ଏବର୍ଷ ବିନା ଭକ୍ତରେ ରୁକୁଣା ରଥଯାତ୍ରା ଆୟୋଜନକୁ ଅନୁମତି

1 min read

ଭୁବନେଶ୍ୱର: ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ନେଇ BMCର ଗାଇଡଲାଇନ୍ । ବିନା ଭକ୍ତରେ ରୁକୁଣା ରଥଯାତ୍ରା ଆୟୋଜନକୁ ମିଳିଲା ଅନୁମତି । ଚଳିତ ବର୍ଷ ବିନାଭକ୍ତରେ ହେବ ରୁକୁଣା ରଥଯାତ୍ରା ।  ରଥଟଣାରେ କୌଣସି ଶ୍ରଦ୍ଧାଳୁ ଭାଗ ନେଇପାରିବେ ନାହିଁ ବୋଲି ଗାଇଡଲାଇନରେ ଉଲ୍ଲେଖ କରାଯାଇଛି । ରଥ ଟଣା ଓ ଫେରିବା ବେଳେ କୌଣସି ଭକ୍ତ ସାମିଲ୍ ହେବେନାହିଁ, କେବଳ ସେବାୟତ ରଥ ଟଣା ଓ ଫେରିବାରେ ସାମିଲ୍ ହେବେ ।
ସମସ୍ତ ସେବାୟତଙ୍କ RT-PCR ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି । ବ୍ୟବହାର ପୂର୍ବରୁ ରଥକୁ ସମ୍ପୂର୍ଣ୍ଣ ସାନିଟାଇଜ କରାଇବ BMC ।

ଶ୍ରୀଲିଙ୍ଗରାଜ ମନ୍ଦିର କର୍ତ୍ତୃପକ୍ଷଙ୍କ ସହାୟତାରେ ସାନିଟାଇଜ୍ ହେବ ରଥ । ରଥଟଣା ବେଳେ କୌଣସି ଆତସବାଜି ବ୍ୟବହାର ହୋଇପାରିବନି ।
ଖାଦ୍ୟ ଠେଲାଗାଡ଼ି, ମୀନା ବଜାର, ସାଂସ୍କୃତିକ କାର୍ଯ୍ୟକ୍ରମ ଇତ୍ୟାଦିକୁ ବାରଣ କରାଯାଇଛି । ରଥଟଣା ବେଳେ ପାନ, ଗୁଟଖା ଖାଇ ଛେପ ପକାଇବା ମନା । କୋଭିଡ୍ ଗାଇଡଲାଇନ୍ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ, BMC କମିଶନର ପ୍ରେମଚନ୍ଦ୍ର ଚୌଧରୀଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ ।

Leave a Reply