ପିପିଲିରେ ଚତୁର୍ଥ ଆନ୍ତର୍ଜାତୀୟ ଚିତ୍ରକଳା ଶିଳ୍ପୀ ଶିବିର ଓ ପ୍ରଦର୍ଶନୀ

1 min read

ପିପିଲି:  ଚତୁର୍ଥ ଆନ୍ତର୍ଜାତୀୟ ଚିତ୍ରକଳା ଶିଳ୍ପୀ ଶିବିର ଓ ପ୍ରଦର୍ଶନୀ ପିପିଲିରେ ଆୟୋଜିତ ହୋଇଯାଇଛି । ଯୋଗଦେଲେ 5ଟି ଦେଶର 47 ଚିତ୍ରଶିଳ୍ପୀ । ପିପିଲିର ଜନାର୍ଦ୍ଦନ ପରମଗୁରୁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଜଳେଶ୍ବର ଆର୍ଟ ଫାଉଣ୍ଡସନ ଦ୍ବାରା ଏହି ପ୍ରଦର୍ଶନୀର ଅୟୋଜିତ ହୋଇଥିଲା । ଆଜି ପୁରୀ ଜିଲ୍ଲା ପିପିଲି ଉତ୍ତରା ବଜାର ସ୍ଥିତ ସକୁନ୍ତଳା ଆର୍ଟ ଗ୍ୟାଲେରୀରେ ମୁଖ୍ୟ ଅତିଥି ଭାବେ OTDCର ଅଧ୍ୟକ୍ଷ ଲେନିନ୍ ମହାନ୍ତି ଓ ସ୍ଥାନୀୟ ବିଧାୟକ ଯୋଗଦେଇ ପ୍ରଦର୍ଶିତ ଚିତ୍ରକଳା ବୁଲି ଦେଖିଥିଲେ ।

ଗତ ତିନି ଧରି ଚିତ୍ରଶିଳ୍ପୀ ମାନେ କୋଣାର୍କରେ ରହି ଓଡ଼ିଶାର ବିଭିନ୍ନ ଐତିହ ସମ୍ପର୍କରେ ଚିତ୍ରକଳା କର୍ମଶାଳା ଭାଗ ନେଇଥିଲେ । ବିଶେଷକରି ଭାରତ, ତୁର୍କୀ, ଭିଏତନାମ, ନେପାଲ ଏବଂ ବଙ୍ଗଳାଦେଶର 17 ଜଣ ମହିଳା ଓ 30 ଜଣ ପୁରୁଷ ଚିତ୍ର ଶିଳ୍ପୀ ନିଜ ନିଜର ଚିତ୍ର କଳାର ପ୍ରଦର୍ଶନ କରିଥିଲେ । ମିଳିତ ଅନୁଷ୍ଠାନ ପକ୍ଷରୁ ସମସ୍ତ ଚିତ୍ରଶିଳ୍ପୀଙ୍କୁ ଉପସ୍ଥିତ ଅତିଥିଙ୍କ ଦ୍ବାରା ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।