ବାତ୍ୟା ଆଶ୍ରୟସ୍ଥଳୀକୁ ଆସୁଥିବା ଲୋକଙ୍କ ହେବ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ

1 min read

ଭୁବନେଶ୍ୱର: ରାଜ୍ୟରେ କରୋନା ଟେଷ୍ଟିଂ ବଢ଼ିଛି ତେଣୁ ସଂକ୍ରମଣ ହାର ମଧ୍ୟ ବଢୁଛି। ହେଲେ ଗତ ୪ରୁ ୫ ଦିନ ଭିତରେ ଏହା ସ୍ଥିର ଅଛି । ସମାନ୍ତରଳ ସ୍ଥିତିରେ ଚାଲିଛି । କଟକ ଓ ଭୁବନେଶ୍ୱରରେ ପ୍ରବସୀ ଫେରିବା ବନ୍ଦ ହୋଇନି ଏହା ମଧ୍ୟ ସଂକ୍ରମଣ ବଢ଼ିବାର ଆଉ ଏକ କାରଣ । ରାଜ୍ୟରେ ଉପଲବ୍ଧ ମୋଟ ଆଇସିୟୁ ମଧ୍ୟରୁ ୮୦ ପ୍ରତିଶତ ଆଇସିୟୁରେ ରୋଗୀ ଚିକିତ୍ସିତ ହେଉଥିଲ । ଆଜି ଏହି ସଂଖ୍ୟା ୭୯ ପ୍ରତିଶତକୁ ହ୍ରାସ ହୋଇଛି । ସେହିଭଳି ୫୦ ପ୍ରତିଶତ ଭେଣ୍ଟିଲେଟରରେ ଗୁରୁତର ରୋଗୀ ଚିକିତ୍ସିତ ହେଉଛନ୍ତି । ସେମାନେ ମଧ୍ୟରୁ କିଏ ୧୦ ଦିନ, କିଏ ୧୫ ଦିନ ଓ କିଏ ୨୦ ଦିନ ହେଲା ଚିକିତ୍ସିତ ହେଉଛନ୍ତି । ଚିହ୍ନଟ ୧୦୦ ସଂକ୍ରମିତଙ୍କ ମଧ୍ୟରୁ ୮୦ ଜଣ ଲକ୍ଷ୍ୟଣବିହୀନ, ୧୫ ଜଣଙ୍କ ସାମାନ୍ୟରୁ ମଧ୍ୟମଧରଣର ଲକ୍ଷଣ ଓ ୫ ଜଣଙ୍କ ଅବସ୍ଥା ଗୁରୁତର ଥାଏ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ଅପରପକ୍ଷରେ ମହାମାରୀ କାଳରେ ମହାବାତ୍ୟାର ମୁକାବିଲା ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ଶ୍ରୀ ମହାପାତ୍ର । ସେ କହିଛନ୍ତି, ବାତ୍ୟା ମୁକାବିଲା ନେଇ SOP ଜାରି ହୋଇଛି । ଜିଲ୍ଲାପାଳମାନଙ୍କୁ ଭିତ୍ତିଭୂମି ଅନୁଧ୍ୟାନ ନେଇ SRC ନିର୍ଦ୍ଦେଶ ଦେଇଛନ୍ତି । ଯଦି ଅସୁବିଧା ଅଛି, ତାହାଲେ ତଳିଆ ଅଞ୍ଚଳ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ। କୋଭିଡ ହସ୍ପିଟାଲରେ ଯେଭଳି ବିଦ୍ୟୁତ ଓ ପାଣି ସବୁବେଳେ ରହିବ ସେଥିଲାଗି ଧ୍ୟାନ ଦିଆଯିବାକୁ କୁହାଯାଇଛି । ଆନୁଷଙ୍ଗିକ ସାମଗ୍ରୀ ଅଛି, ଆବଶ୍ୟକ ପଡ଼ିଲେ, କୋଭିଡ ହସ୍ପିଟାଲ ପାଖ ହସ୍ପିଟାଲରେ ବି ବ୍ୟବହାର ହେବ। ବାତ୍ୟା ଆଶ୍ରୟସ୍ଥଳୀରେ କୋଭିଡ ନିୟମ ପାଳନ ନେଇ ଚେଷ୍ଟା କରାଯିବ । ସେଠାକୁ ଆସୁଥିବା ଲୋକଙ୍କ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ ହେବ । ଏହା ଆମ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିବ । ଏ ନେଇ ଜିଲ୍ଲାସ୍ତରୀୟ ପ୍ଲାନ ପ୍ରସ୍ତୁତ ହେଉଛି ।

ଏଥିସହିତ ପଢ଼ନ୍ତୁ: ଅବପାତର ରୂପ ନେବ ଲଘୁଚାପ: କାଲି ସାଇକ୍ଳୋନ୍ ଷ୍ଟର୍ମରେ ପରିଣତ ହେବ

Leave a Reply