ଏଟିଏମରୁ ବାହାର କରିବାକୁ ଯାଇଥିଲେ ୧୪୦୦ ଟଙ୍କା କିନ୍ତୁ ମହିଳାଙ୍କ ଆକାଉଣ୍ଟରୁ ମିଳିଲା ୭୪୧୪ କୋଟି

ନୂଆଦିଲ୍ଲୀ: ଆମେରିକାର ଫ୍ଲୋରିଡାର ଜଣେ ବୃଦ୍ଧ ମହିଳା ଯେତେବେଳେ ତାଙ୍କ ବ୍ୟାଙ୍କବାଲାନ୍ସ ଦେଖିଲେ ତାଙ୍କ ହୋସ ଉଡ଼ିଗଲା । ସେ କଦାପି କଳ୍ପନା କରି ନଥିଲେ ଯେ ତାଙ୍କ ଆକାଉଣ୍ଟରେ ଏତେ ପରିମାଣର ଟଙ୍କା ଥିବ ବୋଲି । ଏହି ପରିମାଣ ପ୍ରାୟ ୧ ବିଲିୟନ ଡଲାର  ଅର୍ଥାତ୍ ଭାରତୀୟ ମୁଦ୍ରା ଅନୁଯାୟୀ ଏହା କୋଟିଏରୁ ଅଧିକ ଟଙ୍କା ଥିଲା । ବୃଦ୍ଧ ମହିଳା ଜଣକ ଯେତେବେଳେ ବ୍ୟାଙ୍କ ଅଧିକାରୀଙ୍କୁ ଏ ବିଷୟରେ ଜାଣାଇଲେ, ସେତେବେଳେ ପୂରା ଘଟଣା ଜଣାପଡ଼ିଲା ।

ସୂଚନା ଅନୁସାରେ ଫ୍ଲୋରିଡାର ଜଣେ ବୃଦ୍ଧ ମହିଳା ଜୁଲିଆ ୟାନକୋସ୍କି ଏଟିଏମକୁ ଯାଇ ୨୦ ଡଲାର ଉଠାଇବାକୁ ଯାଇଥିଲେ, କିନ୍ତୁ ଟଙ୍କା ବାହାର କରିବା ସମୟରେ ଏଟିଏମ୍ ମେସିନ୍ ତାଙ୍କୁ ସତର୍କ କରାଇଥିଲା ତାଙ୍କୁ ଏହି ରାଶି ପ୍ରତ୍ୟାହାର ପାଇଁ ଦେୟ ଦେବାକୁ ପଡିବ। ମେସିନ୍ ଦ୍ୱାରା ଦିଆଯାଇଥିବା ଚେତାବନୀକୁ ଅଣଦେଖା କରି ସେ ଏହି କାରବାର ଜାରି ରଖିଥିଲେ ।

ଏହା ପରେ ଯେତେବେଳେ ଜୁଲିଆ ତାଙ୍କ ବ୍ୟାଙ୍କ ବାଲାନ୍ସ ଯାଞ୍ଚ କରିଥିଲେ, ସେତେବେଳେ ତାଙ୍କ ହୋସ ଉଡି ଯାଇଥିଲା । ବ୍ୟାଙ୍କ ଆକାଉଣ୍ଟରେ ୯୯୯,୯୮୫,୮୫୫.୯୪ ଅର୍ଥାତ୍ ଭାରତୀୟ ମୁଦ୍ରା ଅନୁଯାୟୀ ୭୪୧୭ କୋଟି ଟଙ୍କା । ଜୁଲିଆ କହିଛନ୍ତି ଯେ ଏହା ଦେଖି ସେ ବହୁତ ଡରି ଯାଇଥିଲେ। ଅନେକ ଲୋକ ଭାବୁଥିବେ ଯେ ମୁଁ ଲଟେରୀ ଜିତିଛି, କିନ୍ତୁ ଏହା ବହୁତ ଭୟଭୀତ କଲାଭଳି କଥା ଥିଲା । ଜୁଲିଆ ଆହୁରି ମଧ୍ୟ କହିଛନ୍ତି ଯେ ଯେତେବେଳେ ଟଙ୍କା ଉଠେଇବାକୁ ମେସିନରେ ୨୦ ଡଲାର ମାରିଥିଲି, ସେତେବେଳେ ଏଟିଏମରୁ ଏକ ବାର୍ତ୍ତା ଆସିଥିଲା ​​ଯେ ଆମେ ଆପଣଙ୍କୁ ୨୦ ଡଲାର ଦେବୁ କିନ୍ତୁ ଏଥିପାଇଁ ଆପଣଙ୍କୁ ଅଧିକ ଦେୟ ପଡ଼ିବ।

ଯେତେବେଳେ ଜୁଲିଆ ଜାଣିବାକୁ ପାଇଲେ ଯେ ତାଙ୍କ ଆକାଉଣ୍ଟରେ କୋଟି କୋଟି ଟଙ୍କା ଅଛି, ଏହା ସତ୍ତ୍ୱେ ସେ ସେହି ଟଙ୍କା ଦେହରେ ହାତ ବି ମାରି ନଥିଲେ । ସେ କହିଥିଲେ ଯେ, ସେ ଯଦି ସେହି ଟଙ୍କା ଗୁଡ଼ିକୁ ଉଠାଇଥାନ୍ତେ ତେବେ ତାଙ୍କୁ ସେହି ଟଙ୍କା ଗୁଡ଼ିକୁ ଫେରାଇବାକୁ ପଡ଼ିଥାନ୍ତା । ବ୍ୟାଙ୍କ ପ୍ରତିନିଧିଙ୍କ କହିବାନୁସାରେ, ଜୁଲିଆଙ୍କ ସ୍ୱର୍ଗତ ସ୍ୱାମୀଙ୍କ ସହିତ ବ୍ୟାଙ୍କରେ ମିଳିତ ଆକାଉଣ୍ଟ ଥିଲା । ଯେତେବେଳେ ଜୁଲିଆ ଏହାକୁ ବ୍ୟବହାର କରିବାକୁ ଚେଷ୍ଟା କଲେ, ବ୍ୟାଙ୍କ ଦ୍ୱାରା ସବୁଜ ଆଲର୍ଟ ଦିଆଯାଇଥିଲା, ଯାହାଦ୍ୱାରା ବ୍ୟାଙ୍କ ଆକାଉଣ୍ଟରେ ନମ୍ବରରେ ଏଭଳି ଅଦଳବଦଳ ହୋଇଥିଲା ।

Leave a Reply