ତିନି ସପ୍ତାହ ଲାଗି ହାଟ ବନ୍ଦ, ପରିବା ବ୍ୟବସାୟୀଙ୍କୁ ସହରକୁ ପଶିବାକୁ ଦେଲାନି ପୋଲିସ

Jharsuguda Vegetable Vendor Protest Against Market Shut Down For Covid-19

ଝାରସୁଗୁଡ଼ା: ବଢ଼ୁଥିବା କୋଭିଡ୍ ସଂକ୍ରମଣକୁ ଦୃଷ୍ଟି ରେଖି ଝାରସୁଗୁଡ଼ା ଜିଲ୍ଲାରେ ପ୍ରଶାସନ ୩ ସପ୍ତାହ ଲାଗି ସାପ୍ତାହିକ ହାଟକୁ ବନ୍ଦ କରି ଦେଇଛି । ଏଥିସହ ଦୈନିକ ବଜାରକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । ଗତ ରାତିରୁ ରାତ୍ରୀକାଳୀନ କର୍ଫ୍ୟୁ ମଧ୍ୟ ଲାଗୁ ହୋଇଛି । ଆଜି ସକାଳୁ ପରିବା ବିକ୍ରି ପାଇଁ ଆସିଥିବା ବ୍ୟବସାୟୀଙ୍କୁ ପୋଲିସ ସହର ଭିତରକୁ ଛାଡ଼ିନାହିଁ ।

Jharsuguda Vegetable Vendor Protest Against Market Shut Down For Covid-19

ଯାହାର ତୀବ୍ର ପ୍ରତିବାଦ କରିଛନ୍ତି ପରିବା ବିକାଳି । ରାସ୍ତା ଉପରେ ବସ୍ତା ବସ୍ତା ପରିବାକୁ ଢ଼ାଳି ନଷ୍ଟ କରି ପ୍ରତିବାଦ କରିଛନ୍ତି । ଝାରସୁଗୁଡ଼ା ସହରରେ ଥିବା ଏକ ମାତ୍ର ବଜାରକୁ ପ୍ରଶାସନ କରୋନା କଟକଣା କରି ବନ୍ଦ କରି ଦେଇଥି । ଫଳରେ ଏହି ବଜାର ଉପରେ ନିର୍ଭର କରୁଥିବା ଚାଷୀ ଏବଂ ପରିବା ବ୍ୟବସାୟୀମାନେ ପରିବା ବିକ୍ରି କରି ନପାରି ଅସୁବିଧା ସମ୍ମୁଖୀନ ହୋଇଛନ୍ତି । ପ୍ରଶାସନ ପକ୍ଷରୁ ସାପ୍ତାହିକ ହାଟ ଓ ଦୈନିକ ହାଟ ବନ୍ଦ କରି ଦିଆଯାଇ ସହରର ବିଭିନ୍ନ ସ୍ଥାନରେ ପରିବା ବିକ୍ରି ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ।

Jharsuguda Vegetable Vendor Protest Against Market Shut Down For Covid-19

ପରିବା ବିକାଳିଙ୍କ ଅଭିଯୋଗ ହେଲା ବିକ୍ରି ପାଇଁ କୌଣସି ସ୍ଥାନରେ ବ୍ୟବସ୍ଥା କରାଯାଇ ନାହିଁ । ଆଜି ମଙ୍ଗଳବାର ବଜାର ଥିବାରୁ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଚାଷୀ ଓ ବ୍ୟବସାୟୀ ପରିବା ଧରି ପହଞ୍ଚିବା ପରେ ବିକ୍ରି ପାଇଁ ପୋଲିସ ବାରଣ କରିଥିଲା । ବ୍ୟବସାୟୀ ଅସନ୍ତୋଷ ପ୍ରକାଶ କରି ରାସ୍ତା ଉପରେ ପନିପରିବା ଢାଳି ପ୍ରତିବାଦ କରିଛନ୍ତି ।

Leave a Reply