ଖୋଲା ବଜାରରେ ଉପଲବ୍ଧ ହେବନାହିଁ କରୋନା ଟିକା !

ପୁନେ: ୨ କୋଭିଡ ଟିକାର ଜରୁରୀକାଳୀନ ବ୍ୟବହାର ନେଇ ଅନୁମତି ଦିଆଯାଇଛି । କିନ୍ତୁ ଏହି ୨ ଟିକା ଖୋଲା ବଜାରରେ ଉପଲବ୍ଧ ହେବନାହିଁ । ଟିକା ଉତ୍ପାଦନକାରୀ କମ୍ପାନୀ ପକ୍ଷରୁ କରାଯାଉଥିବା ଦାବି ପ୍ରମାଣିତ ନ ହେବା ଯାଏଁ ଏହା ଖୋଲା ବଜାରରେ ବିକ୍ରି ହୋଇପାରିନାହିଁ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି ।  ତେବେ ଡ୍ରଗ୍ସ କଣ୍ଟ୍ରୋଲର ଅଫ୍ ଇଣ୍ଡିଆ ଟିକା ପ୍ରସ୍ତୁତିକାରୀଙ୍କ ପକ୍ଷରୁ ଟିକାର ସଫଳତା ନେଇ କରାଯାଉଥିବା ଦାବିକୁ ପରୀକ୍ଷଣ କରିବେ ।

        ଅପରପକ୍ଷରେ କୌଣସି କରୋନା ଭ୍ୟାକ୍ସିନକୁ ବଜାରରେ ଉପଲବ୍ଧ କରାଇବାକୁ ସରକାରଙ୍କ ପକ୍ଷରୁ ଯୋଜନା ନାହିଁ । ସରକାର କେବଳ ଅଗ୍ରାଧିକାର ଭିତ୍ତିରେ ନିହାତି ଆବଶ୍ୟକ ବର୍ଗର ଲୋକଙ୍କୁ କରୋନା ଭ୍ୟାକ୍ସିନ୍ ଦେବାକୁ ଲକ୍ଷ ରଖିଛନ୍ତି । ଆଗାମୀ ୭ରୁ ୮ ମାସ ମଧ୍ୟରେ ଏହି ପ୍ରକ୍ରିୟା ପୂରା କରିବାରକୁ ସରକାରଙ୍କ ପକ୍ଷରୁ ଲକ୍ଷ ରଖାଯାଇଛି । ଶ୍ରୀ ଭୂଷଣ ଆହୁରି କହିଛନ୍ତି ଯେ, କୌଣସି ବି ଅନୁମତି ପ୍ରାପ୍ତ ଟିକାର ଭାରତ କିମ୍ୱା ବିଦେଶରେ ବିକ୍ରି ନେଇ ଅନୁମତି ଦିଆଯାଇନାହିଁ । ସମସ୍ତ ଟ୍ରାଏଲ ପର୍ଯ୍ୟାୟର ଫଳାଫଳ ପରେ ହିଁ ଟିକାର ବିକ୍ରି ନେଇ ଅନୁମତି ଦିଆଯିବ ।                  

ଏଥିସହିତ ପଢ଼ନ୍ତୁ: ଏମ୍ସ ସୁରକ୍ଷାକର୍ମୀଙ୍କୁ ମାରପିଟ୍ ମାମଲା: ‘ଆପ୍’ ବିଧାୟକଙ୍କୁ ୨ ବର୍ଷ ଜେଲ୍

Leave a Reply