ଦେଶରେ ଉପରମୁହାଁ ମହାମାରୀ, ୨୪ ଘଣ୍ଟାରେ ୮୧ ହଜାର ୪୬୬ କରୋନା ପଜିଟିଭ୍ ଚିହ୍ନଟ

1 min read

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ବଢିବାରେ ଲାଗିଛି କରୋନା ସଂକ୍ରମଣ । ଦିନକରେ ୮୧ହଜାର ୪୬୬ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୪୬୯ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ୨୪ ଘଣ୍ଟାରେ ୫୦ହଜାର ୩୫୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଦେଶରେ ମୋଟ୍ କରୋନା ଆକ୍ଟିଭ କେସ୍ ୬ଲକ୍ଷ ୧୪ ହଜାର ୬୯୬ଥିବା ବେଳେ ମୃତ୍ୟୁସଂଖ୍ୟା ଲକ୍ଷେ ୬୩ହଜାର ୩୯୬ରେ ପହଞ୍ଚିଲାଣି ।

ସେପଟେ କୋଭିଡ୍ ଟିକାକରଣ ଉପରେ କେନ୍ଦ୍ର ସରକାରଙ୍କ ଗୁରୁତ୍ୱ । କୋଭିଡର ଦ୍ୱିତୀୟ ଲହର ସଂକ୍ରମଣକୁ ଦେଖି ଏପ୍ରିଲ୍ ମାସର ସମସ୍ତ ଦିନରୁ ଆରମ୍ଭ ହୋଇଛି କୋଭିଡ୍ ଟିକାକରଣ । ସରକାରୀ ସହ ଘରୋଇ କୋଭିଡ୍ ଭ୍ୟାକ୍ସିନେସନ୍ ସେଣ୍ଟରରେ ଟିକା ଦିଆଯାଉଛି । ଏପରିକି ସରକାରୀ ଛୁଟି ଦିନରେ ଟିକା ଦିଆଯିବା ନେଇ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଏନେଇ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ କେନ୍ଦ୍ର ସରକାର ଚିଠି ଲେଖି ଆବଶ୍ୟକୀୟ ପ୍ରସ୍ତୁତି ପାଇଁ କହିଛନ୍ତି । ରାଜ୍ୟ ସରକାର ମଧ୍ୟ ସମସ୍ତ ଜିଲ୍ଲାପାଳ ଓ ମହାନଗର ନିଗମ କମିଶନର ଓ ସିଡିଏମଙ୍କୁ ଏନେଇ ଚିଠି ଲେଖି ଜଣାଇଛନ୍ତି ।

https://nandighoshatv.comvaccination-to-be-offered-on-all-days-of-april-month-including-gazetted-holidays/

ଜିଲ୍ଲାର ଟିକାକରଣ ଲକ୍ଷ ପୂରଣ ପାଇଁ ତଦନୁସାରେ କୋଭିଡ୍ ଭ୍ୟାକ୍ସିନେସନ୍ ସେଣ୍ଟର ବଢ଼ାଇବା ଲାଗି ନିର୍ଦ୍ଦେଶ ଦିଆଯାଇଛି । ଛୁଟି ଦିନରେ ଟିକାକରଣ ଲାଗି ବ୍ଲକସ୍ତରର ଅଧିକାରୀ ଓ ଘରୋଇ ସ୍ୱାସ୍ଥ୍ୟ ଅନୁଷ୍ଠାନକୁ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ୪୫ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କୁ କୋଭିଡ୍ ଟିକା ଦେବା ଆରମ୍ଭ ହୋଇଛି ।

Leave a Reply