ଇଂଲଣ୍ଡକୁ ୪୩୪ ରନରେ ପରାସ୍ତ କଲା ଟିମ୍ ଇଣ୍ଡିଆ

1 min read

ନନ୍ଦିଘୋଷ ବ୍ୟୁରୋ: ରାଜକୋଟ ଟେଷ୍ଟରେ ଟିମ ଇଣ୍ଡିଆର ବଡ଼ ବିଜୟ । ଇଂଲଣ୍ଡକୁ ତୃତୀୟ ଟେଷ୍ଟରେ ୪୩୪ ରନରେ ପରାସ୍ତ କଲା ଭାରତ । ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ୨-୧ରେ ଆଗୁଆ ରହିଛି ଭାରତ  । ପ୍ରଥମ ଟେଷ୍ଟ ଜିତିଥିବା ଇଂଲଣ୍ଡ ଦ୍ବିତୀୟ ଏବଂ ତୃତୀୟ ଟେଷ୍ଟରେ ପରାଜୟ ବରଣ କରିଛି । ଇଂଲଣ୍ଡ ଦ୍ବିତୀୟ ପାଳିରେ ୧୨୨ ରନରେ ଅଲଆଉଟ ହୋଇଥିବାବେଳେ ଜାଡେଜା ୫ ଓ୍ବିକେଟ ଅକ୍ତିଆର କରିଛନ୍ତି । କୁଲଦୀପ ଯାଦବ ୨ଟି ଓ୍ବିକେଟ ଅକ୍ତିଆର କରିଥିବାବେଳେ ଅଶ୍ବିନୀ ଏବଂ ବୁମରା ଗୋଟିଏ ଲେଖାଏଁ ଓ୍ବିକେଟ ହାତେଇଛନ୍ତି । ଇଂଲଣ୍ଡ ପକ୍ଷରୁ ମାର୍କ ହୁଡ୍ ସର୍ବାଧକ ୩୩ ରନ ସଂଗ୍ରହ କରିଛନ୍ତି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କି ଇଂଲଣ୍ଡର ୬ଜଣ ଖେଳାଳି ଦୁଇ ଅଙ୍କ ଛୁଇଁପାରିନାହାନ୍ତି ।