ଶହେରୁ ଅଧିକ ପାଦ୍ରୀ କରୋନା ପଜିଟିଭ୍, ୨ ଜଣଙ୍କ ମୃତ୍ୟୁ

Kerala Over 100 Christian priests test positive for coronavirus, two died

ଥିରୁବନନ୍ତପୁରମ: ଚର୍ଚ୍ଚ ଅଫ୍ ସାଉଥ ଇଣ୍ଡିଆର ୧୦୦ରୁ ଅଧିକ ପାଦ୍ରୀ କରୋନା ସଂକ୍ରମିତ ହୋଇଛନ୍ତି । ଗତ ମାସରେ ମୁନ୍ନାରରେ ଆୟୋଜିତ ଉତ୍ସବରେ ଏମାନେ ଯୋଗ ଦେଇଥିଲେ । ସଂକ୍ରମିତଙ୍କ ମଧ୍ୟରୁ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣଙ୍କ ଅବସ୍ଥା ସଂକଟାପର୍ଣ୍ଣ ରହିଛି । ସଂକ୍ରମିତଙ୍କ ମଧ୍ୟରେ ସିଏସ୍ଆଇର ପରିଚାଳକ ଅଛନ୍ତି ।

Kerala Over 100 Christian priests test positive for coronavirus, two died

ଖ୍ରୀଷ୍ଟିୟାନ୍ ପାଦ୍ରୀ ଏବଂ ସଭ୍ୟଙ୍କୁ ନେଇ ବାର୍ଷିକ ଉତ୍ସବ ମୁନ୍ନାରର ସିଏସ୍ଆଇ ଖ୍ରୀଷ୍ଟ ଚର୍ଚ୍ଚରେ ଏପ୍ରିଲ୍ ୧୩ରୁ ୧୭ ମଧ୍ୟରେ ହୋଇଥିଲା । ଦେଶ କରୋନାର ଦ୍ୱିତୀୟ ପ୍ରବାହ ସହ ଯୁଝୁଥିଲା ବେଳେ ଏଥିରେ ବିଭିନ୍ନ ଚର୍ଚ୍ଚରୁ ୩୫୦ରୁ ଅଧିକ ପାଦ୍ରୀ ଯୋଗ ଦେଇଥିଲେ । ସମ୍ମିଳନୀକୁ ସ୍ଥଗିତ ରଖିବାକୁ ବାରମ୍ବାର ଅନୁରୋଧ ସତ୍ତ୍ୱେ ଆୟୋଜନକାରୀ ସମ୍ମେଳନ କରିଥିବା କୁହାଯାଉଛି । ଏପରିକି ସମ୍ମିଳନୀରେ ଯୋଗ ନଦେଲେ ଫାଦରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଡର ମଧ୍ୟ ଦେଖାଯାଇଥିବା ଜଣାପଡ଼ିଛି ।

Kerala Over 100 Christian priests test positive for coronavirus, two died

ସମ୍ମିଳନୀରେ ଯୋଗ ଦେଇଥିବା ଥିରୁବନନ୍ତପୁରମ ଏଲଏମଏସ୍ ଚର୍ଚ୍ଚର ପାଦ୍ରୀ ରେଭ୍ ବିଜୁମନଙ୍କ ମୃତ୍ୟୁ କରୋନାରେ ହୋଇଛି । ସେହିଭଳି ପୁନ୍ନାକ୍କାମୁଗଲ ସିଏସ୍ଆଇ ଚର୍ଚ୍ଚର ପାଦ୍ରୀ ରେଭ୍ ସାଇନ୍ ବି ରାଜ୍ କରୋନାରେ ପ୍ରାଣ ହରାଇଛନ୍ତି । ଏବେ ଅଧିକାଂଶ ଫାଦରଙ୍କ କରୋନା ଚିକିତ୍ସା କାରାକୋନମରେ ଚାଲିଥିବା ବେଳେ ଅନେକ ହୋମ୍ କ୍ୱାରେଣ୍ଟାଇନରେ ଅଛନ୍ତି ।

Leave a Reply