spot_img
Home Blog Page 981

ମହିଳା ଦିବସରେ ASIର ବଡ଼ ଉପହାର : ତାଜମହଲ ସମେତ ଅନ୍ୟ ସ୍ମାରକୀରେ ମହିଳାଙ୍କୁ ମାଗଣା ଏଣ୍ଟ୍ରି

ନନ୍ଦିଘୋଷ ବ୍ୟୁରୋ : ପର୍ଯ୍ୟଟକ ମାନଙ୍କ ପାଇଁ ଖୁସି ଖବର ।  ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ASIର ବଡ଼ ଉପହାର । ତାଜମହଲ ସମେତ ଅନ୍ୟ ସ୍ମାରକୀରେ ମହିଳାଙ୍କ ପାଇଁ ମାଗଣା ଏଣ୍ଟ୍ରି । ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ସହରକୁ ଆସୁଥିବା ପର୍ଯ୍ୟଟକଙ୍କୁ ଦିନକ ପାଇଁ ଏପରି ଭେଟି ଦେଇଛି । ମାର୍ଚ୍ଚ ୮ରେ ଅନ୍ତର୍ଜାତୀୟ ମହିଳା ଦିବସ ହୋଇଥିବାରୁ ASI ସମସ୍ତ ସଂରକ୍ଷିତ ସ୍ମାରକୀଗୁଡ଼ିକରେ ପର୍ଯ୍ୟଟକଙ୍କ ପାଇଁ ମାଗଣା ପ୍ରବେଶ ବ୍ୟବସ୍ଥା କରିଛି।

ମହିଳା ଦିବସ ଅବସରରେ ସମସ୍ତ ପର୍ଯ୍ୟଟକ ସକାଳରୁ ସନ୍ଧ୍ୟା ପର୍ଯ୍ୟନ୍ତ ଅନେକ ସ୍ମାରକୀକୁ ମାଗଣା ପ୍ରବେଶ ପାଇବେ। ଯେଉଁ ସ୍ମାରକୀଗୁଡ଼ିକରେ ପ୍ରବେଶ ମାଗଣା ହେବ ସେଗୁଡ଼ିକ ମଧ୍ୟରେ ତାଜମହଲ, ଆଗ୍ରା ଦୁର୍ଗ, ମହତାବ ବାଗ, ଫତେପୁର ସିକ୍ରି, ସିକନ୍ଦରା ଏବଂ ଅନ୍ୟାନ୍ୟ ସ୍ମାରକୀ ଅନ୍ତର୍ଭୁକ୍ତ। କିନ୍ତୁ ତାଜମହଲର ମୁଖ୍ୟ ଗମ୍ବୁଜ ପରିଦର୍ଶନ କରିବାକୁ ପର୍ଯ୍ୟଟକଙ୍କୁ ୨୦୦ ଟଙ୍କାର ଟିକେଟ କିଣିବାକୁ ପଡିବ।

ଏଥର ମହିଳା ଦିବସ ଓ୍ବିକେଣ୍ଡରେ ପଡୁଛି। ଓ୍ବିକେଣ୍ଡରେ ବହୁ ସଂଖ୍ୟକ ପର୍ଯ୍ୟଟକ ତାଜ ସହର ପରିଦର୍ଶନ କରନ୍ତି। ଓ୍ବିକେଣ୍ଡରେ ଆଗ୍ରାକୁ ଆସୁଥିବା ଦେଶୀ ଏବଂ ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ଏହା ଏକ ଖୁସିଖବର, କାରଣ ଏଥର ମହିଳା ଦିବସରେ ସ୍ମାରକୀଗୁଡ଼ିକୁ ମାଗଣା ପ୍ରବେଶ ଯୋଗୁ ଏଠାକୁ ଆସୁଥିବା ପର୍ଯ୍ୟଟକମାନେ ବହୁତ ଉପକୃତ ହେବେ। ତେବେ ଆଜି ସମସ୍ତ ସ୍ମାରକୀର ଟିକେଟ ଝରକା ବନ୍ଦ ରହିବ। ସେହିପରି ବିଭିନ୍ନ ରାଜ୍ୟ ସରକାରଙ୍କ ଦ୍ୱାରା ମହିଳାମାନଙ୍କୁ ମହିଳା ଦିବସ ଉପହାର ମଧ୍ୟ ଦିଆଯାଉଛି।

କର୍ଣ୍ଣାଟକରେ ଲଜ୍ଜା : ଜଣେ ଇସ୍ରାଏଲୀ ମହିଳା ପର୍ଯ୍ୟଟକଙ୍କ ସମେତ ୨ ଜଣ ମହିଳାଙ୍କୁ ଗଣଦୁଷ୍କର୍ମ

ନନ୍ଦିଘୋଷ ବ୍ୟୁରୋ :  କର୍ଣ୍ଣାଟକରେ ଲଜ୍ଜା । ଜଣେ ଇସ୍ରାଏଲୀ ମହିଳା ପର୍ଯ୍ୟଟକଙ୍କ ସମେତ ୨ ଜଣ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ। କୋପାଲର ଏକ କେନାଲ ନିକଟରେ ୩ ଜଣ ଦୁର୍ବୃତ୍ତ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହା ସହ ଅନ୍ୟ ୩ ଜଣଙ୍କୁ ଦୁର୍ବୃତ୍ତମାନେ କେନାଲକୁ ଠେଲି ଦେଇଥିବା ଅଭିଯୋଗ ହୋଇଛି। ସେମାନଙ୍କ ମଧ୍ୟରେ ଆମେରିକାର ପର୍ଯ୍ୟଟକ ଡାନିଏଲ ଏବଂ ମହାରାଷ୍ଟ୍ର ପଙ୍କୋଜ  ଓ ଓଡିଶାର ବିବାସ  ନାମକ ୨ଜଣ ପର୍ଯ୍ୟଟକ ଥିଲେ ।

ଅନ୍ୟପଟେ, ଅଭିଯୁକ୍ତମାନଙ୍କୁ ଚିହ୍ନଟ କରାଯାଇଛି ଏବଂ ସେମାନଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବା ବୋଲି କହିଛନ୍ତି କୋପାଲର ଏସପି ରାମ ଏଲ. ଆରାସିଦ୍ଦି। ଅଭିଯୋଗ ଅନୁସାରେ ଏହି ୫ ଜଣ ତୁଙ୍ଗଭଦ୍ରା ବାମ ବ୍ୟାଙ୍କ କେନାଲ ପରିଦର୍ଶନ କରି ଫେରିବା ବେଳେ ଦୁର୍ବୃତ୍ତମାନେ ଅମାନବୀୟ କାଣ୍ଡ ଭିଆଇଥିଲେ। ପ୍ରଥମେ ୩ ଜଣ ଅଭିଯୁକ୍ତ ଏକ ବାଇକରେ ଆସି ପେଟ୍ରୋଲ କେଉଁଠି ମିଳିବ ବୋଲି ପଚାରିବା ସହ ଇସ୍ରାଏଲୀ ପର୍ଯ୍ୟଟଙ୍କୁ ୧୦୦ ଟଙ୍କା ମାଗିଥିଲେ। ଏହାକୁ ନେଇ ସେଠାରେ ଉତ୍ତେଜନା ହୋଇଥିଲା। ପରେ ୩ ଜଣ ଦୁର୍ବୃତ୍ତ ୨ ଜଣ ମହିଳାଙ୍କୁ ଦୁଷ୍କର୍ମ କରିଥିଲେ। ଦୁଷ୍କର୍ମ ପରେ ସେମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଏହି ଘଟଣାକୁ ନେଇ ମାମଲା ରୁଜୁ ହୋଇଛି।

ଶଙ୍ଖ ଭବନରେ ବିଜେଡି ତରଫରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ

ଭୁବନେଶ୍ୱର : ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ବିଜୁ ଜନତା ଦଳ ପକ୍ଷରୁ ସ୍ବତନ୍ତ୍ର କାର୍ଯ୍ୟକ୍ରମ। ଶଙ୍ଖ ଭବନରେ ଆୟୋଜିତ ହୋଇଛି କାର୍ଯ୍ୟକ୍ରମ। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ସବୁବେଳେ ନାରୀ ସଶକ୍ତିକରଣକୁ ଅଗ୍ରାଧିକାର ଦେଉଥିବା ବିଜୁ ଜନତା ଦଳ ପ୍ରତି ବର୍ଷ ପରି ଏ ବର୍ଷ ମଧ୍ୟ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରୁଛି। ପ୍ରତି ନିର୍ବାଚନ ମଣ୍ଡଳୀରେ ମଧ୍ୟ ବିଜେଡି ତରଫରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଉଛି। ନାରୀ ସଶକ୍ତିକରଣ ପାଇଁ ବି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ବହୁତ ଉଦ୍ୟମ କରିଥିଲେ।

ସୁନା ଚୋରାଚାଲାଣ ମାମଲା : ୩ ଦିନିଆ ରିମାଣ୍ଡରେ ଗଲେ ଅଭିନେତ୍ରୀ ରାନ୍ୟା ରାଓ

ନନ୍ଦିଘୋଷ ବ୍ୟୁରୋ : ସୁନା ଚୋରାଚାଲାଣ ମାମଲାରେ ୩ ଦିନିଆ ରିମାଣ୍ଡରେ ଗଲେ ଅଭିନେତ୍ରୀ ରାନ୍ୟା ରାଓ । ଡାଇରେକ୍ଟୋରେଟ ଅଫ୍‌ ରେଭିନ୍ୟୁ ଇଣ୍ଟେଲିଜେନ୍ସ (ଡିଆର୍‌ଆଇ)ର ଯୁକ୍ତି ପରେ ବେଙ୍ଗାଲୁରୁସ୍ଥିତ ଇକୋନୋମିକ୍‌ ଅଫେନ୍ସ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ରାନ୍ୟାଙ୍କୁ ଜେରା ସମୟରେ ଏକ ବଡ଼ ସୁନା ଚୋରାଚାଲାଣ ଗ୍ୟାଙ୍ଗ ସହ ତାଙ୍କ ସମ୍ପର୍କ ସମ୍ବନ୍ଧରେ ଜଣାପଡ଼ିପାରେ ବୋଲି ଡିଆର୍‌ଆଇର ଓକିଲ କହିଥିଲେ। ତେବେ ଏହି ଘଟଣା ସାମ୍‌ନାକୁ ଆସିବା ପରେ ବେଙ୍ଗାଲୁରୁ ଇଣ୍ଟରନ୍ୟାଶନାଲ ଏୟାରପୋର୍ଟ ପାଇଁ ରହିଥିବା ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର (ଏସ୍‌ଓପି)ରେ ବଡ଼ଧରଣର ପରିବର୍ତ୍ତନ କରିବା ପାଇଁ କର୍ନାଟକ ସରକାର ପ୍ରସ୍ତୁତ ହେଉଛନ୍ତି।

ପୋଲିସ ସୂତ୍ର ଅନୁଯାୟୀ, ରାନ୍ୟା ରାଓ ଗତ ୧୫ ଦିନ ମଧ୍ୟରେ ଚାରିଥର ଦୁବାଇ ଗସ୍ତ କରିଥିବା ଜାଣିବା ପରେ ପୋଲିସ ସନ୍ଦେହ କରିଥିଲା। ଏହା ପରେ, ତାଙ୍କୁ ପ୍ରଥମେ ତଦନ୍ତ ପାଇଁ ଏବଂ ପରେ ପଚରାଉଚରା ପାଇଁ ଅଟକାଯାଇଥିଲା। ଏହି ସମୟ ମଧ୍ୟରେ, ପୋଲିସ ତାଙ୍କଠାରୁ ବିପୁଳ ପରିମାଣର ସୁନା ଉଦ୍ଧାର କରିଥିଲେ। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ବେଙ୍ଗାଲୁରୁରେ ଅବତରଣ କରିବା ପରେ, ରାଓ କଥିତ ଭାବରେ ନିଜକୁ କର୍ଣ୍ଣାଟକ ପୋଲିସ ମହାନିର୍ଦ୍ଦେଶକଙ୍କ ଝିଅ ବୋଲି ଦାବି କରିଥିଲେ ଏବଂ ତାଙ୍କୁ ଘରକୁ ଛାଡିବା ପାଇଁ ସ୍ଥାନୀୟ ପୋଲିସ କର୍ମଚାରୀଙ୍କୁ କହିଥିଲେ।

ସବୁ ପ୍ରତୀକ୍ଷାର ଅନ୍ତ : ଅନୁଭବ ମହାନ୍ତି ଓ ଜାଗୃତି ଶୁକ୍ଳାଙ୍କ ସରିଲା ନିବନ୍ଧ

ନନ୍ଦିଘୋଷ ବ୍ୟୁରୋ : ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ଜାଗୃତିଙ୍କୁ ବିବାହ କରିବେ ଓଲିଉଡ ଅଭିନେତା ତଥା ପୂର୍ବତନ ସାଂସଦ ଅନୁଭବ ମହାନ୍ତି । ଗତକାଲି ରାଜ୍ୟ ବାହାରେ ଉଭୟଙ୍କ ନିର୍ବନ୍ଧ ହୋଇଥିବା ଚର୍ଚ୍ଚା ହେଉଛି। ସୋସିଆଲ ମିଡିଆରେ ଏହାର ଫଟୋ ଭାଇରାଲ ହୋଇଛି । ଆସନ୍ତା ୧୧ ତାରିଖରେ ବାହାଘର ହେବ ବୋଲି ସୂଚନା ମିଳିଛି। ପୂର୍ବରୁ ଜାଗୃତିଙ୍କୁ ନେଇ ଚର୍ଚ୍ଚା ଲାଗିରହିଥିଲା ।

ବହୁଦିନ ଧରି ଚର୍ଚ୍ଚା ହେଉଥିଲା ଯେ, ଆନୁଭବ ଏବଂ ଜାଗୃତିଙ୍କ ଭିତରେ ପ୍ରେମ ସମ୍ପର୍କ ରହିଛି, ଏମିତିକି ବିଭିନ୍ନ ଗଣମାଧ୍ୟମରେ ମଧ୍ୟ ପ୍ରକାଶ ପାଇଥିଲା ଯେ ଏଇ ଦୁଇଜଣ ଖୁବଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ଏବେ ନିର୍ବନ୍ଧର ଫଟୋ ଆସିବା ପରେ ଅନୁଭବ ଜାଗୃତିଙ୍କୁ ବିବାହ କରିବା ନେଇ ସ୍ପଷ୍ଟ ହୋଇଛି।

ବର୍ଷାଙ୍କ ସହ ବିବାହ ବିଚ୍ଛେଦ ସମୟରେ ଜାଗୃତି ଶୁକ୍ଲାଙ୍କ ନାମ ଓ ଚେହେରା ଗଣମାଧ୍ୟମ ଏବଂ ଲୋକଙ୍କ ସାମ୍ନାକୁ ଆସିଥିଲା। ସେହି ସମୟରେ ଜାଗୃତିଙ୍କୁ ନେଇ ବହୁ ଗୁଜବ ମଧ୍ୟ ଶୁଣିବାକୁ ମିଳିଥିଲା। ଏପରିକି କେହିକେହି ବର୍ଷା-ଅନୁଭବଙ୍କ ବିବାହ ବିଚ୍ଛେଦର କାରଣ ଜାଗୃତିଙ୍କୁ ବୋଲି ଧରି ନେଇଥିଲେ। ବର୍ତ୍ତମାନ ବିବାହ ଖବର ଶୁଣି ସୁପରଷ୍ଟାରଙ୍କ ଫ୍ୟାନମାନେ ଯେତେ ଖୁସି ଅଛନ୍ତି ତା’ଠାରୁ ଅଧିକ ଆଶ୍ଚର୍ଯ୍ୟ ଅଛନ୍ତି ଓଡ଼ିଶାବାସୀ।

 

ପ୍ରଥମ ଆଉ ଶେଷ ଭୁଲ ; ଲିଖିତ କ୍ଷମା ପ୍ରାର୍ଥନା କଲେ ଆଲ୍ଲାବାଦିଆ ଓ ଅପୂର୍ବା

ନନ୍ଦିଘୋଷ ବ୍ୟୁରୋ :  ୟୁଟ୍ୟୁବ୍‌ ଶୋ’ ଇଣ୍ଡିଆଜ୍‌ ଗଟ୍‌ ଲାଟେଣ୍ଟରେ ଆପତ୍ତିଜନକ ମନ୍ତବ୍ୟ ଦେଇ ବିବାଦ ଘେରକୁ ଆସିଥିବା ଚର୍ଚ୍ଚିତ ୟୁଟ୍ୟୁବର୍‌ ରଣବୀର ଆଲ୍ଲାହାବାଦିଆ ଓ ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସର ଅପୂର୍ବା ମୁଖିଜା ଶୁକ୍ରବାର ଜାତୀୟ ମହିଳା ଆୟୋଗ (ଏନ୍‌ସିଡବ୍ଲ୍ୟୁ)କୁ ଲିଖିତ ଭାବେ କ୍ଷମା ମାଗିଛନ୍ତି। ଏନେଇ ଏନ୍‌ସିଡବ୍ଲ୍ୟୁ ଅଧ୍ୟକ୍ଷା ବିଜୟା ରାହାତକର ସୂଚନା ଦେଇଛନ୍ତି।

ସେ କହିଛନ୍ତି, ଏକ ଅନ୍‌ଲାଇନ ଶୋ’ରେ ଉଭୟ ଦେଇଥିବା ମନ୍ତବ୍ୟ ଆଦୌ ଗ୍ରହଣୀୟ ନ ଥିଲା। ଏହାର ସାମାଜିକ ପ୍ରଭାବକୁ ଦୃଷ୍ଟିରେ ରଖି ଉଭୟଙ୍କୁ ଏନ୍‌ସିଡବ୍ଲ୍ୟୁ ପକ୍ଷରୁ ନୋଟିସ ଜାରି କରାଯାଇଥିଲା। ତେବେ ଦୁହେଁ ଉକ୍ତ ଘଟଣା ପାଇଁ ନିଜ ଭୁଲ୍‌ ସ୍ବୀକାର କରିବା ସହ ଏନ୍‌ସିଡବ୍ଲ୍ୟୁକୁ କ୍ଷମା ମାଗିଛନ୍ତି। ଅନ୍ୟପକ୍ଷେ, ଆଲ୍ଲାବାଦିଆ ଭୁଲ ମାଗି କହିଛନ୍ତି ଯେ, ଏହି ଭୁଲ ପ୍ରଥମ ଏବଂ ଶେଷ ଭୁଲ  । ଏପରି ଅଶ୍ଳୀଳ ଭାଷା ବ୍ୟବହାର କରିବି ନାହିଁ । ଏପରି କି ସେ ଏ ନେଇ ଲିଖିତ କ୍ଷମା ପ୍ରାର୍ଥନା ମଧ୍ୟ କରିଛନ୍ତି ।

ଜଳିଗଲା ମିକ୍ସଚର ଦୋକାନ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ଆଶଙ୍କା

ଭୁବନେଶ୍ବର : ଭୁବନେଶ୍ବର ସହିଦନଗର ଏସବିଆଇ ନିକଟରେ ଅଗ୍ନିକାଣ୍ଡ । ଏକ ମିକ୍ସଚର ଦୋକାନରେ ଅଗ୍ନିକାଣ୍ଡ ଘଟିଛି । ଏହାସହ ପଛପଟେ ଥିବା ଫ୍ୟାକ୍ଟ୍ରିକୁ ମଧ୍ୟ ନିଆଁ ବ୍ୟାପିଥିବା ଦେଖିବାକୁ ମିଳିଛି । ମିକ୍ସଚର ପ୍ରସ୍ତୁତ ବେଳେ ତେଲ କଢେଇରୁ ନିଆଁ ଲାଗିଥିବା କୁହାଯାଉଛି । ତେଲ, ବାଦାମ ଓ ତେଲ ଜାତୀୟ ଦ୍ରବ୍ୟ ଥିବାରୁ ନିଆଁ ଲାଗିବା ସହାୟକ ହୋଇଥିଲା । ୩ଟି ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ପାଣି ଓ ଫୋମ ବ୍ୟବହାର କରି ଦୀର୍ଘ ୩ ଘଣ୍ଟା ପରେ ନିଆଁକୁ ଆୟତ୍ତ କରିଛନ୍ତି ଅଗ୍ନିଶମବାହିନୀ । ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଆଶଙ୍କା କରାଯାଉଛି । ମାର୍କେଟରେ ଅନେକଦୋକାନ ଥିବାରୁ କ୍ଷୟକ୍ଷତି ପରିମାଣ ଅଧିକ ହେବା ଆଶଙ୍କା ରହିଛି।

ବେଆଇନ ପାର୍କିଂ ପାଇଁ ଗୋଟିଏ ଦିନରେ ୮ ଲକ୍ଷ ଜରିମାନା

ବରଗଡ଼ : ବେଆଇନ ପାର୍କିଂ ପାଇଁ ଗୋଟିଏ ଦିନରେ ୮ ଲକ୍ଷ ଜରିମାନା । ବରଗଡ଼ ପୌର ପରିଷଦ ପକ୍ଷରୁ ଏଭଳି ଜରିମାନା ଆଦାୟ କରାଯାଇଛି । ବରଗଡ଼ ସହର ସ୍ଥିତ ବିଶାଳ ମେଗା ମାର୍ଟକୁ ସିଲ କରିବା ସହ ୫ ଲକ୍ଷ ଟଙ୍କାର ଫାଇନ କରାଯାଇଛି । ସେହିଭଳି ସାଇକୃପା ନର୍ସିଂ ହୋମକୁ ୨ ଲକ୍ଷ ଓ ମେହେର ହୋଟେଲକୁ ୧ ଲକ୍ଷ ଟଙ୍କାର ଫାଇନ କରାଯାଇଥିବା ବରଗଡ଼ ମୁନିସିପାଲଟି E.O ଦେବାନନ୍ଦ ସାହୁ ସୁଚନା ଦେଇଛନ୍ତି । ବରଗଡ଼ର ବିଭିନ୍ନ ସ୍ଥାନରେ ବେଆଇନ ପାର୍କିଂ ଚାଲିଥିବା ବେଳେ ଗତକାଲି ହଠାତ୍ ତିନୋଟି ସ୍ଥାନରେ ଫାଇନ କରାଯାଇଛି । ପୂର୍ବରୁ ୧୪ ଟି ନୋଟିସ ପୌର ପରିଷଦ ପକ୍ଷରୁ ଜାରି କରାଯାଇଥିବା ବେଳେ ଆଗାମୀ ଦିନରେ ମଧ୍ୟ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୌର ପରିଷଦ ଅଧିକାରୀ କହିଛନ୍ତି।

ଦିଲ୍ଲୀରେ ମହିଳା ସମୃଦ୍ଧି ଯୋଜନା : ଆଜି ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା

ନୂଆଦିଲ୍ଲୀ : ଦିଲ୍ଲୀରେ ଆଜିଠୁ ମହିଳା ସମୃଦ୍ଧି ଯୋଜନାର ଶୁଭାରମ୍ଭ ହେବ। ଅର୍ଥାତ ପ୍ରତ୍ୟେକ ମହିଳାଙ୍କୁ ମାସିକ ୨୫୦୦ ଟଙ୍କା ପ୍ରଦାନ ସଂପର୍କିତ ଯୋଜନାର ଆରମ୍ଭ ହେବ। ଆଜିଠୁ ହେବ ପଂଜୀକରଣ। ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଏହି ଯୋଜନାର ଶୁଭାରମ୍ଭ କରିବେ। ପ୍ରଥମେ ଦିଲ୍ଲୀ ସରକାରଙ୍କ ଏକ କ୍ୟାବିନେଟ ବୈଠକ ବସିବ। ଏହି ବୈଠକରେ ମହିଳା ସମୃଦ୍ଧି ଯୋଜନାକୁ ଅନୁମୋଦନ କରାଯିବ। ତା ପରେ ଏ ସଂପର୍କିତ ପୋର୍ଟାଲ ଲଞ୍ଚ କରାଯିବ। ଏହା ପରେ ଆଶାୟୀମାନେ ନିଜ ନିଜର ନାଁ ପୋର୍ଟାଲରେ ପଂଜୀକରଣ କରିପାରିବେ। ଦିଲ୍ଲୀ ନିର୍ବାଚନରେ ଏହି ପ୍ରତିଶୃତି ଦେଇ ବିଜେପି ସରକାର କରିପାରିଛି।ସେହିପରି ହୋଲି ଓ ଦୀପାବଳୀରେ ଦୁଇଟି ଲେଖାଏଁ ଏଲପିଜି ସିଲିଣ୍ଡର ମଧ୍ୟ ମାଗଣା ଦେବାକୁ ପ୍ରତିଶୃତି ଦେଇଥିଲା ବିଜେପି। ଏ ସଂପର୍କିତ ଯୋଜନାକୁ ମଧ୍ୟ ଆଜିର କ୍ୟାବିନେଟ ବୈଠକରେ ମଂଜୁର କରାଯିବ ବୋଲି ଜଣାପଡ଼ିଛି।

ଆଜି ଅନ୍ତର୍ଜାତୀୟ ମହିଳା ଦିବସ ; ନାରୀଙ୍କ ଭୂମିକା ଓ ଅବଦାନକୁ ସମ୍ମାନ ଜଣାଇ କରାଯାଉଛି ପାଳନ

ନନ୍ଦିଘୋଷ ବ୍ୟୁରୋ : ଆଜି ହେଉଛି ଅନ୍ତର୍ଜାତୀୟ ମହିଳା ଦିବସ। ପ୍ରତି ବର୍ଷ ମାର୍ଚ୍ଚ ୮ ତାରିଖକୁ ସାରା ବିଶ୍ଵରେ ଅନ୍ତର୍ଜାତୀୟ ମହିଳା ଦିବସ ରୂପେ ପାଳନ କରାଯାଛି। ପ୍ରଥମେ ୧୯୦୯ ମସିହାରେ ଫେବ୍ରୁଆରି ୨୮ ତାରିଖକୁ ଅନ୍ତର୍ଜାତୀୟ ମହିଳା ଦିବସ ରୂପେ ପାଳନ କରାଯାଇଥିଲା। ପରେ ଜାତିସଂଘ ପକ୍ଷରୁ ୧୯୭୭ରେ ନିଷ୍ପତ୍ତି ନିଆଗଲା ଯେ, ମାର୍ଚ୍ଚ ୮ ରେ ପାଳନ କରାଯିବ ଅନ୍ତର୍ଜାତୀୟ ମହିଳା ଦିବସ।

ସମାଜରେ ମହିଳାଙ୍କ ଗୁରୁତ୍ଵ ଓ ସେମାନଙ୍କ ଭୂମିକାକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଏହି ମହିଳା ଦିବସ ପାଳନ କରାଯାଉଛି। ପ୍ରତ୍ୟେକ କ୍ଷେତ୍ରରେ ମହିଳାଙ୍କର ବେଶ୍ ଗୁରୁତ୍ଵ ରହୁଛି। ସେ ବିଭିନ୍ନ ଭୂମିକାର ଅବତୀର୍ଣ୍ଣ। ମାଆଠାରୁ ଆରମ୍ଭ କରି ପତ୍ନୀ, ଭଉଣୀ, ବାନ୍ଧବୀ, ଝିଅ ଆଦି ସମସ୍ତ ଭୂମିକା ତୁଳାଇ ଆସୁଛନ୍ତି ମହିଳା। ଶୃଙ୍ଖଳିତ ଓ ବିକଶିତ ପରିବାର ଗଠନରେ ମଧ୍ୟ ନାରୀଙ୍କ ବେଶ୍ ପ୍ରମୁଖ ଭୂମିକା ରହୁଛି। ଏହାକୁ ସମ୍ମାନ ଜଣାଇ ପ୍ରତି ବର୍ଷ ମାର୍ଚ୍ଚ ୮ ତାରିଖକୁ ଅନ୍ତର୍ଜାତୀୟ ମହିଳା ଦିବସ ରୂପେ ପାଳନ କରାଯାଉଛି ।