ତାଜା ଖବର ଝାରସୁଗୁଡ଼ା: ନୂଆଡ଼ିହି ଟୋଲ ଗେଟ ଉଚ୍ଛେଦ ଦାବିରେ ୧୨ ଘଣ୍ଟିଆ ବ୍ରଜରାଜନଗର ବନ୍ଦ ଡାକରା । ବନ୍ଦ ରହିଛି ଦୋକାନ ବଜାର, ସ୍କୁଲ ଓ କଲେଜ, ସରକାରୀ ଅଫିସ । November 15, 2019 ')}
ତାଜା ଖବର ସୁବର୍ଣ୍ଣପୁର: ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତରଙ୍କୁ ମାଡ଼ ଅଭିଯୋଗ । ଥାନାରେ ଏତଲା ପରେ ରେବା ଭୁଏଙ୍କୁ ଗିରଫ କଲା ପୋଲିସ । ମେଡିକାଲରେ ଡାକ୍ତରଙ୍କୁ ସୁରକ୍ଷା ଯୋଗାଇ ଦେବା ଦାବି କରି କାର୍ଯ୍ୟବନ୍ଦ ଆନ୍ଦୋଳନ କରୁଛନ୍ତି ଡାକ୍ତର । November 15, 2019 ')}
ତାଜା ଖବର ଭଦ୍ରକ: ସ୍କୁଲ ଯିବାବେଳେ ଏନ୍ଏଚ୍-୧୬ ଗେଲପୁର ନିକଟରେ ଟ୍ରକ୍ ଧକ୍କାରେ ଛାତ୍ର ଗୁରୁତର । ଭଦ୍ରକ ମେଡିକାଲରେ ଭର୍ତ୍ତି । ଜାତୀୟ ରାଜପଥ ଅବରୋଧ କଲେ ଉତ୍ତ୍ୟକ୍ତ ଲୋକ । ଉଭୟ ପାର୍ଶ୍ୱରେ ଗାଡ଼ି ଚଳାଚଳ ଠପ୍ । November 15, 2019 ')}
ତାଜା ଖବର ନୂଆଦିଲ୍ଲୀ : ରାଫେଲ୍ ଡିଲକୁ ନେଇ ହୋଇଥିବା ରିଭ୍ୟୁ ପିଟିସନ୍ ସୁପ୍ରିମକୋର୍ଟରେ ଖାରଜ୍ । ୩ ଜଣିଆ ବିଚାରପତିଙ୍କ ଖଣ୍ଡପୀଠରେ ହୋଇଥିଲା ବିଚାର । କଂଗ୍ରେସ ସାଂସଦ ରାହୁଲ ଗାନ୍ଧି କ୍ଷମା ମାଗିସାରିଛନ୍ତି ବୋଲି କହିଲେ ସର୍ବୋଚ୍ଚ ନ୍ୟାୟାଳୟ । November 14, 2019 ')}
ତାଜା ଖବର କଟକ, ଭଦ୍ରକ, ନୀଳଗିରି, ଉଦଳା, ପଟ୍ଟାମୁଣ୍ଡାଇ, ଖରିଆରରେ ପ୍ରତିଷ୍ଠା ହେବ କୋର୍ଟ । ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଅଦାଲତ ପ୍ରତିଷ୍ଠା ନେଇ ଅନୁମତି । ହାଇକୋର୍ଟଙ୍କ ପ୍ରସ୍ତାବକୁ ମୋହର ମାରିଲେ ସରକାର । କଟକରେ ଚତୁର୍ଥ ଓ ଭଦ୍ରକରେ ଦ୍ୱିତୀୟ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଅଦାଲତ ଖୋଲିବ । November 14, 2019 ')}
ତାଜା ଖବର ଭୁବନେଶ୍ୱର : ହଟ୍ଟଗୋଳ ମଧ୍ୟରେ ସ୍ମିତାରାଣୀ ମୃତ୍ୟୁ ପ୍ରସଙ୍ଗରେ ବିଧାନସଭାରେ ଉତ୍ତର ରଖିଲେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର। ବେକରେ ଦଉଡି ଲାଗି ଶ୍ବାସରୁଦ୍ଧ ଯୋଗୁଁ ସ୍ମିତାରାଣୀଙ୍କର ମୃତ୍ୟୁ ହୋଇଛି, ଶବ ବ୍ୟବଚ୍ଛେଦ ରିପୋର୍ଟରେ ଆତ୍ମହତ୍ୟା ଜନିତ ମୃତ୍ୟୁ ହୋଇଥିବା ଦର୍ଶାଯାଇଛି। November 14, 2019 ')}
ତାଜା ଖବର ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ‘ମୋ ସ୍କୁଲ୍’ ଆପ୍ ଉନ୍ମୋଚିତ। ମୋ ସ୍କୁଲ କାର୍ଯ୍ୟକ୍ରମର ୨ ବର୍ଷ ପୂର୍ତ୍ତି ଅବସରରେ ଉନ୍ମୋଚିତ ହେଲା ମୋ ସ୍କୁଲ ଆପ୍ । ଅଧିକ ସଂଖ୍ୟକ ଛାତ୍ରଛାତ୍ରୀ ଓ ପୂର୍ବତନ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ସହ ଯୋଡ଼ିବା ଏହାର ମୂଳ ଲକ୍ଷ୍ୟ । November 14, 2019 ')}
ତାଜା ଖବର କଟକ : ଶିଳ୍ପପତି ମହିମା ମିଶ୍ରଙ୍କୁ ଜାମିନ୍ ପ୍ରଦାନ କଲେ ଓଡ଼ିଶା ହାଇକୋର୍ଟ । ପାରାଦୀପରେ ସିଓ୍ୱେଜ୍ ସିପିଂ କଂପାନୀର ଜେନେରାଲ୍ ମ୍ୟାନେଜର ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ମିଳିଲା ଜାମିନ୍ । November 14, 2019 ')}
ତାଜା ଖବର ବୁଲବୁଲ୍ କ୍ଷୟକ୍ଷତି ଆକଳନ ନେଇ ଆଜି ଆସୁଛନ୍ତି କେନ୍ଦ୍ରୀୟ ଟିମ୍ । ମଧ୍ୟାହ୍ନରେ ଭଦ୍ରକ ଯାଇ କ୍ଷୟକ୍ଷତିର କରିବେ ଆକଳନ । ଆସନ୍ତାକାଲି କେନ୍ଦ୍ରାପଡ଼ା ଗସ୍ତ କାର୍ଯ୍ୟକ୍ରମ । November 14, 2019 ')}
ତାଜା ଖବର ବାଲେଶ୍ୱର: ଫାଲକନ୍ ମେରାଇନ୍ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରୁ ଗ୍ୟାସ୍ ଲିକ୍ ହୋଇ ୧୫୦ରୁ ଅଧିକ ଅସୁସ୍ଥ ଘଟଣା । ଫ୍ୟାକ୍ଟ୍ରିକୁ ସିଲ୍ କଲା ବାଲେଶ୍ୱର ଜିଲ୍ଲା ପୋଲିସ । ଫାଲକନ୍ ମେରାଇନର ୭ ଜଣଙ୍କୁ ଅଟକ ରଖି ପୋଲିସର ପଚରାଉଚରା । ଘଟଣାର ତଦନ୍ତ ପାଇଁ ଶ୍ରମମନ୍ତ୍ରୀଙ୍କ ନିର୍ଦ୍ଦେଶ । November 14, 2019 ')}