ବନ୍ଧାହେବେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ , ଏବେ ଆଇସିୟୁରେ ଚାଲିଛି ଚିକିତ୍ସା

ଭୁବନେଶ୍ୱର: ଗିରଫ ହେବେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ  । ଖୋର୍ଦ୍ଧା ବାଣପୁରରେ ଘଟାଇଥିବା ନରସଂହାର ଘଟଣାରେ ପୋଲିସ ନେବ କାର୍ଯ୍ୟାନୁଷ୍ଠାନ । ଏବେ ଗୁରୁତର ଆହତ ହୋଇ ଆଇସିୟୁରେ ଅଛନ୍ତି ପ୍ରଶାନ୍ତ । ସୁସ୍ଥ ହେବା ପରେ ପୋଲିସ ତାଙ୍କୁ ଗିରଫ କରିବା ନେଇ ସୂଚନା ଦେଇଛନ୍ତି  କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ  ।

ବାଣପୁର ବ୍ଲକ ସାମ୍ନାରେ ଉପସ୍ଥିତି ଲୋକଙ୍କ ଉପରେ ଗାଡ଼ି ଛଡାଇଦେଇଥିଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ  । ଫଳରେ ଘଟଣାସ୍ଥଳରେ ଉପସ୍ଥିତ ୨୩ ଜଣ ଲୋକ ଆହତ ହୋଇଥିଲେ  । ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ବର୍ତ୍ତମାନ ସଙ୍କଟାପନ୍ନ ରହିଛି  । ୯ ଜଣ ପୋଲିସ କର୍ମୀ ଆହତ ହୋଇଥିବାବେଳେ ୧୫ ଜଣ ବିଜେପି କର୍ମୀ ଆହତ ହୋଇଛନ୍ତି  ।

ତେବେ ବିଧାୟକଙ୍କ ଏଭଳି ଗୁଣ୍ଡାରାଜ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି  । ବିଧାୟକଙ୍କ ଖୁବ ଶୀଘ୍ର ଗିରଫ କରାଯିବ  । ଯଦ୍ୱାରା କେହି ମଧ୍ୟ ଏପରି କାର୍ଯ୍ୟ କରିବାକୁ ଯେପରି ସାହସ ନକରିବେ   । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ଅହିଂସାକୁ ସ୍ୱୀକୃତି ଦେଇ ଆସିଛନ୍ତି  । ଯେଉଁଠି ଅପରାଧ ଘଟିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି  ।