spot_img

Latest Posts

ଇ-ଲର୍ଣ୍ଣିଂକୁ ସରକାର ଦେଉଛନ୍ତି ଗୁରତ୍ୱ, ଆପ୍‌ ମାଧ୍ୟମରେ ପ୍ରଥମରୁ ଦଶମ ଯାଏଁ ମୋବାଇଲରେ ପାଠ ପଢ଼ିବେ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଦୀକ୍ଷା ଆପ୍‌କୁ ଅଧିକ ଗରୁତ୍ୱ ଦେଉଛନ୍ତି କେନ୍ଦ୍ର ସରକାର । ଏଣିକି ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ବିଷୟବସ୍ତୁ ଦୀକ୍ଷା ଆପ୍‌ରେ ରହିବ ବୋଲି କୁହାଯାଇଛି । ଦୀକ୍ଷା ଆପ୍‌ ଜରିଆରେ ଛାତ୍ରଛାତ୍ରୀ ମାନେ ଘରେ ବସି ମୋବାଇଲ୍‌ ଯୋଗେ ପାଠ ପଢ଼ିପାରିବେ । ତେବେ ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ମଧ୍ୟ ଲକ୍‌ଡାଉନ୍‌ ସମୟରେ ଇ-ଲର୍ଣ୍ଣଂ ବ୍ୟବସ୍ଥାକୁ ଗୁରୁତ୍ୱ ଦେଇଛନ୍ତି ।

dikhya App

ଲକ୍‌ଡାଉନ୍‌ ଯୋଗୁଁ ସ୍କୁଲ ବନ୍ଦ ଥିବା ବେଳେ ଛାତ୍ରଛାତ୍ରୀ ଘରେ ବସି ଏହି ଆପ୍‌ ମାଧ୍ୟମରେ କିଭଳି ପାଠ ପଢ଼ିପାରିବେ ସେନେଇ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି । ଏଥିପାଇଁ ବିଦ୍ୟାଦାନ କାର୍ଯ୍ୟକ୍ରମକୁ ରାଜ୍ୟରେ କାର୍ଯ୍ୟକାରୀ କରିବାକୁ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଓସେପା ପ୍ରକଳ୍ପ ନିର୍ଦ୍ଦେଶକଙ୍କ କଡ଼ା ନିର୍ଦ୍ଦେଶ ରହିଛି । ଏହି ପ୍ରକ୍ରିୟା ଜୁଲାଇ ଶେଷ ସୁଦ୍ଧା ସାରିବାକୁ କୁହାଯାଇଛି । କୋଭିଡ୍‌ କଟକଣା ଲାଗି ସ୍କୁଲ ବନ୍ଦ ଥିବାରୁ ଇ–ଲର୍ଣ୍ଣିଂ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି ।

dikhya App

ଭାରତ ସରକାରଙ୍କ ଦ୍ଵାରା ଆରମ୍ଭ ହୋଇଥିବା ଦୀକ୍ଷା ଆପ୍‌ ଏବେ ଅଧିକରୁ ଅଧିକ ଛାତ୍ରଛାତ୍ରୀ ବ୍ୟବହାର କରୁଛନ୍ତି । ତେବେ ଦୀକ୍ଷା ଆପ୍‌ରେ ଯାହା ତଥ୍ୟ ଦିଆଯାଇଥିଲା ତାହା ଛାତ୍ରଛାତ୍ରୀଙ୍କ ପାଠ୍ୟ ପୁସ୍ତକର ସମ୍ପୂର୍ଣ୍ଣ ବିଷୟ ବସ୍ତୁକୁ କଭର କରିନାହିଁ । ବାକି ରହିଥିବା ବିଷୟବସ୍ତୁ ଗୁଡିକୁ ଏହି ଆପ୍‌ରେ ଅପ୍‌ଲୋଡ୍‌ କରାଯାଉଛି । ଯଥାଶୀଘ୍ର ଏହି କାର୍ଯ୍ୟ ଶେଷ ହୋଇଯିବ । ଏହା ପରେ ଛାତ୍ରଛାତ୍ରୀମାନେ ଘରେ ବସି ନିଜ ପାଠ୍ୟପୁସ୍ତକର ସବୁ ବିଷୟ ବସ୍ତୁ ପାଇପାରିବେ । ଏବଂ ଲକ୍‌ଡାଉନ୍‌ ସମୟରେ ପାଠ ପଢ଼ିପାରିବେ ।

Latest Posts

Don't Miss