ବାଜି ମାରିଲା ମୁମ୍ୱାଇ, ରୋହିତ ହେଲେ ଷ୍ଟାର; ୫ମ ଥର ଟାଇଟଲ୍ ଜିତିଲା ବ୍ଲୁ ଜର୍ସି

ଦୁବାଇ: ଇଣ୍ଡିଆନ ପ୍ରିମିୟର ଲିଗର ୨୦୨୦ ସଂସ୍କରଣକୁ ମୁମ୍ବାଇ ଇଣ୍ଡିଆନ୍ସ ଜିତି ନେଇଛି । ଦିଲ୍ଲୀ କ୍ୟାପିଟାଲ୍ୟକୁ ୫ ଉଇକେଟରେ ହରାଇ ମୁମ୍ବାଇ ଏହି ଟାଇଟଲ ଜିତିଛି । ଏଥିସହିତ ୫ମ ଥର ପାଇଁ ମୁମ୍ବାଇ ଆଇପିଏଲ ଟ୍ରଫି ଜିତିଛି । ସବୁଥର ରୋହିତ ଶର୍ମା ହିଁ ଅଧିନାୟକତ୍ୱ କରିଛନ୍ତି । ରୋହିତ ଶର୍ମା ୬୮ ରନ ଏକାକୀ ସଂଗ୍ରହ କରିଥିଲେ । ଦିଲ୍ଲୀ ପକ୍ଷରୁ ଦିଆଯାଇଥିବା ଲକ୍ଷ୍ୟକୁ ମୁମ୍ବାଇ ୧୮ ଓଭର୪ଟି ବଲରେ ଜିତି ନେଇଥିଲା ।ଅନ୍ୟମାନଙ୍କ ମଧ୍ୟରେ ଡିକକ ୨୦ , ସୂର୍ଯ୍ୟ କୁମାର ଯାଦବ ୧୯ ଏବଂ ଇଶାନ କିଶନ ୩୩ ରନ କରିଥିଲେ ।

ଟସ୍ ଜିତି ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ଶ୍ରେୟାସ ଆୟାର ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ହେଲେ ଦଳ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଓପନିଂ ଆସିଥିବା ଷ୍ଟଏନିସ ପ୍ରଥମ ବଲରେ ଆଉଟ ହୋଇ ଫ୍ୟାଭିଲିୟନକୁ ଫେରିଥିଲେ ।ସେହିପରି ଇନଫର୍ମ ବ୍ୟାଟ୍ସମ୍ୟାନ ଶିଖର ଧାବନ ୧୩ଟି ବଲ ଖେଳି ମାତ୍ର ୧୫ ରନ ସଂଗ୍ରହ କରିପାରିଥିଲେ । ସେ ଏହି ପାଳିରେ ୩ଟି ଚୌକା ମାରିଥିଲେ । ଅଜିଙ୍କ ରାହାନେ ୪ ବଲରୁ ୨ ରନ୍ କରି ଆଉଟ ହୋଇଥିଲେ । ଅଧିନାୟକ ଶ୍ରେୟାସ ଆୟୋର ୫୦ ବଲରୁ ୬୫ ରନ କରିଥିଲେ । ସେ ୬ ଚୌକା ଏବଂ ୨ ଛକା ମାରିଥିଲେ । ଋଷଭ ପନ୍ଥ ୩୮ ବଲରୁ ୫୬ ରନ ସଂଗ୍ରହ କରିଥିଲେ । ଏଥିରେ ୪ ଚୌକା ଏବଂ ୨ ଛକା ସାମିଲ ଥିଲା । ସେହିପରି ହ୍ରାଟମୋର ଏକ ଚୋକା ବଳରେ ୫ ବଲରୁ ୫ ରନ କରିଥିଲେ ।

ଅକ୍ଷର ପଟେଲ ଗୋଟିଏ ଛକା ବଳରେ ମାତ୍ର ୯ ରନ୍ କରିବାକୁ ସକ୍ଷମ ହୋଇଥିଲେ ।  ମୁମ୍ବାଇ ପକ୍ଷରୁ ବୋଲ୍ଟ ସର୍ବାଧିକ ୩ ଉଇକେଟ ନେଇଥିଲେ । ଜସପ୍ରୀତ ବୁମରା ଭଲ ବୋଲିଂ କରିଥିଲେ ବି ଉଇକେଟ ପାଇ ନ ଥିଲେ । ଅନ୍ୟମାନଙ୍କ ମଧ୍ୟରେ କାଉଣ୍ଟର ଲାଇନ୨ ଏବଂ ଯାଦବ ଗୋଟିଏ ଉଇକେଟ ପାଇଥିଲେ । ନିର୍ଦ୍ଧାରିତ ୨୦ ଓଭରରେ ଦିଲ୍ଲୀ ୭ ଉଇକେଟ ହରାଇ ୧୫୬ ରନ ସଂଗ୍ରହ କରିଥିଲେ ।

Leave a Reply