିଥିବାରୁ ଆପତ୍ତି ଜଣାଇଛନ୍ତି ନବୀନ । ପଞ୍ଚାୟତି ରାଜ ଅନୁଷ୍ଠାନକୁ ମଜଭୁତ୍ କରିଥିବା ଓ ମାଆମାନଙ୍କ ଅଧିକାର ପାଇଁ ଐତିହାସିକ ପଦକ୍ଷେପ ନେଇଥିବା ବିଜୁ ବାବୁଙ୍କୁ ଡବଲ ଇଂଜିନ ସରକାର ଅପମାନିତ କରିଥିବାରୁ ନବୀନ ଦୁଃଖ ପ୍ରକାଶ କରିଛନ୍ତି । ବିଜୁଙ୍କ ଜୟନ୍ତୀକୁ ରାଜନୈତିକ ଉଦ୍ଦେଶ୍ୟ ରଖି ପଞ୍ଚାୟତି ରାଜ ଦିବସ ଭାବେ ପାଳନକରାଗଲା ନାହିଁ ବୋଲି ଅଭିଯୋଗକୁ ଶାଣିତ କରିଛନ୍ତି ନବୀନ । ସଂସଦ ଓ ରାଜ୍ୟ ବିଧାନସଭାରେ ମାଆ ମାନଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ପାଇଁ ବିଜେଡି ଲଢେଇ ଜାରି ରଖିଛି ।

ବିଜେପି ସରକାର ମିଶନ ଶକ୍ତି କାର୍ଯ୍ୟକ୍ରମ ବନ୍ଦ କରିବାକୁ ଚକ୍ରାନ୍ତ ଚଳାଇଛି । ନବୀନ ପଟ୍ଟନାୟକଙ୍କ ସରକାର ସମୟର ମିଶନ ଶକ୍ତି କାର୍ଯ୍ୟକ୍ରମ ମାଆମାନଙ୍କୁ ସଶକ୍ତ କରିବା ସହ ଆତ୍ମନିର୍ଭର କରିଛି । ଡବଲ ଇଞ୍ଜିନ ସରକାରଙ୍କ ମିଶନ ଶକ୍ତି ପରି ଲୋକପ୍ରିୟ କାର୍ଯ୍ୟକ୍ରମକୁ ବନ୍ଦ କରିବା ଚକ୍ରାନ୍ତ ବିରୋଧରେ ନବୀନ କ୍ଷୋଭ ପ୍ରକାଶ କରିଛନ୍ତି ।ସ୍ବାଭିମାନୀ ମାଆମାନଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରାଯାଉଛି । ପ୍ରଚାର ପାଇଁ ଡବଲ ଇଞ୍ଜିନ ସରକାର ଶହ ଶହ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ସୁଭଦ୍ରା ଯୋଜନାରେ ମାଆମାନଙ୍କୁ ଦିନକୁ ମାତ୍ର ୨୭ ଟଙ୍କା ଦେଇ ବାହାଦୁରୀ ନେବାକୁ ଚେଷ୍ଟା କରୁଥିବାରୁ ସରକାରଙ୍କୁ ନବୀନ କଟାକ୍ଷ କରିଛନ୍ତି । ୨୭ ଟଙ୍କାରେ ମାଆମାନେ ନିଜ ପରିବାର ପାଇଁ ଏକ୍ ଲିଟରେ କ୍ଷୀର କିଣିପାରିବେ କି ? ମଞ୍ଚରୁ ଏହି ପ୍ରଶ୍ନ ପ୍ରତି ମହିଳାଙ୍କୁ ପଚାରିଥିଲେ ନବୀନ । ମାଆମାନଙ୍କୁ ବିଭ୍ରାନ୍ତ କରିବା ପାଇଁ ହେଉଥିବା ଉଦ୍ୟମକୁ ବିରୋଧ କରିବା ପାଇଁ ବିଜେଡିର ମହିଳା କର୍ମୀମାନଙ୍କୁ ଆହ୍ବାନ ଦେଇଛନ୍ତି ନବୀନ । ବିଜୁ ଜନତା ଦଳ ମାଆମାନଙ୍କ ରାଜନୈତିକ, ସାମାଜିକ ଓ ଅର୍ଥନୈତିକ ସଶକ୍ତିକରଣ ପାଇଁ କାମ କରୁଛି । ଏବେ ଦୂତ ସାଜି ପ୍ରତି ପରିବାରକୁ ବିଜେଡିର ନୀତି ଓ ଆଦର୍ଶ ସମ୍ପର୍କରେ ସଚେତନ କରିବାକୁ ନବୀନ କର୍ମୀଙ୍କୁ ପରାମର୍ଶ ଦେଇଛନ୍ତି । ମହିଳା ଦିବସ ଅବସରରେ ବିଭିନ୍ନ କ୍ଷେତ୍ରରେ ସଫଳତା ଅର୍ଜନ କରିଥିବା ମହିଳା ଡାକ୍ତର ସେବା ମହାପାତ୍ର, କୁଞ୍ଜଳତା ସାମଲ, ଓଜସ୍ବିନୀ ମାହାର, ଜୟନ୍ତୀ ପ୍ରଧାନ, ଡ଼କ୍ଟର ଜ୍ୟୋତିର୍ମୟୀ ମହାନ୍ତି ଓ ଡ଼କ୍ଟର ରୋଜା ଘୋଷଙ୍କୁ ସମ୍ବର୍ଦ୍ଧିତ କରିଥିଲେ ନବୀନ ।

ସରକାରୀ କର୍ମଚାରୀଙ୍କ ପାଇଁ କେନ୍ଦ୍ର ସରକାରଙ୍କ ନୂଆ ସ୍କିମ: ଏପ୍ରିଲ ପହିଲାରୁ ମିଳିବ ଖୁସିଖବର

ନୂଆ ଆର୍ଥିକ ବର୍ଷ ଆରମ୍ଭ ହେବାକୁ ଆଉ ମାତ୍ର କିଛି ଦିନ ବାକି ରହିଛି । ଆସନ୍ତା ଏପ୍ରିଲ ପହିଲାରୁ ନୂଆ ଆର୍ଥିକ ବର୍ଷ ଆରମ୍ଭରୁ କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଏକୀକୃତ ପେନସନ ଯୋଜନା ଲାଗୁ ହେବ । କେନ୍ଦ୍ର ସରକାର ରାଷ୍ଟ୍ରୀୟ ପେନସନ ପ୍ରଣାଳୀ (NPS)ର ବିକଳ୍ପ ଭାବେ ଏକୀକୃତ ପେନସନ ଯୋଜନା (UPS) ଆରମ୍ଭ କରିଛନ୍ତି । UPS ସେହି କେନ୍ଦ୍ର କର୍ମଚାରୀଙ୍କ ପାଇଁ ଉପଲବ୍ଧ ହେବ, ଯେଉଁମାନେ ପୂର୍ବରୁ NPSରେ ନାମାଙ୍କିତ ହୋଇଥିବେ ଓ ଏହି ନୂଆ ଯୋଜନାର ବିକଳ୍ପ ବାଛିଥିବେ ।

ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଏନପିଏସ ଅଧୀନରେ ଯୋଗ୍ୟ ହେଉଥିବା କେନ୍ଦ୍ରୀୟ ସରକାର କର୍ମଚାରୀମାନଙ୍କ ନିକଟରେ ଏବେ ଏନପିଏସ ଷ୍ଟ୍ରକଚର ମଧ୍ୟରେ ୟୁପିଏସକୁ ସ୍ବିଚ କରିବାର ବିକଳ୍ପ ରହିବ । ଅବସରପ୍ରାପ୍ତ ବ୍ୟକ୍ତି ଏବେ ଅବସର ପୂର୍ବରୁ ୧୨ ମାସରେ ସେମାନଙ୍କ ଆଭରେଜ ମୂଳ ବେତନର ୫୦ ପ୍ରତିଶତ ପେନସନ ଭାବେ ପାଇ ପାରିବେ । ତେବେ ସେଥିପାଇଁ ସେମାନଙ୍କୁ ୨୫ ବର୍ଷର ସର୍ବନିମ୍ନ ସେବା କରିବାର ଆବଶ୍ୟକ । ଏଥିସହିତ ସରକାର ନିଜର ଅଂଶୀଦାର ୧୪ ପ୍ରତିଶତରୁ ବୃଦ୍ଧି କରି ୧୮.୫ ପ୍ରତିଶତ କରୁଛନ୍ତି । କୌଣସି ପେନସନଧାରୀଙ୍କ ଦୁର୍ଭାଗ୍ୟପୂର୍ଣ୍ଣ ମୃତ୍ୟୁ ସ୍ଥିତିରେ, କର୍ମଚାରୀଙ୍କୁ ମିଳିବାକୁ ଥିବା ପେନସନର ୬୦ ପ୍ରତିଶତ ତାଙ୍କର ପରିବାରଙ୍କୁ ପ୍ରାପ୍ତ ହେବ ।

ଟିମ୍ ଇଣ୍ଡିଆ ପାଇଁ ବଡ଼ ଚେତାବନୀ: ନ୍ୟୁଜିଲାଣ୍ଡକୁ ହାଲୁକାରେ ନେବା ଭାରତ ପାଇଁ ପଡ଼ିବ ମହଙ୍ଗା

 ମାର୍ଚ୍ଚ ୯ରେ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ ଚାମ୍ପିୟନ୍ସ ଟ୍ରଫି ୨୦୨୫ର ଫାଇନାଲ ମ୍ୟାଚ । ଟାଇଟଲ ହାତେଇବା ନେଇ ଦୁଇ ଟିମର ଅଧିନାୟକ ବେଶ ଆଶାବାଦୀ ରହିଛନ୍ତି । ଭାରତ ସେମିଫାଇନାଲରେ ଅଷ୍ଟ୍ରେଲିଆାକୁ ହରାଇ ଫାଇନାଲରେ ପ୍ରବେଶ କରିଥିଲା ବେଳେ ଦକ୍ଷିଣ ଆଫ୍ରିକାକୁ ହରାଇ ହରାଇ ଫାଇନାଲରେ ପ୍ରବେଶ କରିଛି ନ୍ୟୁଜିଲାଣ୍ଡ । ତେବେ ଏଥର ରୋହିତ ଶର୍ମାଙ୍କ ନେତୃତ୍ବରେ ଭାରତ ICC ଚାମ୍ପିୟନ୍ସ ଟ୍ରଫି ହାତେଇବ ବୋଲି କୋଟି କୋଟି ଭାରତୀୟ କ୍ରୀଡ଼ାପ୍ରେମୀଙ୍କ ଆଶା ରହିଛି । ସେମିରେ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆା ପରି ଶକ୍ତିଶାଳୀ ଟିମ ହାରିଯାଇଥିଲେ । ତେଣୁ ଭାରତର ଫାଇନାଲ ବିଜୟ ପଥ ସହଜ ହୋଇଗଲା ବୋଲି ଚର୍ଚ୍ଚା ହେଉଛି ।

ତେବେ ସବୁଠାରୁ ବଡ଼ କଥା ହେଉଛି, ନ୍ୟୁଜିଲାଣ୍ଡ ଏପରି ଏକ ଟିମ୍ ଯେ କି ଅଧିକାଂଶ ସମୟରେର ICC ଟୁର୍ଣ୍ଣାମେଣ୍ଟର ସେମିଫାଇନାଲ ଓ ଫାଇନାଲ ଖେଳିଥାଏ । ଅନ୍ୟପକ୍ଷରେ ବହୁ ବଡ଼ ଟିମ୍ ଏଥିରୁ ବଞ୍ଚିତ ହୋଇଥାନ୍ତି । ତେଣୁ ନ୍ୟୁଜିଲାଣ୍ଡ ପ୍ରତି ଭାରତୀୟ ଦଳ ସାବଧାନ ରହିବା ନିହାତି ଜରୁରୀ । ୨୫ ବର୍ଷ ତଳେ ଏପରି ଏକ ସ୍ଥିତି ଦେଖିବାକୁ ମିଳିଥିଲା । ୨୦୦୦ ମସିହା ଚାମ୍ପିୟନ୍ସ ଟ୍ରଫିରେ ଭାରତକୁ ହରାଇ ଟ୍ରଫି ହାତେଇଥିଲା ନ୍ୟୁଜିଲାଣ୍ଡ । ଭାରତ ଏହା ଭୁଲିଯିବା ଅନୁଚିତ ।

ତେଣୁ ଚାମ୍ପିୟନ୍ସ ଟ୍ରଫିର ଫାଇନାଲ ମ୍ୟାଚ ପୂର୍ବରୁ ଭାରତୀୟ ଟିମକୁ ବଡ଼ ଚେତାବନୀ ଦେଇଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର । ନ୍ୟୁଜିଲାଣ୍ଡକୁ ହାଲୁକାରେ ନେବାର ଭୁଲ ନ କରିବାକୁ କହିଛନ୍ତି ଗାଭାସ୍କର । ଗ୍ରୁପ ଷ୍ଟେଜ ମୁକାବିଲା ଅପେକ୍ଷା ଫାଇନାଲ ଲଢ଼େଇ ଯଥେଷ୍ଟ ଅଲଗା ହେବ । ମାର୍ଚ୍ଚ ୨ରେ ଭାରତ ସହଜରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଥିଲା । ମାତ୍ର ଏବେ ନ୍ୟୁଜିଲାଣ୍ଡର ଆଟାକରେ ବହୁତ ପରିବର୍ତ୍ତନ ଆସିଛି । ସେମିରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ବଡ଼ ସ୍କୋର କରି ନ୍ୟୁଜିଲାଣ୍ଡ ଦେଇଛି ଏକ ବଡ଼ ପ୍ରମାଣ । କିଓ୍ବି କମାଲ ପ୍ରଦର୍ଶନ କରି ୫୦ ରନରେ ସେମିରେ ଜିତିଥିଲା । ଭାରତ ଉକ୍ତ ମ୍ୟାଚରୁ ବହୁତ କିଛି ଶିଖିବା ଜରୁରୀ । ନ୍ୟୁଜିଲାଣ୍ଡ ଏପରି ଏକ ଟିମ୍ ଯେ କି ଚୁପଚାପ ନିଜର କାମ କରିଥାଏ । ଭାରତ ଅଷ୍ଟ୍ରେଲିଆାକୁ ହରାଇବାର ଅର୍ଥ ନୁହେଁ ନ୍ୟୁଜିଲାଣ୍ଡକୁ ମାତ୍ ଦେବା ସହଜ ହୋଇଯିବ । ଫାଇନାଲରେ ଭାରତକୁ କଠିନ ସଂଘର୍ଘ କରିବାକୁ ପଡ଼ିବ ବୋଲି ଗାଭାସ୍କର କହିଛନ୍ତି ।

ଫାଇନାଲ ଲଢ଼େଇ ପାଇଁ ଉଭୟ ଭାରତ ଓ ନ୍ୟୁଜିଲାଣ୍ଡ ନିଜ ନିଜ ରଣନୀତି ପ୍ରସ୍ତୁତିରେ ବ୍ୟସ୍ତ ରହିଛନ୍ତି । ଫାଇନାଲ ମ୍ୟାଚ ଦୁବାଇରେ ହେଉଥିବାରୁ ଭାରତ ସେଠାରେ ଖେଳିବାର କିଛି ଅଭିଜ୍ଞତା ହାସଲ କରି ସାରିଛି, ଯାହାକି ଦଳକୁ ଫାଇଦା ଦେଇପାରେ । ସବୁଠାରୁ ବଡ଼ କଥା ହେଉଛି, ଫାଇନାଲ ଦିନ ପିଚର ସ୍ଥିତି କିପରି ରହିବ, ତାହା ସବୁ ମୋଡ଼ ବଦଳାଇ ଦେଇପାରେ । ଅଧିକାଂଶ ଏକ୍ସପର୍ଟ ଭାରତକୁ ଫେଭରାଇଟ ବୋଲି ମାନୁଥିବା ବେଳେ ନ୍ୟୁଜିଲାଣ୍ଡ ମଧ୍ୟ ଦୁର୍ବଳ ସ୍ଥିତିରେ ନାହିଁ । ଯେଉଁ ଟିମ୍ ସେମିଫାଇନାଲରେର ୩୬୨ ସ୍କୋର କରି ପାରୁଛି, ସେହି ଟିମକୁ ହାଲୁକାରେ ନେବା ଅର୍ଥ ପରାଜୟକୁ ଆମନ୍ତ୍ରଣ କରିବା ।

ଭାରତ ଭଲ ପେସ ବାହିନୀ ରହିଥିବା ବେଳେ ନ୍ୟୁଜିଲାଣ୍ଡ ମଧ୍ୟ ପଛରେ ନାହିଁ । ନ୍ୟୁଜିଲାଣ୍ଡ ମଧ୍ୟ ତା’ର ପେସ ଆଟାକ ଦ୍ବାରା ହାରିବା ବାଜିବାକୁ ପଲଟା ଦେଇପାରେ ।  କିଓ୍ବି ପେସ ଆଟାକ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ସମସ୍ୟାରେ ପକାଇପାରେ । ସ୍ପିନ କଥା ଯଦି କହିବା ଭାରତ ପାଖରେ ଅକ୍ଷର ପଟେଲ, କୁଲଦୀପ ଯାଦବ, ରବିନ୍ଦ ଜାଡେଜା ରହିଛନ୍ତି । ନ୍ୟୁଜିଲାଣ୍ଡ ପାଖରେ ମଧ୍ୟ ଅଧିନାୟକ ମିଚେଲ ସେଣ୍ଟନରଙ୍କ ପରି ଅଭିଜ୍ଞ ସ୍ପିନର ରହିଛନ୍ତି । ନିଜର ସ୍ପିନ ଯାଦୁ ବଳରେ ଅତୀତରେ ସାଣ୍ଟନର ଭାରତକୁ ପରାଜୟର ରାସ୍ତା ଦେଖାଇ ସାରିଛନ୍ତି । ଫିଲଡିଂରେ ମଧ୍ୟ ନ୍ୟୁଜିଲାଣ୍ଡ ଉଚ୍ଚକୋଟୀର ରହିଛି । ବ୍ୟାଟିଂ କଥା ଯଦି କହିବା, ରଚିନ୍ଦ୍ର ରବିନ୍ଦ୍ର, କେନ ଓ୍ବିଲିୟମସନ, ବିଲ ୟଙ୍ଗଙ୍କ ପରି ବ୍ୟାଟ୍ସମ୍ୟାନ ଦଳ ପାଇଁ ବଡ଼ ସ୍କୋର କରିପାରିବେ । ତେଣୁ କୌଣସି ଦୃଷ୍ଟିରୁ  ନ୍ୟୁଜିଲାଣ୍ଡକୁ ହାଲୁକାରେ ନେବା ଭୁଲ ନକରୁ ଭାରତୀୟ ଟିମ୍ ।

ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ନିଯୁକ୍ତି: ପୂରଣ ହେବ କନିଷ୍ଠ ସହାୟକ, ASO, ଆକାଉଣ୍ଟାଣ୍ଟ ପଦବୀ

ଭୁବନେଶ୍ବର: ସରକାରୀ ଚାକିରି ସନ୍ଧାନରେ ରହିଥିବା ସମସ୍ତ ଆଶାୟୀଙ୍କ ପାଇଁ ଆସିଛି ଏ ବଡ଼ ସୁଯୋଗ । କନିଷ୍ଠ ସହାୟକ, ଜୁନିୟର ଆକାଉଣ୍ଟାଣ୍ଟ, ଆକାଉଣ୍ଟାଣ୍ଟ, ଆସିଷ୍ଟାଣ୍ଟ ସେକ୍ସନ ଅଫିସ (ASO), ଜୁନିୟର ଲାବୋରେଟୋରୀ ଆସିଷ୍ଟାଣ୍ଟ, ସିନିୟର ସାଇଣ୍ଟିଫିକ ଆସିଷ୍ଟାଣ୍ଟ, ଆସିଷ୍ଟାଣ୍ଟ ଲାଇବ୍ରେରିଆନ, ସହକାରୀ ପରିବେଶ ଯନ୍ତ୍ରୀ ଆଦି ବିଭିନ୍ନ ପ୍ରକାର ପଦବୀ ପୂରଣ ହେବ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନକୁ ଏହି ନିଯୁକ୍ତି ସମ୍ପର୍କିତ ସବିଶେଷ ତଥ୍ୟ ପାଇ ପାରିବେ ।

ମୋଟ ୭୮ଟି ପଦବୀ ପୂରଣ ହେବ । ଗ୍ରୁପ-ବି, ଗ୍ରୁପ-ସି ଆଦି ପଦବୀ ପୂରଣ ହେବ । ଏଥିରେ ଆବେଦନ କରିବାକୁ ପ୍ରାର୍ଥୀଙ୍କୁ ୩୦୦ ଟଙ୍କାର ଆବେଦନ ଫିସ୍ ଜମା କରିବାକୁ ପଡ଼ିବ । ଅନୁସୂଚିତ ଜାତି (SC), ଅନୁସୂଚିତ ଜନଜାତି (ST), ମହିଳା, ଦିବ୍ୟାଙ୍ଗ (PwD) ପ୍ରାର୍ଥୀଙ୍କ ପାଇଁ ଫିସ୍ ଛାଡ଼ କରାଯାଇଛି । ଫେବୃଆରୀ ୨୭ରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଥିବା ବେଳେ ମାର୍ଚ୍ଚ ୨୮ରେ ତାହା ସମାପ୍ତ ହେବ । ଚଳିତ ବର୍ଷ ଜାନୁଆରୀ ପହିଲା ସୁଦ୍ଧା ସର୍ବନିମ୍ନ ବୟସ ୨୧ ବର୍ଷ ଓ ସର୍ବାଧିକ ବୟସ ୩୮ ବର୍ଷ ହୋଇଥିବା ଆବଶ୍ୟକ । ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ କରାଯିବ । ପ୍ରାର୍ଥୀଙ୍କ ବୟସ ଯୋଗ୍ୟତା ଦଶମ, ଦ୍ବାଦଶ, ସ୍ନାତକ ଓ ସ୍ନାତକୋତ୍ତର ରହିଥିବା ଆବଶ୍ୟକ ।

ଲିଙ୍କ: https://ospcboard.odisha.gov.in/guidelines-circulars/employment-notice/

ଚାମ୍ପିୟନ୍ସ ଟ୍ରଫି ଫାଇନାଲ ମ୍ୟାଚ ବାତିଲ ହେଲେ, କିଏ ଚାମ୍ପିୟନ ହେବ ଭାରତ ନା ନ୍ୟୁଜିଲାଣ୍ଡ?

ଦୁବାଇ: ମାର୍ଚ୍ଚ ୯ରେ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଚାମ୍ପିୟନ୍ସ ଟ୍ରଫି ୨୦୨୫ର ଫାଇନାଲ ଟକ୍କର ହେବ । ସୁପର ସଣ୍ଡେରେ ହେବାକୁ ଥିବା ସୁପର ଫାଇଟକୁ ବିଶ୍ବର କୋଟି କୋଟି କ୍ରୀଡ଼ାପ୍ରେମୀ ବେଶ ଉତ୍ସୁକତାର ସହ ଚାହିଁ ରହିଛନ୍ତି । ତେବେ ଚଳିତ ଚାମ୍ପିୟନ୍ସ ଟ୍ରଫିର କିଛି ମ୍ୟାଚ ବର୍ଷା କାରଣରୁ ବାତିଲ ହୋଇଥିଲା । ଉକ୍ତ ସ୍ଥିତିରେ ଉଭୟ ଟିମଙ୍କୁ ୧-୧ ଲେଖାଏଁ ପଏଣ୍ଟ ପ୍ରଦାନ କରାଯାଇଥିଲା । ତେଣୁ ଆସନ୍ତା ୯ ତାରିଖରେ ଯଦି ବର୍ଷା ହେବ, ଆଉ ମ୍ୟାଚ ବାତିଲ ହେବ, ତେବେ ଏପରି ସ୍ଥିତିରେ କ’ଣ ହେବ? କାହାକୁ ଚାମ୍ପିୟନ ଭାବେ ଘୋଷଣା କରାଯିବ, ସେନେଇ କ୍ରୀଡ଼ାପ୍ରେମୀଙ୍କ ମନରେ ଉଠିଛି ବଡ଼ ପ୍ରଶ୍ନ ।

ଦୁବାଇର ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ଚାମ୍ପିୟନ୍ସ ଟ୍ରଫିର ଫାଇନାଲ ମୁକାବିଲା ଖେଳାଯିବ । ଶେଷ ଥର ପାଇଁ ୨୦୦୦ ମସିହାରେ ଉଭୟ ଟିମ୍ ଚାମ୍ପିୟନ୍ସ ଟ୍ରଫି ଫାଇନାଲ ଖେଳିଥିଲେ । ସେତେବେଳେ ଭାରତକୁ ହରାଇ ନ୍ୟୁଜିଲାଣ୍ଡ ଟ୍ରଫି ହାତେଇଥିଲା । ତେଣୁ ଏଥର ଭାରତ ୨୫ ବର୍ଷ ତଳର ପ୍ରତିଶୋଧ ଲକ୍ଷ୍ୟରେ ରହିଛି । ଚଳିତ ଟୁର୍ଣ୍ଣାମେଣ୍ଟର ଗ୍ରୁପ ଷ୍ଟେଜରେ ଭାରତ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଥିବାରୁ ଟିମ୍ ଇଣ୍ଡିଆର ମନୋବଳ ବୃଦ୍ଧି ପାଇଛି । ତେବେ ଦକ୍ଷିଣ ଆଫ୍ରିକା ବିପକ୍ଷ ସେମିରେ ନ୍ୟୁଜିଲାଣ୍ଡ ୩୫୦ରୁ ଅଧିକ ଟାର୍ଗେଟ ଦେଇଥିବାରୁ କିଓ୍ବିକୁ ଦୁର୍ବଳ ଭାବିବା ରୋହିତ ବାହିନୀକୁ ମହଙ୍ଗା ପଡ଼ିପାରେ ।

ତେବେ ଚାମ୍ପିୟନ୍ସ ଟ୍ରଫିର ଫାଇନାଲ ମ୍ୟାଚରେ ଯଦି ବର୍ଷା ହୁଏ, ତେବେ ସେଥିପାଇଁ ICC କ’ଣ ବ୍ୟବସ୍ଥା ଗ୍ରହଣ କରିଛି, ଏ ବାବଦରେ ଜାଣିବା ପାଇଁ କ୍ରିକେଟ ପ୍ରେମୀ ବ୍ୟଗ୍ର ହୋଇ ଉଠିଛନ୍ତି । ଚଳିତ ଚାମ୍ପିୟନ୍ସ ଟ୍ରଫିର ଫାଇନାଲରେ ବର୍ଷାର କୌଣସି ସମ୍ଭାବନା ନାହିଁ । ଯଦି ବର୍ଷା ହୁଏ ଓ ମ୍ୟାଚ ବାଧାପ୍ରାପ୍ତ ହୁଏ, ତେବେ ସେଥିପାଇଁ ICC ବ୍ୟବସ୍ଥା କରିଛି । ସବୁଠାରୁ ବଡ଼ କଥା ହେଉଛି, ମ୍ୟାଚ ବାତିଲ କ୍ଷେତ୍ରରେ ସେମିଫାଇନାଲ ନିୟମ ଫାଇନାଲରେ ଲାଗୁ ହେବ ନାହିଁ । ସେମିରେ ଯଦି ମ୍ୟାଚ ବାତିଲ ହୋଇଥାନ୍ତା, ତେବେ ଗ୍ରୁପ ଟପରେ ରହିଥିବା ଟିମକୁ ଓ୍ବିନର ଘୋଷଣା କରାଯାଇଥାନ୍ତା । ମାତ୍ର ଫାଇନାଲରେ ସେପରି ହେବ ନାହିଁ । ମାର୍ଚ୍ଚ ୯ରେ ମ୍ୟାଚ ଖେଳିବା ସମ୍ଭବ ନେହେଲେ ଏପରି ସ୍ଥିତିରେ ରିଜର୍ଭ ଡେ ଅର୍ଥାତ ମାର୍ଚ୍ଚ ୧୦ରେ ଖେଳାଯିବ । ଯଦି ମାର୍ଚ୍ଚ ୧୦ରେ ଖେଳିବା ସମ୍ଭବ ନହେବ, ତେବେ ମ୍ୟାଚକୁ ରଦ୍ଦ କରି ଦିଆଯିବ । ଏଭଳି ସ୍ଥିତିରେ ଉଭୟ ଟିମଙ୍କୁ ଜଏଣ୍ଟ ଓ୍ବିନର ଘୋଷଣା କରାଯିବ ।

ଏଭଳି ସ୍ଥିତି ମଧ୍ୟ ପୂର୍ବରୁ ଦେଖିବାକୁ ମିଳିଥିଲା ୨୦୦୨ ଚାମ୍ପିୟନ୍ସ ଟ୍ରଫି ଫାଇନାଲ ମ୍ୟାଚ ବାଧାପ୍ରାପ୍ତ ହୋଇଥିଲା । ସେହି ସମୟରେ ଉଭୟ ଭାରତ ଓ ଶ୍ରୀଲଙ୍କାକୁ ICCର ନିୟମ ଅନୁସାରେ ଜଏଣ୍ଟ ଓ୍ବିନର ଘୋଷିତ କରାଯାଇଥିଲା । ଏଥର ଯଦି ବର୍ଷା ପାଇଁ ମ୍ୟାଚ ବାଧାପ୍ରାପ୍ତ ହୁଏ, ତେବେ ଉଭୟ ଟିମଙ୍କୁ ଯୁଗ୍ମ ବିଜେତା ଘୋଷଣା କରାଯିବ ।

ଉଭୟ ଟିମ ମଧ୍ୟରେ ବର୍ତ୍ତମାନ ସୁଦ୍ଧା ୧୧୯ଟି ଦିନିକିଆ ଖେଳାଯାଇଛି । ସେଥିମଧ୍ୟରୁ ଭାରତ ୬୧ଟିରେ ବିଜୟୀ ହୋଇଥିବା ବେଳେ ନ୍ୟୁଜିଲାଣ୍ଡ ୫୦ଟିରେ ଜିତିଛି । ୭ଟି ମ୍ୟାଚରେ ଫଳାଫଳ ବାହାରି ପାରିନଥିଲା । ୨୦୦୦ ମସିହା ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ଭାରତକୁ ହରାଇ ନ୍ୟୁଜିଲାଣ୍ଡ ଚାମ୍ପିୟନ ହୋଇଥିଲା ।  ତେଣୁ ଏଥର ନ୍ୟୁଜିଲାଣ୍ଡକୁ ହରାଇ ପ୍ରତିଶୋଧ ନେବା ଅପେକ୍ଷାରେ ରହିଛି ରୋହିତ ସେନା ।

 

ଗୋଟିଏ ପଟେ ସୁଭଦ୍ରାର କିସ୍ତି ବଣ୍ଟନ, ଅନ୍ୟପଟେ ବିବାଦୀୟ ବୟାନ: ବିଜେପି ନେତାଙ୍କ ଏଭଳି ବିକୃତ ମାନସିକତା କାହିଁକି?

ସମ୍ବଲପୁର: ଓଡିଶା ଅସ୍ମିତା କଥା କହୁଥିବା ବିଜେପି ନେତାଙ୍କ ବିକୃତ ମାନସିକତା । ଗୋଟେପଟେ ଓଡିଆ ଏବଂ ଓଡିଶା ଅସ୍ମିତାର ସୁରକ୍ଷା କଥା କହୁଛନ୍ତି, ହେଲେ ସ୍ବତନ୍ତ୍ର ଓଡିଶା ପ୍ରଦେଶ ଗଠନରେ ସାମିଲ ହେବା କୋଶଳବାସୀଙ୍କ ସବୁଠାରୁ ବଡ ଐତିହାସିକ ଭୁଲ ବୋଲି କହିଛନ୍ତି ବିଜେପିର ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର । ସବୁବେଳେ ରାଜ୍ୟ ବିଭାଜନର ମାନସିକତା ରଖୁଥିବା ଜୟନାରାୟଣ ମିଶ୍ର ଆଜି ବି ଉପକୂଳ ଓ ପଶ୍ଚିମ ଓଡିଶା ମଧ୍ୟରେ ବିଭେଦ ସୃଷ୍ଟି କରିବାକୁ ହୀନ ଚେଷ୍ଟା କରିଛନ୍ତି । ସରକାରୀ କାର୍ଯ୍ୟକ୍ରମ ସୁଭଦ୍ରାର ଦ୍ବିତୀୟ କିସ୍ତି ବଣ୍ଟନ ସମାରୋହରେ ଏଭଳି ବିବାଦୀୟ ବୟାନ ଦେଇଛନ୍ତି ଜୟନାରାୟଣ । ସିଧାସଳଖ ଭାବେ ସେ ନିଜ ଦଳର ସରକାରଙ୍କୁ ବି ସମାଲୋଚନା କରିଛନ୍ତି । କାହିଁକି ସବୁବେଳେ ଉତ୍କଳର ଜୟଗାନ ହେଉଛି ଏବଂ କଳିଙ୍ଗ କି କୋଶଳର ଜୟଗାନ ହେଉନି ବୋଲି ପ୍ରଶ୍ନ କରିଛନ୍ତି । ଉତ୍କଳ କହିଲେ କେବଳ କଟକ, ପୁରୀ ଓ ବାଲେଶ୍ବରକୁ ବୁଝାଯାଉଛି । ପଶ୍ଚିମ ଓଡିଶାବାସୀଙ୍କୁ ସବୁବେଳେ ଶୋଷଣ କରାଯାଉଛି । ଆମର ଖଣି, ଜମି ଓ ଜଙ୍ଗଲକୁ ଲୁଟ କରାଯାଉଛି ଆଉ ପଶ୍ଚିମ ଓଡିଶାକୁ ଶୋଷଣ କରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି ।

ଜୟ ନାରାୟଣ ମିଶ୍ରଙ୍କ ବୟାନ ଗ୍ରହଣୀୟ ନୁହେଁ: ବିଧାୟକଙ୍କୁ କଡ଼ା ଜବାବ ଦେଲେ ସମ୍ବଲପୁରବାସୀ

ସମ୍ବଲପୁର: ଜୟନାରାୟଣଙ୍କ ବିବାଦୀୟ ବୟାନକୁ ନେଇ ସମ୍ବଲପୁରରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି । ଜୟନାରାୟଣ ମିଶ୍ର ବିବାଦୀୟ ବୟାନ ଦେବା ତାଙ୍କ ଅଭ୍ୟାସ । ସ୍ବତନ୍ତ୍ର ଉତ୍କଳ ଗଠନକୁ ଐତିହାସିକ ଭୁଲ ବୋଲି କହିବା ଆଦୌ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ସମ୍ବଲପୁରର ବୁଦ୍ଧିଜୀବୀ । ଜୟନାରୟଣ ସମ୍ବଲପୁରର ବିଧାୟକ ହୋଇ ବି ବିଧାନସଭାରେ ସମ୍ବଲପୁର କଥା ପ୍ରତିଫଳିତ ହୋଇପାରୁନି ବୋଲି ବୁଦ୍ଧିଜୀବୀ ଅଭିଯୋଗ କରିଛନ୍ତି । ବିଧାୟକଙ୍କ ମୁହଁରୁ ଏଭଳି କଥା ଶୋଭାପାଉନାହିଁ ବୋଲି କହିଛନ୍ତି ସମ୍ବଲପୁରବାସୀ ।