spot_img

Latest Posts

ଆଫଗାନିସ୍ତାନରେ ଭୂକମ୍ପ ଝଟକା, ତୀବ୍ରତା ୪.୨

କାବୁଲ: ଆଫଗାନିସ୍ତାନରେ ପୁଣିଥରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ଭୋର ୫ଟା ୪୪ମି.ରେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଥିଲା। ଭୂକମ୍ପର ଗଭୀରତା ୧୨୪ କିମି. ଥିବା ବେଳେ ରିକ୍ଟର ସ୍କେଲରେ ତୀବ୍ରତା ୪.୨ ରହିଛି । ଭୂକମ୍ପରେ କ୍ଷୟକ୍ଷତି ନେଇ କୌଣସି ସୂଚନା ନାହିଁ । ଭୂକମ୍ପ ଭୟରେ ଲୋକ ଘରୁ ବାହାରି ଆସିଥିଲେ ।

ତେବେ ନ୍ୟାସନାଲ୍ ସେଣ୍ଟର ଫର୍ ସେସମୋଲୋଜି ଅନୁସାରେ ଚଳିତ ମାସ ପ୍ରାରମ୍ଭରେ ମଧ୍ୟ ଆଫଗାନିସ୍ତାନରେ ଭୂକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ତୀବ୍ରତା ୪.୫ ରହିଥିବା ବେଳେ ଏହାର କେନ୍ଦ୍ର ପାଖାପାଖି ୧୬୯ କିମି. ଗଭୀର ରହିଥିଲା ।

Latest Posts

Don't Miss