ତୈଳ ଦରରେ ଲାଗିଛି ନିଆଁ: ଭୁବନେଶ୍ୱରରେ ୧୦୮.୯୦ଟଙ୍କାରେ ପହଞ୍ଚିଲା ପେଟ୍ରୋଲ
![Petrol And Diesel Price Down In Odisha After State Reduced VAT](https://www.nandighoshatv.com/wp-content/uploads/2021/10/1626839139_petrol-image-3-1024x683.jpg)
ଭୁବନେଶ୍ୱର: ତେଲ ଦରରେ ଲାଗୁନି ଲଗାମ୍ । ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ୍ ଦର । ଆଜି ପେଟ୍ରୋଲ ଲିଟର ପିଛା ୩୬ ପଇସା ଓ ଡିଜେଲ ଲିଟର ପିଛା ୩୮ ପଇସା ବୃଦ୍ଧି ପାଇଛି । ଫଳରେ ଭୁବନେଶ୍ୱରରେ ଆଜି ପେଟ୍ରୋଲ ଲିଟର ପିଛା ୧୦୮ଟଙ୍କା ୯୦ପଇସା ଓ ଡିଜେଲ ଲିଟର ପିଛା ୧୦୫ ଟଙ୍କା ୪୭ ପଇସାରେ ପହଞ୍ଚିଛି । ସେହିଭଳି ଦିଲ୍ଲୀରେ ପେଟ୍ରୋଲ ଦର ୧୦୭ ଟଙ୍କା ୯୪ ପଇସା ରହିଛି, ଡିଜେଲ୍ ଦର ୯୬ ଟଙ୍କା ୬୭ ପଇସା ରହିଛି ।
ମୁମ୍ବାଇରେ ପେଟ୍ରୋଲ ଦର ୧୧୩ ଟଙ୍କା ୮୦ ପଇସା ଥିବାବେଲେ ଡିଜେଲ୍ ଦର ୧୦୪ ଟଙ୍କା ୭୫ ପଇସା ରହିଛି । କୋଲକାତାରେ ପେଟ୍ରୋଲ ଦର ୧୦୮ ଟଙ୍କା ୪୫ ପଇସା ଓ ଡିଜେଲ୍ ଦର ୯୯ ଟଙ୍କା ୭୮ ପଇସା ଥିବାବେଳେ ଚେନ୍ନାଇରେ ପେଟ୍ରୋଲ ଦର ୧୦୪ ଟଙ୍କା ୮୩ ପଇସା ଓ ଡିଜେଲ୍ ଦର ୧୦୦ ଟଙ୍କା ୯୨ ପଇସା ରହିଛି । ଲଗାତାର ଭାବେ ବଢୁଥିବା ତୈଳ ଦରକୁ ନେଇ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି ।
ଏଥିସହିତ ପଢ଼ନ୍ତୁ: ଲାଇସେନ୍ସ ନାହିଁ, ତଥାପି ଡ୍ୟାନ୍ସ ବାରରେ ରଙ୍ଗୀନ ହେଉଛି ରାତି