ନନ୍ଦିଘୋଷ ବ୍ୟୁରୋ: ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନା ଅନ୍ତର୍ଗତ ତାଳବାହାଳୀ ଗାଁରେ ଅଭାବନୀୟ ଘଟଣା । ସାବତ ମାର ସହଯୋଗରେ ନିଜ ପୁଅକୁ ପେଟ୍ରୋଲ ଢାଳି ନିଆଁଲଗାଇ ମାରି ଦେବାକୁ ବାପା ଉଦ୍ୟମ । ଜଳିଯାଇ ୧୮ ବର୍ଷୀୟ ପୁଅ ଦଶରଥ ଭୂମିଜ ଗୁରୁତର । ରାଉରକେଲା ସରକାରୀ ଡାକ୍ତରଖାନାରେ ଗୁରୁତର ଦଶରଥ ଭୂମିଜଙ୍କର ଚିକିତ୍ସା ଚାଲିଛି । ଗତ ୧୪ ତାରିଖ ରାତିରେ ପୁଅ ଶୋଇଥିବା ସମୟରେ ଦ୍ଵିତୀୟ ପତ୍ନୀଙ୍କ ସହଯୋଗରେ ବାପା ସମରା ଭୂମିଜ ପୁଅ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଘରର କବାଟ ବନ୍ଦ କରିଦେଇଥିଲା । ବାପା ପେଟ୍ରୋଲ ଢାଳି ଜାଳି ମାରିଦେବାକୁ ଉଦ୍ୟମ କରିଥିବା ପୁଅ ଦଶରଥ ଭୂମିଜ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ଲହୁଣୀପଡ଼ା ଥାନାରେ ଅଭିଯୋଗ ପରେ ଲହୁଣୀପଡ଼ା ଥାନା ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛନ୍ତି । ଅନ୍ୟପକ୍ଷରେ ବାପା ଦ୍ଵିତୀୟ ବିବାହ କରିବା ପରେ ଭଲ ପାଉନଥିବା ଓ ବିଭିନ୍ନ ସମୟରେ ମାଡ଼ ମାରୁଥିବା ପୁଅ ଦଶରଥ ଭୂମିଜ ଅଭିଯୋଗ କରିଛନ୍ତି ।
ନିଆଁ ଲିଭାଉଥିବା ବେଳେ ମହିଳା ଜୀବନ୍ତ ଦଗ୍ଧ
ନନ୍ଦିଘୋଷ ବ୍ୟୁରୋ: ନିଆଁ ଲିଭାଉଥିବା ବେଳେ ମହିଳା ଜୀବନ୍ତ ଦଗ୍ଧ । କାମାକ୍ଷାନଗର ମହାବିରୋଡ଼ ଥାନା ଗୋବରୀ ଗାଁରେ ଦୁଃଖଦ ଘଟଣା ଘଟିଛି । ଘର ନିକଟକୁ ଜଙ୍ଗଲ ନିଆଁ ମାଡି ଆସୁଥିବା ବେଳେ ତାହାକୁ ଲିଭାଇବାକୁ ଯାଇ ମହିଳା ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ମୃତ ମହିଳା ଜଣକ ହେଲେ ଗୋବରୀ ଗାଁର ବୁଧିନି ମହାନ୍ତ । ବୁଧିନିଙ୍କ ଘର ନିକଟରେ ଥିବା ଜଙ୍ଗଲ ରେ କୌଣସି କାରଣରୁ ନିଆଁ ଲାଗିବା ଫଳରେ ଏହା ଚାରିଆଡେ ବ୍ୟାପି ଯାଇଥିଲା । ଧିରେ ଧିରେ ଏହା ବ୍ୟାପି ଜଙ୍ଗଲ ନିକଟରେ ରହୁଥିବା ବୁଧିନିଙ୍କ ଘର ଆଡେ ମାଡି ଆସିଥିଲା । ଫଳରେ ନିଆଁକୁ ଲିଭାଇବା ପାଇଁ ବୁଧିନି ଘର ନିକଟରେ ଥିବା ଏକ କେନାଲ ହୁଡ଼ାରେ ଚଢ଼ି ଯାଇଥିଲେ । କିନ୍ତୁ କୌଣସି କାରଣ ବଶତଃ କେନାଲ ଉପରୁ ବୁଧିନିଙ୍କ ଗୋଡ଼ ଖସି ଯିବାରୁ ସେ ତଳେ ଜଳୁଥିବା ନିଆଁ ଭିତରେ ଖସି ପଡ଼ିଥିଲେ । ନିଆଁର ପ୍ରକୋପ ଏତେ ଭୟଙ୍କର ଥିଲା ଯେ ସେ ତାହା ମଧ୍ୟରୁ ବାହାରି ପାରିନଥିଲେ । ଫଳରେ କିଛି ସମୟ ମଧ୍ୟରେ ସେ ନିଆଁ ମଧ୍ୟରେ ସମ୍ପୂର୍ଣ୍ଣ ଭାବେ ଜୀବନ୍ତ ଦଗ୍ଧ ହୋଇ ଯାଇଥିଲେ । କିଛି ସ୍ଥାନୀୟ ଲୋକ ଏହା ଦେଖି ପୋଲିସକୁ ଖବର ଦେବା ପରେ ମହାବିରୋଡ଼ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି ।
ଜଙ୍ଗଲରୁ ମହିଳାଙ୍କ ମୃତଦେହ ଉଦ୍ଧାର, ଦୁଷ୍କର୍ମ କରାଯାଇଥିବା ସନ୍ଦେହ
ନନ୍ଦିଘୋଷ ବ୍ୟୁରୋ: ଜଙ୍ଗଲରୁ ମହିଳାଙ୍କ ମୃତଦେହ ଉଦ୍ଧାର । ମୟୂରଭଞ୍ଜ ଜିଲ୍ଲା ମୋରଡା ଥାନା ଅନ୍ତର୍ଗତ ଏକ ଜଙ୍ଗଲରୁ ମହିଳାଙ୍କ ମୃତଦେହ ଜବତ କରିଛି ପୋଲିସ । ଗତ ୧୪ ତାରିଖ ଦିନ ସ୍ଥାନୀୟ ଲୋକେ ଜଙ୍ଗଲକୁ ପତ୍ର ତୋଳିବା ପାଇଁ ଯାଇଥିବା ବେଳେ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ । ଖବର ପାଇ ମୋରଡା ଥାନା ଅଧିକାରୀଙ୍କ ସହ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ତଦନ୍ତ ଜାରି ରଖିଛି । ଗତ ୧୨ ତାରିଖ ଦିନ ବାପଘରୁ ମହିଳା ଜଣକ କେଉଁଆଡେ ଚାଲିଯାଇଥିବା ଅଭିଯୋଗ କରିଥିଲେ ମୃତ ମହିଳାଙ୍କ ମା’ । ମହିଳା ଜଣଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ପ୍ରାଥମିକ ତଦନ୍ତରୁ ସନ୍ଦେହ କରାଯାଉଛି।
୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଲେ ରାଜକନିକା ବ୍ଲକ ମଣ୍ଡଳ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଆକାଉଣ୍ଟାଣ୍ଟ୍
ନନ୍ଦିଘୋଷ ବ୍ୟୁରୋ: ଭିଜିଲାନ୍ସ ଜାଲରେ ଆକାଉଣ୍ଟାଣ୍ଟ୍। ବିଦ୍ଯାଳୟର ୧ ଲକ୍ଷ ୯୩ ହଜାର ଟଙ୍କା ଡ୍ରେସ ବିଲ ପାସ୍ କରାଇ ଦେବାକୁ କହି ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଲେ କେନ୍ଦ୍ରାପଡ଼ା ରାଜକନିକା ବ୍ଲକ ମଣ୍ଡଳ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଆକାଉଣ୍ଟାଣ୍ଟ୍ ମହମ୍ମଦ ଫିରୋଜ ଖାନ। ନହୁଣି ଗାଁଡ଼ର ବାବା ଦଧିବାମନ ମହିଳା ସ୍ୱୟଂ ସହାୟିକl ଗୋଷ୍ଠୀର ମହିଳାମାନେ ପାଞ୍ଚଟି ବିଦ୍ୟାଳୟରେ ଏଲିମେଣ୍ଟାରୀ ଡ୍ରେସ ବଣ୍ଟନ କରିଥିଲେl ଏହି ଡ୍ରେସ ବିଲ କରିବା ଲାଗି ପୂର୍ବରୁ ୫ ହଜାର ଟଙ୍କା ନେଇଥିଲେ ଫିରୋଜ ଖାନ। ଆଉ ୨ଟି ସ୍କୁଲର ବିଲ କରିବା ଲାଗି ୨୭ ହଜାର ମାଗିଥିଲେ। ଆଜି ବିଲ କରାଇଦେବାକୁ ବିଇଓ କାର୍ଯ୍ୟାଳୟର ଆକାଉଣ୍ଟାଣ୍ଟ ଏମଡି ଫିରୋଜ ଖାନ ଅଶୋକ ବଜାରରେ ବାସୁଦେବ ସାହୁଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି ।



