ଖେଳୁ ଖେଳୁ ଫୁଟିଗଲା ବନ୍ଧୁକ, ଆହତ ହେଲେ ଯୁବତୀ

ଭୁବନେଶ୍ୱର: ଚାଲିଛି ଭାଲେଣ୍ଟାଇନ୍ସ ସପ୍ତାହ। ପ୍ରେମିକା ପାଖକୁ ଆସିଥିଲେ ପ୍ରେମିକ ଆଶିଷ ନାୟକ । ହେଲେ ଗୋଲାପ ବଦଳରେ ସାଥୀରେ ନେଇ ଆସିଥିଲେ ଗୁଳିଭର୍ତ୍ତି ବନ୍ଧୁକ । ପ୍ରେମ ଆଳାପ ଭିତରେ ଆରମ୍ଭ ହୋଇଥିଲା ବନ୍ଧୁକ ସହ ଖେଳ।

ଆଉ ଟିକେ ଅସବଧାନତା ଯୋଗୁଁ ଫୁଟିଗଲା ବନ୍ଧୁକ। ପ୍ରେମିକାର ଜଙ୍ଘରେ ବାଜିଲା ଗୁଳି । ତେବେ ଏ ବନ୍ଧୁକଧାରୀ ପ୍ରେମିକ କିଏ । କିଛି ଘଣ୍ଟା ଭିତରେ ପୋଲିସ୍‌ କରିଛି ପୁରା ଘଟଣାର ପର୍ଦ୍ଦାଫାଶ୍‌। ଗିରଫ୍‌ କରିଛି ପ୍ରେମିକ ଆଶିଷ ନାୟକକୁ ।

ଖୋଲିଛି ତାର ଅପରାଧିକ ପଞ୍ଜିକା । ଏ ହେଉଛି ସେହି ଆଶିଷ, ଯିଏ ନୟାପଲ୍ଲୀ ବୋମା ମାଡ଼ ଘଟଣାରେ ଗିରଫ୍‌ ହୋଇଥିଲା । ଏହା ବ୍ୟତୀତ ଆଶିଷ ନାଁରେ ଅଛି ଅନେକ ଅପରାଧିକ ମାମଲା । ଆହତ ଯୁବତୀ ଜଣକ ସ୍ଥାନୀୟ ଏକ କଲେଜ୍‌ର ଫ୍ୟାସନ ଡିଜାଇନ୍‌ର ଛାତ୍ରୀ । ବର୍ତ୍ତମାନ ଯୁବତୀଙ୍କ ଅବସ୍ଥା ସ୍ଥିର ରହିଥିବା ବେଳେ ପୋଲିସ୍‌ ପୁରା ଘଟଣାର ତଦନ୍ତ ଚଳାଇଛି।

Leave a Reply