ବିଜେପି ନେତାଙ୍କୁ ବନ୍ଧକ ରଖିଲେ ଚାଷୀ, ଗାଡ଼ିର ହାୱା ଖୋଲିଦେଲେ

Haryana Farmers Opposing Farms Laws Held BJP Leaders Hostage In Rohtak

ରୋହତକ: କେନ୍ଦ୍ରର କୃଷି ଆଇନ୍ ବିରୋଧରେ କୃଷକଙ୍କ ଆନ୍ଦୋଳନ ଜାରି ରହିଛି । ଏହି ଆନ୍ଦୋଳନର ସବୁଠୁ ଅଧିକ ପ୍ରଭାବ ପଞ୍ଜାବ, ହରିୟାଣା ଓ ଉତ୍ତରପ୍ରଦେଶରେ ପଡ଼ିଛି । ହରିୟାଣାର ରୋହତକରେ କୃଷି ଆଇନକୁ ବିରୋଧ କରୁଥିବା କୃଷକ ବିଜେପି ନେତାଙ୍କୁ ବନ୍ଧକ ରଖିଛନ୍ତି । ପୂର୍ବତନ ରାଜ୍ୟ ମନ୍ତ୍ରୀ ମନୀଷ ଗ୍ରୋବରଙ୍କ ସହ ଅନ୍ୟ ବିଜେପି ନେତାଙ୍କୁ ବନ୍ଧକ ରଖିଛନ୍ତି କୃଷକ ।

ପ୍ରଧାନମନ୍ତ୍ରୀ ମୋଦି କେଦାରନାଥ ଗସ୍ତରେ ଥିବା ବେଳେ ରାଜ୍ୟର ପ୍ରତି ଶିବ ମନ୍ଦିରରେ କାର୍ଯ୍ୟକ୍ରମର ଲାଇଭ୍ ପ୍ରସାରଣ କରାଯାଇଛି । ରୋହତକର କିଲୋଇ ଗାଁର ଶିବ ମନ୍ଦିରରେ ମଧ୍ୟ ସମାନ କାର୍ଯ୍ୟକ୍ରମ ହୋଇଥିଲା । ମନୀଷ ଗ୍ରୋବର ସମେତ ଅନେକ ବିଜେପି ନେତା କାର୍ଯ୍ୟକ୍ରମରେ ସାମିଲ୍ ହେବା ପାଇଁ ପହଞ୍ଚିଥିଲେ । ଠିକ୍ ସେହି ସମୟରେ କୃଷି ଆଇନକୁ ବିରୋଧ କରୁଥିବା କୃଷକ ବିଜେପି ନେତାଙ୍କୁ ବନ୍ଧକ କରି ନେଇଥିଲେ ।

ବିଜେପି ନେତାଙ୍କ ଗାଡ଼ିର ଚକରୁ କୃଷକ ହାୱା ମଧ୍ୟ ଖୋଲି ଦେଇଛନ୍ତି । ଏହା ବାଦ୍ ମନ୍ଦିର ପ୍ରାଙ୍ଗଣରେ ଲାଗିଥିବା ଟିଭିର ତାର କାଟି ଦେଇଛନ୍ତି । ନେତାଙ୍କୁ ବନ୍ଧକ କରିବା ଲାଗି କୃଷକ ମନ୍ଦିରର ମୁଖ୍ୟ ଦ୍ୱାରରେ ପଥର ସହ ଗାଡ଼ି ରଖି ଦେଇଛନ୍ତି । ପୋଲିସ କୃଷକଙ୍କୁ ବୁଝାଇବା ଲାଗି ଉଦ୍ୟମ ଜାରି ରଖିଛି । ୪ ଘଣ୍ଟା ହେଲା ମନ୍ଦିରରେ ନେତା ବନ୍ଧକ ଥିବା ବେଳେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି ।

Leave a Reply