‘ମୋବାଇଲ ଯୋଗୁଁ ୨୦ ବର୍ଷ ପରେ ପ୍ରତ୍ୟେକଙ୍କ ଘରୁ ବାହାରିବେ ଜଣେ ପାଗଳ’

ବ୍ୟୁରୋ ରିପୋର୍ଟ : ୨୦ ବର୍ଷ ପରେ ପ୍ରତ୍ୟେକଙ୍କ ଘରୁ ଜଣେ ବ୍ୟକ୍ତି ପାଗଳ ବାହାରିବେ । ଏବେ ଠୁ ହୋଇଯାନ୍ତୁ ସଜାଗ । ନଚେତ୍ ଆପଣଙ୍କୁ ବି ଭୋଗିବାକୁ ପଡିପାରେ ଏଭଳି ପରିଣାମ । ଏକାଥ ଆମେ କହୁନୁ ଏକଥା କହିଛନ୍ତି ସବଜି ଢୋଲକିଆ

ଆଜିକାଲି ମୋବାଇଲ ବ୍ୟବହାର କରିବା ଗୋଟେ ନିଶା ପାଲଟିଯାଇଛି। ପିଲାଠୁ ବୁଢାଙ୍କ ହାତରେ ମୋବାଇଲ ଦେଖିବାକୁ ମିଳୁଛି । ମୋବାଇଲ ବିନା ବଞ୍ଚିବା ଯେମିତି ଅସମ୍ଭବ ହୋଇଗଲାଣି। ସକାଳୁ ରାତି ଯାଏଁ ମୋବାଇଲ ହାତରେ ରହିଥାଏ। ତେବେ ମୋବାଇଲର ବହୁଳ ବ୍ୟବହାର ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ । ଖାସ୍ କରି ପିଲାଙ୍କ ଠାରୁ ମୋବାଇଲ ଦୂରରେ ରଖିବା ଉଚିତ୍। ଏହାଦ୍ୱାର ପିଲାଙ୍କ ଉପରେ ଖରାପ ପ୍ରଭାବ ପଡିଥାଏ ।

ଦେଶରେ ପରିବର୍ତ୍ତନ ଆସିବା ଜରୁରୀ ଅଟେ । ପିଲାମାନେ ମୋବାଇଲରୁ ବହୁତ କିଛି ଖରାପ ଜିନିଷ ମଧ୍ୟ ଶିଖିଥାନ୍ତି । ଯାହାଦ୍ୱାରା ତାଙ୍କ ମସ୍ତିଷ୍କରେ ଖରାପ ପ୍ରଭାବ ପଡିଥାଏ । ପ୍ରତ୍ୟେକ ଦିନ ଖବର କାଗଜରେ ଏନେଇ ଖବର ସାମ୍ନାକୁ ଆସୁଛି । ଯଦି ଏବେଠାରୁ ମୋବାଇଲ ଉପରେ ନିୟନ୍ତ୍ରଣ ନରୁହେ ତେବେ ୨୦ ବର୍ଷ ପରେ ପ୍ରତ୍ୟେକଙ୍କ ଘକୁ ଜଣେ ଲେଖାଏଁ ପାଗଳ ଜନ୍ମ ନେବେ ବୋଲି ବଜି ଢୋଲକିଆ କହିଛନ୍ତି । ଏଥିରେ କେବଳ ମାଆ ବାପାଙ୍କର ଭୁଲ୍ ହିଁ ରହିଛି । ପିଲାଟି ବାପା ଠାରୁ ଅଳସୁଆ ଓ ମାଆ ଠାରୁ ଗାଳି ଶିଖିଥାଏ । ଏବଂ ସେ ସେହି ହିସାବରେ ନିଜକୁ ଗଢି ତୋଳିଥାଏ । ତେଣୁ ମୋବାଇଲଠାରୁ ନିଜକୁ ଏବଂ ନିଜ ପିଲାମାନଙ୍କୁ ଦୂରରେ ରଖନ୍ତୁ । ସଚେତନ ରୁହନ୍ତୁ ।