ଚାକିରି ନାଁରେ ଠକେଇ ମାମଲା, ତୃତୀୟ ଦିନରେ ଆକାଶଙ୍କୁ ମାରାଥନ୍ ଜେରା

1 min read
Vigilance Court Granted Conditional Bail To Abhaykant Pathak And His Son

କଟକ: ଟାଟା ମୋଟର୍ସର ଫେକ୍ ଏମଡି ଆକାଶ ପାଠକ ରବିବାର ତୃତୀୟ ଦିନ ପାଇଁ କ୍ରାଇମବ୍ରାଞ୍ଚର ବଛାବଛା ଅଫିସରଙ୍କ ଜେରାର ସମ୍ମୁଖୀନ ହୋଇଛନ୍ତି । ପାଞ୍ଚ ଦିନିଆ ରିମାଣ୍ଡର ତୃତୀୟ ଦିନରେ ଆକାଶକୁ ରାଜ୍ୟ ଭିତରେ ଓ ରାଜ୍ୟ ବାହାରେ ମହାଠକେଇ ନେଇ ଗୁଡେଇ ତୁଡେଇ ପ୍ରଶ୍ନ କରିଥିଲେ କ୍ରାଇମବ୍ରାଞ୍ଚ ଅଧିକାରୀ । ଏଥି ସହିତ ଏହି ମହାଠକେଇରେ ତାଙ୍କୁ କିପରି ଓ କେଉଁ ମାନେ ସହଯୋଗ କରୁଥିଲେ ସେ ନେଇ ମଧ୍ୟ ପଚରାଉଚରା କରିଛି କ୍ରାଇମବ୍ରାଞ୍ଚ ।

Crime Branch Questioned Akash Pathak On Tata Motors Fake Job Case

ମାରାଥନ୍‌ ଜେରାରୁ କ୍ରାଇମବ୍ରାଞ୍ଚ ହାତରେ ଲାଗୁଛି ସତର ସୁରାକ୍ । କେମିତି ରଚିଥିଲେ ଠକେଇର ଚକ୍ରବ୍ୟୁହ ? କିଏ ଥିଲେ କାର୍ପଟ୍‌ଦାର ? ମାରାଥନ୍‌ ଜେରାରେ ପ୍ରଦୀପ-ପାଠକ ନେକ୍ସସ୍‌ ନେଇ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି ଅନେକ ତଥ୍ୟ । ଭାବି ଜ୍ୱାଇଁଙ୍କ ଜାଲିଆତିରେ ସିଧାସଳଖ ସମ୍ପୃକ୍ତ ଥିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ସହଯୋଗୀ । ଅନେକ ଆଶାୟୀଙ୍କଠାରୁ ନିଜେ ଟଙ୍କା ଆଦାୟ କରୁଥିଲେ ପ୍ରଦୀପ । ୬ଜଣ ଅଭିଯୋଗକାରୀଙ୍କ ମଧ୍ୟରୁ ୨ଜଣ ସିଧାସଳଖ ପ୍ରଦୀପଙ୍କ ଆକାଉଣ୍ଟଙ୍କୁ ଟଙ୍କା ଦେଇଥିବା ବେଳେ ଅନ୍ୟ ୪ଜଣ ସହଯୋଗୀଙ୍କ ଜରିଆରେ ଦେଇଛନ୍ତି ଟଙ୍କା ।

Crime Branch Questioned Akash Pathak On Tata Motors Fake Job Case

ଟାଟାର ଜାଲ୍ ଆଇଡି କାର୍ଡ, ଭିଜିଟିଂ କାର୍ଡ, ଇମେଲ୍ ଆଇଡି କରି ଲୋକଙ୍କୁ ଭୁଆଁ ବୁଲାଉଥିଲେ । ଚାକିରି ନାଁରେ ଭାବି ଶ୍ୱଶୁରଙ୍କ ସହଯୋଗରେ ଆଦାୟ କରୁଥିଲେ ଲକ୍ଷ ଲକ୍ଷ ଟଙ୍କା । ଏପରିକି ଜାଲ୍ ନିଯୁକ୍ତି ପାଇଥିବା ଯୁବକ ଯୁବତୀଙ୍କୁ ଅନ୍‌ଲାଇନ୍‌ରେ ଟ୍ରେନିଂ ବି ଦିଆଯାଇଥିଲା । ଭାବି ଜ୍ୱାଇଁଙ୍କ ମିଛ ଉପରେ ସତର ଖୋଳପା ମଡ଼ାଉଥିଲେ ପ୍ରଦୀପ ପାଣିଗ୍ରାହୀ । ଆକାଶଙ୍କ ପିଏସ୍‌ ପିଟରଙ୍କୁ ଜେରା ବେଳେ ଏନେଇ ଖୁଲାସା ହୋଇଛି ।

Leave a Reply