କେନ୍ଦ୍ରର ଚେତାବନୀ, ଅଧିକ ସଂକ୍ରାମକ ଡେଲ୍ଟା ପ୍ଲସ୍ ଭାରିଆଣ୍ଟ

1 min read
Odisha Reports 2806 New Covid Cases In Last 24 Hour

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ପ୍ରବାହରୁ ଧିରେ ଧିରେ ଆଶ୍ୱସ୍ତି ମିଳୁଛି । ଏତିକି ବେଳେ କେନ୍ଦ୍ର ସରକାର ଡେଲ୍ଟା ପ୍ଲସ୍ ଭାରିଆଣ୍ଟକୁ ନେଇ ଚେତାବନୀ ଦେଇଛନ୍ତି । ନୀତି ଆୟୋଗ ସଦସ୍ୟ (ସ୍ୱାସ୍ଥ୍ୟ) ଡକ୍ଟର ବିକ ପାଉଲ୍ କହିଛନ୍ତି- କରୋନା ଭାଇରସର ନୂଆ ଭାରିଆଣ୍ଟ ୨୦୨୦ ତୁଳନାରେ ଅଧିକ ଚତୁର । ଦ୍ୱିତୀୟ ଲହରରେ ଡେଲ୍ଟା ଭାରିଆଣ୍ଟର ଭୂମିକା ଅଧିକ । ଏହି ଭାରିଆଣ୍ଟରେ ଅତିରିକ୍ତ ମ୍ୟୁଟେଶନ ଦେଖାଯାଇଛି । ଯାହାକୁ ଡେଲ୍ଟା ପ୍ଲସ୍ କୁହାଯାଇଛି ।

ସେ କହିଛନ୍ତି, ଏହି ଷ୍ଟ୍ରେନକୁ ଚିହ୍ନଟ ପାଇଁ ଗ୍ଲୋବାଲ୍ ଡାଟା ସିଷ୍ଟମକୁ ଦିଆଯାଇଛି । ଏହି ଷ୍ଟ୍ରେନ୍ ମାର୍ଚ୍ଚରେ ୟୁରୋପରେ ଦେଖା ଦେଇଥିବା ବେଳେ ଜୁନ୍ ୧୩ରେ ସାର୍ବଜନୀନ କରାଯାଇଥିଲା । ଏବେ ଆମକୁ ଅଧିକ ସତର୍କ ରହିବାକୁ ପଡ଼ିବ ବୋଲି ସେ କହିଛନ୍ତି । ଆମକୁ ଅଧିକ ସାମାଜିକ ଦୂରତା ରକ୍ଷା ସହ ମାସ୍କ ଲଗାତାର ପିନ୍ଧିବାକୁ ପଡ଼ିବ । ଏମିତି ନକଲେ ସ୍ଥିତି ବହୁତ ଖରାପ ହୋଇପାରେ ।

କେନ୍ଦ୍ର ସରକାର ଅନୁସାରେ, କରୋନାର ଦ୍ୱିତୀୟ ଲହରରେ ୩.୦୫ ପ୍ରତିଶତ ଛୁଆ କୋଭିଡ୍ ସଂକ୍ରମିତ ହୋଇଛନ୍ତି । ଯେତେବେଳେ କି ପ୍ରଥମ ଲହରରେ ୩.୨୮ ପ୍ରତିଶତ ଛୁଆ ଆକ୍ରାନ୍ତ ହୋଇଥିଲେ । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ୍ କହିଛନ୍ତି, ପ୍ରଥମ ଲହରରେ ୧୧ରୁ ୨୦ ବର୍ଷ ବୟସ୍କ ମଧ୍ୟରେ ୮.୦୩ ପ୍ରତିଶତ ସଂକ୍ରମିତ ହୋଇଛନ୍ତି ।

ପାଉଲଙ୍କ ଅନୁସାରେ, ବିଶ୍ୱରେ କରୋନା ଭୂତାଣୁ ସଂକ୍ରମଣ ଏବେ ବହୁତ ଧିର ଅଛି । କ୍ଲଷ୍ଟର ସଂକ୍ରମଣକୁ ଶେଷ କରିବାକୁ ପଡ଼ିବ । ୨୦୨୦ ତୁଳନାରେ ୨୦୨୧ରେ ଅଧିକ ସଂକ୍ରାମକ ଭାଇରସ୍ ଷ୍ଟ୍ରେନ୍ ଦେଖା ଦେଇଛି । ଏମିତିରେ ଅଧିକ ସତର୍କ ରହିବାକୁ ପଡ଼ିବ ।

Leave a Reply