ବୁଲା କୁକୁରଙ୍କର ହେବ ବନ୍ଧ୍ୟାକରଣ, ହାଇକୋର୍ଟରୁ ବିଏମସିକୁ ମିଳିଲା ଗ୍ରୀନ ସିଗନାଲ

ଭୁବନେଶ୍ବର: ବୁଲା କୁକୁରଙ୍କର ହେବ ବନ୍ଧ୍ୟାକରଣ । ଦୀର୍ଘ ୭ମାସରୁ ଉର୍ଦ୍ଦ ସମୟର ବ୍ୟବଧାନ ପରେ ରାଜଧାନୀରେ ଥିବା ବୁଲା କୁକୁରଙ୍କର ହେବ ବନ୍ଧ୍ୟାକରଣ। ଆସନ୍ତା ୨ ରୁ ୩ ଦିନ ମଧ୍ୟରେ ଏନେଇ ଆରମ୍ଭ ହେବ ପ୍ରକ୍ରିୟା। ହାଇକୋର୍ଟଙ୍କ ବନ୍ଧ୍ୟାକରଣକୁ ନେଇ ରହିତାଦେଶ ଉଠିବା ପରେ ବିଏମସି ଏବେ ବନ୍ଧ୍ୟାକରଣକୁ ନେଇ ତତ୍ପରତା ଦେଖାଇଛି ।

ବୁଲା କୁକୁର, ବିଏମସି ଓ ବନ୍ଧ୍ୟାକରଣ। ହାଇକୋର୍ଟରୁ ବିଏମସିକୁ ମିଳିଲା ଗ୍ରୀନ ସିଗନାଲ। ହାଇକୋର୍ଟଙ୍କ ରହିତା ଦେଶ ଉଠିବା ପରେ ପ୍ରସ୍ତୁତି ଆରମ୍ଭ କରିଛି ବିଏମସି । ଗଳି କନ୍ଦି ହେଉ କି ସହର, ଯେଉଁଠାରେ ବି ବୁଲା କୁକୁର ଦେଖିବ ଉଠାଇ ନେବ ବିଏମସି। କମିବ ବୁଲା କୁକୁରଙ୍କ ଦୌରାତ୍ମ୍ୟ । ସହରିଆଙ୍କୁ ମିଳିବ ଆଶ୍ୱସ୍ତି । ଗତ ଜୁଲାଇ ମାସରୁ କୁକୁର ବନ୍ଧ୍ୟାକରଣ ଉପରେ ହାଇକୋର୍ଟଙ୍କ ଥିବା ରହିତାଦେଶ ଗତକାଲି ଉଠିବା ପରେ ଏବେ ତତ୍ପର ବିଏମସି । ଆଜି ବିଏମସି କାର୍ଯ୍ୟାଳୟରେ ଏକ ବୈଠକ  ଡକାଇ ସମସ୍ତଙ୍କୁ ପ୍ରସ୍ତୁତ ହେବାକୁ ନିର୍ଦ୍ଦେଶ ଦେଇଛନ୍ତି କମିଶନର। ମଞ୍ଚେଶ୍ୱରରେ ପ୍ରାୟ ଏକ କୋଟି ଟଙ୍କା  ଖର୍ଚ୍ଚରେ ବିଏମସି ତିଆରି କରିଛି ଡଗ୍ କେନେଲ୍ ।ଏଠାରେ ପ୍ରତିଦିନ ୧୦୦ କୁକୁରଙ୍କ କରାଯିବ ବନ୍ଧ୍ୟାକରଣ । ସେଥିପାଇଁ ମୋଟ୍ ୧୦ଟି କେଭ୍ ସହ ଅପରେସନ୍ ଥିଏଟର୍ ଓ ଅନ୍ୟାନ୍ୟ ଯନ୍ତ୍ରାଶଂ କ୍ରୟ କରିଛି ବିଏମସି । ହୋଇକୋର୍ଟଙ୍କ ରହିତାଦେଶ ଉଠିବା ପରେ ଆସନ୍ତା ଦୁଇ ରୁ ତିନି ଦିନ ମଧ୍ୟରେ ବନ୍ଧ୍ୟାକରଣ ପକ୍ରିୟା ଯୋରଦାର ହେବ ବୋଲି କହିଛନ୍ତି କମିଶନର ।

କୁକୁର ବନ୍ଧ୍ୟାକରଣ ପାଇଁ ବିଏମସି ଭିତ୍ତିଭୂମି ଯୋଗାଇବା ସହ ଭେଟ୍ ଫର୍ ଆନିମଲ୍ସ ସଂସ୍ଥା କୁକୁର ଧରିବା, ବନ୍ଧ୍ୟାକରଣ ଓ ଟୀକା ଦେବା ପର୍ଯ୍ୟନ୍ତ  ସମସ୍ତ ଦାୟିତ୍ୱ ବହନ କରିବ ପାଇଁ ଚୁକ୍ତି ନାମା ସ୍ବାକ୍ଷର କରିଛି । ଏନେଇ ପ୍ରତି କୁକୁର ପିଛା ବିଏମସି ସଂପୃକ୍ତ ସଂସ୍ଥାକୁ ୧,୬୫୦ଟଙ୍କା ଦେବ । ବର୍ତ୍ତମାନ ଭୁବନେଶ୍ବରରେ ପାଖାପାଖି ୬୦ହଜାର କୁକୁର ରହିଛନ୍ତି । ଆଉ ଏତେ ସଂଖ୍ୟକ କୁକୁର ବନ୍ଧ୍ୟାକରଣ ବିଏମସି ପାଇଁ ବଡ ଚ୍ୟାଲେଞ୍ଜ।