Union Budget 2022: ବଢ଼ିପାରେ କିଷାନ କ୍ରେଡିଟ୍ କାର୍ଡ ଲିମିଟ୍, ମିଳିପାରେ ଶସ୍ତା ଋଣ

1 min read
Budget 2022 Kisan Credit Card Scheme Loan Limit May Increase

ନୂଆଦିଲ୍ଲୀ: ଆସନ୍ତା ସପ୍ତାହରେ ଆସିବ କେନ୍ଦ୍ରୀୟ ବଜେଟ୍ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପେଡ଼ି ଉପରେ ରହିଛି ସମସ୍ତଙ୍କ ନଜର । ଅର୍ଥନୀତିକୁ ମଜଭୁତ୍ କରିବା ଲାଗି କ’ଣ ଘୋଷଣା କରିବେ ନିର୍ମଳା ? ମହାମାରୀ କୋଭିଡର ତୃତୀୟ ପ୍ରବାହ ଦେଶବାସୀଙ୍କୁ ଅସ୍ତବ୍ୟସ୍ତ କରିଥିବା ବେଳେ ବଜେଟରୁ ରୋଜଗାର ବଢ଼ିବା ଆଶା ରଖିଛନ୍ତି ଜନତା । ଏଥିସହ ଜରୁରୀ ସାମଗ୍ରୀର ମୂଲ୍ୟ ହ୍ରାସ ଉପରେ ରହିଛି ଲୋକଙ୍କ ନଜର । ତେବେ ବଜେଟରୁ କୃଷକଙ୍କୁ ମିଳିବ କ’ଣ ?

ଗତବର୍ଷରୁ କେନ୍ଦ୍ରର ତିନି କୃଷି ଆଇନକୁ ନେଇ ବିରୋଧ ପରେ ସରକାର ପଛକୁ ଫେରିଥିଲେ । ତିନି କୃଷି ଆଇନକୁ ପ୍ରତ୍ୟାହାର କରିଥିଲେ ପ୍ରଧାନମନ୍ତ୍ରୀ । ନିର୍ବାଚନର ଅବ୍ୟବହିତ ପୂର୍ବରୁ କେନ୍ଦ୍ର କୃଷକଙ୍କୁ ଦାବିକୁ ମାନି ନେଇଥିବା ବେଳେ ବଜେଟରେ କିଛି ବଡ଼ ଘୋଷଣା କରିବା ଆଶା କରାଯାଉଛି । କୃଷି ବିଶେଷଜ୍ଞଙ୍କ ଅନୁସାରେ, କେନ୍ଦ୍ର ସରକାର କିଷାନ କ୍ରେଡିଟ୍ କାର୍ଡ ଲିମିଟ୍ ବଢ଼ାଇ ପାରନ୍ତି । କିଷାନ କ୍ରେଡିଟ୍ କାର୍ଡ ମାଧ୍ୟମରେ ଚାଷୀଙ୍କୁ କମ୍ ସୁଧଦରରେ ଋଣ ମିଳିଥାଏ ।

ଏଥିସହ ପଢ଼ନ୍ତୁ: Budget 2022: ଫେବ୍ରୁଆରୀ ୧ରେ ଆସିବ କେନ୍ଦ୍ରୀୟ ବଜେଟ୍, ଜାଣନ୍ତୁ ବଜେଟ୍ ଟିମରେ ଅଛନ୍ତି କିଏ କିଏ ?

କିଷାନ କ୍ରେଡିଟ୍ କାର୍ଡରେ ଋଣ ନେଲେ ୭ ପ୍ରତିଶତ ସୁଧ ଦେବାକୁ ପଡ଼ୁଛି । ତେବେ ନେଇଥିବା ଋଣକୁ କୃଷକ ବର୍ଷେ ଭିତରେ ପରିଶୋଧ କଲେ ୪ ପ୍ରତିଶତ ସୁଧ ଦେବାକୁ ପଡ଼ୁଛି ।

କିଷାନ କ୍ରେଡିଟ୍ କାର୍ଡ ଫାଇଦା

  • କେସିସି କାର୍ଡଧାରୀଙ୍କୁ ମାଗଣା ଏଟିଏମ୍ କମ୍ ଡେବିଟ୍ କାର୍ଡ ମିଳେ ।
  • ଭାରତୀୟ ଷ୍ଟେଟ ବ୍ୟାଙ୍କ କିଷାନ କ୍ରେଡିଟ୍ କାର୍ଡ ନାଁରେ ଏଟିଏମ୍ ଦିଏ ।
  • କେସିସିରେ ୩ ଲକ୍ଷ ଟଙ୍କା ଯାଏ ଋଣ ପାଇଁ ପ୍ରତିବର୍ଷ ୨ ପ୍ରତିଶତ ସୁଧ ରିହାତି ମିଳେ ।
  • ସମୟ ପୂର୍ବରୁ ଋଣ ପରିଶୋଧ କଲେ ବାର୍ଷିକ ଅତିରିକ୍ତ ୩ ପ୍ରତିଶତ ସୁଧ ଛାଡ଼ ହୁଏ ।
  • କେସିସି ଋଣକୁ ନେଇ ଫସଲ ବୀମା କଭରେଜ୍ ମିଳେ ।

Leave a Reply