ହିଟୱେଭ୍‌ ପାଇଁ ସ୍ବାସ୍ଥ୍ୟ ବିଭାଗର ଗାଇଡଲାଇନ, ସମସ୍ତ ମେଡିକାଲରେ ସ୍ବତନ୍ତ୍ର ୱାର୍ଡ

1 min read

ଭୁବନେଶ୍ବର: ହିଟୱେଭ ପାଇଁ ସ୍ୱାସ୍ଥ୍ୟ ବିଭାଗ ଗାଇଡଲାଇନ୍ ଜାରି କରିଛି । ସମସ୍ତ ମେଡିକାଲରେ ସ୍ୱତନ୍ତ୍ର ୱାର୍ଡ ଖୋଲାଯାଇଛି । ଖରାରେ ନ ବାହାରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି ।

କିଛି ଦିନ ଧରି ଏପରି ପ୍ରଚଣ୍ଡ ଖରା ଜାରି ରହିବ, ତେଣୁ ସବୁ ମେଡିକାଲରେ ଏସି ରୁମ ରଖିବାକୁ ନିର୍ଦେଶ ଦିଆଯାଇଛି । ଆମ୍ବୁଲାନ୍ସ ରଖିବାକୁ ନିର୍ଦ୍ଦେଶ ସହ ପ୍ରତି ଜିଲ୍ଲାରେ ରହିବ କଲ ସେଣ୍ଟର । ସର୍ତକ ରହିବାକୁ ଜିଲ୍ଲାମାନଙ୍କୁ ନିର୍ଦେଶ ଦିଆଯାଇଛି । ଲୋକଙ୍କୁ ସଚେତନ କରାଇବାକୁ ଜିଲ୍ଲାପ୍ରଶାସନକୁ ନିର୍ଦେଶ ଦିଆଯାଇଛି l