ବିଜେପି ସ୍ୱାଧୀନ ଓଡ଼ିଶାର ପ୍ରଥମ ମହିଳା ବାଚସ୍ପତିଙ୍କୁ ଅସମ୍ମାନ କରିଛି : ଦୀପାଳି ଦାସ

ଭୁବନେଶ୍ବର: ବିଜେପି ସ୍ୱାଧୀନ ଓଡ଼ିଶାର ପ୍ରଥମ ମହିଳା  ବାଚସ୍ପତିଙ୍କୁ ଅସମ୍ମାନ କରିଛି । ସେମାନେ ବିକାଶକୁ ଦେଖି ପାରୁନାହାନ୍ତି । ବିଧାନସଭା କାର୍ଯ୍ୟରେ ବାଧା ଦେଉଛନ୍ତି । ତେଣୁ ବାଚସ୍ପତି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଏହା ଗୋଟିଏ ଉଦାହରଣ ବୋଲି ବିଜେଡି ବିଧାୟକା ଦୀପାଳି ଦାସ କହିଛନ୍ତି ।

ବିଧାନସଭାରେ ଅଚଳାବସ୍ଥା ନେଇ ବିଜେଡି ବିଧାୟକ ଦିବ୍ୟଶଙ୍କର ମିଶ୍ର ପ୍ରତିକ୍ରିୟା ରଖିବା ସହ ବିଜେପିକୁ କଟାକ୍ଷ କରିଛନ୍ତି । ବିଜେପି ସାଂସଦ ବସନ୍ତ ପଣ୍ଡା ନିର୍ବାଚିତ ହେବା ପରେ ଥରେ ବି ସଂସଦରେ କଳାହାଣ୍ଡି କଥା ଉଠାଇ ନାହାନ୍ତି । ଓଡ଼ିଶା ବିରୋଧୀ କାର୍ଯ୍ୟ କଳାପ ଦିଲ୍ଲୀରେ କଲେ । ଅର୍କ କେଶରୀ ମିଶିଲେ ଦଳରେ  । ଆଉ ସେ ଜାଣିଲେଣି ତାଙ୍କ ପ୍ରତିଦ୍ବନ୍ଦ୍ବୀ ଆସିଗଲେ । ସେଥିଲାଗି ଏବେ ସେ ମିଡ଼ିଆ କୁ ଆସି ବୟାନ ବାଜି କରୁଛନ୍ତି ବୋଲି ବିଜେଡି ବିଧାୟକ ଦିବ୍ୟଶଙ୍କର ମିଶ୍ର କହିଛନ୍ତି । ସେପଟେ ମହିଳା ବାଚସ୍ପତିଙ୍କୁ ବିଜେପି ବିଧାୟକଙ୍କ ଏଭଳି ବ୍ୟବହାରକୁ ନେଇ ସାଧାରଣ ଲୋକେ ମଧ୍ୟ ନିନ୍ଦ କରିଛନ୍ତି ।