ନୂଆଦିଲ୍ଲୀରେ ଗୀତା ମେହଟ୍ଟାଙ୍କ ହେବ ଅନ୍ତିମ ସଂସ୍କାର, ଶେଷ ଦର୍ଶନ କରିଛନ୍ତି ନବୀନ

ନୂଆଦିଲ୍ଲୀ: ପ୍ରସିଦ୍ଧ ଲେଖିକା ଗୀତା ମେହେଟ୍ଟାଙ୍କ ଆଜି ହେବ ଶେଷକୃତ୍ୟ । ନୂଆଦିଲ୍ଲୀରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ । ଗତ ଶନିବାର ରାତିରେ ବିଶ୍ବ ସାହିତ୍ୟ ଜଗତରେ ଶୂନ୍ୟସ୍ଥାନ ସୃଷ୍ଟି ହୋଇଥିଲା । ପ୍ରସିଦ୍ଧ ଲେଖିକା, ଗବେଷିକା, ସଂସ୍କୃତି ବିଶେଷଜ୍ଞ ଗୀତା ମେହେଟ୍ଟାଙ୍କ ପରଲୋକ ଘଟିଥିଲା । ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ କନ୍ୟା ତଥା ମୁଖ୍ୟମନ୍ତ୍ରୀ ନବୀନ ପଚ୍ଚନାୟକଙ୍କ ବଡ଼ ଭଉଣୀ ଗୀତାଙ୍କ ବିୟୋଗ ସୃଜନ ଜଗତରେ ସୃଷ୍ଟି କରିଛି ଅପୂରଣୀୟ କ୍ଷତି ।

ବୃତ୍ତଚିତ୍ର ନିର୍ମାତା, ସାମ୍ବାଦିକା ଭାବେ ବି ବେଶ୍ ଖ୍ୟାତି ଅର୍ଜନ କରିଥିଲେ ଗୀତା । କର୍ମା କୋଲା, ସ୍ନେକ ଆଣ୍ଡ ଲ୍ୟାଡର୍ସ, ଏ ରିଭର ସୂତ୍ର, ଦ ଏଟରନାଲ ଗଣେଶ ଇତ୍ୟାଦି ପୁସ୍ତକ ଲେଖି ସେ ଲାଭ କରିଥିଲେ ପାଠକୀୟ ଆଦୃତି ।

ଜୀବନ ଦର୍ଶନକୁ ସାହିତ୍ୟରେ ରୂପାନ୍ତରିତ କରିବାରେ ସିଦ୍ଧହସ୍ତା ଥିଲେ ଗୀତା । ପୁରସ୍କାର ଠାରୁ ସର୍ବଦା ଦୂରରେ ରହିବାକୁ ଚାହିଁଥିବା ଗୀତା ୨୦୧୯ରେ ପଦ୍ମଶ୍ରୀ ଉପାଧି ପ୍ରତ୍ୟାଖ୍ୟାନ କରି ସାଜିଥିଲେ ଉଦାହରଣ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀ ଯାଇ ଭଉଣୀଙ୍କ ଶେଷ ଦର୍ଶନ କରିଛନ୍ତି ।