ତୃତୀୟ ଲହରରେ ଅଧିକ ସଂକ୍ରମିତ ହେବେନି ଶିଶୁ

MANILA, PHILIPPINES - FEBRUARY 03: A child is seen wearing a facemask, as public fear over China's Wuhan Coronavirus grows, at the Ninoy Aquino International Airport on February 3, 2020 in Manila, Philippines. The Philippine government has been heavily criticized after failing to immediately implement travel restrictions on China, the source of a deadly coronavirus that has now killed more than 300 people and infected thousands more. On Sunday, the first coronavirus death outside of China was reported in the Philippines. (Photo by Ezra Acayan/Getty Images)

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ ଆତଙ୍କ ଖେଳାଇଥିବା ବେଳେ ଏବେ ଏହାର ତୃତୀୟ ଲହରୀକୁ ନେଇ ଚିନ୍ତା ଦେଖା ଦେଇଛି । କିନ୍ତୁ ଏମଧ୍ୟରେ ଆସିଛି ଏକ ଆଶ୍ୱସ୍ଥିକର ଖବର । ତୃତୀୟ ଲହର ରାଜ୍ୟ ପାଇଁ ସେତେଟା ଘାତକ ହେବନି ବୋଲି ଏକ ଗବେଷଣାରେ କୁହାଯାଇଛି । ତୃତୀୟ ଲହରରେ ଶିଶୁ ଅଧିକ ସଂକ୍ରମିତ ହେବେନି ବୋଲି ଏହି ଗବେଷଣାରେ ସ୍ପଷ୍ଟ କରାଯାଇଛିଷ । ନିକଟରେ ଏମସ ଓ ଡବ୍ଲୁଏଚଓର ମିଳିତ ହାଇସେରୋ ସର୍ଭେରୁ ଏଭଳି ତଥ୍ୟ ସାମ୍ନାକୁ ଆସିଛି ।

ତୃତୀୟ ଲହରରେ ଶିଶୁମାନେ ଅଧିକ ମାତ୍ରାର ସଂକ୍ରମିତ ହେବାର ସମ୍ଭାବନା କମ୍ ବୋଲି ଏହି ଗବେଷଣାରୁ ଜଣାପଡିଛି । ବୟସ୍କଙ୍କ ତୁଳନାରେ ଶିଶୁଙ୍କ ଦେହରେ ରୋଗ ପ୍ରତିରୋଧକ ଶକ୍ତି ବଢିଛି ।  ମାର୍ଚ୍ଚ ୧୫ରୁ ଜୁନ୍ ୧୦ ମଧ୍ୟରେ ହୋଇଥିଲା ସର୍ଭେ । ୫ଟି ରାଜ୍ୟରେ ୧୦ହଜାର ସାମ୍ପୁଲ ନେଇ ସର୍ଭେ କରାଯାଇଥିଲା । ଏଲିସା କିଟ୍‌ରେ ହାଇ ସେରୋ ପଜିଟିଭିଟି ଟେଷ୍ଟ କରାଯାଇଥିଲା । ଯେଉଁଥିରେ ଶିଶୁଙ୍କ ଦେହରେ ଆଣ୍ଟିବଡି ଅଧିକ ଥିବା ଗବେଷଣାରୁ ଜଣାପଡିଛି । ସେପଟେ ଦ୍ବିତୀୟ ଲହରରେ ଗ୍ରାମା଼ଞ୍ଚଳ ମାନଙ୍କରେ ଲୋକ ଅଧିକ ସଂକ୍ରମିତ ହୋଇଥିଲେ । ହେଲେ ସେମାନଙ୍କ ଦେହରେ ରୋଗ ପ୍ରତିରୋଧକ ଶକ୍ତି ପାଖାପାଖି ୬୩.୫ ପ୍ରତିଶତ ଦେଖାଦେଇଛି ବୋଲି ଗବେଷଣାରୁ ଜଣାପଡିଛି ।

ମହାରାଷ୍ଟ୍ରରେ ଆଗାମୀ ୨ରୁ ୪ ସପ୍ତାହ ମଧ୍ୟରେ କରୋନାର ତୃତୀୟ ଲହର ଆସିପାରେ । ତେବେ ତୃତୀୟ ଲହରର ପ୍ରଭାବ ଛୁଆଙ୍କ ଉପରେ ପଡ଼ିବ ନାହିଁ ବୋଲି କହିଛି ମହାରାଷ୍ଟ୍ର ଟାସ୍କ ଫୋର୍ସ । ଏହାସହ ଟାସ୍କ ଫୋର୍ସ ସଦସ୍ୟ ଡାକ୍ତର ଶଶାଙ୍କ ଯୋଶୀ କୋଭିଡ୍ ପ୍ରୋଟୋକଲ୍ ପାଳନ ଉପରେ ଜୋର୍ ଦେଇ କହିଛନ୍ତି, ରାଜ୍ୟକୁ ବ୍ରିଟେନ୍ ଭଳି ସ୍ଥିତିର ସାମନା କରିବାକୁ ପଡ଼ିପାରେ । ଦ୍ୱିତୀୟ ଲହର ସଂକ୍ରମଣ ମାମଲା କମିବାର ୪ ସପ୍ତାହ ଭିତରେ କରୋନାର ତୃତୀୟ ଲହର ଆସିବ । ଏଥିରେ ନିମ୍ନ ଓ ମଧ୍ୟମ ବର୍ଗ ଲୋକ ଅଧିକ ପ୍ରଭାବିତ ହେବେ ବୋଲି ଟାସ୍କ ଫୋର୍ସ ଆଶଙ୍କା କରିଛି ।

Leave a Reply