ହରିୟାଣା ସୀମା ଲଘିଂବାକୁ ଚାଷୀଙ୍କ ଉଦ୍ୟମ, ଅବରୋଧ ବେଳେ ପୋଲିସର ଗ୍ୟାସ ମାଡ

1 min read

ଚଣ୍ଡୀଗଡ଼: ଆଲୋଚନା କରିବାକୁ ସରକାର ଧାର୍ଯ୍ୟ କରିଛନ୍ତି ସମୟ । ରାଜି ହୋଇଛି କୃଷକ ସଂଗଠନ । କେଇଟି ଘଣ୍ଟା ପରେ ଉଭୟ ପକ୍ଷ ମଧ୍ୟରେ ନୂତନ କୃଷି ଆଇନକୁ ନେଇ ବସିବ ବୈଠକ । ସେପଟେ ମାସରୁ ଅଧିକ ଦିନ ଆନ୍ଦୋଳନ ଜାରି ରଖିଥିବା କୃଷକ ସଂଗଠନ ସାହଜହାଁପୁରରେ ବ୍ୟାପକ କରିଛି ପ୍ରଦର୍ଶନ । ରାଜ୍ୟ ବାହାରକୁ ବାହାରୁଥିବା କୃଷକ ସଂଗଠନର ଏହି ବିକ୍ଷୋଭ ସମାବେଶକୁ ହରିୟାଣା ସୀମାରେ ଅଟକାଇଥିଲା ପୋଲିସ । ପରେ ପୋଲିସ ଏବଂ ଚାଷୀଙ୍କ ମଧ୍ୟରେ ଉପୁଜିଥିବା ସ୍ଥିତି ଥିଲା ଆୟତରେ ପରିଧି ବାହାରେ ।

ସୀମା ଆରପାରିକୁ ଯିବାକୁ ଚେଷ୍ଟିତ ଥିଲେ ଚାଷୀ, ଅବରୋଧ କରିବାକୁ ପ୍ରୟାସ କରୁଥିଲେ ପୋଲିସ । ଫଳରେ ହରିୟାଣା ବର୍ଡରରେ ଉଗ୍ର ରୂପ ନେଇଥିଲା ଏହି ବିକ୍ଷୋଭ । ସ୍ଥିତି ଏମିତି ହୋଇଥିଲା କି, ଆନ୍ଦୋଳନରତ ଚାଷୀଙ୍କ ଉପରକୁ ଲାଠି ଚାର୍ଡ କରିବାକୁ ବାଧ୍ୟ ହୋଇଥିଲା ପୋଲିସ, ପରେ ଲୁହା ବିହା ଗ୍ୟାସ ମଧ୍ୟ ମାଡ କରିଥିଲା ହରିୟାଣା ପୋଲିସ । କୃଷକ- ପୋଲିସର ଏହି ଛକାପଞ୍ଝା ଭିତରେ ନାକେଦମ ହୋଇଥିଲା ସୁରକ୍ଷା ବାହିନୀ । ସେପଟେ ସୀମାରେ ଏହି ଘଟଣାକୁ ନେଇ ଦୀର୍ଘ ୫ କିଲୋମିଟର ପର୍ଯ୍ୟନ୍ତ ଠପ ହୋଇଯାଇଥିଲା ଯାନବାହନ ଚଳାଚଳ । ରାସ୍ତା ଉପରେ ଅଟକି ରହିଥିଲେ ଭାରି ଯାନ ଠାରୁ ଆରମ୍ଭ କରି ମଟରସାଇକେଲ ।

ଦିଲ୍ଲୀ ଆନ୍ଦୋଳନରେ ସାମିଲ ହେବାକୁ ପଦଯାତ୍ରା ଜାରି ରଖିଥିବା କୃଷକଙ୍କୁ ଶେଷରେ ଧାରକେଡ ନିକଟରେ ରୋକିବାରେ ସଫଳ ହୋଇଥିଲା ପୋଲିସ । ଏହା ପୂର୍ବରୁ ଗୁରୁବାର ମଧ୍ୟ ରାଜସ୍ଥାନର ଏକ କୃଷକ ସଂଗଠନ ଟ୍ରାକ୍ଟର ଯୋଗେ ହରିଆଣା ବର୍ଡରରେ ପ୍ରବେଶ କରିବା ସହ ଜବରଦସ୍ତି ଧସେଇ ପସିଥିଲେ । ଏପଟେ ରାଜ୍ୟର ଏହି ସଂଗଠନ ଦିଲ୍ଲୀ ଯିବାକୁ ତୟାରି ହେଉଥିବା ବେଳେ ସଜାଗ ରହିଥିଲା ରାଜ୍ୟ ପୋଲିସ ।

Leave a Reply