ବିବାହ ପୂର୍ବରୁ ଶାରିରୀକ ସମ୍ପର୍କ ରଖିଲେ ଜେଲଦଣ୍ଡ, ଖୁବଶୀଘ୍ର ଆସିବ ଆଇନ

1 min read

ଜାକର୍ତ୍ତା: ବିବାହ ପୂର୍ବରୁ ଶାରିରୀକ ସମ୍ପର୍କ ରଖିଲେ ବର୍ଷେ ଜେଲ୍ । ଏଭଳି ଆଇନ୍ ଆଣିବାକୁ ଯାଉଛି ଇଣ୍ଡୋନେସିଆ । ଦେଶରେ ସଂସଦରେ ଏଭଳି ଏକ ବିଲ୍ ଆସିବାକୁ ପ୍ରସ୍ତୁତି ଜାରି ରହିଛି। ଆଇନ ଅନୁସାରେ, ଧାରା ୪୧୩ ପାରାଗ୍ରାଫ-୧ରେ ଯଦି ଜଣେ ପୁରୁଷ ଓ ମହିଳା ବିବାହ ପୂର୍ବରୁ ଶାରିରୀକ ସମ୍ପର୍କ ରଖିଲେ ତେବେ ସେମାନଙ୍କୁ ଅତି କମ୍‌ରେ ବର୍ଷେ ଜେଲ୍‌ ଓ ନିର୍ଦ୍ଧାରିତ ଫାଇନ କରାଯିବ ।

ଯଦି ପତି, ପତ୍ନୀ କିମ୍ବା ପରିବାରଙ୍କ ପକ୍ଷରୁ ଅଭିଯୋଗ ଆସିଲେ ନିୟମ ଲାଗୁ ହେବ । ଏଥିସହ ଅଭିଯୋଗକାରୀ ଯଦି ଅଭିଯୋଗ ଉଠାଇ ନେବାକୁ ଚାହିଁବେ ତେବେ ଟ୍ରାଏଲ ରନିଂ ପୂର୍ବରୁ ମାମଲା ଉଠାଇ ନେଇପାରିବେ । ଏହା ପୂର୍ବରୁ ମଧ୍ୟ ଇଣ୍ଡୋନେସିଆ ସରକରା ଯୋଜନା କରିଥିଲେ । ହେଲେ ଏନେଇ ଦେଶବ୍ୟାପୀ ଆନ୍ଦୋଳନ ହୋଇଥିଲା ।