ରାଖି କହୁ କହୁ କହିଦେଲେ ‘ଖତ୍ରୋ କେ ଖିଲାଡି ୧୧’ର ବିଜେତାଙ୍କ ନାଁ !

1 min read

ମୁମ୍ବାଇ: ବହୁଚର୍ଚ୍ଚିତ ରିୟାଲିଟି ସୋ ଖତ୍ରୋ କେ ଖିଲାଡ଼ି ୧୧ର ସୁଟିଂ କେପଟାଉନରେ ଶେଷ ହୋଇଛି । ସିଜିନ ଶେଷ କରି ଏବେ ପ୍ରତିଯୋଗୀମାନେ ଘରକୁ ଫେରିଛନ୍ତି। ମୁମ୍ବାଇ ବିମାନବନ୍ଦରରେ ଅନୁଷ୍କା ସେନ୍, ଅଭିନଭ ଶୁକ୍ଲା, ଶ୍ୱେତା ତିୱାରୀ, ବିଶାଲ ଆଦିତ୍ୟ ସିଂ, ରାହୁଲ ବୈଦା, ବରୁଣ ସୁଦଙ୍କ ଭଳି ତାରକାଙ୍କୁ ଦେଖିବାକୁ ମିଳିଛି । ତେବେ ଏହି ଶୋ ଶୀଘ୍ର ଟିଭିରେ ପ୍ରସାରିତ ହେବାକୁ ଯାଉଛି । ଏହାକୁ ନେଇ ଅନେକ ଗୁଜବ ମଧ୍ୟ ସାମ୍ନାକୁ ଆସିଛି । ଏମଧ୍ୟରେ ରାଖୀ ସାୱନ୍ତ ଶୋ’ର ବିଜେତାକୁ ନେଇ ସୂଚନା ଦେଇଛନ୍ତି।

ରାଖୀ ଖତ୍ରୋ କେ ଖିଲାଡି ବିଷୟରେ କିଛି ତଥ୍ୟ ଉପରେ ଖୁଲାସା କରିଛନ୍ତି । ସେ ଜଣେ ସାମ୍ବାଦିକଙ୍କ ସହ କଥା ହେବା ସମୟରେ ରାଖୀ କହିଛନ୍ତି ଯେ, ସମସ୍ତେ ଫେରି ଆସିଛନ୍ତି, ୱାଃ ୱେଲକମ୍ । ଆଉ ଯେତେବେଳେ ସାମ୍ବାଦିକ ଅର୍ଜୁନ ବିଜଲାନୀଙ୍କ ନାମ ନେଇଥିଲେ, ରାଖୀ କହିଥିଲେ- “ଅର୍ଜୁନ ବିଜଲାନି ଜିତିଲେ, ନୁହେଁ କି? ହଁ, ସେ ଜିତିଗଲେ । “ବର୍ତ୍ତମାନ ଅର୍ଜୁନ ଏହି ସୋ ଜିତିଛନ୍ତି ନା ନାହିଁ, ତାହା ସୋ ପ୍ରସାରିତ ହେବା ପରେ ହିଁ ଜଣାପଡ଼ିବ । ଏହା ବ୍ୟତୀତ ସାମ୍ବାଦିକମାନେ ଅଭିନଭ ଶୁକ୍ଲାଙ୍କ ନାମ ମଧ୍ୟ ନେଇଛନ୍ତି। ରାଖୀ ଏହା ଉପରେ ପ୍ରତିକ୍ରିୟା କରି କହିଛନ୍ତି – ସମସ୍ତେ ଆସିବା ଭଲ।

ସୂଚନା ଯୋଗ୍ୟ ଯେ, ବିଗ୍ ବସ୍ ୧୪ରେ ରାଖୀ ଏବଂ ଅଭିନଭଙ୍କୁ ଏକାଠି ଦେଖିବାକୁ ମିଳିଥିଲା । ଏହି ସମୟରେ ରାଖୀ ଅଭିନଭଙ୍କ ପ୍ରତି ତାଙ୍କ ଭାବନା ବିଷୟରେ କହିଥିଲେ। ସୋ’ରେ କେତେବେଳେ ରାଖୀ ଅଭିନାଭଙ୍କୁ ତାଙ୍କର ବହୁତ ଭଲ ବନ୍ଧୁ, ତ ଆଉ କେତେବେଳେ ସେ ଅଭିନାଭଙ୍କୁ ପସନ୍ଦ କରନ୍ତି ବୋଲି କହିଥିଲେ |

ଅନ୍ୟପକ୍ଷରେ ଅଭିନେତା ଅର୍ଜୁନ ବିଜଲାନିଙ୍କ ବିଷୟରେ କଥାବାର୍ତ୍ତା କରି ସେ ଅନେକ ଚର୍ଚ୍ଚିତ ଟିଭି ସୋ’ରେ ଅଭିନୟ କରିଛନ୍ତି । ସେ ଇସ୍କ ମେ ମାରଜୱାନ୍, ନାଗିନ୍, ପରଦେଶ ମେ ହୈ ମେରା ଦିଲ୍, ମିଲେ ଜବ୍ ହମ୍ ତୁମ୍, ମେରୀ ଆସିକ ତୁମସେ ହି, ଜୋ ବିୱି ସେ କର ପ୍ୟାର ଭଳି ସୋ କରିଛନ୍ତି। ଅର୍ଜୁନ ରିୟାଲିଟି ଟିଭି ସୋ ହୋଷ୍ଟ ଭାବେ ମଧ୍ୟ ନଜର ଆସିଛନ୍ତି । ଏବଂ ତାଙ୍କର ଅଭିନୟ ମଧ୍ୟ ଖୁବ ଉଚ୍ଚକୋଟିର ।

Leave a Reply