କେମିତି ପହଁଚିବ କରୋନା ଭ୍ୟାକ୍ସିନ ?

ନୂଆଦିଲ୍ଲୀ:  ବର୍ଷ ସରିବା ସୟମରେ ହିଁ ବଜାରକୁ ଆସିଯାଇଛି କୋଭିଡ ଭ୍ୟାକ୍ସିନ  । ଆସନ୍ତା ବର୍ଷ ଆରମ୍ଭରୁ ଦେଶବାସୀଙ୍କ ମିଳିଯାଇ ପାରେ କରୋନା ଟିକା  । ଏନେଇ ଅନେକ ରାଜ୍ୟରେ ମଧ୍ୟ ଆରମ୍ଭ ହୋଇଯାଇଛି ଡ୍ରାଇ ରନ ପ୍ରକ୍ରିୟା ଅଥବା ପୂର୍ବ ପ୍ରସ୍ତୁତି  । ଦେଶର ସମସ୍ତ ବ୍ୟକ୍ତିଙ୍କ ନିକଟରେ କିପରି କରୋନା ଟିକା ପହଁଚି ପାରିବ ସେନେଇ ଆରମ୍ଭ ହୋଇଯାଇଛି ତୟାରି  ।

ସରକାରଙ୍କ କହିବା ମୁତାବକ ଆସନ୍ତା ବର୍ଷ ଜାନୁଆରୀ ମାସ ସୁଦ୍ଧା ଦେଶରେ ଟିକା ବିତରଣ କାର୍ଯ୍ୟ ଆରମ୍ଭ କରାଯିବ । କିନ୍ତୁ ଏଥିପାଇଁ ଥିବା ପୂର୍ବ ପ୍ରସ୍ତୁତି ଅର୍ଥାତ ଭ୍ୟାକ୍ସିନ ଗଛିତ, ରାଜ୍ୟ ମାନଙ୍କୁ ବଣ୍ଟନ କରିବାର ବ୍ୟବସ୍ଥା ପ୍ରଥମେ କରାଯିବ  । ସେହିପରି ଟିକା ବିଭିନ୍ନ ରାଜ୍ୟକୁ ଦିଆଯିବା ପରେ ସମସ୍ତ ଜିଲ୍ଲା, ସହର ଏବଂ ଗାଁ ସ୍ତରରେ କିପରି ଏହାକୁ ପହଁଚାଯିବ ତାହାର ସୁବ୍ୟବସ୍ଥା ମଧ୍ୟ କରାଯିବ  ।

ଏହିପରି ରହିବ ସରକାରଙ୍କ ଟିକା ବିତରଣ ପ୍ରକ୍ରିୟା…

  • ପ୍ରଥମେ ଡିପୋରେ ଗଛିତ ଥିବା ଭ୍ୟାକ୍ସିନକୁ ଭିନ୍ନ ଭିନ୍ନ ଜିଲ୍ଲାକୁ ପଠାଯିବ  ।
  • ଭ୍ୟାକ୍ସିନ ନେବା ସମୟରେ ତାହାର ତାପମାତ୍ରା ଉପରେ ରହିବ ତୀକ୍ଷ୍ମ ନଜର  ।
  • ସ୍ଥାନାନ୍ତରିତ ସମୟରେ ବାରମ୍ବାର ମପାଯିବ ତାପମାତ୍ରା  ।
  • ତାପମାତ୍ରାକୁ ନେଇ ବିଭିନ୍ନ ଭ୍ୟାକ୍ସିନ କମ୍ପାନୀଙ୍କ ଭିନ୍ନ ଭିନ୍ନ ମତ  ।
  • ସମସ୍ତ ପ୍ରକ୍ରିୟା ସମାପ୍ତ ପରେ ଭ୍ୟାକ୍ସିନ ଗ୍ରହଣ ପାଇଁ ପଠାଯିବ ମେସେଜ  ।
  • ପରେ ଏନେଇ ଭ୍ୟାକ୍ସିନ ଟିମକୁ  ଅବଗତ କରାଯିବା ସହ ସ୍ଥାନ ସମ୍ବନ୍ଧରେ ସୂଚନା ମଧ୍ୟ ଦିଆଯିବ  ।

ସରକାରଙ୍କ ଡ୍ରାଇରନ ପ୍ରକ୍ରିୟା ଶେଷ ହେବା ପରେ  ଭ୍ୟାକ୍ସିନ ପରୀକ୍ଷଣ ନେଇ ଆରମ୍ଭ ହେବ କାର୍ଯ୍ୟ  । ଏହା ପରେ ଷ୍ଟୋରେଜ ଠାରୁ ନେଇ ସାଧାରଣ ମଣିଷ ପର୍ଯ୍ୟନ୍ତ ଟିକା ପ୍ରଦାନର ପ୍ରସ୍ତୁତି ଆରମ୍ଭ ହେବ  । ଏହି ସମସ୍ତ ବ୍ୟବସ୍ଥାକୁ ସରକାର ତଦନୁଯାୟୀ କରିବା ନେଇ ଦେଇଛନ୍ତି ସୂଚନା  ।

Leave a Reply