spot_img
Home Blog Page 999

ଇରଫାନ ପଠାନଙ୍କୁ ଶଶି ଥରୁର କାହିଁକି India’s Lost Boy’s କହିଥିଲେ ?

ନନ୍ଦିଘୋଷ ବ୍ୟୁରୋ: ଇରଫାନ ପଠାନ…ଭାରତୀୟ କ୍ରିକେଟର ତାରକା ଯାହାଙ୍କ ତୁଳନା ମହାନ ପାକିସ୍ତାନୀ କ୍ରିକେଟର ୱାସିମ ଆକ୍ରମଙ୍କ ସହ କରାଯାଏ। ଇରଫାନ ଜଣେ ଘାତକ ବୋଲର ଭାବେ ବେଶ ପରିଚିତ । ୱାସିମ ଆକ୍ରମଙ୍କ ଆକ୍ରାମଣାତ୍ମକ ବୋଲିଂକୁ ଟକ୍କର ଦେଉଥିଲେ ଇରଫାନ । କେବଳ ବୋଲିଂ ନୁହଁ ବ୍ୟାଟିଂରେ ଇରଫାନ ମଧ୍ୟ ଅପରାଜେୟ ଥିଲେ। ଓପନିଂରେ ମଧ୍ୟ ନିଜର ଦକ୍ଷତା ପ୍ରମାଣିତ କରିଥିଲେ ଇରଫାନ୍ । ଯେତେବେଳେ ତାଙ୍କୁ ପିଞ୍ଚ ହିଟର କରାଯାଇଥିଲା ସେଥିରେ ମଧ୍ୟ ସେ ନିଜର ଶକ୍ତି ଦେଖାଇଥିଲେ। ଏତେ ଦକ୍ଷତା ଥିବା ସତ୍ତ୍ୱେ, ମଧ୍ୟ ଇରଫାନ କ୍ରିକେଟ କ୍ୟାରିଅର ଅଧିକ ଦିନ ତିଷ୍ଠି ପାରିନଥିଲେ । ବାରମ୍ବାର ଇନଜୁରୀ କାରଣରୁ ସମୟ ପୂର୍ବରୁ ସେ କ୍ରିକେଟରୁ ଅବସର ନେବାକୁ ବାଧ୍ୟ ହୋଇଥିଲେ ।

ଶଶି ଥରୁର କ’ଣ ଲେଖିଥିଲେ?

ଇରଫାନଙ୍କ କ୍ୟାରିଅର ବହୁତ ସଂଘର୍ଷପୂର୍ଣ୍ଣ ଥିଲା । କଂଗ୍ରେସ ସାଂସଦ ଶଶି ଥରୁର ତାଙ୍କୁ ୧୪ ବର୍ଷ ପୂର୍ବେ ଅର୍ଥାତ୍ ୨୦୧୧ ମସିହାରେ ‘ India’s Lost Boys’ ବର୍ଗରେ ସ୍ଥାନିତ କରିଥିଲେ।  ୧୩ ଜାନୁଆରୀ, ୨୦୧୧ରେ ଥରୁର ‘ India’s Lost Boys’ ଶୀର୍ଷକ ଏକ ଆର୍ଟିକିଲ୍ ଲେଖିଥିଲେ, ଯେଉଁଥିରେ ସେ ଇରଫାନ ପଠାନଙ୍କୁ ସାମିଲ କରିଥିଲେ। ଇରଫାନଙ୍କ ବ୍ୟତୀତ ସେ ଏଥିରେ ବିନୋଦ କାମ୍ବଲି ଏବଂ ପାର୍ଥିବ ପଟେଲଙ୍କୁ ମଧ୍ୟ ସାମିଲ କରିଥିଲେ। ଇରଫାନଙ୍କ ବିଷୟରେ ଥରୁର ଲେଖିଥିଲେ, ଏହି ତାଲିକାରେ ଅତି କମରେ ଦୁଇଜଣ ସମସାମୟିକ କ୍ରିକେଟରଙ୍କୁ ସାମିଲ କରିବାକୁ ପଡିବ। ଯେଉଁମାନେ ୨୦୦୩-୦୪ରେ ପାକିସ୍ତାନରେ ଦିନିକିଆ ସିରିଜରେ ଭାରତକୁ ବିଜୟୀ କରାଇଥିବା ଇରଫାନ ପଠାନଙ୍କୁ ଦେଖିଛନ୍ତି କିମ୍ବା ଦୁଇ ବର୍ଷ ପରେ ସେହି ଦଳ ବିପକ୍ଷରେ ହ୍ୟାଟ୍ରିକ୍ ନେଇଥିବାର କିମ୍ବା ପରବର୍ତ୍ତୀ ବର୍ଷ ସେମାନଙ୍କ ବିପକ୍ଷରେ ଶତକ କରିଥିବା କିମ୍ବା ଅଷ୍ଟ୍ରେଲିଆ ଟେଷ୍ଟରେ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଜିତିଥିବା ଏବଂ ଦକ୍ଷିଣ ଆଫ୍ରିକାରେ ଓ୍ବାର୍ଲ୍ଡ ଟି-୨୦ ଜିତିବା ଦେଖିଛନ୍ତି ସେମାନେ କେବେ କଳ୍ପନା କରିନଥିବେ ଯେ ସେ ମାତ୍ର ୨୫ ବର୍ଷ ବୟସରେ ନିଜ ପ୍ରଶଂସକଙ୍କୁ ଏତେ ବଡ ଝଟକା ଦେବେ ଇରଫାନ। ସେ ଏତେ ଦୁର୍ବଳ ହୋଇଯାଇଥିଲେ ବା ତାଙ୍କର ଆତ୍ମବିଶ୍ବାସ ଏତେ ଦୁର୍ବଳ ହୋଇଯାଇଥିଲାକ ସେ ୨୦୧୧ ବିଶ୍ୱକପ୍ ପାଇଁ ମଧ୍ୟ ମନୋନୀତ ହୋଇପାରିନଥିଲେ ।

ଇରଫାନଙ୍କ କ୍ରିକେଟ କ୍ୟାରିଅର

କ୍ରିକେଟ କ୍ୟାରିଅର ଇରଫାନ ପଠାନ ୨୦୦୪ ରୁ ୨୦୧୨ ପର୍ଯ୍ୟନ୍ତ ରାଜ କରିଥିଲେ । ଏହି ସମୟ ମଧ୍ୟରେ ସେ ୧୨୦ଟି ODI ମ୍ୟାଚ୍ ଖେଳିଥିଲେ । ଇରଫାନ ଏକଦିବସୀୟ ବିଶ୍ୱକପ୍ ମ୍ୟାଚ୍ ମଧ୍ୟ ଖେଳିନଥିଲେ। ୨୦୦୭ ମସିହାରେ, ସେ ଦଳ ସହିତ ୱେଷ୍ଟଇଣ୍ଡିଜ୍ ଯାଇଥିଲେ, କିନ୍ତୁ ପ୍ଲେଇଂ-୧୧ର ଅଂଶ ହୋଇପାରି ନଥିଲେ। ସେହି ବିଶ୍ୱକପ୍ ଟିମ୍ ଇଣ୍ଡିଆ ପାଇଁ ବହୁତ ଖରାପ ସାବ୍ୟସ୍ତ ହୋଇଥିଲା। ସେ କେବଳ ତିନୋଟି ମ୍ୟାଚ୍ ଖେଳି ପ୍ରଥମ ରାଉଣ୍ଡରୁ ହିଁ ବାଦ ପଡ଼ିଥିଲେ।

ସଫଳ ହେଲା ଗମ୍ଭୀର-ରୋହିତଙ୍କ ’ମାଷ୍ଟରଷ୍ଟ୍ରୋକ’: ବରୁଣଙ୍କୁ ସାମ୍ନା କରିବା ନେଇ ଚିନ୍ତାରେ ଅଷ୍ଟ୍ରେଲିଆ

ଚାମ୍ପିୟନ୍ସ ଟ୍ରଫିର ଅନ୍ତିମ ମୁକାବିଲାରେ ପ୍ରତିପକ୍ଷ ନ୍ୟୁଜିଲାଣ୍ଡକୁ ଟିମ୍ ଇଣ୍ଡିଆ ୪୪ ରନରେ ପରାସ୍ତ କରିଛି । ଏହି ବିଜୟ ଫଳରେ ଭାରତ ଗ୍ରୁପ-ଏ’ର ଟପ୍ ସ୍ଥାନ ଅକ୍ତିଆର କରିବା ଗ୍ରୁପ-ବି’ର ଦ୍ବିତୀୟ ସ୍ଥାନରେ ଥିବା ଅଷ୍ଟ୍ରେଲିଆକୁ ସେମିରେ ଭେଟିବ । ତେବେ ମାତ୍ର ୨୪୯ ରନ୍ ସଂଗ୍ରହ କରିଥିଲେ ହେଁ ବୋଲିଂ ଶକ୍ତି ବଳରେ ଭାରତ ଏହି ମ୍ୟାଚକୁ ନିଜ ଅକ୍ତିଆରକୁ ନେଇ ପାରିଥିଲା । ଏହି ମ୍ୟାଚରେ ଭାରତୀୟ ଲେଗ ସ୍ପିନର ବରୁଣ ଚକ୍ରବର୍ତ୍ତୀ ୧୦ ଓଭର ବୋଲିଂ କରି ୪୨ ରନ୍ ଦେଇ ୫ ଓ୍ବିକେଟ ଅକ୍ତିଆର କରିଥିଲେ । ସେଥିପାଇଁ ବରୁଣଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ ଘୋଷଣା କରାଯାଇଥିଲା ।

ତେବେ ନ୍ୟୁଜିଲାଣ୍ଡ ବିପକ୍ଷରେ ଟିମ୍ ଇଣ୍ଡିଆର ହେଡ୍ କୋଚ ଗୌତମ ଗମ୍ଭୀର ଓ ଅଧିନାୟକ ରୋହିତ ଶର୍ମାଙ୍କ ’ମାଷ୍ଟରଷ୍ଟ୍ରୋକ’ ସଫଳ ହୋଇଛି । ପ୍ଲେଇଂ-୧୧ରେ ବରୁଣଙ୍କୁ ସାମିଲ କରିବା ପାଇଁ ଦ୍ରୁତ ବୋଲର ହର୍ଷିତ ରାଣାଙ୍କୁ ବାହାରେ ବସିବାକୁ ପଡ଼ିଥିଲା । ଏପରି ପଦେକ୍ଷପ ନେବା ଦଳ ପାଇଁ ମହଙ୍ଗା ପଡ଼ିବାର ସମ୍ଭାବନା ଥାଏ, ସେଥିପାଇଁ ଏହା ଏକ ବଡ଼ ରିସ୍କ ଥିଲା । ଟିମ୍ ଇଣ୍ଡିଆର ’ଚକ୍ରବ୍ୟୁହ’ରେ ଫସି ଆଉ ମୁକୁଳି ପାରିନଥିଲେ ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନ । ମହମ୍ମଦ ଶାମି ଓ ହାର୍ଦ୍ଦିକ ପାଣ୍ଡ୍ୟା ପେସ ବିଭାଗ ସମ୍ଭାଳିଥିଲେ । କୁଲଦୀପ ଯାଦବ, ବରୁଣ ଚକ୍ରବର୍ତ୍ତୀ, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲଙ୍କ ସ୍ପିନ ଜାଲରେ ନ୍ୟଜିଲାଣ୍ଡ ହଡ଼ବଡ଼େଇ ଯାଇଥିଲା । ନ୍ୟୁଜିଲାଣ୍ଡ ଅଧିନାୟକ ଦଳକୁ ବଞ୍ଚାଇବା ପାଇଁ ସଂଘର୍ଷ କରିଥିଲେ ମଧ୍ୟ ତାହା ଦଳର ବିଜୟ ପାଇଁ ଯଥେଷ୍ଟ ହୋଇନଥିଲା । ତେବେ ଗମ୍ଭୀରଙ୍କ ଏହି ମାଷ୍ଟରଷ୍ଟ୍ରୋକ ଏବେ କଙ୍ଗାରୁ ପାଇଁ ଚିନ୍ତାର କାରଣ ପାଲଟିଛି । ବରୁଣଙ୍କ ଏହି ଚ୍ୟାଲେଞ୍ଜପୂର୍ଣ୍ଣ ପ୍ରଦର୍ଶନ ପରେ ସେମିରେ ସେ ଖେଳିବା ଏକପ୍ରକାର ସୁନିଶ୍ଚିତ ହୋଇଯାଇଛି । ତେଣୁ ବରୁଣଙ୍କୁ ସାମ୍ନା କରିବା ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହେବ । ଆସନ୍ତା ୪ ତାରିଖରେ ଭାରତ-ଅଷ୍ଟ୍ରେଲିଆା ମଧ୍ୟରେ ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ପ୍ରଥମ ସେମି ମୁକାବିଲା ହେବ ।

ଘରକୁ ଫେରୁଥିଲେ ବରଯାତ୍ରୀ, ରାସ୍ତା ମଝିରୁ କନ୍ୟାକୁ ଉଠାଇନେଲେ ଦୁର୍ବୃତ୍ତ

ନନ୍ଦିଘୋଷ ବ୍ୟୁରୋ: କନ୍ୟାକୁ ନେଇ ଘରକୁ ଫେରୁଥିଲା ବର, ରାସ୍ତା ମଝିରେ ଗୁଣ୍ଡା ଆସିଲେ କନ୍ୟାକୁ ଜୋରଜବରଦସ୍ତି ଉଠାଇନେଲେ…ଆପଣ ଅନେକ ପୁରୁଣା ଚଳଚ୍ଚିତ୍ରରେ ଏପରି ଦୃଶ୍ୟ ଦେଖିଥିବେ ଯେଉଁଠାରେ ଗୁଣ୍ଡା ବରକୁ ପିଟି କନ୍ୟାକୁ ଉଠାଇ ନେଇଯାଆନ୍ତି । କିନ୍ତୁ ସତରେ ଏଭଳି ଏକ ଘଟଣା ମଧ୍ୟପ୍ରଦେଶର ଗୁନା ଜିଲ୍ଲାରେ ଘଟିଛି । ଏଠାରେ ଏକ ବର ବିବାହ ଶୋଭାଯାତ୍ରା କରି କନ୍ୟା ସହିତ ଫେରୁଥିଲା। ମଝି ରାସ୍ତାରେ ହଠାତ କିଛି ଦୁର୍ବୃତ୍ତ ଆସି ନବବଧୂଙ୍କୁ ଅପହରଣ କରିନେଇଛନ୍ତି ।

ଏଭଳି ଅଭାବନୀୟ ଘଟଣା ଘଟିଛି ରାଜସ୍ଥାନର ସାୱାଇ ମାଧୋପୁର ଅଞ୍ଚଳରେ । ବର ମାଧୋପୁରରୁ ଅଶୋକନଗର ବାହାହେବାକୁ ଯାଇଥିଲା। ଧୁମଧାମରେ ବିବାହ ସରିଲା ​​ଏବଂ ବିବାହ ଶୋଭାଯାତ୍ରା ସାରି ବର କନ୍ୟା ଘରକୁ ଫେରୁଥିଲେ । କିନ୍ତୁ ଶୋଭାଯାତ୍ରା ମଝିରେ ଦୁର୍ବୃତ୍ତମାନେ ବର ଏବଂ କନ୍ୟାଙ୍କ କାର ଉପରେ ଆକ୍ରମଣ କରି କନ୍ୟାକୁ ନେଇଯାଇଥିଲେ । ଅଶୋକନଗରରୁ ଗୁନା ଜିଲ୍ଲାର ଦେହରି ଗାଁ ନିକଟରେ ବିବାହ ଶୋଭାଯାତ୍ରା ପହଞ୍ଚିବା ସମୟରେ ଏହି ଘଟଣା ଘଟିଥିଲା ।

ଅପରାଧୀଙ୍କୁ ପୂର୍ବରୁ ଜାଣିଥିଲା କନ୍ୟା

ଘଟଣା ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଏହି ମାମଲାର ପୋଲିସ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ନବବିବାହିତା କନ୍ୟାକୁ ମଧ୍ୟ ପୋଲିସ ହେପାଜତରେ ନେଇଛି । ଏହି ମାମଲାରେ କନ୍ୟା ମଧ୍ୟ ସମ୍ପୃକ୍ତ ଥାଇପାରେ ବୋଲି ପୋଲିସ ଆଶଙ୍କା ପ୍ରକାଶ କରିଛି । ପୋଲିସର କହିବାନୁସାରେ ଯେତେବେଳେ କନ୍ୟାକୁ ଅପହରଣ କରାଯାଇଥିଲା ଏବଂ ବରକୁ ମାଡ଼ ଦିଆଯାଇଥିଲା, କନ୍ୟା ଦୁର୍ବୃତ୍ତଙ୍କ ନାମ ଧରି ଡାକି କହୁଥିଲା, ଆକାଶ ତାକୁ ମାରିଦିଅ ନାହିଁ। ଏପରି ପରିସ୍ଥିତିରେ, ସନ୍ଦେହ କରାଯାଉଛି ଯେ କନ୍ୟା ଅପରାଧୀମାନଙ୍କୁ ପୂର୍ବରୁ ଜାଣିଥିଲେ ।

ତିନି ବର୍ଷ ମଧ୍ୟରେ ଦୁଇଥର ଅପହରଣ

ତେବେ ନବବିବାହିତା କନ୍ୟା ବିଷୟରେ ଏକ ଆଶ୍ଚର୍ଯ୍ୟଜନକ କଥା ସାମ୍ନାକୁ ଆସିଛି ଯେ ତାଙ୍କର ବୟସ ମାତ୍ର ୧୯ ବର୍ଷ ଏବଂ ତାଙ୍କୁ ଗତ ୩ ବର୍ଷ ମଧ୍ୟରେ ଦୁଇଥର ଅପହରଣ କରାଯାଇଛି । ମାର୍ଚ୍ଚ ମାସରେ ତାଙ୍କୁ ପ୍ରଥମ ଥର ପାଇଁ ଅପହରଣ କରାଯାଇଥିଲା। ତା’ପରେ ତାଙ୍କ ପରିବାର ସଦସ୍ୟମାନେ ତିନି ଜଣଙ୍କ ବିରୋଧରେ ମାମଲା ଦାୟର କରିଥିଲେ। ତା’ପରେ ୨୦୨୩ ମସିହାରେ ତାଙ୍କୁ ପୁଣି ଥରେ ଅପହରଣ କରାଯାଇଥିଲା ଏବଂ ଏବେ ପୁଣି ଥରେ ତାଙ୍କୁ ଅପହରଣ କରାଯାଇଛି। ତେବେ ପୋଲିସ ପ୍ରେମ ସମ୍ପର୍କ ଥାଇପାରେ ବୋଲି ସନ୍ଦେହ କରୁଛି ।

୯୭ତମ ଓସ୍କାର ପୁରସ୍କାର ଘୋଷଣା : ଏଠାରେ ଦେଖନ୍ତୁ ବିଜେତାଙ୍କ ତାଲିକା ..

ନନ୍ଦିଘୋଷ ବ୍ୟୁରୋ: ଏଣ୍ଟରଟେନମେଣ୍ଟ ଦୁନିଆର ସବୁଠାରୁ ବଡ ଆଓ୍ବାର୍ଡ ଓସ୍କାର । ଏହି ଆଓ୍ବାର୍ଡକୁ ପାଇବା ନେଇ ସମସ୍ତ କଳାକାରଙ୍କ ସ୍ବପ୍ନ ରହିଥାଏ । ୨୦୨୫ ଅର୍ଥାତ ୯୭ତମ ଓସ୍କାର ପୁରସ୍କାର ଘୋଷଣା ହୋଇଛି । ଚଳିତବର୍ଷ ଏହି ଏକାଡେମୀ ପୁରସ୍କାର ଲସ୍ ଆଞ୍ଜେଲସରେ ଅନୁଷ୍ଠିତ ହୋଇଯାଇଛି । ଏହି ୯୭ତମ ଓସ୍କାର ପୁରସ୍କାର ମାର୍ଚ୍ଚ ୩ରେ ଭାରତୀୟ ସମୟ ସକାଳ ୫:୩୦ ରେ ଆମେରିକାର ଲସ୍ ଆଞ୍ଜେଲସରେ ଅନୁଷ୍ଠିତ ହୋଇଯାଇଛି  । ଏକାଡେମୀ ଅଫ୍ ମୋସନ ପିକଚର୍ସ ଆର୍ଟସ ଆଣ୍ଡ ସାଇନ୍ସେସ ଶ୍ରେଷ୍ଠ ଆନିମେଟେଡ ଫିଚର ଫିଲ୍ମ, ଶ୍ରେଷ୍ଠ ଅଭିନେତା, ଶ୍ରେଷ୍ଠ ଅଭିନେତ୍ରୀ ସମେତ ଅନେକ ବିଭାଗରେ ପୁରସ୍କାର ପ୍ରଦାନ କରାଯାଇଥିଲା । ହଲିଉଡ ଅଭିନେତା କିରନ କଲକିନ ଶ୍ରେଷ୍ଠ ସହାୟକ ଅଭିନେତାର ପୁରସ୍କାର ଜିତିଛନ୍ତି । ‘ଅନୋରା’ ଏକାଡେମୀ ପୁରସ୍କାର ମଞ୍ଚରେ ନିଜର ଯାଦୁ ଦେଖାଇଛି ଏବଂ ଶ୍ରେଷ୍ଠ ଚଳଚ୍ଚିତ୍ର ବର୍ଗରେ ପୁରସ୍କାର ଜିତିଛି । ଏଡ୍ରିଆନ୍ ବ୍ରୋଡି ଶ୍ରେଷ୍ଠ ନାୟକ ଭୂମିକାରେ ଅଭିନେତା ପୁରସ୍କାର ଜିତିଛନ୍ତି, ଏବଂ ମିକେଲା ମ୍ୟାଡିସନ୍ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ଜିତିଛନ୍ତି ।

ଚଳିତବର୍ଷର ଓସ୍କାର ବିଜେତାଙ୍କ ତାଲିକା…

  • ଶ୍ରେଷ୍ଠ ଚଳଚ୍ଚିତ୍ର- ଆନୋରା
  • ଶ୍ରେଷ୍ଠ ଅଭିନେତା – ଆଡ୍ରିଏନ୍ ବ୍ରୋଡି (ଚଳଚ୍ଚିତ୍ର: ଦି ବ୍ରୁଟାଲିଷ୍ଟ)
  • ଶ୍ରେଷ୍ଠ ଅଭିନେତ୍ରୀ – ମିକେଲା ମ୍ୟାଡିସନ୍ (ଚଳଚ୍ଚିତ୍ର: ଆନୋରା)
  • ଶ୍ରେଷ୍ଠ ନିର୍ଦ୍ଦେଶକ – ସିଆନ୍ ବେକର (ଚଳଚ୍ଚିତ୍ର: ଆନୋରା)
  • ଶ୍ରେଷ୍ଠ ଆକ୍ସନ୍ ଲାଇଭ୍ ସର୍ଟ ଫିଲ୍ମ – ଆଇ ଏମ୍ ନଟ ଏ ରୋବୋଟ୍ 
  • ଶ୍ରେଷ୍ଠ ଆନ୍ତର୍ଜାତୀୟ ଫିଚର ଫିଲ୍ମ – ଆଇ ଏମ୍ ଷ୍ଟିଲ୍ ହିୟର
  • ଶ୍ରେଷ୍ଠ ସିନେମାଟୋଗ୍ରାଫି – ଦି ବ୍ରୁଟାଲିଷ୍ଟ
  • ମୂଳ ସ୍କୋର – ଦି ବ୍ରୁଟାଲିଷ୍ଟ
  • ଡକ୍ୟୁମେଣ୍ଟାରୀ ଫିଚର୍ ଫିଲ୍ମ – ନୋ ଅଦର ଲ୍ୟାଣ୍ଡ
  • ଡକ୍ୟୁମେଣ୍ଟାରୀ କ୍ଷୁଦ୍ର ଚଳଚ୍ଚିତ୍ର – ଦ ଓନଲି ଗାର୍ଲ ଅନ ଦି ଅର୍କେଷ୍ଟ୍ରା
  • ଶ୍ରେଷ୍ଠ ସହାୟକ ଅଭିନେତ୍ରୀ – ଜୋ ସାଲଡାନା (ଚଳଚ୍ଚିତ୍ର: ଏମିଲିଆ ପେରେଜ୍)
  • ଶ୍ରେଷ୍ଠ ମୌଳିକ ଗୀତ – ଏଲ୍ ମାଲ୍ (ଚଳଚ୍ଚିତ୍ର: ଏମିଲିଆ ପେରେଜ୍)
  • ଶ୍ରେଷ୍ଠ ସହାୟକ ଅଭିନେତା – କିରନ କଲକିନ୍ (ଚଳଚ୍ଚିତ୍ର: ଦି ରିଅଲ୍ ପେନ୍)
  • ଶ୍ରେଷ୍ଠ ଆନିମେଟେଡ୍ ଫିଚର୍ ଫିଲ୍ମ – ଫ୍ଲୋ
  • ଶ୍ରେଷ୍ଠ ଆନିମେଟେଡ୍ କ୍ଷୁଦ୍ର ଚଳଚ୍ଚିତ୍ର –  ଇନ ଦ ଶ୍ୟାଡୋ ଅଫ ଦ ସାଇପ୍ରେସ
  • ଶ୍ରେଷ୍ଠ ପୋଷାକ ଡିଜାଇନ୍ – ପଲ ତାଜେୱେଲ୍ (ଚଳଚ୍ଚିତ୍ର: ୱିକେଟ୍)
  • ଶ୍ରେଷ୍ଠ ଚିତ୍ରନାଟ୍ୟ – ଆନୋରା
  • ଶ୍ରେଷ୍ଠ ଅନୁକୂଳିତ ଚିତ୍ରନାଟ୍ୟ – ପିଟର ଷ୍ଟ୍ରାଘାନ୍ (ଚଳଚ୍ଚିତ୍ର: କନକ୍ଲେଭ୍)
  • ଚଳଚ୍ଚିତ୍ର ସମ୍ପାଦନା – ଆନୋରା
  • ଶ୍ରେଷ୍ଠ ଶବ୍ଦ – ଡୁନ୍: ପାର୍ଟ 2
  • ଶ୍ରେଷ୍ଠ VFX – ଡୁନ୍: ପାର୍ଟ 2

ଓସ୍କାର ହେଉଛି ଚଳଚ୍ଚିତ୍ର ଜଗତର ସବୁଠାରୁ ମର୍ଯ୍ୟାଦାଜନକ ପୁରସ୍କାର। ଏହି ପୁରସ୍କାର ପ୍ରତିବର୍ଷ ଏକାଡେମୀ ଅଫ୍ ମୋସନ୍ ପିକଚର୍ସ ଆର୍ଟସ୍ ଆଣ୍ଡ୍ ସାଇନ୍ସେସ୍ ଦ୍ୱାରା ପ୍ରଦାନ କରାଯାଏ। ୨୦୨୩ ମସିହାରେ, ପ୍ରଯୋଜକ ଗୁନୀତ ମୋଙ୍ଗାଙ୍କ ଫିଲ୍ମ ‘ଦି ଏଲିଫ୍ୟାଣ୍ଟ ହ୍ୱିସପର୍ସ’ ସର୍ବୋତ୍ତମ ଡକ୍ୟୁମେଣ୍ଟାରୀ ସର୍ଟ ଫିଲ୍ମ ବର୍ଗରେ ପୁରସ୍କାର ଜିତିଥିଲା। ଏଥର ମଧ୍ୟ ଗୁନୀତ ମୋଙ୍ଗାଙ୍କ ଫିଲ୍ମ ‘ଅନୁଜା’ ଏହି ପୁରସ୍କାର ଜିତିବା ପାଇଁ ଦୌଡ଼ରେ ଥିଲା। ଏହା ଶ୍ରେଷ୍ଠ ଆକ୍ସନ୍ ଲାଇଭ୍ ଫିଲ୍ମ ବର୍ଗରେ ମନୋନୀତ ହୋଇଥିଲା। ଏହି ବର୍ଗରେ ‘ଆଇ ଆମ୍ ନଟ୍ ଏ ରୋବୋଟ୍’ ଚଳଚ୍ଚିତ୍ର ଜିତିଛି।

୧୦ ବର୍ଷ ପରେ ଭାରତ ପାଇଁ ବଡ ସୁଯୋଗ, ନେଇପାରିବ କି ବଦଲା ?

ନନ୍ଦିଘୋଷ ବ୍ୟୁରୋ: ୨୦୨୫ ଚାମ୍ପିଅନ୍ସ ଟ୍ରଫିର ସେମିଫାଇନାଲ ପାଇଁ ଲାଇନ ଅପ୍ ନିର୍ଣ୍ଣୟ ହୋଇଛି । ଉଭୟ ସେମିଫାଇନାଲ ମ୍ୟାଚ୍ ୪ ଏବଂ ୫ ମାର୍ଚ୍ଚରେ ଖେଳାଯିବ । ପ୍ରଥମ ସେମିଫାଇନାଲ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଟକ୍କର ହେବ । ଏବଂ ଅନ୍ୟ ସେମିଫାଇନାଲରେ ଦକ୍ଷିଣ ଆଫ୍ରିକା ନ୍ୟୁଜିଲ୍ୟାଣ୍ଡକୁ ଭେଟିବ । ଆପଣ ଜାଣିଛନ୍ତି କି ପୁଣିଥରେ ୧୦ବର୍ଷର ପୁରୁଣା ସ୍ମୃତି ତାଜା ହେବାକୁ ଯାଉଛି ।  ୧୦ବର୍ଷ ପୂର୍ବେ ଯାହା ଘଟିଥିଲା ତାହା ପୁନରାବୃତ୍ତି ହେଉଥିବା ପରି ମନେ ହେଉଛି । ଆଜ୍ଞା ହଁ ୨୦୧୫ ବିଶ୍ୱକପ୍ ସେମିଫାଇନାଲର କାହାଣୀ ଚାମ୍ପିଅନ୍ସ ଟ୍ରଫିର ସେମିଫାଇନାଲରେ ପୁନରାବୃତ୍ତି ହେଉଥିବା ପରି ମନେ ହେଉଛି । ସେତେବେଳେ ମଧ୍ୟ ଏହି ସମାନ ଦଳଗୁଡ଼ିକ ସେମିଫାଇନାଲରେ ପରସ୍ପର ସହିତ ମୁହାଁମୁହିଁ ହୋଇଥିଲେ ଏବଂ ଏବେ ମଧ୍ୟ ସେମାନେ ଫାଇନାଲରେ ପ୍ରବେଶ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛନ୍ତି ।

ICC ଟୁର୍ଣ୍ଣାମେଣ୍ଟରେ ୧୦ ବର୍ଷ ପୂର୍ବ ପରି ସେମିଫାଇନାଲ

ଏବେ ICC  ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ୧୦ ବର୍ଷର ପୁରୁଣା କାହାଣୀ ପୁନରାବୃତ୍ତି ହୋଇଛି ।  ଟିମ ଇଣ୍ଡିଆ ପାଇଁ ବଦଲା ନେବାର ଏକ ଭଲ ସୁଯୋଗ । ତେବେ ୧୦ ବର୍ଷ ପୂର୍ବେ ଅର୍ଥାତ୍ ୨୦୧୫ ବିଶ୍ୱକପର ସେମିଫାଇନାଲରେ କ’ଣ ଘଟିଥିଲା । ସେଠାରେ ମଧ୍ୟ ସେମିଫାଇନାଲ ଲାଇନ-ଅପ୍ 2025 ଚାମ୍ପିଅନ୍ସ ଟ୍ରଫି ସହିତ ସମାନ ଥିଲା। ଭାରତ ଅଷ୍ଟ୍ରେଲିଆ ସହିତ ପ୍ରତିଯୋଗିତା କରୁଥିଲା ଏବଂ ଦକ୍ଷିଣ ଆଫ୍ରିକା ନ୍ୟୁଜିଲାଣ୍ଡ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଥିଲା।

ଭାରତ ବନାମ ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା ବନାମ ନ୍ୟୁଜିଲ୍ୟାଣ୍ଡ

୨୦୧୫ ବିଶ୍ୱକପର ସେମିଫାଇନାଲରେ ଅଷ୍ଟ୍ରେଲିଆ ଭାରତକୁ ୯୫ ରନରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲା କିନ୍ତୁ ସେହି ମ୍ୟାଚଟି ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲ ଥିଲା । ପ୍ରଥମ ସେମିଫାଇନାଲରେ ନ୍ୟୁଜିଲାଣ୍ଡ ଦକ୍ଷିଣ ଆଫ୍ରିକାକୁ ୪ ୱିକେଟରେ ପରାସ୍ତ କରିଥିଲା । ତେବେ ଚଳିତ ଚାମ୍ପିଅନ୍ସ ଟ୍ରଫି 2025ରେ ଏକମାତ୍ର ପରିବର୍ତ୍ତନ ହେଉଛି ଯେ ପ୍ରଥମ ସେମିଫାଇନାଲରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ହେବ। ଏବଂ ଅନ୍ୟ ସେମିଫାଇନାଲରେ ଦକ୍ଷିଣ ଆଫ୍ରିକା ଏବଂ ନ୍ୟୁଜିଲାଣ୍ଡ ମୁହାଁମୁହିଁ ହେବେ ।

ଚାମ୍ପିଅନ୍ସ ଟ୍ରଫିରେ 48 ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଏହା ସ୍ପଷ୍ଟ ଯେ ଚାମ୍ପିଅନ୍ସ ଟ୍ରଫିରେ ଆଗାମୀ ୪୮ ଘଣ୍ଟା ବହୁତ ଗୁରୁତ୍ୱପୂର୍ଣ୍ଣ । ଏଠାରେ ୪୮ ଘଣ୍ଟାବିପଦ ମାନେ ୪ ଓ ୫ ତାରିଖ । ଚଳିତ ମ୍ୟାଚରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ଯେଉଁଭଳି ଭାବେ ଖେଳ ପ୍ରଦର୍ଶନ କରିଛନ୍ତି ତାହା କହିବା ଅସମ୍ଭବ ଯେ, ଆଗକୁ କଣ ଘଟିବ ।

ମାସକର ଶିଶୁ ଦେହରେ ୩୦ରୁ ଅଧିକ ଚେଙ୍କ; ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି

ନନ୍ଦିଘୋଷ ବ୍ୟୁରୋ: ମଣିଷ ମନରୁ କେବେ ହଟିବ ଅନ୍ଧବିଶ୍ଵାସ। ମାସକର ଶିଶୁକୁ ଦିଆଯାଇଛି ୩୦ରୁ ଅଧିକ ଚେଙ୍କ। ନବରଙ୍ଗପୁର ଚନ୍ଦାହାଣ୍ଡି ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା । ଡାକ୍ତରୀ ଚିକିତ୍ସାରେ ବିଶ୍ୱାସ ନକରି ଗୁଣି ଗାରେଡ଼ିକୁ କରୁଛନ୍ତି ଭରସା । ଛୋଟ ଶିଶୁର ମୁଣ୍ଡ ଓ ପେଟରେ ଦିଆଯାଇଛି ଏହି ଚେଙ୍କ । ଶିଶୁଟି ଗୁରୁତର ହେବା ପରେ ତାକୁ ଉମରକୋଟ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଚନ୍ଦାହାଣ୍ଡି ବ୍ଲକ ଗମ୍ଭାରୀଗୁଡା ପଞ୍ଚାୟତର ଫୁଣ୍ଡେଲପଡା ଗାଁର ସରୋଜ କୁମାର ନାୟକଙ୍କ ୧ ମାସର ପୁଅ ଅସୁସ୍ଥ ହୋଇପଡିବାରୁ ଏହି ଚେଙ୍କ ଦେଇଥିବା ପରିବାର ଲୋକେ କହିଛନ୍ତି ।

ଚେଙ୍କର ଯନ୍ତ୍ରଣା ସମ୍ଭାଳି ନପାରି ଶିଶୁଟି ଲଗାତାର କାନ୍ଦିବାକୁ ଲାଗିଥିଲା । ବରିଷ୍ଠ ଶିଶୁ ରୋଗ ବିଶେଷଜ୍ଞ ତଥା ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ସନ୍ତୋଷ କୁମାର ପଣ୍ଡା ଶିଶୁଟିର ଚିକିତ୍ସା କରୁଛନ୍ତି । ଚିକିତ୍ସା ପରେ ଶିଶୁଟି ଭଲ ଥିବା କହିଛନ୍ତି ଡାକ୍ତର । ଅତିଶୀଘ୍ର ଭଲ ହୋଇ ଯେପରି ଘରକୁ ଫେରିବ ସେଥିପାଇଁ ସ୍ଵାସ୍ଥ୍ୟ ବିଭାଗ ସବୁ ପ୍ରକାର ଚିକତ୍ସାରେ ସହଯୋଗ କରାଯିବ ବୋଲି ଡାକ୍ତର ପଣ୍ଡା କହିଛନ୍ତି । ତେବେ ପିଲାକୁ କିଏ ଚେଙ୍କ ଦେଲା ସେ ବିଷୟରେ କିଛି ସୂଚନା ଦେଇନାହାନ୍ତି ପରିବାର ଲୋକେ ।

ହିମାନି ନରୱଲଙ୍କ ହତ୍ୟା ଘଟଣା, ମୁଖ୍ୟ ଅଭିଯୁକ୍ତ ଗିରଫ

ନନ୍ଦିଘୋଷ ବ୍ୟୁରୋ: ହରିୟାଣାର ରୋହତକରେ କଂଗ୍ରେସ କର୍ମୀ ହିମାନୀ ନରୱାଲ ହତ୍ୟା ମାମଲାରେ ପୋଲିସକୁ ମିଳିଛି ବଡ ସଫଳତା । ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ତାଙ୍କୁ ପଚରାଉଚରା କରାଯାଉଛି । ଅଭିଯୁକ୍ତ ଜଣକ ମୃତ ହିମାନୀ ନରୱାଲଙ୍କ ବନ୍ଧୁ ଥିଲା । ସେ ହିମାନୀକୁ ତାଙ୍କ ନିଜ ଘରେ ହତ୍ୟା କରିଥିଲେ । ହତ୍ୟା ପରେ ତାଙ୍କ ମୃତଦେହକୁ ଏକ ସୁଟକେସ୍‌ରେ ବନ୍ଦ କରି ସାମ୍ପଲା ବସ୍ ଷ୍ଟାଣ୍ଡରେ ଫିଙ୍ଗି ଦେବା ପରେ ଦିଲ୍ଲୀ ପଳାଇ ଯାଇଥିଲେ । ଅଭିଯୁକ୍ତ ନିଜ ଅପରାଧ ମାନଥିବା ହରିୟାଣା ପୋଲିସ ସୂଚନା ଦେଇଛି । ଅଭିଯୁକ୍ତଙ୍କ ନାମ ସଚିନ ବୋଲି କୁହାଯାଉଛି । ସେ ରୋହତକର ବାସିନ୍ଦା । ସେ ହିମାନୀକୁ କାହିଁକି ହତ୍ୟା କଲା ଏ ସମ୍ପର୍କରେ ଅଭିଯୁକ୍ତଙ୍କୁ ପଚରାଉଚରା କରାଯାଉଛି । ହରିୟାଣା ପୋଲିସ ଅଭିଯୁକ୍ତକୁ ଦିଲ୍ଲୀରୁ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କଠାରୁ ହିମାନୀଙ୍କ ମୋବାଇଲ୍ ଫୋନ ଏବଂ ଅଳଙ୍କାର ମଧ୍ୟ ଜବତ କରାଯାଇଛି ।

ଘରେ ହତ୍ୟା କରାଯାଇଥିଲା

ସୂଚନା ଦେଇ ହରିୟାଣା ପୋଲିସ କହିଛି ଯେ ହିମାନୀ ହତ୍ୟା ମାମଲାରେ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି । ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଅଭିଯୁକ୍ତ ସଚିନ ରୋହତକର ବାସିନ୍ଦା । ସଚିନ ହିମାନୀକୁ ବିଜୟନଗରରେ ତାଙ୍କ ଘରେ ହତ୍ୟା କରିଥିଲେ । ଅଭିଯୁକ୍ତମାନେ ପ୍ରଥମେ ହିମାନୀଙ୍କୁ ହତ୍ୟା କରିଥିଲେ ଏବଂ ତା’ପରେ ତାଙ୍କ ମୃତଦେହକୁ ଏକ ସୁଟକେସରେ ବନ୍ଦ କରି ଘରଠାରୁ ୮୦୦ ମିଟର ଦୂର ସାମ୍ପଲା ବସ୍ ଷ୍ଟାଣ୍ଡ ନିକଟରେ ଫିଙ୍ଗି ଦେଇଥିଲେ । ମୃତଦେହ ଉଦ୍ଧାର କରିବା ପରେ, ପୋଲିସ ଏହାକୁ ପୋଷ୍ଟମର୍ଟମ ପାଇଁ ପଠାଇଛି ।

ମାର୍ଚ୍ଚ ୧ରେ ମିଳିଥିଲା ମୃତଦେହ

କଂଗ୍ରେସ କର୍ମୀ ହିମାନୀ ନରୱାଲଙ୍କ ମୃତଦେହ ମାର୍ଚ୍ଚ ୧ ତାରିଖରେ ରୋହତକର ରାଜପଥ ନିକଟସ୍ଥ ସାମ୍ପଲା ବସ୍ ଷ୍ଟାଣ୍ଡ ନିକଟରେ ମିଳିଥିଲା। ମୃତଦେହଟି ଏକ ସୁଟକେସ୍ ଭିତରେ ଥିଲା । ପୋଲିସର ତଦନ୍ତ ସମୟରେ, ମୃତଦେହର ମୁହଁ ନୀଳ ହୋଇଯାଇଥିଲା । ତାଙ୍କ ହାତରେ ମେହେନ୍ଦୀ ଲାଗିଥିବାବେଳେ ବେକରେ ଏକ ଲୁଗା ବନ୍ଧାଯାଇଥିବା ଦେଖିବାକୁ ମିଳିଥିଲା। ପୋଲିସ ମୃତଦେହକୁ ଚିହ୍ନଟ କରି ପୋଷ୍ଟମର୍ଟମ ପାଇଁ ପଠାଇଛି । ପୋଲିସ ସେହି ଅଞ୍ଚଳରେ ଥିବା ଅନେକ ସିସିଟିଭି କ୍ୟାମେରାକୁ ସ୍କାନ୍ କରିଥିଲା। ପଚରାଉଚରା ଏବଂ ତଦନ୍ତ ସମୟରେ, ପୋଲିସ ଅଭିଯୁକ୍ତକୁ ସଚିନ ବୋଲି ଚିହ୍ନଟ କରିଥିଲା । ପୋଲିସ ତାଙ୍କୁ ଦିଲ୍ଲୀରୁ ଗିରଫ କରିଛି ।

ବିବାହ ପାଇଁ ପୁଅ ଖୋଜାହେଉଥିଲା

ହିମାନୀ ନରୱାଲଙ୍କ ହତ୍ୟା ହରିୟାଣାରେ ଏକ ଚାଞ୍ଚଲ୍ୟ ସୃଷ୍ଟି କରିଛି । କଂଗ୍ରେସର ଭାରତ ଯୋଡୋ ଯାତ୍ରାରେ ରାହୁଲ ଗାନ୍ଧୀଙ୍କ ସହ ଦେଖାଯିବା ପରେ ହିମାନି ଖବରକୁ ଆସିଥିଲେ। ହିମାନୀଙ୍କ ବାପା ପୂର୍ବରୁ ଆତ୍ମହତ୍ୟା କରିଥିଲେ ଯେତେବେଳେ ଶତ୍ରୁତା ଯୋଗୁଁ ତାଙ୍କ ଭାଇକୁ ହତ୍ୟା କରାଯାଇଥିଲା । ହିମାନି ତାଙ୍କ ମାଆ ଏବଂ ଭାଇଙ୍କ ସହିତ ରୋହତକର ବିଜୟନଗର ଅଞ୍ଚଳରେ ରହୁଥିଲେ । ପରିବାର ସଦସ୍ୟଙ୍କ କହିବା ଅନୁଯାୟୀ, ହିମାନୀ ଚଳିତ ବର୍ଷ ବିବାହ କରିବାର ଥିଲା । ତାଙ୍କ ପାଇଁ ପୁଅ ଖୋଜାଯାଉଥିଲା । ପରିବାର ସଦସ୍ୟମାନେ କହିଛନ୍ତି ଯେ ୨୦୨୪ ମସିହାରେ ନିର୍ବାଚନରେ ​​ବ୍ୟସ୍ତ ଥିବାରୁ ହିମାନି ୨୦୨୫ ମସିହାରେ ବିବାହ କରିବାକୁ କହିଥିଲେ ।

ସାମଗ୍ରୀ ଦେବାକୁ କଲେ ବିଳମ୍ବ; ଅଙ୍ଗୁଠି ଛିଡାଇଦେଲେ ମଦ୍ୟପ

ଗଞ୍ଜାମ : ସାମଗ୍ରୀ ଦେବାରେ ବିଳମ୍ୱ କରିବାରୁ ଦୋକାନୀଙ୍କ ଅଙ୍ଗୁଠି ଛିଡାଇଦେଲେ ମଦ୍ୟପ ଗ୍ରାହକ । ଗାଳିଗୁଲଜ କରିବା ସହ ମାଡ଼ ମଧ୍ୟ ମାରିଲେ । ଏଭଳି କାଣ୍ଡ ଭିଆଇ ବନ୍ଧା ହେଲେ ଗଞ୍ଜାମ ପାଟପୁର ଅଞ୍ଚଳର ୩ ଯୁବକ । କିଛି ମଦ୍ୟପ ଯୁବକ ପଳାସପୁର ଛକରେ ଥିବା ବ୍ୟବସାୟୀ ବରୁଣ ପାଢ଼ୀଙ୍କ ଦୋକାନକୁ ଆସି କିଛି ସାମଗ୍ରୀ ମାଗିଥିଲେ । ହେଲେ ବ୍ୟବସାୟୀ ଜଣକ ଜିନିଷ ଦେବାରେ ବିଳମ୍ବ କରିବାରୁ ମଦ୍ୟପ ଯୁବକମାନେ ମିଶି ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଏହାସହ ବ୍ୟବସାୟୀଙ୍କ ଡାହାଣ ହାତର ଅଙ୍ଗୁଠିକୁ କାମୁଡି ଜଣେ ଯୁବକ ଛିଡ଼ାଇ ଦେଇଛି ।

ବ୍ୟବସାୟୀଙ୍କୁ ପରିବାର ଲୋକେ ନିକଟ ଆଡ଼ପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ସେଠାରେ ଡାକ୍ତର ଅଙ୍ଗୁଳି ଆଉ ଲାଗି ପାରିବ ନାହିଁ କହି ଚିକିତ୍ସା କରି ଛାଡିଥିଲେ । ବ୍ୟବସାୟୀ ଜଣକ ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ଘଟଣାକୁ ଗୁରୁତ୍ୱର ସହ ନେଇଛି । ୩ ଅଭିଯୁକ୍ତଙ୍କୁ ଧରି କୋର୍ଟ ଚାଲାଣ କରିଥିଲା।

ଅଡୁଆରେ ସେବିର ପୂର୍ବତନ ଅଧ୍ୟକ୍ଷା; ମାଧବୀ ପୁରୀଙ୍କ ବିରୋଧରେ ଏତଲା ନିର୍ଦ୍ଦେଶ

ନନ୍ଦିଘୋଷ ବ୍ୟୁରୋ: ସେବିର ପୂର୍ବତନ ଅଧ୍ୟକ୍ଷା ମାଧବୀ ପୁରୀ ବଚ୍ ଙ୍କ ଅଡୁଆ ବଢ଼ିଲା । ତାଙ୍କ ବିରୋଧରେ ଏଫଆଇଆର୍ ରୁଜୁ ପାଇଁ ମୁମ୍ବାଇର ଏକ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମାଧବୀଙ୍କ ସହିତ ଅନ୍ୟ ୫ ଜଣଙ୍କ ବିରୋଧରେ ମଧ୍ୟ ଏତଲା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସେହି କୋର୍ଟ । ଷ୍ଟକ ମାର୍କେଟରେ ଜାଲିଆତି କରିବା ଓ ସେବିର ନିୟମ ଉଲ୍ଲଂଘନ କରିବା ଅଭିଯୋଗ ପରେ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟ କହିଛନ୍ତି, ନିଜେ ଏହି ତଦନ୍ତର ନିରୀକ୍ଷଣ କରିବେ । ୩୦ ଦିନ ଭିତରେ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି । ସେବିର ଅଧ୍ୟକ୍ଷା ଥିବା ବେଳେ ମାଧବୀ ପୁରୀ ବଚ୍ ନିୟମ ଉଲ୍ଲଂଘନ କରି ଜାଲିଆତି କରିଥିବାର ଅଭିଯୋଗ କରି ତଦନ୍ତ ପାଇଁ ଆବେଦନ କରିଥିଲେ ଜଣେ ସାମ୍ଵାଦିକ ।

ସେହି ପିଟିସନ ଆଧାରରେ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟଙ୍କ ଏହି ନିର୍ଦ୍ଦେଶନାମାକୁ ଚ୍ୟାଲେଞ୍ଜ କରିବେ ବୋଲି ସେବି କହିଛି । ଏହି ସଂସ୍ଥା ତରଫରୁ କୁହାଯାଇଛି, ଅଧିକାରୀଙ୍କ ବିରୋଧରେ ଷଡ଼ଯନ୍ତ୍ର ହୋଇଛି। ନ୍ୟସ୍ତସ୍ଵାର୍ଥ ପିଟିସନ ଆଧାରରେ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ଏପରିକି ପକ୍ଷ ରଖିବା ପାଇଁ ସୁଯୋଗ ଦିଆଯାଇନାହିଁ । ଏଇ ମାର୍ଚ୍ଚ ୧ ତାରିଖରେ ସେବିର ଅଧ୍ୟକ୍ଷା ଭାବେ ମାଧବୀଙ୍କ ତିନି ବର୍ଷିଆ କାର୍ଯ୍ୟକାଳ ସରିଥିଲା । ଏହା ପରେ ତୁହିନକାନ୍ତ ପାଣ୍ଡେ ହୋଇଛନ୍ତି ପରବର୍ତ୍ତୀ ଅଧ୍ୟକ୍ଷ ।

ଆନ୍ଦୋଳନକୁ ଓହ୍ଲାଇବ ଓଡିଶା ରାଜ୍ୟ ବିଦ୍ୟୁତ ଉପଭୋକ୍ତା ମହାସଂଘ

ଭୁବନେଶ୍ବର : ବିଦ୍ୟୁତ ଶୁଳ୍କ ବୃଦ୍ଧି ସହ ଅନ୍ୟ ସମସ୍ୟାକୁ ନେଇ ଆନ୍ଦୋଳନକୁ ଓହ୍ଲାଇବ ଓଡିଶା ରାଜ୍ୟ ବିଦ୍ୟୁତ ଉପଭୋକ୍ତା ମହାସଂଘ l ଓଡିଶା ରାଜ୍ୟ ବିଦ୍ୟୁତ ଉପଭୋକ୍ତା ମହାସଂଘର ବୈଠକରେ ଏନେଇ ନିଆଯାଇଛି ନିଷ୍ପତ୍ତି । ବିଦ୍ୟୁତ ଶୁଳ୍କ ବୃଦ୍ଧି, ସ୍ମାର୍ଟ ମିଟର ବାତିଲ, ଓଡ଼ିଆରେ ବିଲ ଦେବା ଓ ସରକାର ପ୍ରତିଶୃତି ଦେଇଥିବା ୩ଶହ ୟୁନିଟ ମାଗଣା ବିଜୁଳିକୁ କାର୍ଯ୍ୟକାରୀ କରିବା ନେଇ ସରକାରଙ୍କ ପାଖରେ ଦାବି ରଖାଯାଇଛି । ଯଦି ସରକାର ଦାବି ପୂରଣ ନକରନ୍ତି ତେବେ ଓଡିଶାର ସମସ୍ତ ବିଦ୍ୟୁତ ଉପଭୋକ୍ତା ମାନେ ଆସନ୍ତା ୨୧ ତାରିଖ ଦିନ ବିଧାନସଭା ସମ୍ମୁଖରେ ପ୍ରତିବାଦ କରିବା ସହ ଗଣଧାରଣା ଦେବ ବୋଲି ସଙ୍ଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ମହାସଂଘର ଅଧ୍ୟକ୍ଷ ପଞ୍ଚାନନ କାନୁନଗୋଙ୍କ ଅଧକ୍ଷତାରେ ଆୟୋଜିତ ବୈଠକରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ଉପସ୍ଥିତ ଥିଲେ ।