ଟ୍ବିଟରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫଲୋ କଲେ ଏଲନ ମସ୍କ

1 min read

ନୂଆଦିଲ୍ଲୀ: ମାଇକ୍ରୋ ବ୍ଲଗିଂ ସାଇଟ ଟ୍ବିଟର ମାଲିକ ଏଲନ ମସ୍କ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫଲୋ କରିଛନ୍ତି । ମସ୍କଙ୍କର ଏଲନ ଆଲର୍ଟ ନାଁରେ ଥିବା ଆକାଉଣ୍ଟର ଏହାକୁ ନେଇ ଏକ ଟ୍ବିଟ କରିଛି ।

ମସ୍କ ପିଏମଙ୍କୁ ଫଲୋ କରିବା ଦେଖି ୟୁଜର୍ସଙ୍କର ମଜାଦାର ଆକ୍ସନ ଆସିବା ଆରମ୍ଭ ହୋଇଯାଇଛି । ଜଣେ ୟୁଜର୍ ଏହାକୁ ନେଇ କମେଣ୍ଟ ଦେଇଛନ୍ତି । ସେ ଲେଖିଛନ୍ତି ଏବେ ଟେସଲା ଭାରତ ଆସିବାକୁ ଯାଉଛି ।

ଏଠାରେ ଆପଣଙ୍କୁ କହି ରଖିବାକୁ ଚହୁଁଛୁ ଯେ, ଟ୍ବିଟରରେ ଅଧିକ ଫଲୋଅର୍ସ ଥିବା ନେତାଙ୍କ ମଧ୍ୟରେ ପିଏମ ନରେନ୍ଦ୍ର ମୋଦି ଅନ୍ୟତମ । ତାଙ୍କର ୮୭.୭ ମିଲିଅନରୁ ଅଧିକ ଫଲୋଅର୍ସ ଅଛନ୍ତି । ଏବେ ଏହି ଫଲୋଅର୍ସଙ୍କ ମଧ୍ୟରେ ଟ୍ବିଟର ମାଲିକ ଏଲନ ମସ୍କଙ୍କ ନାଁ ବି ଯୋଡ଼ି ହୋଇଯାଇଛି । ଟେସଲା କାର ଏବଂ ଟ୍ବିଟରକୁ ନେଇ ଏଲନ ମସ୍କ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି । ନିକଟରେ ସେ ଟ୍ବିଟରର ପକ୍ଷୀ ଲୋଗୋ ବଦଳାଇ କୁକୁର ଲୋଗ ଦେଇଥିଲେ ।