ଦେବସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରା ନେଇ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ

ପୁରୀ: ଆସନ୍ତା ଦେବସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରା ପାଇଁ ନୀତିନିର୍ଘଣ୍ଟ ସ୍ଥିର ହୋଇଛି । ଛତିଶା ନିଯୋଗ ବୈଠକରେ ସ୍ଥିର ହୋଇଛି ନୀତି ନିର୍ଘଣ୍ଟ । ସ୍ନାନ ଯାତ୍ରା ପାଇଁ ଆସନ୍ତା ୨୪ ତାରିଖ ରାତି ଗୋଟାଏରୁ ଭୋର ଚାରିଟା ମଧ୍ୟରେ ମହାପ୍ରଭୁଙ୍କ ପହଣ୍ଡି ନୀତି ହେବ । ସକାଳ ୭ଟା ୩୦ରୁ ୯ଟା ୩୦ ମଧ୍ୟରେ ଜଳବିଜେ ଓ ଜଳଲାଗି ନୀତି ସଂପନ୍ନ କରିବାକୁ ସ୍ଥିର ହୋଇଛି । ଦିନ ୧୧ଟା ୩୦ରୁ ୧୨ଟା ୩୦ମଧ୍ୟରେ ଛେରାପହଁରା ହୋଇ ଶ୍ରୀଜିଉଙ୍କୁ ହାତୀବେଶ କରାଯିବ । ଜୁଲାଇ ୧୨ରେ ଶ୍ରୀଗୁଣ୍ଡିଚା ନୀତି ନିର୍ଘଣ୍ଟ ସ୍ଥିର ହୋଇଛି । ସକାଳ ୮ଟାରେ ରଥ ପ୍ରତିଷ୍ଠା ସହ ୮ଟା ୩୦ରୁ ଆରମ୍ଭ ହେବ ପହଣ୍ଡି । ଦିନ ଦୁଇଟାରେ ଛେରା ପହଁରା ନୀତି ଶେଷ କରି ରଥଟଣା ଅପରାହ୍ନ ୩ଟା ସୁଦ୍ଧା ଆରମ୍ଭ କରାଯିବାକୁ ନୀତି ନିର୍ଘଣ୍ଟ ହୋଇଛି । ଛତିଶା ନିଯୋଗ ବୈଠକରେ ଭର୍ଚୁଆଲରେ ଜିଲ୍ଲାପାଳଙ୍କ ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ନିଯୋଗର ସଦସ୍ୟମାନେ ଉପସ୍ଥିତ ଥିଲେ ।

ଏଥିସହିତ ପଢ଼ନ୍ତୁ: ବ୍ୟାପକ ହେବ ଟିକାକରଣ: ଦୈନିକ ୩ ଲକ୍ଷ ଟିକାକରଣ ନେଇ ରାଜ୍ୟ ସରକାରଙ୍କ ଟାର୍ଗେଟ

Leave a Reply