ଅକ୍ଟୋବରରୁ ପିଲାଙ୍କୁ ଟିକା, ୧୨ରୁ ୧୮ ବର୍ଷ ବୟସ୍କଙ୍କୁ ଦିଆଯିବ ଭ୍ୟାକ୍ସିନ

1 min read

ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବରରୁ ପିଲାଙ୍କୁ ଦିଆଯିବ ଟିକା । ୧୨ରୁ ୧୮ ବର୍ଷ ବୟସ୍କଙ୍କୁ ଟିକା ଦିଆଯିବ ବୋଲି କହିଛନ୍ତି ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ମୁଖ୍ୟ ଅଦାର ପୁନାଓ୍ବାଲା । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ଆଲୋଚନା ପରେ ଏହି ଘୋଷଣା କରିଛନ୍ତି ପୁନାଓ୍ବାଲା ।

ସେ କହିଛନ୍ତି ଯେ, ଆସନ୍ତା ବର୍ଷ ପ୍ରଥମ ତିନି ମାସ ଭିତରେ ୧୨ବର୍ଷରୁ କମ ବୟସ୍କଙ୍କ ଲାଗି ଟିକା ଉପଲବ୍ଧ ହେବ । ଟିକା ପ୍ରସଙ୍ଗରେ ପୁନାଓ୍ବାଲା କେନ୍ଦ୍ର ଗୃହମନ୍ତ୍ରୀ ଶାହାଙ୍କ ସହ ସବିଶେଷ ଆଲୋଚନା କରିବା ପରେ କହିଛନ୍ତି- ଟିକା ଉତ୍ପାଦନ ନେଇ କୌଣସି ପ୍ରକାର ଆର୍ଥିକ ସଙ୍କଟ ନାହିଁ ।

ଚଳିତ ମାସରେ ସେରମ ଇନଷ୍ଟିଚ୍ୟୁଟ ୧୨ରୁ ୧୮ ବର୍ଷ ବୟସ୍କ ପିଲାଙ୍କ କ୍ଷେତ୍ରରେ କୋଭାଭାକ୍ସର ଟ୍ରାଏଲ କରାଯିବ । ୧୨ରୁ ୧୭ ବର୍ଷ ବୟସ୍କ ୪୬୦ ପିଲା ଓ ୨ରୁ ୧୧ ବର୍ଷ ବୟସ୍କ ଆଉ ୪୬୦ ପିଲାଙ୍କ କ୍ଷେତ୍ରରେ ଟ୍ରାଏଲ କରାଯିବ । ପୂର୍ବରୁ ପିଲାଙ୍କ କ୍ଷେତ୍ରରେ ଭାରତୀୟ ଟିକା ପ୍ରସ୍ତୁତକାରୀ କମ୍ପାନୀ ଭାରତ ବାୟୋଟେକ କୋଭାକ୍ସିନ ଓ ଜାଇଡସ କାଡିଲାର ଟ୍ରାଏଲ ଆରମ୍ଭ କରିଛି ।

Leave a Reply