spot_img
Home Blog Page 977

ବିଲ୍ ପାସ୍ କ୍ଷମତା ପ୍ରସଙ୍ଗ: ୧୪ଟି ପ୍ରଶ୍ନ ଉଠାଇଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କ କ୍ଷମତା ନେଇ ବିତର୍କର ଅବସାନ ଘଟି ନଥିବାବେଳେ ରାଷ୍ଟ୍ରପତି ଏନେଇ ଉଠାଇଛନ୍ତି ୧୪ ପ୍ରଶ୍ନ। ଜଷ୍ଟିସ ବି.ଆର. ଗବାଇ ସିଜେଆଇ ଭାବେ ଦାୟିତ୍ବ ନେବା ପରେ ଏବେ ଏସବୁ ପ୍ରଶ୍ନ ନେଇ ତାଙ୍କର ଭୂମିକା କଣ ରହିବ ତାହା ଉପରେ ସମସ୍ତଙ୍କ ନଜର ରହିଛି। ବିଭିନ୍ନ ବିଲକୁ ସ୍ବୀକୃତି ପ୍ରସଙ୍ଗରେ ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କ ଟାଇମଲାଇନ ସୁପ୍ରିମକୋର୍ଟ ନିର୍ଦ୍ଧାରଣ କରିବା ପ୍ରସଙ୍ଗରେ ସୃଷ୍ଟି ହୋଇଥିଲା ବିବାଦ। ପ୍ରଧାନବିଚାରପତି ଭାବେ ଜଷ୍ଟିସ ଗବାଇ ଦାୟିତ୍ବ ନେବାର ଦିନକ ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୁପ୍ରିମକୋର୍ଟଙ୍କ ପ୍ରସଙ୍ଗରେ ଉଠାଇଥିଲେ ୧୪ଟି ପ୍ରଶ୍ନ।

ସେଗୁଡିକ ହେଲା- ସମ୍ବିଧାନର ଧାରା ୨୦୦ ଅନୁସାରେ ଏକ ବିଲ ରାଜ୍ୟପାଳଙ୍କ ନିକଟକୁ ଯିବା ପରେ ତାଙ୍କ ନିକଟରେ କଣ ରହିଛି ସାମ୍ବିଧାନିକ ବିକଳ୍ପ। ବିଲକୁ ମଞ୍ଜୁରୀ କ୍ଷେତ୍ରରେ ଜଣେ ରାଜ୍ୟପାଳ ମନ୍ତ୍ରିମଣ୍ଡଳର ପରାମର୍ଶକୁ ମାନିବା ବାଧ୍ଯତାମୂଳକ କି? ଧାରା ୨୦୦ ଅନୁସାରେ ରାଜ୍ୟପାଳଙ୍କୁ ପ୍ରଦତ୍ତ ସାମ୍ବିଧାନିକ କ୍ଷମତା ଯଥାର୍ଥ କି। ଜଣେ ରାଜ୍ୟପାଳଙ୍କ କାର୍ଯ୍ୟଧାରାର ବିଚାର ବିଭାଗୀୟ ସମୀକ୍ଷା ନ ହେବା ଲାଗି ସମ୍ବିଧାନର ଧାରା ୩୬୧ ଅନୁସାରେ ରହିଥିବା ବ୍ୟବସ୍ଥା ଯଥାର୍ଥ କି। ସମୟ ସୀମା ନେଇ ସାମ୍ବିଧାନିକ ବ୍ୟବସ୍ଥା ନଥିବାବେଳେ ସମୟ ସୀମା ନିର୍ଦ୍ଧାରଣ ବ୍ୟବସ୍ଥା ଲାଗୁ କରାଯାଇପାରିବ କି। ସମ୍ବିଧାନର ଧାରା ୨୦୧ ଅନୁସାରେ ରାଷ୍ଟ୍ରପତିଙ୍କୁ ପ୍ରଦତ୍ତ ସାମ୍ବିଧାନିକ ଅଧିକାର ଯଥାର୍ଥ କି। ବିଚାର ବିଭାଗୀୟ ନିର୍ଦ୍ଦେଶ ଜରିଆରେ ସମୟସୀମା ନିର୍ଦ୍ଧାରଣ କରାଯାଇପାରିବ କି ଇତ୍ୟାଦି।

ଗତ ମାସରେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ ସୁପ୍ରିମକୋର୍ଟଙ୍କ କ୍ଷମତା ଉପରେ ପ୍ରଶ୍ନ ଉଠାଇଥିବାବେଳେ କିଛି ରାଜନେତା ବି ସୁପ୍ରିମକୋର୍ଟଙ୍କ କ୍ଷମତା ନେଇ ପ୍ରଶ୍ନ ଉଠାଇଥିଲେ। ତାମିଲନାଡୁ ସରକାର ବିନା ରାଜ୍ୟପାଳଙ୍କ ସମ୍ମତିରେ ୧୦ଟି ବିଲ୍ ଗୃହୀତ କରିବା ପରେ ଆରମ୍ଭ ହୋଇଥିଲା ବିତର୍କର ଝଡ। ଗତ ଏପ୍ରିଲ ୧୨ରେ ବିଲ୍ ପ୍ରସଙ୍ଗରେ ସୁପ୍ରିମକୋର୍ଟ କହିଥିଲେ- ରାଜ୍ୟପାଳ ପଠାଇଥିବା ବିଲ୍ ଉପର ରାଷ୍ଟ୍ରପତି ୩ ମାସ ମଧ୍ୟରେ ନିଜର ନିଷ୍ପତ୍ତି ନେବେ। ଏହା ସହ ଖଣ୍ଡପୀଠ କହିଥିଲେ- ଧାରା ୨୦୧ ଅନୁସାରେ ରାଷ୍ଟ୍ରପତିଙ୍କ କ୍ଷମତା ବିଚାର ବିଭାଗୀୟ ସମୀକ୍ଷା ପରିସରଭୁକ୍ତ।

ବାଲୁଚିସ୍ତାନରେ ପ୍ରଥମ ହିନ୍ଦୁ ମହିଳା ହେଲେ କମିଶନର

ନନ୍ଦିଘୋଷ ବ୍ୟୁରୋ: ବାଲୁଚିସ୍ତାନରେ ପ୍ରଥମ ହିନ୍ଦୁ ମହିଳାକୁ ଗୁରୁ ଦାୟିତ୍ବ । ପାକିସ୍ତାନରେ ହିନ୍ଦୁ ଝିଅକୁ ମିଳିଛି ବଡ ସଫଳତା। କଶିଶ୍ ଚୌଧୁରୀକୁ ନେଇ ଏବେ ଜୋରଦାର ଚର୍ଚ୍ଚା। କଶିଶଙ୍କୁ ନେଇ ବଢିଲା ପାକିସ୍ତାନର ଚିନ୍ତା। ବଲୁଚିସ୍ତାନର ପ୍ରଥମ ହିନ୍ଦୁ ମହିଳା ଆସିଷ୍ଟାଣ୍ଟ କମିଶନର ହେଲେ କଶିଶ୍। ମମାତ୍ର ୨୫ ବର୍ଷ ବୟସରେ ଆସିଷ୍ଟାଣ୍ଟ କମିଶନର ହୋଇ ଇତିହାସ ରଚିଲେ କଶିଶ୍। ବଲୁଚିସ୍ତାନର ନୋକ୍ସି ସହରର ଜଗାଇ ଜିଲ୍ଲାରେ କଶିଶଙ୍କ ଜନ୍ମ। ବଲୁଚିସ୍ତାନର ଏହି ଅଞ୍ଚଳ ଦୁର୍ଗମ ସହ ବହୁ ପଛୁଆ। କଶିଶ୍ ଚୌଧୁରୀ ନିଜେ ଶିକ୍ଷା କ୍ଷେତ୍ରରେ ଆଗକୁ ଯିବା ସହ ଅନ୍ୟମାନଙ୍କ ପାଇଁ ଉଦାହରଣ।

ବଲୁଚିସ୍ତାନ ପବ୍ଲିକ ସର୍ଭିସ କମିଶନରେ ଉତ୍ତୀର୍ଣ୍ଣ ହୋଇଥିଲେ କଶିଶ। ଏହି ସଫଳତା ପରେ ଆସିଷ୍ଟାଣ୍ଟ କମିଶନର ଭାବେ ମନୋନୀତ ହେଲେ କଶିଶ୍। କଶିଶଙ୍କୁ ଏହି ସଫଳତାରେ ତାଙ୍କ ପରିବାର ସହ ସମସ୍ତେ ଖୁସି। ସଂଖ୍ୟାଲଘୁ ସଂପ୍ରଦାୟ ଓ ମହିଳାଙ୍କ ପାଇଁ କାମ କରିବେ ବୋଲି କହିଛନ୍ତି।

‘ବଲୁଚିସ୍ତାନ ପାକିସ୍ତାନ ନୁହେଁ’ ପାକିସ୍ତାନଠାରୁ ସ୍ୱାଧୀନତା ଘୋଷଣା କଲେ ବଲୋଚ ନେତା

ନନ୍ଦିଘୋଷ ବ୍ୟୁରୋ: ବଲୋଚ ନେତାମାନେ ଆଜି ବଲୁଚିସ୍ତାନକୁ ପାକିସ୍ତାନଠାରୁ ସ୍ବାଧୀନ ଘୋଷଣା କରିଛନ୍ତି। ବରିଷ୍ଠ ବଲୋଚ ନେତା ମୀର୍‌ ୟାର୍ ବଲୋଚ ବୁଧବାର ଏହି ଅଞ୍ଚଳରେ ଦଶନ୍ଧି ଧରି ଚାଲିଥିବା ହିଂସା, ଜବରଦସ୍ତ ନିଖୋଜ ଓ ମାନବାଧିକାର ଉଲ୍ଲଂଘନକୁ ଦର୍ଶାଇ ପାକିସ୍ତାନରୁ ସ୍ୱାଧୀନତା ଘୋଷଣା କରିଛନ୍ତି।
ବଲୋଚ ନେତାମାନେ ଆଜି ବଲୁଚିସ୍ତାନକୁ ପାକିସ୍ତାନଠାରୁ ସ୍ବାଧୀନ ଘୋଷଣା କରିଛନ୍ତି। ବରିଷ୍ଠ ବଲୋଚ ନେତା ମୀର୍‌ ୟାର୍ ବଲୋଚ ବୁଧବାର ଏହି ଅଞ୍ଚଳରେ ଦଶନ୍ଧି ଧରି ଚାଲିଥିବା ହିଂସା, ଜବରଦସ୍ତ ନିଖୋଜ ଓ ମାନବାଧିକାର ଉଲ୍ଲଂଘନକୁ ଦର୍ଶାଇ ପାକିସ୍ତାନରୁ ସ୍ୱାଧୀନତା ଘୋଷଣା କରିଛନ୍ତି। ଏକ୍ସରେ ଏକ ପୋଷ୍ଟରେ ସେ କହିଛନ୍ତି ଯେ, ପାକିସ୍ତାନ-ଅଧିକୃତ ବଲୁଚିସ୍ତାନରେ ବଲୋଚ ଲୋକମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି ଏବଂ ଏହା ସେମାନଙ୍କର ଜାତୀୟ ରାୟ ଯେ ବଲୁଚିସ୍ତାନ ପାକିସ୍ତାନ ନୁହେଁ ଏବଂ ବିଶ୍ୱ ଆଉ ନୀରବ ଦର୍ଶକ ହୋଇପାରିବ ନାହିଁ। ତାଙ୍କର ଏହି ଘୋଷଣା ବିଶ୍ବବ୍ୟାପୀ ଚର୍ଚ୍ଚାର ପ୍ରସଙ୍ଗ ହୋଇଥିବା ବେଳେ ଏହା ପାକିସ୍ତାନରେ ହଇଚଇ ସୃଷ୍ଟି କରିଛି। ବଲୋଚ ନେତା ମୀର୍‌ ଭାରତୀୟ ନାଗରିକ, ବିଶେଷ କରି ଗଣମାଧ୍ୟମ, ୟୁଟ୍ୟୁବର ଓ ବୁଦ୍ଧିଜୀବୀମାନଙ୍କୁ ଅନୁରୋଧ କରି କହିଛନ୍ତି, ବଲୋଚମାନଙ୍କୁ ପାକିସ୍ତାନୀ କହିବାରୁ ଦୂରେଇ ରହିବାକୁ ହେବ। ସେ କହିଛନ୍ତି, ଆମେ ପାକିସ୍ତାନୀ ନୁହଁ, ଆମେ ବଲୁଚିସ୍ତାନୀ।
ପାକିସ୍ତାନର ନିଜ ଲୋକମାନେ ହେଉଛନ୍ତି ପଞ୍ଜାବୀ ଯେଉଁମାନେ କେବେ ବି ବିମାନ ଆକ୍ରମଣ, ବୋମା ବିସ୍ଫୋରଣ, ଜବରଦସ୍ତ ନିଖୋଜ ଓ ଗଣହତ୍ୟାର ସମ୍ମୁଖୀନ ହୋଇ ନ ଥିଲେ। ମୀର ୟାର୍ ବଲୋଚ ମଧ୍ୟ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ) ଉପରେ ଭାରତର ଆଭିମୁଖ୍ୟକୁ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି। ଏହି ଅଞ୍ଚଳ ଖାଲି କରିବାକୁ ପାକିସ୍ତାନ ଉପରେ ଚାପ ପକାଇବାକୁ ସେ ଅନ୍ତର୍ଜାତୀୟ ସମୁଦାୟକୁ ଅନୁରୋଧ କରିଛନ୍ତି। ଭାରତ ପାକିସ୍ତାନ ସେନାକୁ ପରାସ୍ତ କରିବାରେ ସକ୍ଷମ ଏବଂ ଯଦି ପାକିସ୍ତାନ ଏଥିପ୍ରତି ଧ୍ୟାନ ନ ଦିଏ ତେବେ ରକ୍ତପାତ ପାଇଁ ପାକ୍‌ ସେନା ଜେନେରାଲଙ୍କୁ ଦାୟୀ କରାଯିବା ଉଚିତ ବୋଲି ସେ କହିଛନ୍ତି। ଇସଲାମାବାଦ ପିଓକେ ଲୋକଙ୍କୁ ମାନବ ଢାଲ ଭାବରେ ବ୍ୟବହାର କରୁଥିବାରୁ ଭାରତ ଅତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ବଲୋଚ ନେତା ଦାବି କରିଛନ୍ତି। ବଲୁଚିସ୍ତାନର ସ୍ୱାଧୀନତା ନିମନ୍ତେ ଭାରତ ଓ ବିଶ୍ୱ ସମୁଦାୟର ସ୍ୱୀକୃତି ଓ ସମର୍ଥନ ପାଇଁ ସେ ଆହ୍ୱାନ ଦେଇଛନ୍ତି।

ଭାରତକୁ ବଡ଼ ଅଫର୍‌ ଦେଲା ଆମେରିକା: ଟ୍ରମ୍ପ କଲେ ଆଶ୍ଚର୍ଯ୍ୟଜନକ ଖୁଲାସା

ନନ୍ଦିଘୋଷ ବ୍ୟୁରୋ: ଭାରତକୁ ବଡ଼ ଅଫର୍‌ ଦେଲା ଆମେରିକା । ନିକଟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତିରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଦାବି କରିଥିଲେ। ଟ୍ରମ୍ପ ଏବେ ଆଉ ଏକ ଦାବି କରିଛନ୍ତି। ସେ କହିଛନ୍ତି, ଭାରତ ଆମେରିକାକୁ ଏକ ଜିରୋ ଟାରିଫ୍‌ ଟ୍ରେଡ୍‌ ଡିଲ୍‌ ପ୍ରଦାନ କରିଛି। ଆମେରିକା ଭାରତ ଉପରେ ୨୬ ପ୍ରତିଶତ ଟାରିଫ୍‌ ଲାଗୁ କରିଥିଲା। ଏହା ପରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏବେ ଟ୍ରମ୍ପ ଏକ ଆଶ୍ଚର୍ଯ୍ୟଜନକ ଦାବି କରିଛନ୍ତି।
ଟ୍ରମ୍ପ କହିଛନ୍ତି, ଭାରତ ଆମେରିକାକୁ ଜିରୋ ଟାରିଫ୍‌ ଟ୍ରେଡ୍‌ ଡିଲ୍‌ ପ୍ରସ୍ତାବ ଦେଇଛି। ଭାରତରେ କିଛି ବିକ୍ରୟ କରିବା ବହୁତ କଷ୍ଟକର, କିନ୍ତୁ ସେମାନେ ୱାଶିଂଟନ ସହିତ ଜିରୋ ଟାରିଫ୍‌ ଟ୍ରେଡ୍‌ ଡିଲ୍‌ କରିବାକୁ ପ୍ରସ୍ତୁତ। ଡୋନାଲ୍ଡ ଟ୍ରମ୍ପ ଏପ୍ରିଲ ୯ରେ ଲିବରେଶନ ଡେ’ ଅବସରରେ ଭାରତ ସମେତ ଅନେକ ଦେଶ ଉପରେ ଟାରିଫ୍‌ ଘୋଷଣା କରିଥିଲେ। ଏହାର ଜବାବରେ, ଭାରତ ଏକ ବାଣିଜ୍ୟ ଚୁକ୍ତି ସମ୍ପର୍କରେ ଆମେରିକା ସହିତ ଆଲୋଚନାକୁ ତୀବ୍ର କରିଥିଲା।
ଭାରତର ଅପରେଶନ ସିନ୍ଦୂର ପରେ, ପାକିସ୍ତାନ ଆକ୍ରମଣାତ୍ମକ ମନୋଭାବ ଗ୍ରହଣ କରିଥିଲା। ସେ ଡ୍ରୋନ ଏବଂ ମିଶାଇଲ୍‌ ସାହାଯ୍ୟରେ ଅନେକ ସହର ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ। ଭାରତ ପ୍ରତିଶୋଧ ନେଇ ପାକିସ୍ତାନକୁ ପ୍ରବଳ କ୍ଷତି ପହଞ୍ଚାଇଲା। ଭାରତ ମଧ୍ୟ ଡ୍ରୋନ ସାହାଯ୍ୟରେ ପ୍ରତିଶୋଧ ନେଇଥିଲା। ଟ୍ରମ୍ପ ଭାରତ ଏବଂ ପାକିସ୍ତାନ ସହିତ ଆଲୋଚନା କରିଥିଲେ। ଭାରତ-ପାକିସ୍ତାନ ଯୁଦ୍ଧବିରତି ସମ୍ପର୍କରେ ଆଲୋଚନାରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ବୋଲି ଟ୍ରମ୍ପ ବିଶ୍ୱ ସମ୍ମୁଖରେ ଦାବି କରିଥିଲେ।
ଆମେରିକା ଚାଇନା ଉପରେ ୧୪୫ ପ୍ରତିଶତ ଟାରିଫ୍‌ ଲାଗୁ କରିଛି। ଭିଏତନାମ ଉପରେ ୪୬ ପ୍ରତିଶତ ଟାରିଫ୍‌ ଲାଗୁ କରାଯାଇଛି। ଟ୍ରମ୍ପ ସରକାର ବର୍ତ୍ତମାନ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ ଉପରେ କେବଳ ୧୦ ପ୍ରତିଶତ ଟାରିଫ୍‌ ରଖିଛନ୍ତି।

ବିହାର ଦରଭଙ୍ଗାରେ ରାହୁଲ ଗାନ୍ଧିଙ୍କୁ ଅଟକାଇଲା ପୋଲିସ

ନନ୍ଦିଘୋଷ ବ୍ୟୁରୋ: ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ବିହାର ଦରଭଙ୍ଗା ଗସ୍ତ। ତେବେ ଗସ୍ତ ବୋଳେ ରାହୁଲଙ୍କୁ ପୋଲିସ ଅଟକାଇଥିବା ଅଭିଯୋଗ ହୋଇଛି। ଦରଭଙ୍ଗାସ୍ଥିତ ଆମ୍ବେଦକର ହଷ୍ଟେଲ ନିକଟରେ ପୋଲିସ ରାହୁଲଙ୍କୁ ଅଟକାଇଥିବା ସୂଚନା ମିଳିଛି। ସେଠାରେ ସ୍ଥାନୀୟ ଛାତ୍ରଛାତ୍ରୀଙ୍କ ସହ ରାହୁଲ ଆଲୋଚନା କରିବାର କାର୍ଯ୍ଯକ୍ରମ ଥିଲା। ବିହାରରେ ରହିଥିବା ବିଭିନ୍ନ ପ୍ରସଙ୍ଗକୁ ନେଇ ପୂର୍ବରୁ ନୀତୀଶ ସରକାରଙ୍କୁ ଟାର୍ଗେଟ କରିଥିଲା NSUI। ରାଜ୍ଯବ୍ୟାପୀ କଂଗ୍ରେସ ପକ୍ଷରୁ ଆରମ୍ଭ ହେବାକୁ ଥିବା ଶିକ୍ଷା ନ୍ୟାୟ ସମ୍ବାଦ କାର୍ଯ୍ଯକ୍ରମକୁ ପ୍ରଶାସନ ଅନୁମତି ଦେଇଥିଲା। ଏଥିଲାଗି ଆମ୍ବେଦକର ହଷ୍ଟେଲ ନିକଟରେ କାର୍ଯ୍ୟକ୍ରମ ଲାଗି ପ୍ରସ୍ତୁତି ହୋଇଥିଲା। ମାତ୍ର ଶେଷ ମୁହୂର୍ତ୍ତରେ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି ବୋଲି ଅଭିଯୋଗ ହୋଇଛି।

କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ବିନା ଅନୁମତିରେ ଆମ୍ବେଦକର ହଷ୍ଟେଲରେ ପହଞ୍ଚି କହିଥିଲେ, ‘ ଆମେ ସଂସଦରେ ନରେନ୍ଦ୍ର ମୋଦୀଙ୍କୁ କହିଥିଲୁ ଯେ ଜାତିଗତ ଜନଗଣନା କରିବାକୁ ପଡିବ। ଆମେ କହିଥିଲୁ ଯେ ସମ୍ବିଧାନକୁ ନିଜ କପାଳରେ ପିନ୍ଧିବାକୁ ପଡିବ। ଏହାପରେ ନରେନ୍ଦ୍ର ମୋଦୀ ଭୟଭୀତ ହୋଇ ଜାତି ଜନଗଣନା କରିବାକୁ ଘୋଷଣା କରିଛନ୍ତି। କିନ୍ତୁ ସେମାନେ ଗଣତନ୍ତ୍ରର ବିରୋଧୀ, ସମ୍ବିଧାନ ବିରୋଧୀ, ଜାତିଗତ ଜନଗଣନା ବିରୋଧୀ ଅଟନ୍ତି। ଏହା ହେଉଛି ଅଦାନୀ-ଅମ୍ବାନୀଙ୍କ ସରକାର। ଏହା ତୁମର ସରକାର ନୁହେଁ।’
ଏଠାକୁ ଆସିବାକୁ ପ୍ରଶାସନ ମୋତେ ଅଟକାଇବାକୁ ଚେଷ୍ଟା କରିଥିଲା, କିନ୍ତୁ ମୁଁ ପଛପାର୍ଶ୍ବ ଦ୍ୱାର ଦେଇ ଏଠାକୁ ଚାଲି ଆସିଛି।। ଏହି ଦେଶରେ ଦଳିତ, ପଛୁଆ ବର୍ଗ, ଆଦିବାସୀ ବର୍ଗ, ସାଧାରଣଲୋକଙ୍କ ଉପରେ ୨୪ ଘଣ୍ଟା ଅତ୍ୟାଚାର ଚାଲିଛି। ଲୋକେ ଚାପରେ ଅଛନ୍ତି। ଶିକ୍ଷା ବ୍ୟବସ୍ଥା ମଧ୍ୟ ଅଟକି ଯାଇଛି।’

ଆତଙ୍କବାଦୀଙ୍କ ବିରୋଧରେ ଚାଲିଛି ଅପରେସନ୍ ନାଦେର

ନନ୍ଦିଘୋଷ ବ୍ୟୁରୋ: ଗୁରୁବାର ଦିନ ସୁରକ୍ଷା ବାହିନୀ ସ୍ୱତନ୍ତ୍ର ଗୁଇନ୍ଦା ସୂଚନା ଆଧାରରେ ଅବନ୍ତିପୋରାର ତ୍ରାଲର ନାଦେର ଅଞ୍ଚଳରେ ଏକ ମିଳିତ ଆତଙ୍କ ବିରୋଧୀ ଅଭିଯାନ ଆରମ୍ଭ କରିଥିଲେ। ଭାରତୀୟ ସେନା, ଜମ୍ମୁ ଓ କାଶ୍ମୀର ପୋଲିସ ଏବଂ ସିଆରପିଏଫ ଏହି ଅଭିଯାନରେ ସାମିଲ ଅଛନ୍ତି। ଭାରତୀୟ ସେନାର ଚିନାର କର୍ପସ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ (ପୂର୍ବରୁ ଟ୍ୱିଟର) ରେ ଏକ ପୋଷ୍ଟରେ ଏହି ଅଭିଯାନକୁ ନିଶ୍ଚିତ କରିଥିଲେ। “୧୫ ମଇ ୨୦୨୫ ରେ, ଏକ ଏଜେନ୍ସିରୁ ନିର୍ଦ୍ଦିଷ୍ଟ ଗୁଇନ୍ଦା ସୂଚନା ଆଧାରରେ, ଅବନ୍ତିପୋରାର ତ୍ରାଲର ନାଦେରରେ ଏକ କର୍ଡନ ଏବଂ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା। ଚ୍ୟାଲେଞ୍ଜ କରାଯିବା ପରେ, ଆତଙ୍କବାଦୀମାନେ ପ୍ରବଳ ଗୁଳି ବିନିମୟ କରିଥିଲେ। ଏକ ଭୟଙ୍କର ଗୁଳି ବିନିମୟ ଆରମ୍ଭ ହୋଇଥିଲା। ଏହି ଅଭିଯାନ ଏବେ ବି ଜାରି ରହିଛି। ମଙ୍ଗଳବାର ଦିନ, ଶୋପିଆନରେ ଏକ ଏନକାଉଣ୍ଟରରେ ଲସ୍କର-ଏ-ତୈବା ଏବଂ ଏହାର ପ୍ରକ୍ସି ସଂଗଠନ ଦି ରେଜିଷ୍ଟାନ୍ସ ଫ୍ରଣ୍ଟ (ଏଲଇଟି/ଟିଆରଏଫ) ର ଜଣେ ସ୍ଥାନୀୟ କମାଣ୍ଡର ସମେତ ତିନି ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ଜମ୍ମୁ ଓ କାଶ୍ମୀର ପୋଲିସ ଏବଂ ସିଆରପିଏଫ ସହିତ ସେନା ଦ୍ୱାରା କରାଯାଇଥିବା ଏହି ଅଭିଯାନରେ ଏକେ-ସିରିଜ୍ ରାଇଫଲ୍, ଗ୍ରେନେଡ୍ ଏବଂ ଏକ ବଡ଼ ପରିମାଣର ଗୁଳିଗୋଳା ଉଦ୍ଧାର କରାଯାଇଥିଲା।
ଭାରତୀୟ ସେନାର ଅତିରିକ୍ତ ସାଧାରଣ ସୂଚନା ମହାନିର୍ଦ୍ଦେଶକ ମଧ୍ୟ ଶୋପିଆନ ଏନକାଉଣ୍ଟରକୁ ନିଶ୍ଚିତ କରି କହିଛନ୍ତି ଯେ କେଲର ଜଙ୍ଗଲରେ ଆତଙ୍କବାଦୀଙ୍କ ଉପସ୍ଥିତି ବିଷୟରେ ସୂଚନା ଆଧାରରେ ଏହା ଆରମ୍ଭ କରାଯାଇଥିଲା।
ଭାରତର ଚାଲୁଥିବା ଅପରେସନ୍ ସିନ୍ଦୂରର ସଫଳତା ଉପରେ ଆଧାରିତ, ଯେଉଁଥିରେ ପାକିସ୍ତାନ ଏବଂ ପାକ୍-ଅଧିକୃତ କାଶ୍ମୀର (ପିଓକେ)ରେ ଆତଙ୍କବାଦୀ ଭିତ୍ତିଭୂମିକୁ ନଷ୍ଟ କରି ସଠିକ୍ ଆକ୍ରମଣ କରାଯାଇଥିଲା। ଜୈଶ-ଏ-ମହମ୍ମଦର ଗଡ଼ ବାହାୱଲପୁର ଏବଂ ଲସ୍କର-ଏ-ତୈବା ପାଇଁ ଏକ ପ୍ରମୁଖ ତାଲିମ ସ୍ଥଳ ମୁରିଦକେ ସମେତ ପ୍ରମୁଖ ସ୍ଥାନରେ ୧୦୦ ରୁ ଅଧିକ ଆତଙ୍କବାଦୀଙ୍କୁ ନିଷ୍କ୍ରିୟ କରାଯାଇଥିଲା।

‘ପାଣି ଲାଗି ଡହଳ ବିକଳ ପାକିସ୍ତାନ’

ନନ୍ଦିଘୋଷ ବ୍ୟୁରୋ: ଅପରେସନ ସିନ୍ଦୂରରେ ଭାରତର ଦମ୍ ଦେଖି ମୁଣ୍ଡ ନୁଆଁଇଥିଲା ପାକିସ୍ତାନ। ଏବେ ପାଣି ଲାଗି ହେଲାଣି ଡହଳ ବିକଳ। ସିନ୍ଧୁ ଜଳ ଚୁକ୍ତି ପ୍ରସଙ୍ଗରେ ପୁନର୍ବିଚାର ଲାଗି ଭାରତ ନିକଟରେ ଅନୁରୋଧ କରିଛି ପାକିସ୍ତାନ। ଏନେଇ ଜଳଶକ୍ତି ମନ୍ତ୍ରାଳୟ ନିକଟକୁ ପତ୍ର ଲେଖିଛନ୍ତି ପାକିସ୍ତାନ ଜଳ ସମ୍ପଦ ସଚିବ ସୟଦ ଅଲି ମୁର୍ତାଜା। ଏପ୍ରିଲ ୨୨ ପହଲଗାଓଁ ହମଲା ପରେ ଉତ୍ତ୍ୟକ୍ତ ହୋଇ ସିନ୍ଧୁ ଜଳ ଚୁକ୍ତି ରଦ୍ଦ କରିଥିଲା ଭାରତ।

୧୯୬୦ ସିନ୍ଧୁ ଜଳ ଚୁକ୍ତି ଅନୁସାରେ ସିନ୍ଧୁ ନଦୀରୁ ଭାରତ ୩୦ ପ୍ରତିଶତ ଓ ପାକିସ୍ତାନ ୭୦ ପ୍ରତିଶତ ଜଳ ପାଇଥାଏ। ଜଳ ଚୁକ୍ତି ରଦ୍ଦ ହେବା ପରେ ପାକିସ୍ତାନ ଜଳାଭାବରେ ଛଟପଟ ହେବା ପରିଲକ୍ଷିତ ହୋଇଛି। ଏପରିକି ପାକିସ୍ତାନକୁ ବିନା ସୂଚନାରେ ନଦୀ ବନ୍ଧର ଗେଟ ଖୋଲିଦେଉଛି ଭାରତ।

ପାଣି ମୁନ୍ଦାଏ ପାଇଁ ଛଟପଟ ଜୀବନ, ଜଳକଷ୍ଟ ଭୋଗୁଛନ୍ତି ଆସିକା ଗ୍ରାମବାସୀ

ଗଞ୍ଜାମ: ପାଣି ମୁନ୍ଦାଏ ପାଇଁ ଛଟପଟ ଜୀବନ । ଗଞ୍ଜାମ ଆସିକା ବ୍ଲକ କୈବଲ୍ୟପୁର ଗାଁରେ ଉତ୍କଟ ଜଳ ସଂକଟ । ଗାଁର କୂଅ ପୋଖରୀ ସବୁ ଶୁଖିଲା। ଠିକାଦାର ଓ ପ୍ରଶାସନ ଅଧିକାରୀଙ୍କ ମଧୁଚନ୍ଦ୍ରିକା ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି। ଲୋକଙ୍କ କଷ୍ଟ ସରକାରଙ୍କ ଆଖିକୁ ଦେଖାଯାଉନି ବୋଲି ଅଭିଯୋଗ ହୋଇଛି। ଗାଁର କୂଅ ପୋଖରୀ ସବୁ ଶୁଖିଲା। ସ୍ଥିତି ଏମିତି ଗାଁ ଲୋକେ ଗାଧୋଇବାକୁ ଦୁଇ କିଲୋମିଟର ଗଲା ପରେ ପୋଖରୀର ପଙ୍କ ମିଶା ପାଣିରେ ଗାଧୋଇବାକୁ ବାଧ୍ୟ ହେଉଛନ୍ତି ଗାଁର ଶହେରୁ ଉର୍ଦ୍ଧ୍ବ ପରିବାର ।

ଗାଁର ଲୋକଙ୍କୁ ପିଇବା ପାଣି ଯୋଗାଇବା ପାଇଁ ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ପକ୍ଷରୁ ନିର୍ମାଣ ହୋଇଛି ଓଭର ହେଡ୍ ପାଣି ଟାଙ୍କୀ । ଲୋକଙ୍କ ଘର ଆଗରେ ଷ୍ଟାଣ୍ଡ ପୋଷ୍ଟ ବି ରହିଛି । ହେଲେ ପାଣି ଆସୁନି। ଗ୍ରାମବାସୀ ରାଜନେତା ଓ ସରକାରୀ ବାବୁଙ୍କୁ ବାରମ୍ବାର ଗୁହାରୀ କଲେ ବି କେହି କିଛି ପଦକ୍ଷେପ ନେଇନାହାନ୍ତି ବୋଲି ଅଭିଯୋଗ ହୋଇଛି । ଗାଁରେ ୩ଟି ନଳ କୂଅ। ସେଥିରୁ ଗୋଟିଏ ଅଚଳ ଅନ୍ୟ ଦୁଇଟିରୁ ଗୋଳିଆ ଲୁହା ଜଙ୍କ ମିଶା ପାଣି ବାହାରୁଛି । ଡହଳବିକଳ ହୋଇ ଲୋକେ ସେହି ପାଣି ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି। ଏପରିକି ମାସ ମାସ ଧରି କିଛି ଲୋକେ ଭଲରେ ଶୌଚ ହୋଇପାରୁନାହାନ୍ତି। ପାଣି ଆସୁଥିବା ନଳକୂଳ ପାଖେ ଘଣ୍ଟାଘଣ୍ଟା ଧରି ମୁନ୍ଦାଏ ପାଣି ପାଇଁ ଅପେକ୍ଷା କରୁଛନ୍ତି । ବ୍ଳକ ପକ୍ଷରୁ ଦୁଇ ତିନି ଦିନରେ ଥରେ ଗୋଟିଏ ଟ୍ୟାଙ୍କରେ ପାଣି ଯୋଗାଇ ଦିଆ ଯାଉଛି ସତ ହେଲେ ତାହା ସମସ୍ତଙ୍କ ପାଇଁ ଯଥେଷ୍ଟ ହେଉନି ।

ସୁବର୍ଣ୍ଣପୁରରେ ବାଟବଣା ସ୍ବାସ୍ଥ୍ୟସେବା, ସରକାରୀ ମେଡିକାଲରେ ମିଳୁନି ଔଷଧ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁରରେ ବାଟବଣା ସ୍ବାସ୍ଥ୍ୟସେବା। ସରକାରୀ ମେଡିକାଲରେ ମିଳୁନି ଔଷଧ। ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ସ୍ବାସ୍ଥ୍ୟ କେନ୍ଦ୍ରରେ ମିଳୁନି ଔଷଧ। ୫ ମାସ ହେଲାଣି ବନ୍ଦ ହୋଇପଡ଼ିଛି ମେଡିସିନ କାଉଣ୍ଟର । ଔଷଧ ନ ପାଇ ଲୋକେ ହନ୍ତସନ୍ତ । ଡୁଙ୍ଗୁରିପାଲି ବ୍ଲକ ସ୍ବାସ୍ଥ୍ୟକେନ୍ଦ୍ରକୁ ପ୍ରତିଦିନ ଆଖପାଖ ୨ଶହ ଗାଁରୁ ଲୋକେ ଚିକିତ୍ସାସେବା ପାଇଁ ଆସିଥାନ୍ତି । ସ୍ବାସ୍ଥ୍ୟ ବିଭାଗର ନିୟମ ରହିଛି । ସରକାରୀ ମେଡିକାଲରୁ ରୋଗୀ ମାଗଣାରେ ନିଦାନ କାଉଣ୍ଟରରୁ ଔଷଧ ପାଇବ । କୌଣସି ବି ସ୍ଥିତିରେ ଡାକ୍ତର ବାହାରୁ ଔଷଧ କିଣିବା ପାଇଁ ଲେଖିପାରିବେ ନାହିଁ । କିନ୍ତୁ ଡୁଙ୍ଗୁରିପାଲି ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତରଙ୍କ ପ୍ରେସକ୍ରିପସନ ଧରି ଔଷଧ କାଉଣ୍ଟର ଆଗରେ ଘଣ୍ଟାଘଣ୍ଟା ଧରି ଧାଡ଼ି ବାନ୍ଧି ଠିଆହେବା ଦେଖିବାକୁ ମିଳୁଛି । ମେଡିସିନ୍ କାଉଣ୍ଟରରେ ଔଷଧ ନ ମଳିବାରୁ ନିରାଶ ହୋଇ ଫେରୁଛନ୍ତି ଲୋକେ ।

ଏ ବିଷୟରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ କହିବା କଥା ଫାର୍ମାସିଷ୍ଟ ଅଭାବରୁ ମେଡିସିନ କାଉଣ୍ଟର ବନ୍ଦ ରହିଛି । ଗୋଟିଏ ପଟେ ରାଜ୍ୟ ସରକାର ସ୍ବାସ୍ଥ୍ୟସେବା ସୁଦୃଢ଼ ଓ କର୍ମଚାରୀ ଅଭାବ ନାହିଁ ବୋଲି କହୁଥିବାବେଳେ ଡୁଙ୍ଗୁରିପାଲି ସ୍ବାସ୍ଥ୍ୟକେନ୍ଦ୍ରରେ ୫ ମାସ ଧରି ଫାର୍ମାସିଷ୍ଟ ପଦବୀ କାହିଁକି ଖାଲି ପଡ଼ିଛି ? ରୋଗୀ ସେବା ବାଧାପ୍ରାପ୍ତ ହେଉଛି ସ୍ସାସ୍ଥ୍ୟମନ୍ତ୍ରୀ ଓ ସ୍ବାସ୍ଥ୍ୟ ସଚିବ ଅବଗତ ଅଛନ୍ତି ତ ? ଦିନକୁ ଦିନ ରୋଗୀ ସେବା ବାଧାପ୍ରାପ୍ତ ହେଉଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦାନା ବାନ୍ଧିବାରେ ଲାଗିଛି ।

ପ୍ରସୂତି ଓ ଶିଶୁ ସ୍ଵାସ୍ଥ୍ଯ କେନ୍ଦ୍ର ଭଳି ଗୁରୁତ୍ତ୍ଵପୂର୍ଣ୍ଣ ବିଭାଗରେ କେମିତି ବନ୍ଦ ହୋଇପଡିଛି ମେଡିସିନ କାଉଣ୍ଟର ? ଏଥିପ୍ରତି ସରକାର କେବେ ଦୃଷ୍ଟି ଦେବେ ତାକୁ ଚାହିଁ ରହିଛନ୍ତି ଅଞ୍ଚଳବାସୀ?

 

ବିଏସଏଫ ଯବାନଙ୍କୁ ଛାଡ଼ିଲା ପାକିସ୍ତାନ 

ନନ୍ଦିଘୋଷ ବ୍ୟୁରୋ: ଅଟକ ବିଏସଏଫ୍ ଯବାନ ପୂର୍ଣ୍ଣମ କୁମାର ଶାଙ୍କୁ ଛାଡିଲା ପାକିସ୍ତାନ। ପାକିସ୍ତାନ କବଜାରୁ ଫେରିଥିବା ବିଏସଏଫ ଜବାନ ତାଙ୍କର ୨୩ ଦିନର ଦୁଃଖଦ ଘଟଣା ବର୍ଣ୍ଣନା କରିଛନ୍ତି । ପାକିସ୍ତାନ ୧୪ ମେ’ରେ ଭାରତୀୟ ବିଏସଏଫ ଯବାନ ପୂର୍ଣ୍ଣମ କୁମାର ଶାଙ୍କୁ ଭାରତକୁ ହସ୍ତାନ୍ତର କରିଥିଲା। ପାକିସ୍ତାନୀ ରେଞ୍ଜର୍ସମାନେ ଅଟାରୀ ୱାଘା ସୀମା ଦେଇ ବିଏସଏଫ କନଷ୍ଟେବଳଙ୍କୁ ମୁକ୍ତ କରିଥିଲେ। ପହଲଗାମରେ ଆତଙ୍କବାଦୀ ଆକ୍ରମଣର ଗୋଟିଏ ଦିନ ପରେ, ବିଏସଏଫ ଯବାନ ପୂର୍ଣ୍ଣମ କୁମାର ଶା ଭୁଲବଶତଃ ଅନ୍ତର୍ଜାତୀୟ ସୀମା ପାର କରି ପାକିସ୍ତାନରେ ପହଞ୍ଚି ଯାଇଥିଲେ।

ସୂତ୍ର ଅନୁସାରେ ପାକିସ୍ତାନର ହେପାଜତରେ ପିକେ ଶା ବହୁତ ନିର୍ଯାତନା ସହିଥିଲେ। ସୂତ୍ର ଅନୁସାରେ ତାଙ୍କୁ ଦାନ୍ତ ଘଷିବାକୁ ଅନୁମତି ଦିଆ ଯାଇନଥିଲା। ତାଙ୍କୁ ଶୋଇବାକୁ ଦିଆଯାଇ ନଥିଲା। ହେପାଜତରେ ଥିବା ସମୟରେ ତାଙ୍କୁ ତିନୋଟି ସ୍ଥାନକୁ ନିଆଯାଇଥିଲା। ତାଙ୍କୁ ଏୟାରବେସ୍ ପାଖକୁ ମଧ୍ୟ ନିଆଯାଇଥିଲା ଯାହା ଦ୍ଵାରା ସେ ବିମାନ ଉଡ଼ୁଥିବାର ଶବ୍ଦ ଶୁଣିପାରିବେ। ସୂତ୍ରଗୁଡ଼ିକ କୁହନ୍ତି ଯେ ଯେତେବେଳେ ପାକିସ୍ତାନୀ ଅଧିକାରୀମାନେ ଶା’ଙ୍କୁ ପଚରାଉଚରା କରିବାକୁ ଆସିଥିଲେ, ସେମାନେ ପ୍ରାୟତଃ ସାଧାରଣ ପୋଷାକ ପିନ୍ଧିଥିଲେ। ଶା ୧୬ ବର୍ଷ ଧରି ବିଏସଏଫରେ ଅଛନ୍ତି। ତାଙ୍କୁ IBରେ ନିଯୁକ୍ତ ବରିଷ୍ଠ ଅଧିକାରୀଙ୍କ ବିଷୟରେ ମଧ୍ୟ ପଚରାଯାଇଥିଲା।