ବଡ଼ଦାଣ୍ଡରେ ଭାବବିନୋଦିଆ: ରଥରେ ଚଢିଛି, ଭକ୍ତଙ୍କୁ ଦେଖୁଛି..

ଟାହିଆ ହଲେଇ ଯାଉଛି କାଳିଆ

ଟାହିଆ ହଲେଇ ବଡ ଦେଉଳରୁ ବାହାରୁଛି କାଳିଆ  । ସାଥିରେ ବଡ଼ ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରାଙ୍କୁ ମଧ୍ୟ ନେଇଯାଉଛି  । ରଥ ଉପରେ  ହସି ହସି ଚଢୁଛି  । କେତବେଳେ ଥକି ଯାଇ ଭକ୍ତଙ୍କୁ ଅନାଉଁଛି ତ ପୁଣି କେତେବେଳେ ଭକ୍ତଙ୍କୁ ସାଥିରେ ନେଇ ରଥ ଅଭିମୁଖେ ଅଗ୍ରସର ହେଉଛି  । ଭାବ ବିନୋଦିଆ କାଳିଆ ସାଆନ୍ତଙ୍କ ଏପରି ଅପରୂପ ଶୋଭା ଆଜି ସମଗ୍ର ଶ୍ରୀକ୍ଷେତ୍ରକୁ ଭକ୍ତିରସରେ ଭରି ଦେଇଛି  ।

ବିରାଜମାନ ବଳଭଦ୍ର

ପଛେ ପଛେ ଭାଇ ଭାଉଣୀଙ୍କୁ ଡାକି ନେଉଛି ନିଳାଚଳ ନଟିଆ କଳା ଠାକୁର କାଳିଆ  । ଭକ୍ତଙ୍କ ମେଳରେ ଭଉଣୀ ସୁଭଦ୍ରା ଓ ବଡ ଭାଇ ବଳିଆ ମଧ୍ୟ ବେସ ଖୁସ  । ଭକ୍ତଙ୍କ ଭାବରେ ବିଲୀନ ହୋଇଯାିଛନ୍ତି ତିନି ଠାକୁର  । ବର୍ଷକୁ ଥରୁଟିଏ  ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବାକୁ ଶ୍ରୀମନ୍ଦିର ବାହାରକୁ ଚାଲି ଆସିଛନ୍ତି ତିନି ଠାକୁର  ।

ଭାଇ ପଛରେ ଭଉଣୀ ସୁଭଦ୍ରା

ନିଳାଦ୍ରୀକନ୍ଦରରୁ ଦୁଇ ଭାଇ ବାହାରିଲା ପରେ ଭଉଣୀ ସୁଭଦ୍ରା ମଧ୍ୟ ହସି ହସି ରଥ ଉପରକୁ ଚଢି ଯାଇଛନ୍ତି  । ସୀମିତ ସେବାୟତଙ୍କ ଭିତରେ ସଙ୍କୋଚ ବୋଧ ନକରି ଭଉଣୀ ମଧ୍ୟ ଭକ୍ତଙ୍କୁ ଦର୍ଶନ ଦେବାପାଇଁ ଖୁସିରେ ଚଢିଛନ୍ତି  ।

ରଥ ଅଭିମୁକେ ଠାକୁର ରାଜା

ଜଗନ୍ନାଥଙ୍କ ଆଦ୍ୟ ସେବକ ଠାକୁର ରାଜା ଗଜପତି ମହାରାଜା ଦିବ୍ୟ ସିଂହ ଦେବ ତିନି ଠାକୁରଙ୍କ ରଥରେ ଝାଡ଼ୁ କରିବା ପାଇଁ ବିରାଜ ମାନ ହୋଇଛନ୍ତି  । ଶ୍ରୀକ୍ଷେତ୍ର ସାଆନ୍ତଙ୍କ ସେବାରେ ସେ ସର୍ବଦା ନିୟୋଜିତ । ସେଥିପାଇଁ ତ ପ୍ରଭୁ ଯେବେ ଭାଇ , ଭଉଣୀଙ୍କୁ ଧରି ମାଉସୀ ମା ଘରକୁ ବାହାରନ୍ତି ସେବେ ପ୍ରଥମେ ପାଛୋଟି ଦିଅନ୍ତି ଗଜପତି ମହାରାଜା ।

 

Leave a Reply