ଆରପାରିରେ ବିଶିଷ୍ଟ ସାହିତ୍ୟିକ ହୁସେନ ରବି ଗାନ୍ଧୀ

କଟକ: ବିଶିଷ୍ଟ ସାହିତ୍ୟିକ ହୁସେନ ରବି ଗାନ୍ଧୀଙ୍କ ପରଲୋକ। କଟକ ଏସିସିବି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି । ସେ ମେରୁଦଣ୍ଡଜନିତ ରୋଗରେ ପୀଡ଼ିତ ଥିଲେ।  କିଛି ଦିନ ହେଲା ଆଇସିୟୁରେ ରହି ଚିକିତ୍ସା ହେଉଥିଲେ ହୁସେନ ରବି ଗାନ୍ଧୀ । ସେ ପୂର୍ବରୁ ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଓ ଉତ୍କଳ ପ୍ରସଙ୍ଗର ସମ୍ପାଦକ ଥିଲେ । ପ୍ରଗତିଶୀଳ ଓ ଜନବାଦୀ କବି ଭାବେ ପରିଚିତ ଥିଲେ ହୁସେନ ରବି ଗାନ୍ଧି । ସେ ଏକାଧିକ ପତ୍ରିକାର ସମ୍ପାଦନା କରିଥିଲେ । ଯାଜପୁର ଜିଲ୍ଲାର କୋରେଇରେ ଜନ୍ମଗ୍ରହଣ କରିଥିବା ହୁସେନ ରବି ଗାନ୍ଧୀ ଛାତ୍ର ଜୀବନରୁ ରାଜନୀତିରେ ସକ୍ରିୟ ଥିଲେ । ପରବର୍ତ୍ତୀ ସମୟରେ ସେ ବିଜେଡିରେ ଯୋଗଦେଇଥିଲେ । ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି । ହୁସେନ ରବି ଗାନ୍ଧି ବିଜୁ ବାବୁଙ୍କ ସହ ଜଡ଼ିତ ଥିଲେ ଓ ବିଜୁ ଜନତା ଦଳ ସହ ତାଙ୍କର ସମ୍ପୃକ୍ତି ରହିଥିଲା । ଦଳରେ ରହି ଦଳକୁ ମଜବୁତ କରିବା ସହ ବିଜୁ ବାବୁଙ୍କ ମୁଲ୍ୟବୋଧ ଓ ବିଜେଡିର ଲକ୍ଷ୍ୟକୁ ଆଗକୁ ନେବାରେ ସାହାଯ୍ୟ କରିଥିଲେ । ତାଙ୍କର ବିୟୋଗ ରଜ୍ୟ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ହୁସେନଙ୍କ ଆତ୍ମାର ସଦଗତି ସହ ଶୋକାକୁଳ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।