ଦିଲ୍ଲୀ ଗହଣା ଦୋକାନରୁ ୨୫ କୋଟି ଲୁଟ୍ ଘଟଣା, ଧରା ପଡ଼ିଲେ ୩ ଅଭିଯୁକ୍ତ

ନୂଆଦିଲ୍ଲୀ: ଦିଲ୍ଲୀର ଜୁଏଲାରୀ ଶୋ ରୁମରୁ ୨୫ କୋଟି ଲୁଟ୍ ଘଟଣା । ୩ ଅଭିଯୁକ୍ତଙ୍କୁ ଛତିଶଗଡ଼ରୁ ଗିରଫ କରିଛି ପୋଲିସ । ତେବେ ଏମାନଙ୍କ ମଧ୍ୟରୁ ଜଣେ ହାର୍ଡକୋର କ୍ରିମାନାଲ ବୋଲି ଜଣା ପଡ଼ିଛି । ସେମାନେ ୧୮ କେଜି ସୁନା ସହ ନଗଦ ୧୩ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଥିଲା । ଉମ୍ରାନ ସିଂ ଏବଂ ମହାବୀର ପ୍ରସାଦଙ୍କ ଏହି ଜୁଏଲାରୀ ଶୋରୁମ । ତେବେ ଜୁଏଲାରୀ ଶୋ ରୁମରେ ଥିବା ସୁନା ଗହଣା ସାଙ୍ଗକୁ ହୀରା ମଧ୍ୟ ଲୁଟି ନେଇଥିଲେ । ଦୋକାନକୁ ତାଡ଼ି ଲୁଟ କରିଥିବା ଜଣାପଡ଼ିଥିଲା । ଗତ ରବିବାର ଏହି ବଡ଼ ଡକାୟତି ହୋଇଥିବା ଅଭିଯୋଗ ନଜରକୁ ଆସିଥିଲା ।

ଛତିଶଗଡ଼ ପୋଲିସ ୭ଜଣ ଚୋରଙ୍କୁ ଧରିଥିଲା । ଏମାନଙ୍କ ମଧ୍ୟରେ ଲୁଟେରା ଲୋକେଶକୁ ଧରିଥିଲେ । ଯିଏକି ଦିଲ୍ଲୀ ଶୋରୁମ ଲୁଟ ଘଟଣାରେ ସଶ୍ଲିଷ୍ଟ ରହିଥିଲା । ତାଙ୍କ ଧରିଥିବାବେଳେ ତା ପାଖରୁ ୧୨ ଲକ୍ଷ ୫୦ ହଜାର ନଗଦ ଟଙ୍କା ସହ ୧୮ କିଲୋ ସୁନା ଜବତ କରାଯାଇଥିଲା । ଏହାପରେ ତାକୁ ଜେରା ବେଳେ ସେ ଅନ୍ୟ ଦୁଇ ସାଥୀଙ୍କ କଥା କହିଥିଲା । ପୋଲିସ ସମସ୍ତଙ୍କୁ ଗିରଫ କରିବା ସହ ଦିଲ୍ଲୀ ଆଣିଛି ।

ଶୋ ରୁମ ମାଲିକ କହିଛନ୍ତି କି, ୨୦ରୁ ୨୫ କୋଟି ଟଙ୍କାର ସୁନା ଗହଣା ସାଙ୍ଗକୁ ହୀରା ମଧ୍ୟ ଥିଲା । ରବିବାର ସଂନ୍ଧ୍ୟାରେ ଶୋ ରୁମ ବନ୍ଦ କରିଥିବାବେଳେ ସୋମବାର ବଜାର ବନ୍ଦ ରହିଥିଲା । ମଙ୍ଗଳବାର ସେମାନେ ଶୋରୁମ ଖୋଲିଥିବାବେଳେ ଲୁଟ ହୋଇଥିବା ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସେମାନେ ପୋଲିସକୁ ଖବର ଦେଇଥିବାବେଳେ ତଦନ୍ତ ଜାରି ରହିଥିଲା । ଜଙ୍ଗାପୁରା ମାର୍କେଟରେ ଥିବା ଏହି ଶୋ ରୁମର କାନ୍ଥ ତାଡ଼ି ଚୋରମାନେ ଭିତରକୁ ପଶିଥିଲେ । ଛୋଟ ଗାଢ଼ କରି ଭିତରକୁ ପଶିଥିବାବେଳେ ବ୍ୟାଗରେ ଟଙ୍କା ସାଙ୍ଗକୁ ଗହଣା ଲୁଟି ନେଇଥିଲେ । ସିସିଟିଭିରେ ସମସ୍ତ ଦୃଶ୍ୟ କଏଦ ହୋଇଥିଲା । ପୋଲିସ ଏହି ଆଧାରରେ ତଦନ୍ତ ଜାରି ରଖିଥିଲା ।