ତାଜା ଖବର ମୁମ୍ବାଇ : ମହାରାଷ୍ଟ୍ର ରାଜନୀତିରେ ନୂଆ ମୋଡ଼ । ଏନସିପି ଓ ବିଜେପି ଗଠନ କଲେ ସରକାର । ଦ୍ୱିତୀୟଥର ପାଇଁ ମୁଖ୍ୟମନ୍ତ୍ରୀ ହେଲେ ବିଜେପି ନେତା ଦେବେନ୍ଦ୍ର ଫଡନବିସ୍ । ଏନସିପିର ଅଜିତ ପାଓ୍ୱାର ଉପମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ । November 23, 2019
ତାଜା ଖବର ମୁମ୍ବାଇ : ମହାରାଷ୍ଟ୍ର ରାଜନୀତିକୁ ନେଇ ମୁମ୍ବାଇ କଂଗ୍ରେସ ନେତା ସଂଜୟ ନିରୁପମଙ୍କ ପ୍ରତିକ୍ରିୟା। କହିଲେ ଶିବସେନା ସହ କଂଗ୍ରେସର ସମ୍ଭାବ୍ୟ ମେଣ୍ଟ ଏକ ବଡ଼ ଭୁଲ୍ ହୋଇଥାନ୍ତା । ପ୍ରଥମେ ସୋନିଆ ଗାନ୍ଧି CWCକୁ ଭାଙ୍ଗିବା ଦରକାର । କଂଗ୍ରେସ ଆଜି ମହାରାଷ୍ଟ୍ରରେ ଅଯଥାରେ ବଦନାମ୍ ହୋଇଛି । November 23, 2019
ତାଜା ଖବର ବାଲେଶ୍ୱର: ବ୍ରାଉନସୁଗର ବ୍ୟବସାୟକୁ ନେଇ ବସ୍ତା ଥାନା ଛାନୁଆ ଗାଁରେ ଉତ୍ତେଜନା । କିଣିବାକୁ ଆସିଥିବା ଲୋକକୁ ଅଟକ ରଖି ପୋଲିସକୁ ହସ୍ତାନ୍ତର କଲେ ଗାଁ ଲୋକ । ବିକ୍ରି କରୁଥିବା ବ୍ୟବସାୟୀକୁ ଗିରଫ କରିବା ଦାବିରେ ପୋଲିସ ଗାଡ଼ି ଅଟକାଇଲେ ଲୋକ । ଘଟଣାସ୍ଥଳକୁ ଅଧିକ ଫୋର୍ସ ପଠାଇଲେ ଏସପି । November 23, 2019
ତାଜା ଖବର ଶିକ୍ଷା ବ୍ୟବସ୍ଥାରେ ଓଡ଼ିଶାରେ 5T ଆଣିଥିବା ପରିବର୍ତ୍ତନର ପ୍ରଶଂସା କଲେ ନିତି ଆୟୋଗ । ସାଥ୍-ଇ ପ୍ରକଳ୍ପ ଜରିଆରେ ଓଡ଼ିଶାର ଶିକ୍ଷା କ୍ଷେତ୍ରରେ ସାମଗ୍ରିକ ବିକାଶ ହୋଇଥିବା କହିଲେ ନିତି ଆୟୋଗ । November 23, 2019
ତାଜା ଖବର ଛତିଶଗଡ଼: ସୁକମା ବୁର୍କାପାଳରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳିବିନିମୟ । ୨ ମାଓବାଦୀ ନିହତ, ଗୁଳିଗୋଳା ଜବତ । November 23, 2019
ତାଜା ଖବର ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଦେବେନ୍ଦ୍ର ଫଡନାବିସ୍ ଓ ଉପମୁଖ୍ୟମନ୍ତ୍ରୀ ଭାବେ ଅଜିତ୍ ପାୱାରଙ୍କ ଶପଥ ଗ୍ରହଣକୁ ବିରୋଧ । ସୁପ୍ରିମକୋର୍ଟରେ ରିଟ୍ ପିଟିସନ ଦାଖଲ କଲା ଶିବସେନା । November 23, 2019
ତାଜା ଖବର ଭୁବନେଶ୍ୱର: ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ମିଶିଲେ ଡକ୍ଟର ସିକ୍ତା ପତି । ପୂର୍ବତନ ସାଂସଦ ସ୍ୱର୍ଗତ ପ୍ୟାରୀମୋହନ ମହାପାତ୍ରଙ୍କ ବଡ଼ ଝିଅ ସିକ୍ତା ପତି । November 23, 2019
ତାଜା ଖବର ଭୁବନେଶ୍ୱର : ସ୍ୱରାଷ୍ଟ୍ର ବିଭାଗର ଖର୍ଚ୍ଚଦାବି ଉପସ୍ଥାପନ ବେଳେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ବୟାନ୍। ନାରୀ ନିର୍ଯ୍ୟାତନା ଓ ଶିଶୁଙ୍କ ପ୍ରସଙ୍ଗରେ ରାଜନୀତି କରାନଯାଉ। ସବୁ ପୋଲିସ ଅଧିକାରୀ ବିନା ଭୟ ଓ ବିନା ଦ୍ୱନ୍ଦରେ କାମ କରନ୍ତୁ ।ମୋ ସରକାର ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ପରିସଂଖ୍ୟାନକୁ ଗୁରୁତ୍ୱ ନଦେଇ ଲୋକଙ୍କ କାମ କରିବାକୁ ପରାମର୍ଶ । November 22, 2019
ତାଜା ଖବର ଗୁଣୁପୁର : ଗୁଡାରି ଦଣ୍ଡାସି ସାହିର ଏକ ପରିତ୍ୟକ୍ତ ସ୍ଥାନରୁ ଏକ ନବଜାତ ଶିଶୁ ପୁତ୍ର ଉଦ୍ଧାର। ସ୍ଥାନୀୟ ଜଣେ ବ୍ୟକ୍ତି ଏହି ଶିଶୁପୁତ୍ରକୁ ଦେଖି ଗୁଡ଼ାରି ଗୋଷ୍ଠିସ୍ୱାସ୍ଥ୍ୟକେନ୍ଦ୍ରରେ ପହାଞ୍ଚାଇଥିଲେ। ଶିଶୁପୁତ୍ରଟିର ସ୍ୱାସ୍ଥ୍ୟ ଅବସ୍ଥା ଠିକ ଥିବା ଡାକ୍ତର କହିଛନ୍ତି । ପୋଲିସ୍ ଏନେଇ ତଦନ୍ତ କରୁଥିବା ଜଣାପଡିଛି। November 22, 2019
ତାଜା ଖବର ଭୁବନେଶ୍ୱର: ରାଜ୍ୟରେ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ୭୦୦ଟି ଆଶ୍ରମ ସ୍କୁଲ, ୫୦୧ ସେବାଶ୍ରମ, ୨୭ଟି ଏକଲବ୍ୟ ମଡେଲ ସ୍କୁଲ, ୧୦ଟି କଳିଙ୍ଗ ଆବାସିକ ସ୍କୁଲ ଥିବା ବିଧାନସଭାରେ ଉତ୍ତର ରଖିଛନ୍ତି SC/ ST ବିକାଶ ମନ୍ତ୍ରୀ ଜଗନ୍ନାଥ ସାରକା। ୪୨୨ ଉଚ୍ଚ ବିଦ୍ୟାଳୟରୁ ୬୨କୁ ଉଚ୍ଚ ମାଧ୍ୟମିକ ସ୍କୁଲରେ ପରିଣତ କରାଯାଇଛି। November 22, 2019