ମୁଁ କାଟିଛି ତୁମ ପିଲାଙ୍କ ଟିକେଟ୍, ସାଂସଦଙ୍କୁ ଏମିତି କାହିଁକି କହିଲେ ପିଏମ୍ ମୋଦି

Family Politics Not Allowed In BJP Says PM Modi

ନୂଆଦିଲ୍ଲୀ: ରାଜନୀତିରେ ଚଳିବନି ପରିବାରବାଦ । ବିଜେପି ସଂସଦୀୟ ଦଳ ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ପରିବାରବାଦ ରାଜନୀତିକୁ ନା କହିଛନ୍ତି । ମୋଦି କହିଛନ୍ତି, ଯଦି ବିଧାନସଭା ନିର୍ବାଚନରେ ଆପଣଙ୍କ ଛୁଆଙ୍କ ଟିକେଟ୍ କଟିଛି ତ ତାର କାରଣ ହେଉଛି ମୁଁ । ମୋ ଅନୁଯାୟୀ, ଗଣତନ୍ତ୍ର ପାଇଁ ବଂଶବାଦ ବା ପରିବାରବାଦ ବଡ଼ ବିପଦ ।

Family Politics Not Allowed In BJP Says PM Modi

୪ ରାଜ୍ୟ ବିଧାନସଭା ନିର୍ବାଚନରେ ବିଜେପି ବିପୁଳ ବିଜୟ ପରେ ଦିଲ୍ଲୀରେ ଦଳର ସଂସଦୀୟ ବୈଠକ ବସିଛି । ଯେଉଁଥିରେ ମୋଦି କହିଛନ୍ତି, ପରିବାରବାଦରୁ ଜାତିବାଦକୁ ପ୍ରୋତ୍ସାହନ ମିଳୁଛି । ବିଜେପିରେ ପରିବାରବାଦ ରାଜନୀତି ଚଳିବ ନାହିଁ ବୋଲି ସାଂସଦମାନଙ୍କୁ କହିଛନ୍ତି ନରେନ୍ଦ୍ର ମୋଦି । ଏପରିକି ଅନ୍ୟ ଦଳର ବଂଶବାଦ ରାଜନୀତି ବିରୋଧରେ ଲଢ଼େଇ ଜାରି ରହିବ ବୋଲି ମୋଦି ସ୍ପଷ୍ଟ କରି ଦେଇଛନ୍ତି ।

ବୈଠକରେ ମୋଦି ‘ଦ କାଶ୍ମୀର ଫାଇଲ୍ସ’ର ପ୍ରଶଂସା କରିଛି । କହିଛନ୍ତି, ଏଭଳି ଚଳଚ୍ଚିତ୍ର ତିଆରି ହେବା ଉଚିତ୍ । ଏହାଦ୍ୱାରା ସତ ସାମ୍ନାକୁ ଆସିଥାଏ । ଚଳଚ୍ଚିତ୍ରରେ ଯାହା ଦେଖା ଯାଇଛି, କାଶ୍ମୀରର ସେ ସତକୁ ଦବାଇବାକୁ ଚେଷ୍ଟା କରାଯାଉଛି ।